କେରଳ ଏୟାରପୋର୍ଟ ଛାଡିଲା ବ୍ରିଟେନ ଫାଇଟର ଜେଟ୍ F-35B, ଦେଖନ୍ତୁ ଭିଡିଓ….
ତିରୁବନନ୍ତପୁରମ : ୩୮ ଦିନରେ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଫସି ରହିବା ପରେ ବ୍ରିଟେନ ରୟାଲ ନେଭିର ଏଫ୍- ୩୫ବି ଫାଇଟର ଜେଟ୍ ଶେଷରେ ଉଡାନ ଭରି ପ୍ରତ୍ୟାବର୍ତ୍ତନ କରିଛି। ଗତ ଜୁନ୍ ୧୪ରେ ଖରାପ ପାଗ, ଇନ୍ଧନ ଜନିତ ସମସ୍ୟା ଓ ବୈଷୟିକ ତ୍ରୁଟି କାରଣରୁ ଏହି ବିମାନ ଜରୁରୀ ଅବତରଣ କରିଥିଲା। ବିମାନକୁ ଠିକ୍ କରିବା ଓ ତା’ର ମରାମତି ପାଇଁ ୫ ସପ୍ତାହରୁ ଅଧିକ ସମୟ ଲାଗିଥିଲା। #୫_ସପ୍ତାହ_ପରେ_ଉଡିଲା_ବ୍ରିଟେନ_ଲଢୁଆ_ବିମାନ ୩୭ ଦିନରେ […]
ତିରୁବନନ୍ତପୁରମ : ୩୮ ଦିନରେ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଫସି ରହିବା ପରେ ବ୍ରିଟେନ ରୟାଲ ନେଭିର ଏଫ୍- ୩୫ବି ଫାଇଟର ଜେଟ୍ ଶେଷରେ ଉଡାନ ଭରି ପ୍ରତ୍ୟାବର୍ତ୍ତନ କରିଛି। ଗତ ଜୁନ୍ ୧୪ରେ ଖରାପ ପାଗ, ଇନ୍ଧନ ଜନିତ ସମସ୍ୟା ଓ ବୈଷୟିକ ତ୍ରୁଟି କାରଣରୁ ଏହି ବିମାନ ଜରୁରୀ ଅବତରଣ କରିଥିଲା। ବିମାନକୁ ଠିକ୍ କରିବା ଓ ତା’ର ମରାମତି ପାଇଁ ୫ ସପ୍ତାହରୁ ଅଧିକ ସମୟ ଲାଗିଥିଲା।
#୫_ସପ୍ତାହ_ପରେ_ଉଡିଲା_ବ୍ରିଟେନ_ଲଢୁଆ_ବିମାନ
୩୭ ଦିନରେ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଫସି ରହିବା ପରେ ବ୍ରିଟେନ ରୟାଲ ନେଭିର ଏଫ୍- ୩୫ବି ଫାଇଟର ଜେଟ୍ ଶେଷରେ ଉଡାନ ଭରି ପ୍ରତ୍ୟାବର୍ତ୍ତନ କରିଛି। pic.twitter.com/g6H2Swu2qf
ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟଙ୍କୁ ଝଟକା: ଟ୍ରମ୍ପ ପ୍ରଶାସନର ନୂଆ ନିୟମ, H-1B ଭିସା ଏବଂ ୱର୍କ ପରମିଟ୍ ନେଇ ବଢିଲା ଚିନ୍ତା— Sakala News (@SakalaNews) July 22, 2025
ବ୍ରିଟେନର ୨୫ ଜଣ ଇଞ୍ଜିନିୟରଙ୍କୁ ନେଇ ଗଠିତ ଦଳ ଏହାକୁ ଠିକ୍ କରିବାକୁ ସମର୍ଥ ହୋଇଥିଲେ। ଏହାପରେ ଏହି ଜେଟ ଉଡାଣ ପାଇଁ ସମ୍ପୂର୍ଣ୍ଣ ଭାବେ ହୋଇଥିଲା। ୫ମ ପିଢ଼ିର ଏହି ଲଢ଼ୁଆ ବିମାନର ମୂଲ୍ୟ ୯୧୫ କୋଟି ଟଙ୍କା। ଏହି ଘଟଣାକ୍ରମରେ ଭାରତୀୟ ବାୟୁସେନା ବ୍ରିଟେନକୁ ସହୟାତା ପ୍ରଦାନ କରିଥିଲା। ବ୍ରିଟିଶ ହାଇକମିଶନର ମଧ୍ୟ ଏଥିପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ୩୮ ଦିନ ଧରି ବିମାନବନ୍ଦରରେ ରହିଥିବାରୁ ଏବେ ବ୍ରିଟେନକୁ ପାର୍କିଂ ପାଉଣା ଦେବାକୁ ହେବ। ଏହିକ୍ରମରେ ବ୍ରିଟେନକୁ ଦିନକୁ ୨୬, ୨୬୧ ଟଙ୍କା ହିସାବରେ ପ୍ରାୟ ୧୦ ଲକ୍ଷ ଟଙ୍କା ତିରୁବନନ୍ତପୁରମ ବିମାନ ବନ୍ଦର କର୍ତ୍ତୁପକ୍ଷଙ୍କୁ ଦେବାକୁ ହେବ।






