ପ୍ରବାସୀଙ୍କ ଘର ମୁହାଁକୁ ଦୃଷ୍ଟିରେ ରଖି ବିଏମସି ଆଗୁଆ ପଦକ୍ଷେପ, ଓୟୋ ହୋଟେଲରେ ପେଡ୍ କ୍ବାରେଣ୍ଟାନ ବ୍ଯବସ୍ଥା

The Sakala Picture
Published On

ଭୁବନେଶ୍ବର: ଦେଶ ଏବଂ ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଏବେ ଘର ମୁହାଁ ମଧ୍ୟ ହେବାକୁ ଲାଗିଲେଣି। ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାକୁ ସରକାର ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି। ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଣ୍ଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ଏଠାରେ ଲୋକ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ […]

ଭୁବନେଶ୍ବର: ଦେଶ ଏବଂ ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଏବେ ଘର ମୁହାଁ ମଧ୍ୟ ହେବାକୁ ଲାଗିଲେଣି। ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାକୁ ସରକାର ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି। ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଣ୍ଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ଏଠାରେ ଲୋକ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ । ସେଠାରେ ତାଙ୍କ ସକାଳର ଜଳଖିଆ, ଦ୍ୱିପହର ଓ ରାତିର ଖାଇବା ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ବିଏମସି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ଭୁବନେଶ୍ୱରର ୩ଟି ଓୟୋ ହୋଟେଲରେ ଏଥିପାଇଁ ମୋଟ ୪୦ଟି ବେଡର ବ୍ୟବସ୍ଥା କରାଯାଇଛି । ଘାଟିକିଆ, ପଟିଆ ଏବଂ ଗଜପତିନଗରରେ ରହିଛି ଏହି ଓୟୋ ହୋଟେଲ । ସେଠାରେ ଡାକ୍ତରଙ୍କ ସ୍ବାସ୍ଥ୍ୟଗତ ପରାମର୍ଶ ଉପଲବ୍ଧ ହେବ । ଭୁବନେଶ୍ବରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ରାଜନୀତିରେ ମହାଭୂକମ୍ପ: ବିଜେପିରେ ମିଶିବା ପରେ ହରଭଜନ ସିଂହଙ୍କ ଘର ବାହାରେ 'ଗଦ୍ଦାର' ଲେଖିଲେ ଆପ୍ କର୍ମୀ

12 Apr 2021 By The Sakala

ପ୍ରବାସୀଙ୍କ ଘର ମୁହାଁକୁ ଦୃଷ୍ଟିରେ ରଖି ବିଏମସି ଆଗୁଆ ପଦକ୍ଷେପ, ଓୟୋ ହୋଟେଲରେ ପେଡ୍ କ୍ବାରେଣ୍ଟାନ ବ୍ଯବସ୍ଥା

ଭୁବନେଶ୍ବର: ଦେଶ ଏବଂ ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଏବେ ଘର ମୁହାଁ ମଧ୍ୟ ହେବାକୁ ଲାଗିଲେଣି। ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାକୁ ସରକାର ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି। ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଣ୍ଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ଏଠାରେ ଲୋକ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ । ସେଠାରେ ତାଙ୍କ ସକାଳର ଜଳଖିଆ, ଦ୍ୱିପହର ଓ ରାତିର ଖାଇବା ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ବିଏମସି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।

ଭୁବନେଶ୍ୱରର ୩ଟି ଓୟୋ ହୋଟେଲରେ ଏଥିପାଇଁ ମୋଟ ୪୦ଟି ବେଡର ବ୍ୟବସ୍ଥା କରାଯାଇଛି । ଘାଟିକିଆ, ପଟିଆ ଏବଂ ଗଜପତିନଗରରେ ରହିଛି ଏହି ଓୟୋ ହୋଟେଲ । ସେଠାରେ ଡାକ୍ତରଙ୍କ ସ୍ବାସ୍ଥ୍ୟଗତ ପରାମର୍ଶ ଉପଲବ୍ଧ ହେବ । ଭୁବନେଶ୍ବରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର