ବିଜେପିର ‘ଘୋଡ଼ାବେପାର’କୁ ଭୟ କରି ଶାସକ ମେଣ୍ଟର ବିଧାୟକଙ୍କୁ ‘ଅଜ୍ଞାତବାସ’କୁ ନେଇଗଲେ ସୋରେନ

The Sakala Picture
Published On

ରାଞ୍ଚି: ଝାଡ଼ଖଣ୍ଡରେ ଦେଖା ଦେଇଛି ଗୁରୁତର ରାଜନୈତିକ ସଂକଟ।ଯେକୌଣସି ମୁହୂର୍ତ୍ତରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ଥିବା ବେଳେ ସରକାରଙ୍କୁ ଘାରିଛି ଘୋଡ଼ା ବେପାର ଭୟ।କାଳେ ସରକାରରେ ଥିବା ବିଧାୟକମାନେ ଅନ୍ୟ ଦଳକୁ ଡେଇଁବେ, ସେଥିପାଇଁ ଆଗୁଆ ସଜାଗ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଝାଡ଼ଖଣ୍ଡରେ କଂଗ୍ରେସ ସହ ଜେଏମମର ମେଣ୍ଟ ସରକାର ଥିବା ବେଳେ ଶାସକ ଦଳର ବିଧାୟକମାନଙ୍କୁ ଏକାଠି କରି ସେମାନଙ୍କୁ ଗୋପନ ସ୍ଥାନକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀ […]

ରାଞ୍ଚି: ଝାଡ଼ଖଣ୍ଡରେ ଦେଖା ଦେଇଛି ଗୁରୁତର ରାଜନୈତିକ ସଂକଟ।ଯେକୌଣସି ମୁହୂର୍ତ୍ତରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ଥିବା ବେଳେ ସରକାରଙ୍କୁ ଘାରିଛି ଘୋଡ଼ା ବେପାର ଭୟ।କାଳେ ସରକାରରେ ଥିବା ବିଧାୟକମାନେ ଅନ୍ୟ ଦଳକୁ ଡେଇଁବେ, ସେଥିପାଇଁ ଆଗୁଆ ସଜାଗ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଝାଡ଼ଖଣ୍ଡରେ କଂଗ୍ରେସ ସହ ଜେଏମମର ମେଣ୍ଟ ସରକାର ଥିବା ବେଳେ ଶାସକ ଦଳର ବିଧାୟକମାନଙ୍କୁ ଏକାଠି କରି ସେମାନଙ୍କୁ ଗୋପନ ସ୍ଥାନକୁ ନିଆଯାଇଛି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶନିବାର ଲଗାତାର ଦ୍ୱିତୀୟ ଦିନ ବିଧାୟକ ଦଳ ବୈଠକ ଆହ୍ୱାନ କରିଥିଲେ। ବୈଠକ ପରେ ବିଧାୟକମାନଙ୍କୁ ୩ଟି ବସରେ ନେଇ ମୁଖ୍ୟମନ୍ତ୍ରୀ ଅଜ୍ଞାତ ବାସରେ ବାହାରି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ବିଧାୟକଙ୍କ ଫୋନ ସ୍ୱିଚ୍ ଅଫ କରାଇଦେଇଥିବା ବେଳେ ସେମାନଙ୍କୁ କେଉଁଆଡେ ନେଇ ଯାଉଛନ୍ତି ତାହା ମଧ୍ୟ ଜଣାପଡିନାହିଁ। ଆଶଙ୍କା କରାଯାଉଛି ଝାଡ଼ଖଣ୍ଡର ୟୁପିଏ ବିଧାୟକମାନଙ୍କୁ ରାଜ୍ୟ ବାହାରକୁ କେଉଁଆଡେ ନିଆଯାଉଛି। ତେବେ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ନେଇ ଛତିଶଗଡ଼ ଯାଇ ପାରନ୍ତି ବୋଲି ଆକଳନ କରାଯାଉଛି। କାରଣ ଛତିଶଗଡ଼ରେ ୟୁପିଏର ମଜଭୁତ ସରକାର ରହିଛି। ହେମନ୍ତ ସୋରେନଙ୍କ ମୁଖ୍ୟମନ୍ତ୍ରୀ ଆସନ ଯାଇପାରେ ଏଣୁ ମୁଖ୍ୟମନ୍ତ୍ରୀ ବାରମ୍ବାର ବିଧାୟକମାନଙ୍କ ବୈଠକ କରିବା ପରେ ସେମାନଙ୍କୁ ନେଇ ସୁରକ୍ଷିତ ରାଜ୍ୟକୁ ଯାତ୍ରା କରିଛନ୍ତି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ଅନ୍ୟପଟେ ଯଦି ଆବଶ୍ୟକ ହୁଏ, ତେବେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆରମ୍ଭ ହୋଇଥିବା ‘ଘୋଡ଼ାବେପାର’ ରୋକିବା ପାଇଁ ଏକାଧିକ ସୂତ୍ରରୁ ନିଶ୍ଚିତ କରାଯାଉଛି। ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବାସଭବନରେ ଅନୁଷ୍ଠିତ ଶାସକ ମେଣ୍ଟର ବିଧାୟକଙ୍କ ଏକ ବୈଠକରେ ସମସ୍ତ ଶାସକ ବିଧାୟକ ସେମାନଙ୍କ ଲଗେଜ୍‌ ସହିତ ବୈଠକରେ ଯୋଗ ଦେଇଥିଲେ। ଉଭୟ ଅଣ-ବିଜେପି ସରକାର ଦ୍ୱାରା ପରିଚାଳିତ ଛତିଶଗଡ଼ କିମ୍ବା ପଶ୍ଚିମବଙ୍ଗରେ ଆମର ମିଳିତ ବିଧାୟକମାନଙ୍କୁ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଧାୟକ ଏବଂ ସୁରକ୍ଷା କର୍ମୀଙ୍କୁ ସଡ଼କ ପଥରେ ପରିବହନ କରିବା ପାଇଁ ତିନିଟି ବିଳାସପୂର୍ଣ୍ଣ ବସ୍‌ରେ ବିଧାୟକମାନେ ଅଜ୍ଞାତ ସ୍ଥାନକୁ ଯାଇଛନ୍ତି।ସୂତ୍ରରୁ ପ୍ରକାଶ ଯେ ଏଥିପାଇଁ ବରମୁଦା ଏବଂ ରାୟପୁର ସମେତ ଛତିଶଗଡ଼ର ତିନିଟି ସ୍ଥାନ ଏବଂ ପଶ୍ଚିମବଙ୍ଗର କିଛି ସ୍ଥାନ ଚିହ୍ନଟ କରାଯାଇଛି। ଯଦି ଆବଶ୍ୟକ ହୁଏ ତେବେ ସମସ୍ତ ଶାସକ ବିଧାୟକଙ୍କୁ ଗୋଟିଏ ଗନ୍ତବ୍ୟସ୍ଥଳକୁ ପଠାଯିବ।

ଆହୁରି ପଢ଼ନ୍ତୁ: ତଦନ୍ତ କମିସନ ଫାଇଲ୍‌ ଗାଏବ ଘଟଣା: ତଦନ୍ତ ପାଇଁ ଲୋକସେବା ଭବନର ଗୃହ ବିଭାଗରେ କ୍ୟାପିଟାଲ ଥାନା ଅଧିକାରୀ

ଉଲ୍ଲେଖଯୋଗ୍ୟ ଝାରଖଣ୍ଡର ୮୧ଟି ଆସନ ବିଶିଷ୍ଟ ବିଧାନସଭାରେ ଶାସକ ଦଳ ହାତରେ ୪୮ ଜଣ ବିଧାୟକ ଅଛନ୍ତି। ୩୦ ଜଣ ବିଧାୟକ ଥିବା ଜେଏମଏମ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବା ବେଳେ କଂଗ୍ରେସର ୧୮ ଜଣ ସଦସ୍ୟ ମିଶି ରାଜ୍ୟରେ ମେଣ୍ଟ ସରକାର କରିଛନ୍ତି। ଏହି ମେଣ୍ଟରେ ଆରଜେଡିର ଜଣେ ବିଧାୟକ ଥିବା ବେଳେ ବିରୋଧୀ ବିଜେପିର ବିଧାୟକ ସଂଖ୍ୟା ହେଉଛି ୨୬। ଅଫିସ୍‌ ଅଫ ପ୍ରଫିଟ ଅଭିଯୋଗରେ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବା ସମ୍ଭାବନା ଥିବା ବେଳେ ଶୁକ୍ରବାର ତାଙ୍କ ବାସଭବନରେ ଏକ ବୈଠକ ବିସିଥିଲା। ଯଦି ସୋରେନଙ୍କ ବିଧାୟକ ପଦ ଯାଏ, ତା’ହେଲେ ପରବର୍ତ୍ତୀ ରଣନୀତି କ’ଣ ହେବ, ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା।

ସୂଚନା ଅନୁଯାୟୀ, ଅଫିସ ଅଫ ପ୍ରଫିଟ(ଲାଭ ଜନକ ପଦବୀ) ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦକୁ ନିର୍ବାଚନ କମିଶନ ରଦ୍ଦ କରିଥିବା ବେଳେ ଏନେଇ ରାଜ୍ୟପାଳ ରମେଶ ବୈସଙ୍କୁ ସୁପାରିଶ କରାଯାଇଛି। ରାଜ୍ୟପାଳ ଖୁବଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରନ୍ତି। ଯଦି ସଦସ୍ୟତା ପଦ ରଦ୍ଦ ହୁଏ, ତା’ହେଲେ ବି ହେମନ୍ତ ସୋରେନ ୬ ମାସ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। କିନ୍ତୁ ୬ ମାସ ଭିତରେ ତାଙ୍କୁ ପୁଣିଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଏହାକୁ ନେଇ ହଟଚମଟ ଲାଗି ରହିଥିବା ବେଳେ ତାଙ୍କୁ ଘାରିଛି ଘୋଡ଼ା ବେପାର ଭୟ।

27 Aug 2022 By The Sakala

ବିଜେପିର ‘ଘୋଡ଼ାବେପାର’କୁ ଭୟ କରି ଶାସକ ମେଣ୍ଟର ବିଧାୟକଙ୍କୁ ‘ଅଜ୍ଞାତବାସ’କୁ ନେଇଗଲେ ସୋରେନ

ରାଞ୍ଚି: ଝାଡ଼ଖଣ୍ଡରେ ଦେଖା ଦେଇଛି ଗୁରୁତର ରାଜନୈତିକ ସଂକଟ।ଯେକୌଣସି ମୁହୂର୍ତ୍ତରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ଥିବା ବେଳେ ସରକାରଙ୍କୁ ଘାରିଛି ଘୋଡ଼ା ବେପାର ଭୟ।କାଳେ ସରକାରରେ ଥିବା ବିଧାୟକମାନେ ଅନ୍ୟ ଦଳକୁ ଡେଇଁବେ, ସେଥିପାଇଁ ଆଗୁଆ ସଜାଗ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ଝାଡ଼ଖଣ୍ଡରେ କଂଗ୍ରେସ ସହ ଜେଏମମର ମେଣ୍ଟ ସରକାର ଥିବା ବେଳେ ଶାସକ ଦଳର ବିଧାୟକମାନଙ୍କୁ ଏକାଠି କରି ସେମାନଙ୍କୁ ଗୋପନ ସ୍ଥାନକୁ ନିଆଯାଇଛି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶନିବାର ଲଗାତାର ଦ୍ୱିତୀୟ ଦିନ ବିଧାୟକ ଦଳ ବୈଠକ ଆହ୍ୱାନ କରିଥିଲେ। ବୈଠକ ପରେ ବିଧାୟକମାନଙ୍କୁ ୩ଟି ବସରେ ନେଇ ମୁଖ୍ୟମନ୍ତ୍ରୀ ଅଜ୍ଞାତ ବାସରେ ବାହାରି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ବିଧାୟକଙ୍କ ଫୋନ ସ୍ୱିଚ୍ ଅଫ କରାଇଦେଇଥିବା ବେଳେ ସେମାନଙ୍କୁ କେଉଁଆଡେ ନେଇ ଯାଉଛନ୍ତି ତାହା ମଧ୍ୟ ଜଣାପଡିନାହିଁ। ଆଶଙ୍କା କରାଯାଉଛି ଝାଡ଼ଖଣ୍ଡର ୟୁପିଏ ବିଧାୟକମାନଙ୍କୁ ରାଜ୍ୟ ବାହାରକୁ କେଉଁଆଡେ ନିଆଯାଉଛି। ତେବେ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ନେଇ ଛତିଶଗଡ଼ ଯାଇ ପାରନ୍ତି ବୋଲି ଆକଳନ କରାଯାଉଛି। କାରଣ ଛତିଶଗଡ଼ରେ ୟୁପିଏର ମଜଭୁତ ସରକାର ରହିଛି। ହେମନ୍ତ ସୋରେନଙ୍କ ମୁଖ୍ୟମନ୍ତ୍ରୀ ଆସନ ଯାଇପାରେ ଏଣୁ ମୁଖ୍ୟମନ୍ତ୍ରୀ ବାରମ୍ବାର ବିଧାୟକମାନଙ୍କ ବୈଠକ କରିବା ପରେ ସେମାନଙ୍କୁ ନେଇ ସୁରକ୍ଷିତ ରାଜ୍ୟକୁ ଯାତ୍ରା କରିଛନ୍ତି।

ଅନ୍ୟପଟେ ଯଦି ଆବଶ୍ୟକ ହୁଏ, ତେବେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆରମ୍ଭ ହୋଇଥିବା ‘ଘୋଡ଼ାବେପାର’ ରୋକିବା ପାଇଁ ଏକାଧିକ ସୂତ୍ରରୁ ନିଶ୍ଚିତ କରାଯାଉଛି। ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବାସଭବନରେ ଅନୁଷ୍ଠିତ ଶାସକ ମେଣ୍ଟର ବିଧାୟକଙ୍କ ଏକ ବୈଠକରେ ସମସ୍ତ ଶାସକ ବିଧାୟକ ସେମାନଙ୍କ ଲଗେଜ୍‌ ସହିତ ବୈଠକରେ ଯୋଗ ଦେଇଥିଲେ। ଉଭୟ ଅଣ-ବିଜେପି ସରକାର ଦ୍ୱାରା ପରିଚାଳିତ ଛତିଶଗଡ଼ କିମ୍ବା ପଶ୍ଚିମବଙ୍ଗରେ ଆମର ମିଳିତ ବିଧାୟକମାନଙ୍କୁ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଧାୟକ ଏବଂ ସୁରକ୍ଷା କର୍ମୀଙ୍କୁ ସଡ଼କ ପଥରେ ପରିବହନ କରିବା ପାଇଁ ତିନିଟି ବିଳାସପୂର୍ଣ୍ଣ ବସ୍‌ରେ ବିଧାୟକମାନେ ଅଜ୍ଞାତ ସ୍ଥାନକୁ ଯାଇଛନ୍ତି।ସୂତ୍ରରୁ ପ୍ରକାଶ ଯେ ଏଥିପାଇଁ ବରମୁଦା ଏବଂ ରାୟପୁର ସମେତ ଛତିଶଗଡ଼ର ତିନିଟି ସ୍ଥାନ ଏବଂ ପଶ୍ଚିମବଙ୍ଗର କିଛି ସ୍ଥାନ ଚିହ୍ନଟ କରାଯାଇଛି। ଯଦି ଆବଶ୍ୟକ ହୁଏ ତେବେ ସମସ୍ତ ଶାସକ ବିଧାୟକଙ୍କୁ ଗୋଟିଏ ଗନ୍ତବ୍ୟସ୍ଥଳକୁ ପଠାଯିବ।

ଉଲ୍ଲେଖଯୋଗ୍ୟ ଝାରଖଣ୍ଡର ୮୧ଟି ଆସନ ବିଶିଷ୍ଟ ବିଧାନସଭାରେ ଶାସକ ଦଳ ହାତରେ ୪୮ ଜଣ ବିଧାୟକ ଅଛନ୍ତି। ୩୦ ଜଣ ବିଧାୟକ ଥିବା ଜେଏମଏମ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବା ବେଳେ କଂଗ୍ରେସର ୧୮ ଜଣ ସଦସ୍ୟ ମିଶି ରାଜ୍ୟରେ ମେଣ୍ଟ ସରକାର କରିଛନ୍ତି। ଏହି ମେଣ୍ଟରେ ଆରଜେଡିର ଜଣେ ବିଧାୟକ ଥିବା ବେଳେ ବିରୋଧୀ ବିଜେପିର ବିଧାୟକ ସଂଖ୍ୟା ହେଉଛି ୨୬। ଅଫିସ୍‌ ଅଫ ପ୍ରଫିଟ ଅଭିଯୋଗରେ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବା ସମ୍ଭାବନା ଥିବା ବେଳେ ଶୁକ୍ରବାର ତାଙ୍କ ବାସଭବନରେ ଏକ ବୈଠକ ବିସିଥିଲା। ଯଦି ସୋରେନଙ୍କ ବିଧାୟକ ପଦ ଯାଏ, ତା’ହେଲେ ପରବର୍ତ୍ତୀ ରଣନୀତି କ’ଣ ହେବ, ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା।

ସୂଚନା ଅନୁଯାୟୀ, ଅଫିସ ଅଫ ପ୍ରଫିଟ(ଲାଭ ଜନକ ପଦବୀ) ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦକୁ ନିର୍ବାଚନ କମିଶନ ରଦ୍ଦ କରିଥିବା ବେଳେ ଏନେଇ ରାଜ୍ୟପାଳ ରମେଶ ବୈସଙ୍କୁ ସୁପାରିଶ କରାଯାଇଛି। ରାଜ୍ୟପାଳ ଖୁବଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରନ୍ତି। ଯଦି ସଦସ୍ୟତା ପଦ ରଦ୍ଦ ହୁଏ, ତା’ହେଲେ ବି ହେମନ୍ତ ସୋରେନ ୬ ମାସ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। କିନ୍ତୁ ୬ ମାସ ଭିତରେ ତାଙ୍କୁ ପୁଣିଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଏହାକୁ ନେଇ ହଟଚମଟ ଲାଗି ରହିଥିବା ବେଳେ ତାଙ୍କୁ ଘାରିଛି ଘୋଡ଼ା ବେପାର ଭୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର