କାହିଁକି ବଢୁଛି ଆତ୍ମହତ୍ୟା ପ୍ରବଣତା : କ’ଣ ରହିଛି ଏହାର କାରଣ ଓ କିପରି କରାଯାଇ ପାରିବ ନିରାକରଣ

The Sakala Picture
Published On

କରୋନା ମହାମାରୀ ହେତୁ ଜନଗଣନା ସମ୍ଭବପର ହୋଇପାରି ନ ଥିଲେ ମଧ୍ୟ ବୈଦେଶିକ ମନ୍ତ୍ରାଳୟର ୱେବସାଇଟ୍‍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ୧୩୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଯାହାଫଳରେ ଭାରତ ସମଗ୍ର ବିଶ୍ୱରେ ଚୀନ ପରେ ଅଧିକ ଜନ ସାନ୍ଦ୍ରତା ବିଶିଷ୍ଟ ରାଷ୍ଟ୍ର ଓ ଏଥିସହିତ ବିଶ୍ୱ ମୋଟ ଯୁବବର୍ଗର ଏକ ପଞ୍ଚମାଂଶ ଭାରତରେ ବସବାସ କରନ୍ତି। ସେମାନଙ୍କ ହାରାହାରି ବୟସ ୨୯ ବୟସ ରହିଛି। ଗତ ମଇ ପାଞ୍ଚ ତାରିଖରେ […]

କରୋନା ମହାମାରୀ ହେତୁ ଜନଗଣନା ସମ୍ଭବପର ହୋଇପାରି ନ ଥିଲେ ମଧ୍ୟ ବୈଦେଶିକ ମନ୍ତ୍ରାଳୟର ୱେବସାଇଟ୍‍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ୧୩୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଯାହାଫଳରେ ଭାରତ ସମଗ୍ର ବିଶ୍ୱରେ ଚୀନ ପରେ ଅଧିକ ଜନ ସାନ୍ଦ୍ରତା ବିଶିଷ୍ଟ ରାଷ୍ଟ୍ର ଓ ଏଥିସହିତ ବିଶ୍ୱ ମୋଟ ଯୁବବର୍ଗର ଏକ ପଞ୍ଚମାଂଶ ଭାରତରେ ବସବାସ କରନ୍ତି। ସେମାନଙ୍କ ହାରାହାରି ବୟସ ୨୯ ବୟସ ରହିଛି। ଗତ ମଇ ପାଞ୍ଚ ତାରିଖରେ ପ୍ରକାଶିତ ହୋଇଥିବା ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ରାଷ୍ଟ୍ରୀୟ ବିବରଣୀ ଅନୁସାରେ ଜନସଂଖ୍ୟାର ୫୨ ଶତାଂଶ ଲୋକଙ୍କ ବୟସ ୩୦ ବର୍ଷରୁ କମ୍‍ ରହିଛି। ପନ୍ଦର ବର୍ଷରୁ ଚାଳିଶ ବର୍ଷ ମଧ୍ୟରେ ପୁରୁଷ ଓ ମହିଳାମାନଙ୍କ ଅନୁପାତ ପ୍ରାୟ ୯ ଶତାଂଶରୁ ୧୧ ଶତାଂଶ ମଧ୍ୟରେ ରହିଛି। ଏହି ବିଶାଳ ଯୁବଶକ୍ତି ପାଖରେ ଭାରତକୁ ବିକାଶଶୀଳ ଦେଶରୁ ବିକଶିତ ଦେଶରେ ରୂପାନ୍ତରିତ କରିବା ପାଇଁ ଯଥେଷ୍ଟ ପରିମାଣରେ ସାମର୍ଥ୍ୟ ରହିଛି ବୋଲି ସରକାର ଓ ବିଶ୍ୱର ଅନେକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ମତ ଦିଅନ୍ତି। କିନ୍ତୁ ବିଶ୍ୱଗୁରୁ ହେବାର ସଫଳତା ହାସଲ କରିବା ପାଇଁ ହେଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ଅପରିହାର୍ଯ୍ୟ। କିନ୍ତୁ ତଥ୍ୟ ପୃଥକ୍‍ ମତ ପ୍ରକାଶ କରୁଛି।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ଭାରତୀୟ ଯୁବବର୍ଗ ମାନସିକ ଶାନ୍ତି ହରାଇ କ୍ରମଶଃ ଆତ୍ମହତ୍ୟା ପରି ଜୀବନର ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବାରେ ଲାଗିଛି। ମାନସିକ ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ଆତ୍ମହତ୍ୟା ମାନସିକ ଅବସାଦର ଶେଷ ପରିଣତି ଅଟେ। ଆଜିର ଯୁବବର୍ଗ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନିଜର ନିୟମିତ ଆୟ ଓ ସୁଖମୟ ଜୀବନଶୈଳୀରେ ସମ୍ମାନର ସହିତ ଜୀବନଯାପନ କରୁଥିଲେ ମଧ୍ୟ ସେମାନଙ୍କ ଠାରେ ଆତ୍ମହତ୍ୟା ଘଟଣା ଏକ ସାଧାରଣ କଥା ହେଲାଣି। ଜାତୀୟ ଅପରାଧ ନଥିପତ୍ର କାର୍ଯ୍ୟାଳୟର ବାର୍ଷିକ ବିବରଣୀ ୨୦୨୦ ଅନୁସାରେ, ହାରାହାରି ଦେଶରେ ପ୍ରତ୍ୟେକ ବର୍ଷ ଏକ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି। ୨୦୧୯ରେ ୧୩୯୧୨୩ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ ରେ ୧୫୦୦୫୨ ଜଣ ଆତ୍ମହତ୍ୟା କରିଥଲେ। ଭାରତ ରେ ପ୍ରତିଦିନ ପ୍ରାୟ ୪୧୯ ଜଣ ଲୋକ ଆତ୍ମହତ୍ୟା କରନ୍ତି। ଦେଶରେ ଆତ୍ମହତ୍ୟାର ହାର ୧୧.୩ ଶତାଂଶ ଥିବାବେଳେ ହତ୍ୟା ହାର ମାତ୍ର ୨.୨ ଶତାଂଶ ରହିଛି। ଅର୍ଥାତ ହତ୍ୟାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଆଖହତ୍ୟା ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟାଠାରୁ ଢେର୍‍ ଅଧିକ। ୨୦୧୯ ତୁଳନାରେ ଆତ୍ମହତ୍ୟା ହାର ( ପ୍ରତି ଏକ ଲକ୍ଷ ଲୋକ ରେ ଆତ୍ମହତ୍ୟା ଘଟଣା)ରେ ଦଶ ଶତାଂଶ ବୃଦ୍ଧି ହୋଇଛି। ଭାରତରେ ମହାରାଷ୍ଟ୍ର (୧୩%), ତାମିଲନାଡୁ(୧୧%), ପଶ୍ଚିମବଙ୍ଗ(୯.୫%), ମଧ୍ୟପ୍ରଦେଶ(୮.୬%) ଓ କର୍ଣ୍ଣାଟକ(୮%) ରେ ଆତ୍ମହତ୍ୟା ହାର ଅଧିକ ରହିଛି। ଓଡ଼ିଶାରେ ଆତ୍ମହତ୍ୟା ହାର ୩.୬% ରହିଛି।୨୦୨୦ ରେ ଓଡ଼ିଶାରେ ୫୫୪୬ଟି ଆତ୍ମହତ୍ୟା ଘଟଣା ପିକୃତ ହୋଇଥିଲା। କେନ୍ଦ୍ର ଶାସିତ ଅଞ୍ଚଳରେ ଭାରତର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୩୧୪୨ଟି ଆତ୍ମହତ୍ୟା ଘଟଣା ପିକୃତ (ଦରଜ) ହୋଇଛି। ଉତ୍ତର ଭାରତ ଅପେକ୍ଷା ଦକ୍ଷିଣ ଭାରତରେ ଆତ୍ମହତ୍ୟା ହାର ଅଧିକ ରହିଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଜାତୀୟ ଅପରାଧ ନଥିପତ୍ର କାର୍ଯ୍ୟାଳୟର ବିବରଣୀକୁ ତର୍ଜମା କଲେ ଆତ୍ମହତ୍ୟାର ଉତ୍କଟ ସ୍ଥିତି ଦେଖିବାକୁ ମିଳିଥାଏ। ଅଠର ବର୍ଷରୁ କମ ନାବାଳିକାମାନେ ଅଧିକ ଆତ୍ମହତ୍ୟା କରନ୍ତି। ବିବରଣୀ ଅନୁସାରେ ଏହି ବର୍ଗରେ ୨୦୨୦ରେ ୫୩୯୨ ନାବାଳକ ଆବହତ୍ୟା କରିଥିବାବେଳେ ୬୦୦୪ ନାବାଳିକା ଆତ୍ମହତ୍ୟା କରିଥିଲେ। ସେହିପରି ୧୮ ରୁ ୩୦ ବର୍ଷ ମଧ୍ୟରେ ୩୪୬୨୯ ଯୁବକ ଆବହତ୍ୟା କରିଥିବାବେଳେ ୧୮୦୭୩ ଯୁବତୀ ଆତ୍ମହତ୍ୟା କରିଥିଲେ। ୩୦ ରୁ ୪୫ ବର୍ଷ ବର୍ଗ ମଧ୍ୟରେ ୩୬୫୨୫ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ୧୧୪୬୭ ମହିଳା ଆତ୍ମହତ୍ୟା କରିଥିଲେ। ୪୫ ରୁ ୬୦ ବର୍ଷ ମଧ୍ୟରେ ୨୨୧୬୦ ଜଣ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ୫୬୫୪ ମହିଳା ଆତ୍ମହତ୍ୟା କରିଥିଲେ। ଷାଠିଏ ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ୯୮୨୬ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ୩୩୦୦ ଜଣ ମହିଳା ଆତ୍ମହତ୍ୟା କରିଥିଲେ। ଉପରୋକ୍ତ ତଥ୍ୟ ଅନୁସାରେ ୩୦ ରୁ ୪୫ ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ସର୍ବାଧିକ ଆତ୍ମହତ୍ୟା କରିଥିବା ସୁସ୍ପଷ୍ଟ ହୁଏ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଯଦି ଆତ୍ମହତ୍ୟାର କାରଣକୁ ଅନୁଧ୍ୟାନ କରାଯାଏ, ତେବେ ସର୍ବାଧିକ ଲୋକ ପାରିବାରିକ ସମସ୍ୟା ହେତୁ ଆତହତ୍ୟା କରୁଛନ୍ତି ବୋଲି ପ୍ରମାଣିତ ହୋଇଛି। ମୋଟ୍‍ ପଞ୍ଜିକୃତ ହୋଇଥିବା ଆତ୍ମହତ୍ୟା ଘଟଣାର ୩୩.୬ ଶତାଂଶ କେବଳ ପାରିବାରିକ ହିଂସା ଓ କନ୍ଦଳ ହେତୁ ଘଟୁଛି। ବିଭିନ୍ନ ପ୍ରକାରର ବ୍ୟାଧିର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ୧୮ ଶତାଂଶ ଆତ୍ମହତ୍ୟା ଘଟୁଛି। ସେହିପରି ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟରେ ଆସକ୍ତ ହୋଇ ୬%, ବୈବାହିକ ଜୀବନରେ ସମସ୍ୟା ହେତୁ ୫%, ପ୍ରେମ ରେ ବିଫଳତା ହେତୁ ୪.୪ %, ଋଣ ସମସ୍ୟା ହେତୁ ୩.୪ %, ବେକାରୀ ହେତୁ ୨.୩%, ପରୀକ୍ଷାରେ ଅକୃତକାର୍ଯ୍ୟ ହେତୁ ୧.୪%, ବୃତ୍ତିଗତ ସମସ୍ୟା ହେତୁ ୧.୨% ଓ ଦାରିଦ୍ର୍ୟର କଷ୍ଟରେ ୧.୨% ଆତ୍ମହତ୍ୟା ଘଟିଥାଏ।

ବୃତ୍ତି ଓ ଆତ୍ମହତ୍ୟା ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାର ପ୍ରମାଣ ମିଳିଛି। ଆୟର ସ୍ରୋତ ଯେତେ ପ୍ରଭାବିତ ହୁଏ, ଆତ୍ମହତ୍ୟା ଘଟଣା ମଧ୍ୟ ବୃଦ୍ଧି ହୁଏ। ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିଲେ ମଧ୍ୟ ତୃଣମୂଳସ୍ତରରେ ଏହାର ଲାଭ ଦେଖିବା ସମ୍ଭବ ହେଉନାହିଁ। ସର୍ବାଧିକ ଦିନ ମଜୁରିଆମାନଙ୍କ ମଧ୍ୟରୁ ୨୪.୬% ଆତ୍ମହତ୍ୟା କରୁଥିବାବେଳେ ଗୃହିଣୀମାନଙ୍କ କ୍ଷେତ୍ରରେ ଏହା ୧୪.୬% ରହିଛି। ସ୍ୱରୋଜଗାରୀମାନଙ୍କ ମଧ୍ୟରେ ଏହା ୧୧.୩% ଥିବାବେଳେ ସମ୍ପୂର୍ଣ୍ଣ ଭାବରେ ବେକାରୀମାନଙ୍କ କ୍ଷେତ୍ରରେ ଏହା ୧୦.୨% ରହିଛି। ନିୟମିତ ଭାବରେ ଦରମା ପାଉଥିବା ଲୋକମାନଙ୍କ ମଧ୍ୟରେ ୯.୭% ଥିବାବେଳେ ୮.୨% ଛାତ୍ର ଓ ଛାତ୍ରୀ ଆତ୍ମହତ୍ୟା କରିଥିଲେ। କୃଷି କ୍ଷେତ୍ରରେ ନିୟୋଜିତ ଥିବା ୭% ପ୍ରତିଶତ ଶ୍ରମିକ ଆତ୍ମହତ୍ୟା କରିଥଲେ। ୨୨ ଜଣ କିନ୍ନର ମଧ୍ୟ ଆତ୍ମହତ୍ୟା କରିଥଲେ। ଏଥିସହିତ କରୋନା ମହାମାରୀ ମଧ୍ୟ ଆତ୍ମହତ୍ୟା ସମସ୍ୟାକୁ ଅଧିକ ଜଟିଳ କରିଛି। ରାଷ୍ଟ୍ରୀୟ ମାନସିକ ସ୍ୱାସ୍ଥ୍ୟ ଓ ତନ୍ତ୍ରିକା ବିଜ୍ଞାନ ସଂସ୍ଥାନର ଏକ ବିବରଣୀ ଅନୁସାରେ ୩୦ରୁ ୫୯ ବର୍ଷ ବର୍ଗର ୫୦ ଶତାଂଶ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ପ୍ରଥମ ସପ୍ତାହ ପରେ ଆତ୍ମହତ୍ୟା କରିଥିଲେ। ଏହାର କାରଣ ଥିଲା ଏକାନ୍ତବାସର ଭୟ, ସାମାଜିକ ବାସନ୍ଦ ଓ ଭେଦଭାବ, ଆର୍ଥିକ ସଙ୍କଟ ଓ ସର୍ବୋପରି ମାନସିକ ଅବସାଦ ଓ ଚାପ।

ଶିକ୍ଷାଗତ ଯୋଗ୍ୟତା ହ୍ରାସ ହେଲେ ଆତ୍ମହତ୍ୟା ବୃଦ୍ଧି ହୋଇଛି ବୋଲି ଜଣା ପଡ଼ିଛି। ୨୦୨୦ ରେ ଯେତିକି ଆତ୍ମହତ୍ୟା ଘଟଣା ଘଟିଛି, ସେହିମଧ୍ୟରୁ ୧୨.୬% ସମ୍ପୂର୍ଣ୍ଣ ରୂପେ ନିରକ୍ଷର ଥିବା ବେଳେ ୧୫.୮% ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଥିଲେ। ମଧ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିବା ଲୋକମାନଙ୍କ ସଂଖ୍ୟା ୧୯.୫% ଥିବାବେଳେ ଉଚ୍ଚପ୍ରାଥମିକ ଶିକ୍ଷା ସମାପ୍ତ କରିଥିବା ୨୩.୪% ରହିଛି।ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥିପାଇଁ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ମାନସିକ ଶାନ୍ତି ପାଇଁ ଉଚିତ ଓ ନିୟମିତ ଭାବରେ ଆଲୋଚନାଚକ୍ର ପରାମର୍ଶ ଶିବିର ଆୟୋଜନ କରିବାର ଆବଶ୍ୟତା ଅନୁଭବ କରାଯାଏ। ଏଥିସହିତ ପାଠ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟବସ୍ତୁକୁ ମଧ୍ୟ ସାମିଲ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତାକୁ ବିରାମ ଦିଆଯାଇପାରିବ।

ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ, ଭାରତରେ ବୟସ୍କମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ମାନସିକ ବ୍ୟାଧି ୭.୩ ପ୍ରତିଶତ ହାରରେ ବୃଦ୍ଧି ପାଇବାରେ ଲାଗିଛି। ମାନସିକ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ସରକାରଙ୍କ ନିର୍ଦ୍ଦିଷ୍ଟ ନୀତି କିମ୍ୱା ଭିତ୍ତିଭୂମି ଆବଶ୍ୟକ। ୨୦୧୭ ପୂର୍ବରୁ ଭାରତୀୟ ପିଙ୍ଗଳ ଧାରା ୩୦୯ ଅନୁଯାୟୀ ଆତ୍ମହତ୍ୟାକୁ ଏକ ଅପରାଧ ରୂପେ ବିବେଚନା କରାଯାଉଥିଲା। ଯାହାଫଳରେ ବହୁତ ଆତ୍ମହତ୍ୟା ଘଟଣା ଥାନାରେ ପିକୃତ ହେଉ ନ ଥିଲା। ଯାହାଫଳରେ ଭାରତରେ ଆତ୍ମହତ୍ୟାର ପ୍ରକୃତ ହାର ଓ କାରଣ ସହଜରେ ଜଣା ପଡୁନଥିଲା। କିନ୍ତୁ ଏହାପରେ ମାନସିକ ସ୍ୱାସ୍ଥ୍ୟ ଯତ୍ନ ଅଧିନିୟମ ଗୃହୀତ ହେବା ପରେ ଏହି ସମସ୍ୟା କିଛି ମାତ୍ରାରେ ଦୂର ହୋଇଛି। ଏହି ଆଇନ ଅନୁଯାୟୀ ଯଦି କେହି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରନ୍ତି, ତେବେ ତାହା ଅପରାଧ ରୂପେ ବିବେଚିତ ହେବ ନାହିଁ। ରୋଗୀର ଉତ୍ତମ ଭାବରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ ପୃଥିବୀରେ ପ୍ରତି ଚାଳିଶ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରନ୍ତି। ଜାତିସଂଘ ନିରନ୍ତର ବିକାଶ ଲକ୍ଷ୍ୟ ଧାରା ତୃତୀୟରେ ଆତ୍ମହତ୍ୟାକୁ ୨୦୩୦ ସୁଦ୍ଧା ଏକ ତୃତୀୟାଂଶ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ସ୍ୱାସ୍ଥ୍ୟ ସେବା କେବଳ ଶାରିରୀକ ସ୍ୱାସ୍ଥ୍ୟ ଉପରେ କେନ୍ଦ୍ରୀଭୂତ ନ ହୋଇ ମାନସିକ ସ୍ୱାସ୍ଥ୍ୟର ବିକାଶ ପାଇଁ ଅଭିପ୍ରେତ ହେବା ଉଚିତ।

କୌଣସି ପ୍ରକାରର ମାନସିକ ବ୍ୟାଧିକୁ ଭୂତ ପିଶାଚମାନଙ୍କ ନଜର, ବଂଶଗତ ଇତ୍ୟାଦିର ଆଖ୍ୟା ଦେଇ ତାକୁ ଅବହେଳା ନକରି ଉଚିତ ନିରାକରଣ ଓ ଚିକିତ୍ସା କରାଯାଇ ପାରିଲେ ଭାରତରେ ଆତ୍ମହତ୍ୟା ହାର ନିଶ୍ଚିତ ଭାବରେ ହ୍ରାସ ପାଇବ। ସେହିପରି ଦାରିଦ୍ର୍ୟ, ବେକାରୀ ଦୂରୀକରଣ ସହିତ ଶିକ୍ଷା , ଖାଦ୍ୟ ସୁରକ୍ଷା ଯୋଜନା, ପରିବାରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶକୁ ବଜାୟ ରଖିବା ପାଇଁ ପରାମର୍ଶ ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି।

24 Jun 2022 By The Sakala

https://www.thesakala.in/big-news/why-suicide-rates-are-rising-what-causes-it/article-12750
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp