୮ ବର୍ଷରେ ୮୦ ଲକ୍ଷ କୋଟି ଋଣ କରିଛନ୍ତି କେନ୍ଦ୍ର ସରକାର : ଟିଆର୍‌ଏସ୍‌

The Sakala Picture
Published On

ହାଇଦରାବାଦ : ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଶକୁ ଋଣଯନ୍ତା ମଧ୍ୟକୁ ଠେଲି ଦେଇଛନ୍ତି। ଋଣଭାର ଗତ ବର୍ଷ (୨୦୨୧) ମୋଟ ଘରୋଇ ଉତ୍ପାଦ (ଜିଡିପି) ର ୬୧.୬ ପ୍ରତିଶତରେ ପହଞ୍ଚି ଯାଇଛି। ସ୍ବାଧୀନତା ପରେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ୬୭ ବର୍ଷର ଶାସନ ସମୟରେ ଦେଶ ୫୫.୮୭ କୋଟି ଟଙ୍କା ଋଣ କରିଥିଲା। ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଋଣ ଭାର ବଢ଼ି ଚାଲିଥିଲା। ସରକାର ମାତ୍ର ୮ ବର୍ଷ ଭିତରେ ୮୦ ଲକ୍ଷ କୋଟି […]

ହାଇଦରାବାଦ : ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଶକୁ ଋଣଯନ୍ତା ମଧ୍ୟକୁ ଠେଲି ଦେଇଛନ୍ତି। ଋଣଭାର ଗତ ବର୍ଷ (୨୦୨୧) ମୋଟ ଘରୋଇ ଉତ୍ପାଦ (ଜିଡିପି) ର ୬୧.୬ ପ୍ରତିଶତରେ ପହଞ୍ଚି ଯାଇଛି। ସ୍ବାଧୀନତା ପରେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ୬୭ ବର୍ଷର ଶାସନ ସମୟରେ ଦେଶ ୫୫.୮୭ କୋଟି ଟଙ୍କା ଋଣ କରିଥିଲା। ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଋଣ ଭାର ବଢ଼ି ଚାଲିଥିଲା। ସରକାର ମାତ୍ର ୮ ବର୍ଷ ଭିତରେ ୮୦ ଲକ୍ଷ କୋଟି ଟଙ୍କା ଋଣ କଲେଣି। ତେଲଙ୍ଗାନାର ଶାସକ ଦଳ ଟିଆର୍‌ଏସ୍‌ ପକ୍ଷରୁ ଶନିବାର ଏହି ଅଭିଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: UIDAI ର ବଡ଼ ସ୍ପଷ୍ଟୀକରଣ: ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ

ବିଜେପି ବିରୋଧରେ ରାଜନୈତିକ ଚାର୍ଜସିଟ୍‌ ଜାରି କରି ଟିଆରଏସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା କେଟି ରାମା ରାଓ କହିଛନ୍ତି ଯେ ଏହି ଦଳ ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ସହ ଅନ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି କରି ଲୋକଙ୍କ ଉପରେ ବୋଝ ବଢ଼ାଉଛନ୍ତି। ସୂଚନା ଅନୁଯାୟୀ ୨୦୨୪-୧୫ ସମୟରେ ରାଜସ୍ବର ୩୬.୧ ପ୍ରତିଶତ ସୁଧ ଆକାରରେ ଦିଆଯାଇଥିଲା। ଏହା ୨୦୨୧ରେ ୪୩.୭ ପ୍ରତିଶତରେ ପହଞ୍ଚି ଯାଇଛି।

ଆହୁରି ପଢ଼ନ୍ତୁ: ଭାରତୀୟ ନୌସେନା ଏବଂ ଡିଆରଡିଓ ଦ୍ୱାରା ସ୍ୱଦେଶୀ ଆଣ୍ଟି-ସିପ୍ ମିସାଇଲ୍ (NASM-SR) ର ସଫଳ ପରୀକ୍ଷଣ

ଟିଆରଏସ୍‌ ଚାର୍ଜସିଟ୍‌ରେ ଅଭିଯୋଗ କରାଯାଇଛି ଯେ କେନ୍ଦ୍ର ସରକାରଙ୍କ ଯୋଗୁଁ ହସ୍ତତନ୍ତ କ୍ଷେତ୍ର ଅଧପତନ ଆଡକୁ ଯାଉଛି। ହସ୍ତତନ୍ତ ଉତ୍ପାଦ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲଗାଯାଇ ଏହି କ୍ଷେତ୍ରର ଅସ୍ତିତ୍ବ ଉପରେ ସଙ୍କଟ ସୃଷ୍ଟି କରାଯାଇଛି। ଏହି ଜିଏସ୍‌ଟିକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଧ୍ୟ ଯୋଜନା କରାଯାଉଛି। କେନ୍ଦ୍ର ସରକାର ଅତିରିକ୍ତ ଋଣ ନାମରେ ରାଜ୍ୟମାନଙ୍କୁ ବ୍ଲାକମେଲିଂ କରୁଛନ୍ତି। କୃଷି କ୍ଷେତ୍ରରେ ଲାଗୁଥିବା ପମ୍ପ ସେଟ୍‌ରେ ମିଟର ଲଗାଇବା ପାଇଁ ବାଧ୍ୟ କରାଯାଉଛି। ଏନ୍‌ଡିଏ ସରକାର ଏସ୍‌ଟି ସଂରକ୍ଷଣ ବିଲ୍‌କୁ ପାରିତ ନ କରାଇ ତେଲଙ୍ଗାନାର ଅନୂସୁଚିତ ଜନଜାତି ବର୍ଗର ଲୋକଙ୍କ ସହ ଅନ୍ୟାୟ କରୁଛନ୍ତି ବୋଲି ଚାର୍ଜସିଟ୍‌ରେ ଅଭିଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ନେଇ ବିଜେପି ଉପରେ ବର୍ଷିଲେ ନବୀନ

30 Oct 2022 By The Sakala

୮ ବର୍ଷରେ ୮୦ ଲକ୍ଷ କୋଟି ଋଣ କରିଛନ୍ତି କେନ୍ଦ୍ର ସରକାର : ଟିଆର୍‌ଏସ୍‌

ହାଇଦରାବାଦ : ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଶକୁ ଋଣଯନ୍ତା ମଧ୍ୟକୁ ଠେଲି ଦେଇଛନ୍ତି। ଋଣଭାର ଗତ ବର୍ଷ (୨୦୨୧) ମୋଟ ଘରୋଇ ଉତ୍ପାଦ (ଜିଡିପି) ର ୬୧.୬ ପ୍ରତିଶତରେ ପହଞ୍ଚି ଯାଇଛି। ସ୍ବାଧୀନତା ପରେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ୬୭ ବର୍ଷର ଶାସନ ସମୟରେ ଦେଶ ୫୫.୮୭ କୋଟି ଟଙ୍କା ଋଣ କରିଥିଲା। ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଋଣ ଭାର ବଢ଼ି ଚାଲିଥିଲା। ସରକାର ମାତ୍ର ୮ ବର୍ଷ ଭିତରେ ୮୦ ଲକ୍ଷ କୋଟି ଟଙ୍କା ଋଣ କଲେଣି। ତେଲଙ୍ଗାନାର ଶାସକ ଦଳ ଟିଆର୍‌ଏସ୍‌ ପକ୍ଷରୁ ଶନିବାର ଏହି ଅଭିଯୋଗ କରାଯାଇଛି।

ବିଜେପି ବିରୋଧରେ ରାଜନୈତିକ ଚାର୍ଜସିଟ୍‌ ଜାରି କରି ଟିଆରଏସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା କେଟି ରାମା ରାଓ କହିଛନ୍ତି ଯେ ଏହି ଦଳ ଲୋକଙ୍କୁ ଭୂଆଁ ବୁଲାଇବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ସହ ଅନ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି କରି ଲୋକଙ୍କ ଉପରେ ବୋଝ ବଢ଼ାଉଛନ୍ତି। ସୂଚନା ଅନୁଯାୟୀ ୨୦୨୪-୧୫ ସମୟରେ ରାଜସ୍ବର ୩୬.୧ ପ୍ରତିଶତ ସୁଧ ଆକାରରେ ଦିଆଯାଇଥିଲା। ଏହା ୨୦୨୧ରେ ୪୩.୭ ପ୍ରତିଶତରେ ପହଞ୍ଚି ଯାଇଛି।

ଟିଆରଏସ୍‌ ଚାର୍ଜସିଟ୍‌ରେ ଅଭିଯୋଗ କରାଯାଇଛି ଯେ କେନ୍ଦ୍ର ସରକାରଙ୍କ ଯୋଗୁଁ ହସ୍ତତନ୍ତ କ୍ଷେତ୍ର ଅଧପତନ ଆଡକୁ ଯାଉଛି। ହସ୍ତତନ୍ତ ଉତ୍ପାଦ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲଗାଯାଇ ଏହି କ୍ଷେତ୍ରର ଅସ୍ତିତ୍ବ ଉପରେ ସଙ୍କଟ ସୃଷ୍ଟି କରାଯାଇଛି। ଏହି ଜିଏସ୍‌ଟିକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଧ୍ୟ ଯୋଜନା କରାଯାଉଛି। କେନ୍ଦ୍ର ସରକାର ଅତିରିକ୍ତ ଋଣ ନାମରେ ରାଜ୍ୟମାନଙ୍କୁ ବ୍ଲାକମେଲିଂ କରୁଛନ୍ତି। କୃଷି କ୍ଷେତ୍ରରେ ଲାଗୁଥିବା ପମ୍ପ ସେଟ୍‌ରେ ମିଟର ଲଗାଇବା ପାଇଁ ବାଧ୍ୟ କରାଯାଉଛି। ଏନ୍‌ଡିଏ ସରକାର ଏସ୍‌ଟି ସଂରକ୍ଷଣ ବିଲ୍‌କୁ ପାରିତ ନ କରାଇ ତେଲଙ୍ଗାନାର ଅନୂସୁଚିତ ଜନଜାତି ବର୍ଗର ଲୋକଙ୍କ ସହ ଅନ୍ୟାୟ କରୁଛନ୍ତି ବୋଲି ଚାର୍ଜସିଟ୍‌ରେ ଅଭିଯୋଗ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର