ମନୋରଞ୍ଜନ
ଓଡ଼ିଶା
ବିପଦ ସୃଷ୍ଟି କରୁଛି ବ୍ରିଟେନ ଭାରିଆଣ୍ଟ: ବ୍ରିଟେନରେ କରୋନାର ତୃତୀୟ ଲହର ଆଶଙ୍କା, ଚିନ୍ତାରେ ଭାରତ
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରୀର ପ୍ରକୋପ ସରି ନ ଥିବା ବେଳେ ତୃତୀୟ ଲହରୀର ଆଶଙ୍କା ଦେଖାଦେଇଛି। ବ୍ରିଟେନରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି । କ୍ରମାଗତ ଭାବରେ ନୂତନ ମାମଲା ବୃଦ୍ଧି ଘଟୁଛି । ଏହି ବୃଦ୍ଧି ବି.୧.୬୧୭.୨ ଭାରିଆଣ୍ଟ ଯୋଗୁ ହେଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ନୂତନ ପ୍ରକାର ଭାରିଆଣ୍ଟ ବ୍ରିଟେନରେ ତୃତୀୟ ଲହରରେ ବିପଦ ସୃଷ୍ଟି କରିପାରେ । ଟିକା ନେବା ପରେ ମଧ୍ୟ ପ୍ରତି ୩ୟ […]
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରୀର ପ୍ରକୋପ ସରି ନ ଥିବା ବେଳେ ତୃତୀୟ ଲହରୀର ଆଶଙ୍କା ଦେଖାଦେଇଛି। ବ୍ରିଟେନରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି । କ୍ରମାଗତ ଭାବରେ ନୂତନ ମାମଲା ବୃଦ୍ଧି ଘଟୁଛି । ଏହି ବୃଦ୍ଧି ବି.୧.୬୧୭.୨ ଭାରିଆଣ୍ଟ ଯୋଗୁ ହେଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ନୂତନ ପ୍ରକାର ଭାରିଆଣ୍ଟ ବ୍ରିଟେନରେ ତୃତୀୟ ଲହରରେ ବିପଦ ସୃଷ୍ଟି କରିପାରେ । ଟିକା ନେବା ପରେ ମଧ୍ୟ ପ୍ରତି ୩ୟ ଲହର ବିପଦ ଆଶଙ୍କା ସୃଷ୍ଟି ହୋଇଛି ।
ୟୁକେରେ ଏପର୍ଯ୍ୟନ୍ତ ୩ କୋଟି ୮୦ ଲକ୍ଷ ଲୋକ ଭାକସିନର ପ୍ରଥମ ଡୋଜ୍ ନେଇସାରିଛନ୍ତି । ଯାହାକି ଯୁବ ଜନସଂଖ୍ୟାର ୭୦ ପ୍ରତିଶତ ଏବଂ ମୋଟ ଜନସଂଖ୍ୟାର ୫୮ ପ୍ରତିଶତ । ଏଥିସହ, ୨କୋଟି ୪୦ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ ନେଇଛନ୍ତି । ଏପରି ପରିସ୍ଥିତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଟିକାକରଣ ଭୂତାଣୁକୁ ରୋକିବାରେ ବିଫଳ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। । ଏପଟେ ବ୍ରିଟେନରେ ତୃତୀୟ ଲହର ଆଶଙ୍କା ନେଇ ଭାରତରେ ବି ଚିନ୍ତା ବଢିଲାଣି। ପୂର୍ବରୁ କୁହାଯାଇଥିଲା କି ତୃତୀୟ ଲହର ସମୟରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏସବୁ ଦେଖି ଭାରତର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚିନ୍ତାରେ ପଡିଯାଇଛନ୍ତି ।





