ରାଣୀ ଏଲିଜାବେଥ-୨ୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ଦେହାନ୍ତ

The Sakala Picture
Published On

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ରାଜ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୱିଣ୍ଡସୋର କ୍ୟାଷ୍ଟେଲରେ ତାଙ୍କ ଦେହାନ୍ତ ହୋଇଛି।ଏହି ବିୟୋଗରେ ପୂରା ବିଶ୍ୱ ସହ ରାଜ ପରିବାର ସାମିଲ ହୋଇ ଶୋକ ପ୍ରକାଶ କରୁଛି। ବ୍ରିଟେନର ଜାତୀୟ ପତାକା ୟୁନିୟନ ଜ୍ୟାକ ଅର୍ଦ୍ଧନିମିତ୍ତ କରାଯାଇଛି। ସୂଚନା ଅନୁଯାୟୀ, ଫେବୃଆରୀ […]

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ରାଜ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ

ଆହୁରି ପଢ଼ନ୍ତୁ: ରାଜ୍ୟସଭା ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଜୁନ୍‌ ୧୮ରେ ଭୋଟିଂ

ୱିଣ୍ଡସୋର କ୍ୟାଷ୍ଟେଲରେ ତାଙ୍କ ଦେହାନ୍ତ ହୋଇଛି।ଏହି ବିୟୋଗରେ ପୂରା ବିଶ୍ୱ ସହ ରାଜ ପରିବାର ସାମିଲ ହୋଇ ଶୋକ ପ୍ରକାଶ କରୁଛି। ବ୍ରିଟେନର ଜାତୀୟ ପତାକା ୟୁନିୟନ ଜ୍ୟାକ ଅର୍ଦ୍ଧନିମିତ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଥାନା ଘେରାଉ ସହ କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସୂଚନା ଅନୁଯାୟୀ, ଫେବୃଆରୀ ମାସରେ ପ୍ରିନ୍ସ ଫିଲିପ ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ହାର୍ଟରେ ସଂକ୍ରମଣ ହୋଇଥିବାରୁ ହସ୍ପିଟାଲରେ ଏହାର ଚିକିତ୍ସା କରାଯାଇଥିଲା। ମାସାଧିକ କାଳ ହସ୍ପିଟାଲରେ ରହିବା ପରେ ସେ ରାଜ ପ୍ରାସାଦକୁ ପୁଣି ଫେରିଥିଲେ।

୧୯୨୧ ମସିହା ଜୁନ୍‌ ୧୦ରେ ଗ୍ରୀକ ଆଇସଲ୍ୟାଣ୍ଡର କୋରଫୁଠାରେ ଜନ୍ମ ଗ୍ରହଣ କରିଥିଲେ ଫିଲିପ। ସେ ଗ୍ରୀସ ଓ ଡେନମାର୍କର ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କ ଏକମାତ୍ର ସନ୍ତାନ। ୧୯୧୯-୧୯୨୨ରେ ତୁର୍କୀ ସହ ଯୁଦ୍ଧ ବେଳେ ଗ୍ରୀସ ପରାସ୍ତ ହୋଇଥିଲା। ଏହି କାରଣରୁ ପୂରା ପରିବାର ସହ ଆଣ୍ଡ୍ର୍ୟୁ ଫ୍ରାନ୍ସ ପଳାଇଥିଲେ। ୭ ବର୍ଷ ବୟସରେ ଫିଲିପ୍‌ ନିଜ ସମ୍ପର୍କୀୟଙ୍କ ପାଖରେ ରହି ଇଂଲଣ୍ଡ ସ୍କୁଲରେ ପାଠପଢ଼ିଥିଲେ। ୧୯୪୭ରେ ୨୬ ବର୍ଷୀୟ ଫିଲିପ ବ୍ରିଟେନର ୨୧ ବର୍ଷୀୟ ରାଜକୁମାରୀ ଏଲିଜାବେଥକୁ ବିବାହ କରିଥିଲେ।

09 Apr 2021 By The Sakala

ରାଣୀ ଏଲିଜାବେଥ-୨ୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ଦେହାନ୍ତ

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ରାଜ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ୱିଣ୍ଡସୋର କ୍ୟାଷ୍ଟେଲରେ ତାଙ୍କ ଦେହାନ୍ତ ହୋଇଛି।ଏହି ବିୟୋଗରେ ପୂରା ବିଶ୍ୱ ସହ ରାଜ ପରିବାର ସାମିଲ ହୋଇ ଶୋକ ପ୍ରକାଶ କରୁଛି। ବ୍ରିଟେନର ଜାତୀୟ ପତାକା ୟୁନିୟନ ଜ୍ୟାକ ଅର୍ଦ୍ଧନିମିତ୍ତ କରାଯାଇଛି।

ସୂଚନା ଅନୁଯାୟୀ, ଫେବୃଆରୀ ମାସରେ ପ୍ରିନ୍ସ ଫିଲିପ ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ହାର୍ଟରେ ସଂକ୍ରମଣ ହୋଇଥିବାରୁ ହସ୍ପିଟାଲରେ ଏହାର ଚିକିତ୍ସା କରାଯାଇଥିଲା। ମାସାଧିକ କାଳ ହସ୍ପିଟାଲରେ ରହିବା ପରେ ସେ ରାଜ ପ୍ରାସାଦକୁ ପୁଣି ଫେରିଥିଲେ।

୧୯୨୧ ମସିହା ଜୁନ୍‌ ୧୦ରେ ଗ୍ରୀକ ଆଇସଲ୍ୟାଣ୍ଡର କୋରଫୁଠାରେ ଜନ୍ମ ଗ୍ରହଣ କରିଥିଲେ ଫିଲିପ। ସେ ଗ୍ରୀସ ଓ ଡେନମାର୍କର ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କ ଏକମାତ୍ର ସନ୍ତାନ। ୧୯୧୯-୧୯୨୨ରେ ତୁର୍କୀ ସହ ଯୁଦ୍ଧ ବେଳେ ଗ୍ରୀସ ପରାସ୍ତ ହୋଇଥିଲା। ଏହି କାରଣରୁ ପୂରା ପରିବାର ସହ ଆଣ୍ଡ୍ର୍ୟୁ ଫ୍ରାନ୍ସ ପଳାଇଥିଲେ। ୭ ବର୍ଷ ବୟସରେ ଫିଲିପ୍‌ ନିଜ ସମ୍ପର୍କୀୟଙ୍କ ପାଖରେ ରହି ଇଂଲଣ୍ଡ ସ୍କୁଲରେ ପାଠପଢ଼ିଥିଲେ। ୧୯୪୭ରେ ୨୬ ବର୍ଷୀୟ ଫିଲିପ ବ୍ରିଟେନର ୨୧ ବର୍ଷୀୟ ରାଜକୁମାରୀ ଏଲିଜାବେଥକୁ ବିବାହ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର