ଆମେରିକାରେ ପୁଣି ବ୍ୟାଙ୍କିଙ୍ଗ ସଙ୍କଟ, ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କ ଦେବାଳିଆ

The Sakala Picture
Published On

ୱାଶିଂଟନ୍‌: ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମେରିକାରେ ବ୍ୟାଙ୍କିଙ୍ଗ ସଙ୍କଟ ଆରମ୍ଭ ହୋଇଥିବା ଜଣାପଡିଛି। ବିଶ୍ବର ବୃହତ୍ତମ ଅର୍ଥନୀତି ଆମେରିକା ପୁଣି ଥରେ ବ୍ୟାଙ୍କିଙ୍ଗ ସଙ୍କଟ ଆଡକୁ ମୁହାଁଉଛି। ଏହି ଖବର ବିଶ୍ବ ଅର୍ଥନୀତି ପାଇଁ ଆଦୌ ଭଲ ନୁହେଁ। ବାସ୍ତବରେ ଆମେରିକାରେ ଆଉ ଏକ ବ୍ୟାଙ୍କ ବୁଡ଼ିବାକୁ ଯାଉଛି। ଏହି ବ୍ୟାଙ୍କର ନାମ ହେଉଛି ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କ। ଫେଡେରାଲ ଡିପୋଜିଟ ଇନସ୍ୟୁରାନ୍ସ କର୍ପୋରେସନ ଅନୁଯାୟୀ ଆମେରିକୀୟ ନିୟାମକମାନେ ଏହି ବ୍ୟାଙ୍କକୁ ନିଜ […]

ୱାଶିଂଟନ୍‌: ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମେରିକାରେ ବ୍ୟାଙ୍କିଙ୍ଗ ସଙ୍କଟ ଆରମ୍ଭ ହୋଇଥିବା ଜଣାପଡିଛି। ବିଶ୍ବର ବୃହତ୍ତମ ଅର୍ଥନୀତି ଆମେରିକା ପୁଣି ଥରେ ବ୍ୟାଙ୍କିଙ୍ଗ ସଙ୍କଟ ଆଡକୁ ମୁହାଁଉଛି। ଏହି ଖବର ବିଶ୍ବ ଅର୍ଥନୀତି ପାଇଁ ଆଦୌ ଭଲ ନୁହେଁ। ବାସ୍ତବରେ ଆମେରିକାରେ ଆଉ ଏକ ବ୍ୟାଙ୍କ ବୁଡ଼ିବାକୁ ଯାଉଛି। ଏହି ବ୍ୟାଙ୍କର ନାମ ହେଉଛି ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କ। ଫେଡେରାଲ ଡିପୋଜିଟ ଇନସ୍ୟୁରାନ୍ସ କର୍ପୋରେସନ ଅନୁଯାୟୀ ଆମେରିକୀୟ ନିୟାମକମାନେ ଏହି ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଇ ଏହାକୁ ବିକ୍ରି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଗତ ବର୍ଷ ପ୍ରାରମ୍ଭରେ, ଆମେରିକାରେ ବ୍ୟାଙ୍କିଙ୍ଗ ସଙ୍କଟ ହେତୁ ପାଞ୍ଚଟି ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବେ ଦେବାଳିଆ ହୋଇଯାଇଥିଲେ। ସେବେଠାରୁ ଦେଶର ଅନ୍ୟ ବ୍ୟାଙ୍କଗୁଡିକ ଚାପଗ୍ରସ୍ଥ ହୋଇଥିଲେ। ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କ ଅଫ୍ ଫିଲାଡେଲଫିଆ ଭୁଶୁଡି ପଡିଛି। ଏଫ୍‌ଡିଆଇସି ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କକୁ ଫୁଲଟନ୍ ଫାଇନାନ୍ସିଆଲ କର୍ପୋେରଶନ୍‌ର ଏକ ୟୁନିଟ୍ ଫୁଲଟନ୍ ବ୍ୟାଙ୍କକୁ ବିକ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ଫୁଲଟନ୍ ବ୍ୟାଙ୍କ ପ୍ରଥମେ ରିପବ୍ଲିକ ଫାଷ୍ଟର ସମସ୍ତ ଜମା ଗ୍ରହଣ କରିବ ଏବଂ ଏହାର ସମ୍ପତ୍ତି କ୍ରୟ କରିବ। ଜାନୁଆରୀ ୩୧ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, ରିପବ୍ଲିକ୍ ବ୍ୟାଙ୍କର ସମ୍ପତ୍ତିର ମୂଲ୍ୟ୬ ବିଲିୟନ ଡଲାର ଏବଂ ଜମା ମୂଲ୍ୟ ୪ ବିଲିୟନ ଡଲାର ହେବ ବୋଲି କୁହାଯାଉଛି। ଆମେରିକାର ନ୍ୟୁ ଜର୍ସି, ପେନସିଲ୍‌ଭାନିଆ ଏବଂ ଆମେରିକାର ନ୍ୟୁୟର୍କର ୩୨ଟି ଶାଖା ଫୁଲଟନ୍ ବ୍ୟାଙ୍କ ଶାଖା ଭାବରେ ଖୋଲାଯିବ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଗତବର୍ଷ ମାର୍ଚ୍ଚ ମାସରେ ସିଲିକନ୍ ଭ୍ୟାଲି ଏବଂ ସାିଗ୍‌ନେଚର ବ୍ୟାଙ୍କ ଏବଂ ମେ ମାସରେ ଫାଷ୍ଟ ରିପବ୍ଲିକ୍ ସମେତ ୩ ଟି ଆମେରିକୀୟ ବ୍ୟାଙ୍କ ଭୁଶୁଡି ପଡିଥିଲା। ଏଫ୍‌ଡିଆଇସି ଅନୁଯାୟୀ, ପେନସିଲଭାନିଆ ରାଜ୍ୟ ଦ୍ୱାରା ରିପବ୍ଲିକାନ୍ ଫାଷ୍ଟ ବ୍ୟାଙ୍କ ବନ୍ଦ ହୋଇଯାଇଛି। ବିଶେଷ କଥା ହେଉଛି ଚଳିତବର୍ଷ ଦେବାଳିଆ ହେବାରେ ଏହା ହେଉଛି ଆମେରିକାରେ ପ୍ରଥମ ବ୍ୟାଙ୍କ। ପେନସିଲଭାନିଆର ନିୟାମକ, ବ୍ୟାଙ୍କ ଏବଂ ସିକ୍ୟୁରିଟି ବିଭାଗ ପ୍ରଥମ ରିପବ୍ଲିକ୍ ବ୍ୟାଙ୍କ ବନ୍ଦ କରିବା ପରେ ଏଫଡିଆଇସିକୁ ରିସିଭର ଭାବରେ ନିଯୁକ୍ତ କରିଥିଲେ। ତେବେ ଗତ ବର୍ଷ ଆଞ୍ଚଳିକ ବ୍ୟାଙ୍କିଙ୍ଗ ସଙ୍କଟ ତୁଳନାରେ ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କର ସଙ୍କଟ ବହୁତ ଛୋଟ। ଯେଉଁମାନଙ୍କର ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କରେ ଆକାଉଣ୍ଟ ରହିଥିଲା ସେମାନେ ବର୍ତ୍ତମାନ ଫୁଲଟନ୍ ବ୍ୟାଙ୍କର ଗ୍ରାହକ ହେବେ। ଏଫ୍‌ଡିଆଇସିର ଜମା ବୀମା କଭର ପ୍ରତି ଜମାକାରୀ ପିଛା ୨,୫୦୦୦୦ ଡଲାର।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର