Jay Dholakia: ନୂଆପଡ଼ା ଉପନିର୍ବାଚନ: ଜୟ ଢୋଲକିଆ ବିଜୟୀ...

Deviprasad Mohanty Picture
Published On

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ ବାଜି ମାରିଛି ବିଜେପି। ଆଜି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ୨୬ଟି ରାଉଣ୍ଡରେ କାଉଣ୍ଟିଂ ହେବାର ଥିଲା ପରେ ଏହାକୁ ୨୯ ରାଉଣ୍ଡକୁ ବୃଦ୍ଧି କରାଯାଇଥିଲା। ଏହି ନିର୍ବାଚନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ। ଏହାରି ମଧ୍ଯର ଭୋଟ୍ ଗଣତି ଶେଷ ହୋଇଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦ ହଜାର ୧୨୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆକୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି। ଜୟ ଢୋଲକିଆ ୮୩ ହଜାର ୭୪୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। 

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ଏହି ଆସନରୁ ବିଜୟୀ ହୋଇଥିଲେ । ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ହୋଇଥିଲା । ଦିବଙ୍ଗତ ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ସାମିଲ ହେବା ପରେ ପ୍ରଥମ ଥର ପାଇଁ ଉନିର୍ବାଚନରେ ଲଢିଥିଲେ।

ଆହୁରି ପଢ଼ନ୍ତୁ: ଆଜିଠାରୁ ୫ ଦିନ ବ୍ୟାଙ୍କ ବନ୍ଦ; ସପ୍ତାହରେ ୫ଦିନିଆ କାର୍ଯ୍ୟ ସମେତ ୩ ଦଫା ଦାବିରେ ୟୁଏଫ୍‌ବିୟୁ ପକ୍ଷରୁ ଧର୍ମଘଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର