ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷଦିନ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଆୟକର ଦାଖଲ କରୁଥିବା ଲୋକଙ୍କ ପାଇଁ ଡେଡ୍‌ଲାଇନ୍‌ । ଆଜି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ଦିନ । ଏଥିରେ ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରାଯାଇ ନାହିଁ । ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢ଼ିନାହିଁ । ଆଜି ଶେଷ ଦିନରେ ୧ କୋଟି ରିଟର୍ଣ୍ଣ ଦାଖଲ ହେବା ନେଇ ଆଶା କରାଯାଉଛି । ଗତବର୍ଷ ଶେଷ ତାରିଖରେ ୫୦ଲକ୍ଷ ରିଟର୍ଣ୍ଣ […]

ନୂଆଦିଲ୍ଲୀ: ଆଜି ଆୟକର ଦାଖଲ କରୁଥିବା ଲୋକଙ୍କ ପାଇଁ ଡେଡ୍‌ଲାଇନ୍‌ । ଆଜି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ଦିନ । ଏଥିରେ ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରାଯାଇ ନାହିଁ । ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢ଼ିନାହିଁ । ଆଜି ଶେଷ ଦିନରେ ୧ କୋଟି ରିଟର୍ଣ୍ଣ ଦାଖଲ ହେବା ନେଇ ଆଶା କରାଯାଉଛି । ଗତବର୍ଷ ଶେଷ ତାରିଖରେ ୫୦ଲକ୍ଷ ରିଟର୍ଣ୍ଣ ଦାଖଲ ହୋଇଥିଲା । ୨୦ ଜୁଲାଇ ସୁଦ୍ଧା ୨ କୋଟି ପର୍ଯ୍ୟନ୍ତ ଆଇଟି ରିଟର୍ଣ୍ଣ ଫାଇଲ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ବାର୍ଷିକ ଆୟ ୫ ଲକ୍ଷ ହୋଇଥିଲେ କରଦାତାଙ୍କୁ ଏକ ହଜାର ତଣ୍ଡ ଗଣିବାକୁ ପଡେ । ଯଦି ଏହା ୫ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥାଏ ତେବେ ୫ ହଜାର ଜୋରିମାନା ଦେବାକୁ ପଡିଥାଏ । ଆଜି ସୁଦ୍ଧା ୭ କୋଟି ରିଟର୍ଣ୍ଣ ଆଶା କରାଯାଉଛି । ଗତ ଦୁଇବର୍ଷ କରୋନା ପାଇଁ ଆୟକର ରିଟର୍ଣ୍ଣ ଅବଧିକୁ ବଢାଇଥିଲେ ସରକାର । ଏଥର କିନ୍ତୁ ଅବଧି ବଢାଯିବ ନାହିଁ ସ୍ପଷ୍ଟ କରିଛି କେନ୍ଦ୍ର । ନିୟମ ଅନୁସାରେ ଲୋକେ ଦାଖଲ କରୁଥିବା ରିଟର୍ଣ୍ଣ ହିସାବର କୌଣସି ଅଡିଟ ହେଉନାହିଁ । ଏଥିପାଇଁ ଆଜି ରିଟର୍ଣ୍ଣ ଦାଖଲ କରିପାରିବେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

୨୦୨୦-୨୧ ଆର୍ଥିକ ବର୍ଷରେ ୫.୮୯ କୋଟି ରିଟର୍ଣ୍ଣ ଦାଖଲ ହୋଇଥିଲା । ତେବେ ଯେଉଁମାନେ ଆଜି ଦାଖଲ କରିନପାରିବେ ସେମାନଙ୍କ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଯଦିଓ ସମୟ ଅଛି, କିନ୍ତୁ ସେମାନେ ଫାଇନ୍‌ ସହ ଆୟକର ଦାଖଲ କରିବେ ।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର