ଶକ୍ତି ପରୀକ୍ଷାରେ ବାଜି ମାରିଲେ ସିନ୍ଦେ ସରକାର, ସପକ୍ଷରେ ପଡିଲା ୧୬୪ ଭୋଟ୍

The Sakala Picture
Published On

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ଶକ୍ତି ପରୀକ୍ଷାରେ ବାଜି ମାରିନେଇଛି ଏକନାଥ ସିନ୍ଦେ ସରକାର। ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍‌ ଟେଷ୍ଟ୍‌’ରେ ସ‌ିନ୍ଦେ ଗୋଷ୍ଠୀ ୧୬୪ ଭୋଟ୍‌ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍‌ ଟେଷ୍ଟ୍‌’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍‌ ମିଳିଛି। ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ […]

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ଶକ୍ତି ପରୀକ୍ଷାରେ ବାଜି ମାରିନେଇଛି ଏକନାଥ ସିନ୍ଦେ ସରକାର। ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍‌ ଟେଷ୍ଟ୍‌’ରେ ସ‌ିନ୍ଦେ ଗୋଷ୍ଠୀ ୧୬୪ ଭୋଟ୍‌ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍‌ ଟେଷ୍ଟ୍‌’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍‌ ମିଳିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ କଲେଜ ଛାତ୍ର ଗିରଫ

ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ ପହଞ୍ଚିଥିଲେ। ସେପଟେ, ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଆଉ ଜଣେ ‘ଶିବସେନା’ ବିଧାୟକ ‌ସନ୍ତୋଷ ବାଙ୍ଗର୍‌ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଧାୟକମାନଙ୍କ ଗହଣରେ ଉପସ୍ଥିତ ଥିବା ଆଜି ସକାଳେ ଦେଖାଯାଇଥିଲା। ସିନ୍ଦେ ଗୋଷ୍ଠୀର ବିଧାୟକମାନଙ୍କ ସହ ହୋଟେଲ୍‌ରୁ ବାହାରି ସେ ବିଧାନସଭାରେ ପହଞ୍ଚିଥିଲେ। ଏହାର ଅର୍ଥ ଏବେ ସିନ୍ଦେଙ୍କ ପାଖରେ ଶିବସେନାର ୪୦ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ଆହୁରି ପଢ଼ନ୍ତୁ: ଭୋଟର ତାଲିକା ସଂଶୋଧନ: ଓଡ଼ିଶା ସମେତ ୧୬ଟି ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ ‘SIR’

ବିଧାନସଭାରେ ମୁଣ୍ଡ ଗଣତି ହିସାବରେ ଆସ୍ଥା ଭୋଟ ହୋଇଥିଲା। ଏଥିରେ ଏକନାଥ ସିନ୍ଦେ ୧୬୪ ବିଧାୟକଙ୍କ ସମର୍ଥନ ପାଇଛନ୍ତି। ସେହିପରି ବାଚସ୍ପତି ନିର୍ବାଚନରେ ବିରୋଧୀ ଦଳ ସପକ୍ଷରେ ୧୦୭ ଭୋଟ ପଡ଼ିଥିବା ବେଳେ ଆଜି ଏହା ୯୯କୁ ଖସି ଆସିଛି। ଗତକାଲି ବିରୋଧୀଙ୍କ ସହ ଥିବା ଜଣେ ବିଧାୟକ ଆଜି ସିନ୍ଦେ କ୍ୟାମ୍ପରେ ସାମିଲ ହୋଇଛନ୍ତି। ସେହିପରି ବାକି ୬ ଜଣ ଆଜି ଭୋଟ ଦେଇ ନାହାନ୍ତି। କଂଗ୍ରେସର ବିଜୟ ୱାଡେଟ୍ଟିୱାର ଓ ଜୀଶାନ ସିଦ୍ଦିକୀ ଆଜି ଭୋଟ ଦେଇ ନାହାନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆସ୍ଥା ଭୋଟ ପରେ ଗୃହରେ ପହଞ୍ଚିଥିଲେ। ଏନସିପିର ସଂଗ୍ରାମ ଜଗତପଙ୍କର ଆଜି ଦେଖା ମିଳିନି। ଗତକାଲି ଏମାନେ ବାଚସ୍ପତି ନିର୍ବାଚନ ବେଳେ ଭୋଟ ଦେଇଥିଲେ।ସମାଜବାଦୀ ପାର୍ଟିର ଅବୁ ଅଜମି, ଆର ଶେଖ ଓ ଏମଆଇଏମର ଶାହ ଫାରୁକ ଅନୱର ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ।

ଆହୁରି ପଢ଼ନ୍ତୁ: NEET-UG ୨୦୨୬ ପୁନଃ ପରୀକ୍ଷା ତାରିଖ ଘୋଷଣା କଲା NTA: ଜୁନ୍ ୨୧ରେ ହେବ ପରୀକ୍ଷା

ସୂଚନାଯୋଗ୍ୟ ରବିବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ବିଜେପି ବିଧାୟକ ରାହୁଲ ନାର୍ଭେକର ୧୬୪ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ନିମନ୍ତେ ଶିବସେନା ପକ୍ଷରୁ ଉଦ୍ଧବଙ୍କ ବିଶ୍ୱସ୍ଥ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସାଲଭି ଶିବସେନା ସମେତ ଏନସିପି ଓ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୦୭ଟି ଭୋଟ ମିଳିଛି। ବାଚସ୍ପତି ନିର୍ବାଚନ ଲାଗି ବିଧାନସଭାରେ ବାଚନିକ ଭୋଟ ହୋଇଥିଲା। ଏଥିରେ ନାର୍ଭେକରଙ୍କ ସପକ୍ଷରେ ୧୬୪ଟି ଭୋଟ ହୋଇଛି। ତେବେ ସମାଜବାଦୀ ପାର୍ଟି (ସପା), ଏଆଇଏମଆଇଏମ ବିଧାୟକମାନେ ସଦନରେ ବାଚସ୍ପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ।

04 Jul 2022 By The Sakala

ଶକ୍ତି ପରୀକ୍ଷାରେ ବାଜି ମାରିଲେ ସିନ୍ଦେ ସରକାର, ସପକ୍ଷରେ ପଡିଲା ୧୬୪ ଭୋଟ୍

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ଶକ୍ତି ପରୀକ୍ଷାରେ ବାଜି ମାରିନେଇଛି ଏକନାଥ ସିନ୍ଦେ ସରକାର। ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍‌ ଟେଷ୍ଟ୍‌’ରେ ସ‌ିନ୍ଦେ ଗୋଷ୍ଠୀ ୧୬୪ ଭୋଟ୍‌ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍‌ ଟେଷ୍ଟ୍‌’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍‌ ମିଳିଛି।

ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ ପହଞ୍ଚିଥିଲେ। ସେପଟେ, ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଆଉ ଜଣେ ‘ଶିବସେନା’ ବିଧାୟକ ‌ସନ୍ତୋଷ ବାଙ୍ଗର୍‌ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଧାୟକମାନଙ୍କ ଗହଣରେ ଉପସ୍ଥିତ ଥିବା ଆଜି ସକାଳେ ଦେଖାଯାଇଥିଲା। ସିନ୍ଦେ ଗୋଷ୍ଠୀର ବିଧାୟକମାନଙ୍କ ସହ ହୋଟେଲ୍‌ରୁ ବାହାରି ସେ ବିଧାନସଭାରେ ପହଞ୍ଚିଥିଲେ। ଏହାର ଅର୍ଥ ଏବେ ସିନ୍ଦେଙ୍କ ପାଖରେ ଶିବସେନାର ୪୦ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ବିଧାନସଭାରେ ମୁଣ୍ଡ ଗଣତି ହିସାବରେ ଆସ୍ଥା ଭୋଟ ହୋଇଥିଲା। ଏଥିରେ ଏକନାଥ ସିନ୍ଦେ ୧୬୪ ବିଧାୟକଙ୍କ ସମର୍ଥନ ପାଇଛନ୍ତି। ସେହିପରି ବାଚସ୍ପତି ନିର୍ବାଚନରେ ବିରୋଧୀ ଦଳ ସପକ୍ଷରେ ୧୦୭ ଭୋଟ ପଡ଼ିଥିବା ବେଳେ ଆଜି ଏହା ୯୯କୁ ଖସି ଆସିଛି। ଗତକାଲି ବିରୋଧୀଙ୍କ ସହ ଥିବା ଜଣେ ବିଧାୟକ ଆଜି ସିନ୍ଦେ କ୍ୟାମ୍ପରେ ସାମିଲ ହୋଇଛନ୍ତି। ସେହିପରି ବାକି ୬ ଜଣ ଆଜି ଭୋଟ ଦେଇ ନାହାନ୍ତି। କଂଗ୍ରେସର ବିଜୟ ୱାଡେଟ୍ଟିୱାର ଓ ଜୀଶାନ ସିଦ୍ଦିକୀ ଆଜି ଭୋଟ ଦେଇ ନାହାନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆସ୍ଥା ଭୋଟ ପରେ ଗୃହରେ ପହଞ୍ଚିଥିଲେ। ଏନସିପିର ସଂଗ୍ରାମ ଜଗତପଙ୍କର ଆଜି ଦେଖା ମିଳିନି। ଗତକାଲି ଏମାନେ ବାଚସ୍ପତି ନିର୍ବାଚନ ବେଳେ ଭୋଟ ଦେଇଥିଲେ।ସମାଜବାଦୀ ପାର୍ଟିର ଅବୁ ଅଜମି, ଆର ଶେଖ ଓ ଏମଆଇଏମର ଶାହ ଫାରୁକ ଅନୱର ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ।

ସୂଚନାଯୋଗ୍ୟ ରବିବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ବିଜେପି ବିଧାୟକ ରାହୁଲ ନାର୍ଭେକର ୧୬୪ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ନିମନ୍ତେ ଶିବସେନା ପକ୍ଷରୁ ଉଦ୍ଧବଙ୍କ ବିଶ୍ୱସ୍ଥ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସାଲଭି ଶିବସେନା ସମେତ ଏନସିପି ଓ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୦୭ଟି ଭୋଟ ମିଳିଛି। ବାଚସ୍ପତି ନିର୍ବାଚନ ଲାଗି ବିଧାନସଭାରେ ବାଚନିକ ଭୋଟ ହୋଇଥିଲା। ଏଥିରେ ନାର୍ଭେକରଙ୍କ ସପକ୍ଷରେ ୧୬୪ଟି ଭୋଟ ହୋଇଛି। ତେବେ ସମାଜବାଦୀ ପାର୍ଟି (ସପା), ଏଆଇଏମଆଇଏମ ବିଧାୟକମାନେ ସଦନରେ ବାଚସ୍ପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର