ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ତେଜସ୍ୱୀ ହେଲେ ଉପମୁଖ୍ୟମନ୍ତ୍ରୀ

The Sakala Picture
Published On

ପାଟଣା : ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଛି ମହାଗଠବନ୍ଧନ ସରକାର। ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ସେ ଏହି ପଦର […]

ପାଟଣା : ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଛି ମହାଗଠବନ୍ଧନ ସରକାର। ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ସେ ଏହି ପଦର ଶପଥ ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ଗତକାଲି ଅର୍ଥାତ ମଙ୍ଗଳବାର ନୀତିଶ ବିଜେପିର ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ନୀତିଶ ଆର୍‌ଜେଡି ସମେତ ୭ଟି ଦଳ ସହ ମହାଗଠବନ୍ଧନ କରି ପୁଣି ଥରେ ଆଜି ବିହାରର ଶାସନ କମାଣ ଧରିଛନ୍ତି।୨୦୨୦ରେ ବିଜେପି ଓ ନୀତୀଶଙ୍କ ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ବିହାରରେ ସରକାର ଗଠନ କରିଥିଲେ। କିନ୍ତୁ ପ୍ରାୟ ଅଢ଼େଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗିବା ସହ ସରକାର ଭୁଶୁଡିଛି। ନୂଆ କରି ନୀତୀଶ ଗଠନ କରିଥିବା ମହାଗଠବନ୍ଧନରେ ଜେଡିୟୁ ଓ ଆର୍‌ଜେଡି ବ୍ୟତୀତ କଂଗ୍ରେସ, ବାମ ଦଳ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ନୀତୀଶଙ୍କ ଦାବି ଅନୁସାରେ ମହାଗଠବନ୍ଧନ ସରକାର ସପକ୍ଷରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

10 Aug 2022 By The Sakala

ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ତେଜସ୍ୱୀ ହେଲେ ଉପମୁଖ୍ୟମନ୍ତ୍ରୀ

ପାଟଣା : ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଛି ମହାଗଠବନ୍ଧନ ସରକାର। ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ସେ ଏହି ପଦର ଶପଥ ନେଇଛନ୍ତି ।

ଗତକାଲି ଅର୍ଥାତ ମଙ୍ଗଳବାର ନୀତିଶ ବିଜେପିର ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ନୀତିଶ ଆର୍‌ଜେଡି ସମେତ ୭ଟି ଦଳ ସହ ମହାଗଠବନ୍ଧନ କରି ପୁଣି ଥରେ ଆଜି ବିହାରର ଶାସନ କମାଣ ଧରିଛନ୍ତି।୨୦୨୦ରେ ବିଜେପି ଓ ନୀତୀଶଙ୍କ ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ବିହାରରେ ସରକାର ଗଠନ କରିଥିଲେ। କିନ୍ତୁ ପ୍ରାୟ ଅଢ଼େଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗିବା ସହ ସରକାର ଭୁଶୁଡିଛି। ନୂଆ କରି ନୀତୀଶ ଗଠନ କରିଥିବା ମହାଗଠବନ୍ଧନରେ ଜେଡିୟୁ ଓ ଆର୍‌ଜେଡି ବ୍ୟତୀତ କଂଗ୍ରେସ, ବାମ ଦଳ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ନୀତୀଶଙ୍କ ଦାବି ଅନୁସାରେ ମହାଗଠବନ୍ଧନ ସରକାର ସପକ୍ଷରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର