କରୋନାରେ କଲବଲ ଆମେରିକା: ପ୍ରତି ୫୫ ସେକେଣ୍ଡରେ ମରୁଛନ୍ତି ଜଣେ ଆକ୍ରାନ୍ତ

The Sakala Picture
Published On

ୱାଶିଂଟନ: ବିଶ୍ବର ଅନେକ ରାଷ୍ଟ୍ରରେ ଟିକାକରଣ ସତ୍ତ୍ବେ କରୋନା ମାମଲା କମ୍‌ ହେବାର ନା ଧରୁନି। ଏବେ ଆମେରିକା, ଋଷ, ବ୍ରାଜିଲ ସମେତ ବିଶ୍ବର ଅନେକ ରାଷ୍ଟ୍ରରେ କରୋନାର ଡେଲ୍‌ଟା ଭାରିଆଣ୍ଟ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଆମେରିକା ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି। ଗତ ସାତ ଦିନ ମଧ୍ୟରେ ଆମେରିକାରେ ଦିନକୁ ହାରାହାରି ଦେଢ ଲକ୍ଷରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହେଉଛନ୍ତି। ଏଥିରେ ଅନେକ ରୋଗୀ ମଧ୍ୟ ପ୍ରାଣ ହରାଉଛନ୍ତି। ଗତ ୮ ମାସ ମଧ୍ୟରେ […]

ୱାଶିଂଟନ: ବିଶ୍ବର ଅନେକ ରାଷ୍ଟ୍ରରେ ଟିକାକରଣ ସତ୍ତ୍ବେ କରୋନା ମାମଲା କମ୍‌ ହେବାର ନା ଧରୁନି। ଏବେ ଆମେରିକା, ଋଷ, ବ୍ରାଜିଲ ସମେତ ବିଶ୍ବର ଅନେକ ରାଷ୍ଟ୍ରରେ କରୋନାର ଡେଲ୍‌ଟା ଭାରିଆଣ୍ଟ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଆମେରିକା ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି। ଗତ ସାତ ଦିନ ମଧ୍ୟରେ ଆମେରିକାରେ ଦିନକୁ ହାରାହାରି ଦେଢ ଲକ୍ଷରୁ ଊର୍ଦ୍ଧ୍ବ ରୋଗୀ ଚିହ୍ନଟ ହେଉଛନ୍ତି। ଏଥିରେ ଅନେକ ରୋଗୀ ମଧ୍ୟ ପ୍ରାଣ ହରାଉଛନ୍ତି। ଗତ ୮ ମାସ ମଧ୍ୟରେ ଦେଶରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରେ ପ୍ରତି ୫୫ ସେକେଣ୍ଡରେ ଜଣେ ରୋଗୀ ପ୍ରାଣ ହରାଉଥିବାବେଳେ ମିନିଟ ପିଛା ୧୧୧ ଲୋକ ସଂକ୍ରମିତ ହେଉଛନ୍ତି। ଅର୍ଥାତ୍ ଆମେରିକାରେ ପ୍ରତି ସେକେଣ୍ଡରେ ୨ ମାମଲା ସାମ୍ନାକୁ ଆସୁଛି। ଶୁକ୍ରବାର ଆମେରିକାରୁ ୧୬୩୬୬୭୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୫୫୦ ରୋଗୀ ପ୍ରାଣ ହରାଇଛନ୍ତି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ପାର ହୋଇଯାଇଛି। ୬.୬୪ ଲକ୍ଷରୁ ଉର୍ଦ୍ଧ୍ବ ରୋଗୀ ମଧ୍ୟ ପ୍ରାଣ ହରାଇଲେଣି। ଦେଶର ସମସ୍ତ ହସ୍ପିଟାଲର ବେଡ ଭର୍ତ୍ତି ହୋଇଯାଇଛି। ଅମ୍ଳଜାନ ସଙ୍କଟ ଦେଖାଦେବାର ମଧ୍ୟ ସମ୍ଭାବନା ରହିଛି। କେବଳ ଅଗଷ୍ଟ ମାସରେ ୪୨ ଲକ୍ଷ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ଜୁଲାଇ ତୁଳନାରେ ୩ ଗୁଣ ଅଧିକ ବଢି ୨୬୮୦୫ ଜଣଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ

ରିପବ୍ଲିକାନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଗତ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି। ହୱ୍ାଇ, ୱେରମୋଣ୍ଟ, ଟେକ୍ସାସ କାନସାସ, ଭର୍ଜିନ ଆଇଲ୍ୟାଣ୍ଡ, ଆଲାସ୍କା, ଉଟାହ ନେଭାଦା, ଓରେଗାନ, ଜର୍ଜିଆ, ନର୍ଥ କ୍ୟାରୋଲିନାରେ ୨୦୨୦ ତୁଳନାରେ ୨୦୨୧ ଅଗଷ୍ଟରେ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି। ଏରିଜୋନା, ଓକଲାହା, ୱେଷ୍ଟ ଭର୍ଜିନିଆ, କ୍ୟାଲିଫର୍ଣ୍ଣିଆ ଏବଂ ଅଲବାମାରେ ଏହା ପୂର୍ବରୁ ପାର କରିସାରିଛି। ଅନେକ ଜିଲ୍ଲାରେ ସଂକ୍ରମଣ ବଢିବା ପାଇଁ ରିପବ୍ଲିକାନ ଗଭର୍ଣ୍ଣରଙ୍କୁ ଦାୟୀ କରିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ। ଅଧିକାରୀଙ୍କ ଅନୁଯାୟୀ ଏହି ରାଜ୍ୟର ଗଭର୍ଣ୍ଣରମାନେ କରୋନା ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଏଥିଯୋଗୁ ଡେଲ୍‌ଟା ଭାରିଆଣ୍ଟ ବ୍ୟାପି ଚାଲିଥିଲା। ଅରକାନସାସ, ଫ୍ଲୋରିଡା, ଲୁଇସିଆନା, ମିସିସିପି ଏବଂ ଓରେଗାନ ଏବେ କରୋନା କେନ୍ଦ୍ର ହୋଇଛି। ଆମେରିକା ଟିକା ନଷ୍ଟ କରୁଥିବାବେଳେ ଅନ୍ୟ ରାଷ୍ଟ୍ରକୁ ତାହା ଦେଉନାହିଁ। ମାର୍ଚ୍ଚ ମାସରୁ ଏ ପର୍ଯ୍ୟନ୍ତ ଆମେରିକାରେ କରୋନା ଟିକାର ଦେଢ କୋଟି ଡୋଜ ବରବାଦ ହୋଇଯାଇଛି। ଏହି ଡୋଜ ଦ୍ବାରା ୨୦ଟି ଛୋଟ ଦେଶର ସମସ୍ତ ନାଗରିକଙ୍କୁ ଟିକାକରଣ କରାଯାଇପାରିଥାଆନ୍ତା। ଆମେରିକା ଫାର୍ମାସୀ କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟିକାକରଣ ସତ୍ତ୍ବେ ଦେଶରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି। କିନ୍ତୁ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। ଏହା ଟିକା ପ୍ରଭାବହୀନ ହେବାର ପ୍ରମାଣ। ଅନ୍ୟପକ୍ଷରେ ବ୍ରାଜିଲରେ କରୋନା ମୃତକଙ୍କ ସଂଖ୍ୟା କମ ହେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ୨୫୫୬୫ ମାମଲା ଆସିଥିବାବେଳେ ୭୫୬ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଋଷରେ ୧୮୭୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୯୬ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର