ମୋବାଇଲ୍‌ ଉପଭୋକ୍ତାଙ୍କୁ ଲାଗିବ ଝଟ୍‌କା, ବଢ଼ିବ ରିଚାର୍ଜ ପ୍ଲାନ୍‌

The Sakala Picture
Published On

ନୂଆଦିଲ୍ଲୀ, ୧୪ା୫ (ଏଜେନ୍ସି): ଦେଶରେ ଦୀର୍ଘ ଦିନ ହେବ ଦରଦାମ୍‌ ବୃଦ୍ଧି ସହ ଯୁଝୁଥିବା ସାଧାରଣ ଖାଉଟିଙ୍କୁ ଆଗାମୀ ଦିନରେ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟ୍‌କା। ଉପଭୋକ୍ତାଙ୍କୁ ଏହି ଝଟ୍‌କା ଏଥର ମୋବାଇଲ ରିଚାର୍ଜ ଅାକାରରେ ଲାଗିବ। କାରଣ ଟେଲିକମ୍‌ ଅପରରେଟରମାନେ ସାଧାରଣ ନିର୍ବାଚନ ପରେ ମୋବାଇଲ ଟାରିଫ୍‌ ପ୍ଲାନ୍‌ ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ହେଲେ ମୋବାଇଲ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହୋଇଯିବ। ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରାଜସ୍ୱ ବୃଦ୍ଧି ପାଇଁ ନିର୍ବାଚନ […]

ନୂଆଦିଲ୍ଲୀ, ୧୪ା୫ (ଏଜେନ୍ସି): ଦେଶରେ ଦୀର୍ଘ ଦିନ ହେବ ଦରଦାମ୍‌ ବୃଦ୍ଧି ସହ ଯୁଝୁଥିବା ସାଧାରଣ ଖାଉଟିଙ୍କୁ ଆଗାମୀ ଦିନରେ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟ୍‌କା। ଉପଭୋକ୍ତାଙ୍କୁ ଏହି ଝଟ୍‌କା ଏଥର ମୋବାଇଲ ରିଚାର୍ଜ ଅାକାରରେ ଲାଗିବ। କାରଣ ଟେଲିକମ୍‌ ଅପରରେଟରମାନେ ସାଧାରଣ ନିର୍ବାଚନ ପରେ ମୋବାଇଲ ଟାରିଫ୍‌ ପ୍ଲାନ୍‌ ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ହେଲେ ମୋବାଇଲ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହୋଇଯିବ। ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରାଜସ୍ୱ ବୃଦ୍ଧି ପାଇଁ ନିର୍ବାଚନ ପରେ ଶୁଳ୍କ ବୃଦ୍ଧି ଯୋଜନା ରଖିଛନ୍ତି। ଟାରିଫ୍‌ ପ୍ଲାନ୍‌ରେ ଏହି ବୃଦ୍ଧି ୨୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସବୁଠାରୁ ବଡ଼ କଥା ହେଉଛି ଯେ, ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଟେଲିକମ୍‌ କମ୍ପାନୀଗୁଡିକ ସେମାନଙ୍କ ଟାରିଫ୍‌ ପ୍ଲାନ୍‌ରେ ୩ ଗୁଣ ବୃଦ୍ଧି କରିଛନ୍ତି। ଯଦି ଏହା ହୁଏ େତବେ ଲୋକସଭା ନିର୍ବାଚନ ପରେ ମୋବାଇଲ ରିଚାର୍ଜ ଦର ୫୦ ଟଙ୍କାରୁ ଅଢ଼େଇ ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। ଯାହାର ପ୍ରଭାବ କୋଟି କୋଟି ମୋବାଇଲ୍ ଉପଭୋକ୍ତାଙ୍କ ଉପରେ ହିଁ ପଡ଼ିବ।
ସୂଚନା ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ମୋବାଇଲ୍ ଟାରିଫ୍‌ ପ୍ଲାନ୍‌ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଲେ ଏଆର୍‌ପିୟୁ ଅର୍ଥାତ୍‌ ୟୁଜର ପିଛା କମ୍ପାନୀଗୁଡିକର ହାରାହାରି ରାଜସ୍ୱ ବୃଦ୍ଧି ଘଟିବ। ଏ ସମ୍ପର୍କରେ ବ୍ରୋକରେଜ୍‌ ସଂସ୍ଥା ଆକ୍ସିସ୍ କ୍ୟାପିଟାଲର ଏକ ରିପୋର୍ଟରେ କୁହାଯାଇଛି ଯେ ଟେଲିକମ୍‌ କମ୍ପାନୀଗୁଡିକ ୫ଜି ଟେକ୍ନୋଲୋଜିରେ ବିପୁଳ ମାତ୍ରାରେ ପୁଞ୍ଜି ବିନିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ଲାଭ ଆୟ କରିବାକୁ ଚାହିଁ ରହିଛନ୍ତି।

ରିପୋର୍ଟ ଅନୁଯାୟୀ, ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ପ୍ଲାନ୍‌ ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହୋଇପାରେ। ଅନ୍ୟପକ୍ଷରେ, ଇଣ୍ଟରନେଟ୍ ପ୍ୟାକ୍‌ ମଧ୍ୟ ମହଙ୍ଗା ହେବ। ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକର ଉପଭୋକ୍ତା ପିଛା ହାରାହାରି ଆୟ ବହୁତ କମ୍ ରହିଛି। ଏହାର ଅର୍ଥ ମୋବାଇଲ୍ ଅପରେଟର ପ୍ରତ୍ୟେକ ବ୍ୟବହାରକାରୀଙ୍କ ପାଇଁ ଯେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି ସେତିକି ଆୟ କରୁନାହାଁନ୍ତି। ଏହି କାରଣରୁ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ଟାରିଫ୍‌ ପ୍ଲାନ୍‌ରେ ୨୫ ପ୍ରତିଶତ ବୃଦ୍ଧି କରିପାରନ୍ତି। ମୋବାଇଲ୍‌ ଟାରିଫ୍‌ରେ ଏହି ବୃଦ୍ଧି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିବ। ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯଦି ଟାରିଫ୍ ପ୍ଲାନ୍‌ରେ ୨୫ ପ୍ରତିଶତ ବୃଦ୍ଧି ହୁଏ, ତେବେ ସାଧାରଣ ଲୋକଙ୍କ ପକେଟରେ ଏହାର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିବ। ଉଦାହରଣ ସ୍ବରୂପ ଯଦି ଆପଣ ପ୍ରତି ମାସରେ ୨୦୦ ଟଙ୍କା ରିଚାର୍ଜ କରୁଛନ୍ତି, ତେବେ ମୋବାଇଲ ରିଚାର୍ଜ ଦର ୫୦ ଟଙ୍କା ବୃଦ୍ଧି ହେବ। ଏହାର ଅର୍ଥ ହେଉଛି ୨୦୦ ଟଙ୍କାର ଟାରିଫ୍ ପ୍ଲାନ୍‌ ଲାଗି ଆପଣଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ। ଅନ୍ୟପକ୍ଷରେ, ଯଦି ଆପଣ ୧୦୦୦ ଟଙ୍କା ରିଚାର୍ଜ କରୁଛନ୍ତି, ତେବେ ନୂଆ ଟାରିଫ୍ ପ୍ଲାନ୍‌ରେ ଆପଣଙ୍କୁ ୧୨୫୦ ଟଙ୍କା ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର