ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା; PUCC ନ ଥିଲେ ପେଟ୍ରୋଲ୍‌ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ

Madhusudan Das Picture
Published On

ଭୁବନେଶ୍ୱର: ବାଜିଲା ହାଇକୋର୍ଟଙ୍କ ଛାଟ, ୟୁ-ଟର୍ନ ମାରିଲେ ରାଜ୍ୟ ସରକାର । PUCC ନ ଥିଲେ ପେଟ୍ରୋଲ୍‌ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ କଲେ ସରକାର । ନିର୍ଦ୍ଦେଶ ପ୍ରତ୍ୟାହୃତ ବୋଲି ମାନ୍ୟବର ହାଇକୋର୍ଟଙ୍କୁ ଜଣାଇଲା ରାଜ୍ୟ ପରିବହନ ବିଭାଗ । ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର । କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ତେଲ ଦେବାରୁ ବଞ୍ଚିତ କରିପାରିବେ ନାହିଁ । ସେହିପରି ଜରିମାନା ଭରିବାକୁ ବାଧ୍ୟ କରିପାରିବେନି ସରକାର । ବାହନ ପୋର୍ଟାଲ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋର୍ଟାଲରେ ସଂଶୋଧନ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

ଆହୁରି ପଢ଼ନ୍ତୁ: ନିଜକୁ CID ପରିଚୟ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ, ୮ ଜଣଙ୍କୁ ଗିରଫ କଲା ପୋଲିସ

PUCC ନଥିଲେ ପେଟ୍ରୋଲ ମନା ସମ୍ପର୍କିତ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି । PUCC ନଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଛି । ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ଗାଡ଼ିର ପୁରୁଣା ଚାଲାଣ କିମ୍ବା ଜରିମାନା ବାକି ରହିଛି, ତଥାପି ସେମାନଙ୍କୁ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ । କେବଳ ଜରିମାନା ଆଦାୟ କରିବା ଉଦ୍ଦେଶ୍ୟରେ ସରକାର କାହାର ପ୍ରଦୂଷଣ ପ୍ରମାଣପତ୍ରକୁ ଅଟକାଇ ପାରିବେ ନାହିଁ କିମ୍ବା ଜରିମାନା ଭରିବାକୁ ବାଧ୍ୟ କରିପାରିବେ ନାହିଁ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ 'ବାହନ' ପୋର୍ଟାଲରେ ତୁରନ୍ତ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ସବୁ ସହରକୁ ହେବ ପାଇପ ଗ୍ୟାସ ଲାଇନ୍ ସଂଯୋଗ: ନଗର ଉନ୍ନୟନ୍ନ ମନ୍ତ୍ରୀ

ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ମିଳିବ ନାହିଁ ଏବଂ ଚାଲାଣ ନଭରିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ସରକାରୀ ସ୍ତରରେ ନିୟମ କରାଯାଇଥିଲା, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । 

ଆହୁରି ପଢ଼ନ୍ତୁ: ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ

27 Jan 2026 By Madhusudan Das

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା; PUCC ନ ଥିଲେ ପେଟ୍ରୋଲ୍‌ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ

ଭୁବନେଶ୍ୱର: ବାଜିଲା ହାଇକୋର୍ଟଙ୍କ ଛାଟ, ୟୁ-ଟର୍ନ ମାରିଲେ ରାଜ୍ୟ ସରକାର । PUCC ନ ଥିଲେ ପେଟ୍ରୋଲ୍‌ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ କଲେ ସରକାର । ନିର୍ଦ୍ଦେଶ ପ୍ରତ୍ୟାହୃତ ବୋଲି ମାନ୍ୟବର ହାଇକୋର୍ଟଙ୍କୁ ଜଣାଇଲା ରାଜ୍ୟ ପରିବହନ ବିଭାଗ । ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର । କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ତେଲ ଦେବାରୁ ବଞ୍ଚିତ କରିପାରିବେ ନାହିଁ । ସେହିପରି ଜରିମାନା ଭରିବାକୁ ବାଧ୍ୟ କରିପାରିବେନି ସରକାର । ବାହନ ପୋର୍ଟାଲ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋର୍ଟାଲରେ ସଂଶୋଧନ ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।

PUCC ନଥିଲେ ପେଟ୍ରୋଲ ମନା ସମ୍ପର୍କିତ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି । PUCC ନଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଛି । ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ଗାଡ଼ିର ପୁରୁଣା ଚାଲାଣ କିମ୍ବା ଜରିମାନା ବାକି ରହିଛି, ତଥାପି ସେମାନଙ୍କୁ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ । କେବଳ ଜରିମାନା ଆଦାୟ କରିବା ଉଦ୍ଦେଶ୍ୟରେ ସରକାର କାହାର ପ୍ରଦୂଷଣ ପ୍ରମାଣପତ୍ରକୁ ଅଟକାଇ ପାରିବେ ନାହିଁ କିମ୍ବା ଜରିମାନା ଭରିବାକୁ ବାଧ୍ୟ କରିପାରିବେ ନାହିଁ । ଏହି ମାମଲାର ଶୁଣାଣି କରି ହାଇକୋର୍ଟ 'ବାହନ' ପୋର୍ଟାଲରେ ତୁରନ୍ତ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ମିଳିବ ନାହିଁ ଏବଂ ଚାଲାଣ ନଭରିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବ ନାହିଁ ବୋଲି ସରକାରୀ ସ୍ତରରେ ନିୟମ କରାଯାଇଥିଲା, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର