ବିଲରେ ନୱାଜୁଦ୍ଦିନ

The Sakala Picture
Published On

ନିଖୁଣ ଅଭିନୟ ଲାଗି ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଇଣ୍ଡଷ୍ଟ୍ରିରେ ବେଶ୍ ଲୋକପ୍ରିୟ। ତେବେ ସେ ଲକଡାଉନ୍‌ରେ କ୍ୟାମେରାଠାରୁ ମୁହଁ ଫେରାଇ ଗାଁମୁହାଁ ହୋଇଥିଲେ। ଉତ୍ତରପ୍ରଦେଶର ମୁଜାଫରନଗରର କସୱେ ବୁଢ଼ାନା ଗାଁରେ ତାଙ୍କ ଘର। ଗାଁରେ ତାଙ୍କର ଅଧକାଂଶ ସମୟ କୃଷିକାର୍ଯ୍ୟରେ ଅତିବାହିତ ହୋଇଥିଲା। ଏହି ସମୟରେ ସେ ଏକ ଭିନ୍ନ ଲୁକ୍‌ରେ ନଜର ଆସିଥିଲେ। ଅର୍ଥାତ୍ ଗାଁ କ୍ଷେତରେ କଳା ପ୍ୟାଣ୍ଟ୍, ଧଳା ସାର୍ଟ ଓ ମୁଣ୍ଡରେ ଗାମୁଛା ବାନ୍ଧି କ୍ଷେତରେ କାମ କରୁଥିଲେ ନୱାଜୁଦ୍ଦିନ। […]

ନିଖୁଣ ଅଭିନୟ ଲାଗି ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଇଣ୍ଡଷ୍ଟ୍ରିରେ ବେଶ୍ ଲୋକପ୍ରିୟ। ତେବେ ସେ ଲକଡାଉନ୍‌ରେ କ୍ୟାମେରାଠାରୁ ମୁହଁ ଫେରାଇ ଗାଁମୁହାଁ ହୋଇଥିଲେ। ଉତ୍ତରପ୍ରଦେଶର ମୁଜାଫରନଗରର କସୱେ ବୁଢ଼ାନା ଗାଁରେ ତାଙ୍କ ଘର। ଗାଁରେ ତାଙ୍କର ଅଧକାଂଶ ସମୟ କୃଷିକାର୍ଯ୍ୟରେ ଅତିବାହିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଜଧାନୀରୁ ପୁଣି ସିମ୍ ବକ୍ସ ଠାବ, ୨ କେରଳ ଯୁବକ ଅଟକ

ଏହି ସମୟରେ ସେ ଏକ ଭିନ୍ନ ଲୁକ୍‌ରେ ନଜର ଆସିଥିଲେ। ଅର୍ଥାତ୍ ଗାଁ କ୍ଷେତରେ କଳା ପ୍ୟାଣ୍ଟ୍, ଧଳା ସାର୍ଟ ଓ ମୁଣ୍ଡରେ ଗାମୁଛା ବାନ୍ଧି କ୍ଷେତରେ କାମ କରୁଥିଲେ ନୱାଜୁଦ୍ଦିନ। ଏହା ସହ ସେ କ୍ଷେତରେ ଟ୍ରାକ୍ଟର ଚଳାଇବାରୁ ବାଦ୍ ପଡ଼ି ନ ଥିଲେ। ଏସବୁର ଫଟୋ ତଥା ଭିଡିଓ ସେ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଥିଲେ। ଯେଉଁଥିରେ ତାଙ୍କର ଏ ଭିନ୍ନ କାମ ବିଷୟରେ ସମସ୍ତେ ପରିଚିତ ହେବା ସହ କ୍ଷେତରେ କାମ ସାରିବା ପରେ ଏକ ଛୋଟ କେନାଲ୍ ମୁହଁରେ ବସି ହାତ ଗୋଡ଼ ଧୋଉଥିବା ଭିଡ଼ିଓରୁ ଦେଖିବାକୁ ମିଳିଛି। ଗାଁ ରହଣିରେ ସେ ଅନେକ ଚାଷୀଭାଇଙ୍କୁ ଭେଟିଥିଲେ। ସେମାନଙ୍କ ସହ କଥାବର୍ତ୍ତା ହୋଇ ସେମାନଙ୍କ ନାନାଦି ସମସ୍ୟା ବୁଝିବାକୁ ସକ୍ଷମ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସେ କହନ୍ତି ତାଙ୍କ ବାପା ଜଣେ ଚାଷୀ। ଏପରିକି ସେ ଖୁବ୍ ଅଳ୍ପ ବୟସରେ ଚାଷ କାମ ଆରମ୍ଭ କରିଥିଲେ, କିନ୍ତୁ ତାଙ୍କ ବାପା ପାଠ ପଢ଼ିବାକୁ ବାଧ୍ୟ କରିଥିଲେ। ନୱାଜଙ୍କ ଚାଷ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ ଏନଡିଭିର ‘ଡନ୍ ଫର ଦ ଡେ’ ଆଲେଖ୍ୟରୁ ଅଧିକ ତଥ୍ୟ ଜାଣିପାରିବେ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ଯୁଦ୍ଧ ଉତ୍ତେଜନା: ହିଂସା ଆଶଙ୍କାକୁ ନେଇ ସବୁ ରାଜ୍ୟକୁ ସତର୍କ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp