ଏନ୍ଏଚ୍ଏଆଇର ଏକୀକୃତ ମୋବାଇଲ୍ ଆପ୍ ‘ରାଜମାର୍ଗ ଯାତ୍ରା’ ଆରମ୍ଭ
ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ନାଗରିକ- କେନ୍ଦ୍ରିକ ଏକୀକୃତ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା›ର ଶୁଭାରମ୍ଭ ସହିତ ରାଜପଥ ବ୍ୟବହାରକାରୀମାନଙ୍କ ଅଭିଜ୍ଞତାକୁ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଉପଭୋକ୍ତା- ଅନୁକୂଳ ଆପ୍ ବର୍ତ୍ତମାନ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆଇଓଏସ୍ ଆପ୍ ଷ୍ଟୋର୍ରେ ଡାଉନଲୋଡ୍ ପାଇଁ ଉପଲବ୍ଧ ହେଉଛି, ଯାହା ଯାତ୍ରୀମାନଙ୍କୁ ଭାରତୀୟ ଜାତୀୟ ରାଜପଥ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ଏକ ଦକ୍ଷ ଅଭିଯୋଗ […]
ନୂଆଦିଲ୍ଲୀ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ନାଗରିକ- କେନ୍ଦ୍ରିକ ଏକୀକୃତ ମୋବାଇଲ୍ ଆପ୍ଲିକେସନ୍ ‘ରାଜମାର୍ଗଯାତ୍ରା›ର ଶୁଭାରମ୍ଭ ସହିତ ରାଜପଥ ବ୍ୟବହାରକାରୀମାନଙ୍କ ଅଭିଜ୍ଞତାକୁ ମଜଭୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ଉପଭୋକ୍ତା- ଅନୁକୂଳ ଆପ୍ ବର୍ତ୍ତମାନ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆଇଓଏସ୍ ଆପ୍ ଷ୍ଟୋର୍ରେ ଡାଉନଲୋଡ୍ ପାଇଁ ଉପଲବ୍ଧ ହେଉଛି, ଯାହା ଯାତ୍ରୀମାନଙ୍କୁ ଭାରତୀୟ ଜାତୀୟ ରାଜପଥ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ଏକ ଦକ୍ଷ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ପ୍ରଦାନ କରୁଛି। ଏହି ଆପ୍ ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀରେ ଉପଲବ୍ଧ। ‘ରାଜମାର୍ଗଯାତ୍ରା\’ ଆପ୍’ର ମୁଖ୍ୟ ବୈଶିଷ୍ଟ୍ୟ ଗୁଡିକ ଜାତୀୟ ରାଜପଥ ବ୍ୟବହାରକାରୀଙ୍କ ପାଇଁ ବେଶ ଉପଯୋଗୀ।
ବିସ୍ତୃତ ରାଜପଥ ସୂଚନା
‘ରାଜମାର୍ଗଯାତ୍ରା’ ଜାତୀୟ ରାଜପଥ ବ୍ୟବହାରକାରୀମାନଙ୍କ ପାଇଁ ଅତ୍ୟାବଶ୍ୟକ ତଥ୍ୟର ଏକକ ସଂଗ୍ରହାଳୟ ଭାବରେ କାର୍ଯ୍ୟ କରିବ। ଏହା ବାସ୍ତବ ସମୟର ପାଣିପାଗ ଅବସ୍ଥା, ଠିକ୍ ସମୟରେ ପ୍ରସାରଣ ବିଜ୍ଞପ୍ତି, ଏବଂ ନିକଟସ୍ଥ ଟୋଲ୍ ପ୍ଲାଜା, ପେଟ୍ରୋଲ୍ ପମ୍ପ, ଡାକ୍ତରଖାନା, ହୋଟେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବିଷୟରେ ସବିଶେଷ ତଥ୍ୟ ପ୍ରାପ୍ତ କରିବାର ସୁଯୋଗ ପ୍ରଦାନ କରିଥାଏ, ଯାହା ଜାତୀୟ ରାଜପଥରେ ଏକ ନିରାପଦ ଏବଂ ସୁରକ୍ଷିତ ଯାତ୍ରା ନିଶ୍ଚିତ କରେ।
ଚିନ୍ତା – ମୁକ୍ତ ଅଭିଯୋଗ ନିବାରଣ
ଏହି ଆପ୍ ଏକ ଅନ୍ତର୍ନିହିତ ଅଭିଯୋଗ ନିବାରଣ ଏବଂ ବୃଦ୍ଧି କୌଶଳ ସହିତ ସଜ୍ଜିତ। ଏଥିରେ ଉପଭୋକ୍ତାମାନେ ଉତ୍ତମ ସ୍ୱଚ୍ଛତା ପାଇଁ ଜିଓ ଟ୍ୟାଗଡ୍ ଭିଡିଓ କିମ୍ବା ଫଟୋ ସଂଲଗ୍ନ କରି ସହଜରେ ରାଜପଥ ସମ୍ବନ୍ଧୀୟ ସମସ୍ୟାଗୁଡିକର ରିପୋର୍ଟ କରିପାରିବେ। ପଞ୍ଜୀକୃତ ଅଭିଯୋଗ ଗୁଡିକର ଏକ ସମୟସୀମା ମଧ୍ୟରେ ସମାଧାନ କରାଯିବ, ଯେ କୌଣସି ବିଳମ୍ବ ହେଲେ ସିଷ୍ଟମ – ଜେନେରେଟେଡ୍ ମାମଲାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯିବ। ବ୍ୟବହାରକାରୀ ସମ୍ପର୍ଣ୍ଣ ସ୍ୱଚ୍ଛତା ପାଇଁ ନିଜର ଅଭିଯୋଗର ସ୍ଥିତିକୁ ମଧ୍ୟ ଟ୍ରାକ୍ କରିପାରିବେ।
ବାଧାହୀନ ଫାଷ୍ଟଟ୍ୟାଗ୍ ସେବା
‘ରାଜମାର୍ଗଯାତ୍ରା’ ଏହାର ସେବାକୁ ବିଭିନ୍ନ ବ୍ୟାଙ୍କ ପୋର୍ଟାଲ୍ ସହିତ ଏକୀଭୂତ କରେ, ଯାହା ବ୍ୟବହାରକାରୀମାନଙ୍କ ପାଇଁ ସେମାନଙ୍କର ଫାଷ୍ଟଟ୍ୟାଗ୍ ରିଚାର୍ଜ କରିବା, ମାସିକ ପାସ୍ ପାଇବା ଏବଂ ଅନ୍ୟାନ୍ୟ ଫାଷ୍ଟଟ୍ୟାଗ୍ ସମ୍ବନ୍ଧୀୟ ବ୍ୟାଙ୍କିଂ ସେବା ଗଡିକୁ ଗୋଟିଏ ପ୍ଲାଟଫର୍ମ ମଧ୍ୟରେ ବ୍ୟବହାର କରିଥାଏ। ଦାୟିତ୍ୱପୂର୍ଣ୍ଣ ଏବଂ ନିରାପଦ ଡ୍ରାଇଭିଂ ଆଚରଣକୁ ଉତ୍ସାହିତ କରିବା ପାଇଁ ଅତ୍ୟଧିକ ଗତି ସମ୍ପର୍କରେ ସୂଚନା ଦେବା ଏବଂ ସ୍ୱର – ସହାୟତା ମାଧ୍ୟମରେ ସତର୍କ କରିବା।





