୧୩ ଲକ୍ଷ ଏଲଆଇସି ଏଜେଣ୍ଟ ଏବଂ ଏକ ଲକ୍ଷ କର୍ମଚାରୀଙ୍କ ପାଇଁ ଅର୍ଥ ମନ୍ତ୍ରଣାଳୟର ବଡ ଘୋଷଣା….
ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରଣାଳୟ ପାର୍ବଣ ପୂର୍ବରୁ LIC ଏଜେଣ୍ଟ ଏବଂ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛି। ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି) ର ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ପାଇଁ ସରକାର ସୋମବାର ଦିନ ଅନେକ କଲ୍ୟାଣମୂଳକ ପଦକ୍ଷେପକୁ ଅନୁମୋଦନ ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ, ଏଥିରେ ଏଲ୍ଆଇସି କର୍ମଚାରୀ ଓ ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ବଢିବ ଏବଂ ସେମାନେ ସମାନ ହାରରେ ପରିବାର ପେନ୍ସନ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ […]
ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରଣାଳୟ ପାର୍ବଣ ପୂର୍ବରୁ LIC ଏଜେଣ୍ଟ ଏବଂ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛି। ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି) ର ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ପାଇଁ ସରକାର ସୋମବାର ଦିନ ଅନେକ କଲ୍ୟାଣମୂଳକ ପଦକ୍ଷେପକୁ ଅନୁମୋଦନ ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ, ଏଥିରେ ଏଲ୍ଆଇସି କର୍ମଚାରୀ ଓ ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ବଢିବ ଏବଂ ସେମାନେ ସମାନ ହାରରେ ପରିବାର ପେନ୍ସନ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ ।
କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅନୁମୋଦନ କରିଥିବା କଲ୍ୟାଣକାରୀ ପଦକ୍ଷେପଗୁଡିକ ମଧ୍ୟରେ ଏଲଆଇସି ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଫଳରେ ସମ୍ପୃକ୍ତ ଏଜେଣ୍ଟମାନେ ଉପକୃତ ହେବେ । ପୁନଃ ନିଯୁକ୍ତି ପାଇଥିବା ଏଜେଣ୍ଟମାନେ ରିନ୍ୟୁଆଲ କମିଶନ ପାଇବାକୁ ଯୋଗ୍ୟ ହେବେ । ଏହା ଫଳରେ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଏବେ ଏଲଆଇସି ଏଜେଣ୍ଟମାନେ ରିନ୍ୟୁଆଲ କମିଶନ ପାଇବାକୁ ଯୋଗ୍ୟ ନୁହଁନ୍ତି ।
ଟର୍ମ ବୀମା ସୁବିଧା ଏଜେଣ୍ଟମାନଙ୍କ ପାଇଁ ୨୫ହଜାରରୁ ଦେଢଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୩୦୦୦ରୁ ୧୦ହଜାର ଟଙ୍କା ମଧ୍ୟରେ ସୀମିତ ଥିଲା । ଏହା ଫଳରେ କୌଣସି ଏଲଆଇସି ଏଜେଣ୍ଟଙ୍କର ମୃତ୍ୟୁ ଘଟିଲେ ତାଙ୍କ ପରିବାର ଅଧିକ ଅର୍ଥ ପାଇବେ । ଏଲଆଇସି କର୍ମଚାରୀଙ୍କ ପାଇଁ ପରିବାର ପେନ୍ସନ୍ ହାରକୁ ଏକ ପ୍ରକାର କରାଯାଇଛି । ଏଣିକି ସବୁ କର୍ମଚାରୀଙ୍କୁ ୩୦ ଶତକଡା ହାରରେ ପରିବାର ପେନ୍ସନ୍ ମିଳିବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୧୩ଲକ୍ଷରୁ ଅଧିକ ଏଲ୍ଆଇସି ଏଜେଣ୍ଟ ଓ ଏକଲକ୍ଷରୁ ଅଧିକ ନିୟମିତ କର୍ମଚାରୀ ଉପକୃତ ହେବେ। ଏହି ପଦକ୍ଷେପ ଯୋଗୁଁ ଏଲଆଇସିର ଅଭିବୃଦ୍ଧି ମଧ୍ୟ ବଢିବ ଏବଂ ଦେଶରେ ଏହି ବୀମା ବ୍ୟବସ୍ଥାର ପ୍ରସାରକୁ ପ୍ରୋତ୍ସାହନ ମିଳିବ ।





