ଡିଆର୍‍ଡିଏ ସହ ଜିଲ୍ଲା ପରିଷଦର ଆନୁଷ୍ଠାନିକ ମିଶ୍ରଣ : ସୃଷ୍ଟି ହେଲା ୧୧୧୫ ପଦ

The Sakala Picture
Published On

ଭୁବନେଶ୍ୱର : ପ୍ରଶାସନକୁ ପୂର୍ବାପେକ୍ଷା ଗ୍ରାମାଭିମୁଖୀ କରିବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ଏହି କ୍ରମରେ କିଛିଦିନ ପୂର୍ବରୁ ଜିଲ୍ଲା ପରିଷଦ ଗୁଡ଼ିକର ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା(ଡିଆରଡିଏ) ସହ ମିଶ୍ରଣ ନେଇ କ୍ୟାବିନେଟ୍‍ ମଞ୍ଜୁରୀ ମିଳିଥିଲା। ଏହି ନିଷ୍ପତ୍ତି ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ଉଭୟ ସଂସ୍ଥାର ସମ୍ମିଶ୍ରଣ ସମ୍ପର୍କିତ ସଂକଳ୍ପନାମା ଜାରି କରିଛି।ବର୍ତ୍ତମାନ ଠାରୁ ଡିଆରଡିଏ ଅଧନରେ କାର୍ଯ୍ୟ କରି ଆସୁଥିବା ସମସ୍ତ ଅଧିକାରୀ ଜିଲ୍ଲା […]

ଭୁବନେଶ୍ୱର : ପ୍ରଶାସନକୁ ପୂର୍ବାପେକ୍ଷା ଗ୍ରାମାଭିମୁଖୀ କରିବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ଏହି କ୍ରମରେ କିଛିଦିନ ପୂର୍ବରୁ ଜିଲ୍ଲା ପରିଷଦ ଗୁଡ଼ିକର ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା(ଡିଆରଡିଏ) ସହ ମିଶ୍ରଣ ନେଇ କ୍ୟାବିନେଟ୍‍ ମଞ୍ଜୁରୀ ମିଳିଥିଲା। ଏହି ନିଷ୍ପତ୍ତି ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ଉଭୟ ସଂସ୍ଥାର ସମ୍ମିଶ୍ରଣ ସମ୍ପର୍କିତ ସଂକଳ୍ପନାମା ଜାରି କରିଛି।ବର୍ତ୍ତମାନ ଠାରୁ ଡିଆରଡିଏ ଅଧନରେ କାର୍ଯ୍ୟ କରି ଆସୁଥିବା ସମସ୍ତ ଅଧିକାରୀ ଜିଲ୍ଲା ପରିଷଦର କର୍ମଚାରୀ ଭାବେ କାର୍ଯ୍ୟ କରିବେ। ଦରମା ଓ ଅଣ ଦରମା ପାଉଥିବା ନିୟମିତ କର୍ମଚାରୀଙ୍କ ବାବଦ ପାରିଶ୍ରମିକ ଜିଲ୍ଲା ପରିଷଦ ପକ୍ଷରୁ ଗୋଟିଏ ଉତ୍ସ(ହେଡ୍‍)ରୁ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ଡିଆରଡିଏ ଗୁଡ଼ିକରେ ଥିବା ୩୦ଟି ପିଡି(ଅର୍ଥ), ୩୦ଟି ସହାୟକ ପିଡି(ଦକ୍ଷତା ବିକାଶ) ତଥା ପ୍ରକଳ୍ପ କାର୍ଯ୍ୟନିର୍ବାହୀ(ସିବି), ୩୦ଟି ସହାୟକ ପିଡି(ଆରଏଚ), ୩୦ଟି ସହାୟକ ପିଡି(ଜୀବିକାମିଶନ) ତଥା ପ୍ରକଳ୍ପ ନିର୍ବାହୀ(ମାଇକ୍ରୋ ଫାଇନାନ୍ସ), ୩୦ଟି କାର୍ଯ୍ୟକ୍ରମ ଅଧିକାରୀ ପଦକୁ ଉଚ୍ଛେଦ କରାଯିବ। ଅପରପକ୍ଷରେ ୧୫୦ଟି କାର୍ଯ୍ୟକ୍ରମ ପରିଚାଳକ ପଦ ସୃଷ୍ଟି କରାଯିବ। ଉପରୋକ୍ତ ପଦ ଗୁଡ଼ିକ ପାଇଁ ମାସିକ ଦରମା ସ୍କେଲ ପେ ବାବଦରେ ୯୩୦୦ରୁ ୩୪,୮୦୦ ଟଙ୍କା ରହିବ। ସେହିପରି ଗ୍ରେଡ୍‍ ପେ ୪୨୦୦ ଟଙ୍କା ରହିବ ବୋଲି ଜଣାପଡ଼ିଛି। ଏହା ମଧ୍ୟରେ ୩୦ଟି କାର୍ଯ୍ୟକ୍ରମ ପରିଚାଳକ(ଆଇଟି) ଏବଂ ୩୦ କାର୍ଯ୍ୟକ୍ରମ ପରିଚାଳକ (ଅର୍ଥ) ପଦ ରହିବ। କାର୍ଯ୍ୟକ୍ରମ ପରିଚାଳକ ପଦ ଗୁଡ଼ିକ ସିଧାସଳଖ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ରାଜ୍ୟ କ୍ୟାଡର ଜରିଆରେ ପୂରଣ କରାଯିବ। ଓଡ଼ିଶା ଷ୍ଟାପ ସିଲେସ୍କନ କମିସନ ଜରିଆରେ ପଦ ପୂରଣ ନେଇ ମାର୍ଗଦର୍ଶିକା ବିଭାଗୀୟ ପରାମର୍ଶରେ ପ୍ରସ୍ତୁତ କରାଯିବ। ଡିଆରଡିଏର ଜିଲ୍ଲା ପରିଷଦ ସହ ସମ୍ମିଶ୍ରଣ ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ସଚିବ ଭାବେ କାର୍ଯ୍ୟ କରିବେ। ସେହିପରି ନୂଆ କରି ହୋଇଥିବା କାର୍ଯ୍ୟକ୍ରମ ପରିଚାଳକ ଏବଂ ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକମାନଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆପେଲେଟ୍‍ ଅଥରଟି ଭାବେ କାର୍ଯ୍ୟ କରିବ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ରଣେନ୍ଦ୍ର; କହିଲେ, ‘ଦୁଇ ବର୍ଷରେ ୫୦ ନିଷ୍ପତ୍ତିରେ ସରକାରଙ୍କ ୟୁ-ଟର୍ଣ୍ଣ’

ସମ୍ମିଶ୍ରଣ ପରେ ଗ୍ରୁପ୍‍-ଏ ତଥା ‘କ’ ବର୍ଗରେ ପ୍ରକଳ୍ପ ନିର୍ଦ୍ଦେଶକ ପଦ ଏଣିକି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପରିଚିତ ହେବେ। ସେହିପରି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ପଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ(ପ୍ରଶାସନ), ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ପଦଟି ଆର୍ଥିକ କାର୍ଯ୍ୟନିର୍ବାହୀ ଅଧିକାରୀ(ଅର୍ଥ) ଏବଂ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ) ପଦ ଉପ କାର୍ଯ୍ୟନିର୍ବାହୀ ଅଧିକାରୀ(ବୈଷୟିକ) ଭାବେ କାର୍ଯ୍ୟ କରିବ। ଅନୁରୂପ ଭାବେ ଗ୍ରୁପ୍‍-ବି ଅନ୍ତର୍ଗତ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଏମଆଇଏସ) ଏଣିକି ସହାୟକ କାର୍ଯ୍ୟନିର୍ବାହୀ ଅଧିକାରୀ (ଏମଆଇଏସ), ବରିଷ୍ଠ କିରାଣୀମାନେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରିବେ। ଏହି ବର୍ଗରେ ବରିଷ୍ଠ ଷ୍ଟେନୋଗ୍ରାଫର ପଦରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଗ୍ରୁପ୍‍-ସି ତଥା ‘ଗ’ ବର୍ଗରେ ବରିଷ୍ଠ କିରାଣୀ ଏଣିକି ବରିଷ୍ଠ ସହାୟକ, କନିଷ୍ଠ କିରାଣୀ କନିଷ୍ଠ ସହାୟକ ଭାବେ ପରିଚିତ ହେବେ। କନିଷ୍ଠ ଷ୍ଟେନୋଗ୍ରାଫର, କନିଷ୍ଠ ହିସାବ ରକ୍ଷକ ଏବଂ ଗାଡି ଚାଳକ ପଦ ଅପରିବର୍ତ୍ତିତ ରହିଛି।ଗ୍ରୁପ୍‍-ଡି ଅନ୍ତର୍ଗତ ପିଅନ ତଥା ଚୌକିଦାର ପଦ ପିଅନ ଏବଂ ଝାଡୁଦାର ତଥା ଚୌକିଦାର ତଥା ରାତ୍ରି ଜଗୁଆଳ ପଦ ଝାଡୁଦାର ତଥା ଚୌକିଦାରକୁ ରୂପାନ୍ତରିତ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରରେ ଡିଜି ପାହ୍ୟା ପଦବୀ ପାଇଁ ଓଡ଼ିଶା କ୍ୟାଡରର ୨ ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଏବଂ ପଦ୍ମାକର ଏସ୍ ମନୋନୀତ

ଆଗାମୀ ଦିନରେ ସାରା ରାଜ୍ୟ ପାଇଁ ୩୦ଟି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ୩୦ଟି ଲେଖାଏଁ କାର୍ଯ୍ୟନିର୍ବହୀ(ପ୍ରଶାସନ/ବୈଷୟିକ/ଅର୍ଥ) ପଦ ସୃଷ୍ଟି ହେବ। ସେହିପରି ଉପ କାର୍ଯ୍ୟନିର୍ବାହୀ ଅଧିକାରୀ(ବୈଷୟିକ) ଅଧିକାରୀ ୪୦ଟି, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ(ଏମଆଇଏସ) ୩୦, ୭ ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ, ୧୫୦ କାର୍ଯ୍ୟକ୍ରମ ପରିଚାଳକ, ୬୦ ବ୍ୟକ୍ତିଗତ ସହାୟକ, ୪୦ ସେକ୍ସନ ଅଫିସର, ୩୦ ବରିଷ୍ଠ ଷ୍ଟେନୋ ଗ୍ରାଫର, ୧୪୩ ବରିଷ୍ଠ ସହାୟକ, ୩୦ କନିଷ୍ଠ ଷ୍ଟେନୋ ଗ୍ରାଫର, ୨୧ କନିଷ୍ଠ ହିସାବରକ୍ଷ. ୧୩୦ କନିଷ୍ଠ ସହାୟକ, ୮୮ଟି ଡ୍ରାଇଭର, ୧୯୩ ପିଅନ ଏବଂ ୩୩ ଝାଡୁଦାର ତଥା ଚୌକିଦାର ପଦ ସୃଷ୍ଟି କରାଗଲା। ଏହିପରି ଭାବେ ମୋଟ ୧୧୧୫ଟି ପଦ ସୃଷ୍ଟି କରାଯାଇଛି। ଡିଆରଡିଏ ଗୁଡ଼ିକରେ ଥିବା ବଳକା ଅର୍ଥ ଜିଲ୍ଲା ପରିଷଦ ପାଣ୍ଠିକୁ ହସ୍ତାନ୍ତର କରାଯିବ।

04 Jun 2022 By The Sakala

ଡିଆର୍‍ଡିଏ ସହ ଜିଲ୍ଲା ପରିଷଦର ଆନୁଷ୍ଠାନିକ ମିଶ୍ରଣ : ସୃଷ୍ଟି ହେଲା ୧୧୧୫ ପଦ

ଭୁବନେଶ୍ୱର : ପ୍ରଶାସନକୁ ପୂର୍ବାପେକ୍ଷା ଗ୍ରାମାଭିମୁଖୀ କରିବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି। ଏହି କ୍ରମରେ କିଛିଦିନ ପୂର୍ବରୁ ଜିଲ୍ଲା ପରିଷଦ ଗୁଡ଼ିକର ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥା(ଡିଆରଡିଏ) ସହ ମିଶ୍ରଣ ନେଇ କ୍ୟାବିନେଟ୍‍ ମଞ୍ଜୁରୀ ମିଳିଥିଲା। ଏହି ନିଷ୍ପତ୍ତି ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ଉଭୟ ସଂସ୍ଥାର ସମ୍ମିଶ୍ରଣ ସମ୍ପର୍କିତ ସଂକଳ୍ପନାମା ଜାରି କରିଛି।ବର୍ତ୍ତମାନ ଠାରୁ ଡିଆରଡିଏ ଅଧନରେ କାର୍ଯ୍ୟ କରି ଆସୁଥିବା ସମସ୍ତ ଅଧିକାରୀ ଜିଲ୍ଲା ପରିଷଦର କର୍ମଚାରୀ ଭାବେ କାର୍ଯ୍ୟ କରିବେ। ଦରମା ଓ ଅଣ ଦରମା ପାଉଥିବା ନିୟମିତ କର୍ମଚାରୀଙ୍କ ବାବଦ ପାରିଶ୍ରମିକ ଜିଲ୍ଲା ପରିଷଦ ପକ୍ଷରୁ ଗୋଟିଏ ଉତ୍ସ(ହେଡ୍‍)ରୁ ପ୍ରଦାନ କରାଯିବ।

ଡିଆରଡିଏ ଗୁଡ଼ିକରେ ଥିବା ୩୦ଟି ପିଡି(ଅର୍ଥ), ୩୦ଟି ସହାୟକ ପିଡି(ଦକ୍ଷତା ବିକାଶ) ତଥା ପ୍ରକଳ୍ପ କାର୍ଯ୍ୟନିର୍ବାହୀ(ସିବି), ୩୦ଟି ସହାୟକ ପିଡି(ଆରଏଚ), ୩୦ଟି ସହାୟକ ପିଡି(ଜୀବିକାମିଶନ) ତଥା ପ୍ରକଳ୍ପ ନିର୍ବାହୀ(ମାଇକ୍ରୋ ଫାଇନାନ୍ସ), ୩୦ଟି କାର୍ଯ୍ୟକ୍ରମ ଅଧିକାରୀ ପଦକୁ ଉଚ୍ଛେଦ କରାଯିବ। ଅପରପକ୍ଷରେ ୧୫୦ଟି କାର୍ଯ୍ୟକ୍ରମ ପରିଚାଳକ ପଦ ସୃଷ୍ଟି କରାଯିବ। ଉପରୋକ୍ତ ପଦ ଗୁଡ଼ିକ ପାଇଁ ମାସିକ ଦରମା ସ୍କେଲ ପେ ବାବଦରେ ୯୩୦୦ରୁ ୩୪,୮୦୦ ଟଙ୍କା ରହିବ। ସେହିପରି ଗ୍ରେଡ୍‍ ପେ ୪୨୦୦ ଟଙ୍କା ରହିବ ବୋଲି ଜଣାପଡ଼ିଛି। ଏହା ମଧ୍ୟରେ ୩୦ଟି କାର୍ଯ୍ୟକ୍ରମ ପରିଚାଳକ(ଆଇଟି) ଏବଂ ୩୦ କାର୍ଯ୍ୟକ୍ରମ ପରିଚାଳକ (ଅର୍ଥ) ପଦ ରହିବ। କାର୍ଯ୍ୟକ୍ରମ ପରିଚାଳକ ପଦ ଗୁଡ଼ିକ ସିଧାସଳଖ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା ରାଜ୍ୟ କ୍ୟାଡର ଜରିଆରେ ପୂରଣ କରାଯିବ। ଓଡ଼ିଶା ଷ୍ଟାପ ସିଲେସ୍କନ କମିସନ ଜରିଆରେ ପଦ ପୂରଣ ନେଇ ମାର୍ଗଦର୍ଶିକା ବିଭାଗୀୟ ପରାମର୍ଶରେ ପ୍ରସ୍ତୁତ କରାଯିବ। ଡିଆରଡିଏର ଜିଲ୍ଲା ପରିଷଦ ସହ ସମ୍ମିଶ୍ରଣ ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ସଚିବ ଭାବେ କାର୍ଯ୍ୟ କରିବେ। ସେହିପରି ନୂଆ କରି ହୋଇଥିବା କାର୍ଯ୍ୟକ୍ରମ ପରିଚାଳକ ଏବଂ ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକମାନଙ୍କର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆପେଲେଟ୍‍ ଅଥରଟି ଭାବେ କାର୍ଯ୍ୟ କରିବ।

ସମ୍ମିଶ୍ରଣ ପରେ ଗ୍ରୁପ୍‍-ଏ ତଥା ‘କ’ ବର୍ଗରେ ପ୍ରକଳ୍ପ ନିର୍ଦ୍ଦେଶକ ପଦ ଏଣିକି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପରିଚିତ ହେବେ। ସେହିପରି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ପଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ(ପ୍ରଶାସନ), ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ପଦଟି ଆର୍ଥିକ କାର୍ଯ୍ୟନିର୍ବାହୀ ଅଧିକାରୀ(ଅର୍ଥ) ଏବଂ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ) ପଦ ଉପ କାର୍ଯ୍ୟନିର୍ବାହୀ ଅଧିକାରୀ(ବୈଷୟିକ) ଭାବେ କାର୍ଯ୍ୟ କରିବ। ଅନୁରୂପ ଭାବେ ଗ୍ରୁପ୍‍-ବି ଅନ୍ତର୍ଗତ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଏମଆଇଏସ) ଏଣିକି ସହାୟକ କାର୍ଯ୍ୟନିର୍ବାହୀ ଅଧିକାରୀ (ଏମଆଇଏସ), ବରିଷ୍ଠ କିରାଣୀମାନେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରିବେ। ଏହି ବର୍ଗରେ ବରିଷ୍ଠ ଷ୍ଟେନୋଗ୍ରାଫର ପଦରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଗ୍ରୁପ୍‍-ସି ତଥା ‘ଗ’ ବର୍ଗରେ ବରିଷ୍ଠ କିରାଣୀ ଏଣିକି ବରିଷ୍ଠ ସହାୟକ, କନିଷ୍ଠ କିରାଣୀ କନିଷ୍ଠ ସହାୟକ ଭାବେ ପରିଚିତ ହେବେ। କନିଷ୍ଠ ଷ୍ଟେନୋଗ୍ରାଫର, କନିଷ୍ଠ ହିସାବ ରକ୍ଷକ ଏବଂ ଗାଡି ଚାଳକ ପଦ ଅପରିବର୍ତ୍ତିତ ରହିଛି।ଗ୍ରୁପ୍‍-ଡି ଅନ୍ତର୍ଗତ ପିଅନ ତଥା ଚୌକିଦାର ପଦ ପିଅନ ଏବଂ ଝାଡୁଦାର ତଥା ଚୌକିଦାର ତଥା ରାତ୍ରି ଜଗୁଆଳ ପଦ ଝାଡୁଦାର ତଥା ଚୌକିଦାରକୁ ରୂପାନ୍ତରିତ ହୋଇଛି।

ଆଗାମୀ ଦିନରେ ସାରା ରାଜ୍ୟ ପାଇଁ ୩୦ଟି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ୩୦ଟି ଲେଖାଏଁ କାର୍ଯ୍ୟନିର୍ବହୀ(ପ୍ରଶାସନ/ବୈଷୟିକ/ଅର୍ଥ) ପଦ ସୃଷ୍ଟି ହେବ। ସେହିପରି ଉପ କାର୍ଯ୍ୟନିର୍ବାହୀ ଅଧିକାରୀ(ବୈଷୟିକ) ଅଧିକାରୀ ୪୦ଟି, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ(ଏମଆଇଏସ) ୩୦, ୭ ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ, ୧୫୦ କାର୍ଯ୍ୟକ୍ରମ ପରିଚାଳକ, ୬୦ ବ୍ୟକ୍ତିଗତ ସହାୟକ, ୪୦ ସେକ୍ସନ ଅଫିସର, ୩୦ ବରିଷ୍ଠ ଷ୍ଟେନୋ ଗ୍ରାଫର, ୧୪୩ ବରିଷ୍ଠ ସହାୟକ, ୩୦ କନିଷ୍ଠ ଷ୍ଟେନୋ ଗ୍ରାଫର, ୨୧ କନିଷ୍ଠ ହିସାବରକ୍ଷ. ୧୩୦ କନିଷ୍ଠ ସହାୟକ, ୮୮ଟି ଡ୍ରାଇଭର, ୧୯୩ ପିଅନ ଏବଂ ୩୩ ଝାଡୁଦାର ତଥା ଚୌକିଦାର ପଦ ସୃଷ୍ଟି କରାଗଲା। ଏହିପରି ଭାବେ ମୋଟ ୧୧୧୫ଟି ପଦ ସୃଷ୍ଟି କରାଯାଇଛି। ଡିଆରଡିଏ ଗୁଡ଼ିକରେ ଥିବା ବଳକା ଅର୍ଥ ଜିଲ୍ଲା ପରିଷଦ ପାଣ୍ଠିକୁ ହସ୍ତାନ୍ତର କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର