ଘରୋଇ ସଂସ୍ଥାର କର୍ମଚାରୀଙ୍କ ପାଇଁ ବଡ଼ ଖବର : ୨୧ ହଜାରକୁ ବୃଦ୍ଧି ହେବ ଇପିଏଫଓର ସର୍ବନିମ୍ନ ବେତନ ସୀମା

The Sakala Picture
Published On

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଖୁବଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଏଥିରେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ବୃଦ୍ଧି ପାଇଁ ସଂଗଠନ ବିଚାର କରୁଛି। ବର୍ତ୍ତମାନ କର୍ମଚାରୀଙ୍କ ବେତନ ସୀମା ମାସିକ ୧୫ ହଜାର ଟଙ୍କା ରହିଥିବାବେଳେ ତାହାକୁ ୨୧ ହଜାର ଟଙ୍କା କରିବାକୁ ବିଚାର ଚାଲିଛି। ଏଥିସହିତ ଇପିଏଫଓ ଆଉ ଏକ ନୂଆ ନିୟମ ବଦଳାଇବାକୁ ଯାଉଛି। ଏହି ଅନୁଯାୟୀ, କୌଣସି ସଂସ୍ଥାର କର୍ମଚାରୀ […]

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଖୁବଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଏଥିରେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ବୃଦ୍ଧି ପାଇଁ ସଂଗଠନ ବିଚାର କରୁଛି। ବର୍ତ୍ତମାନ କର୍ମଚାରୀଙ୍କ ବେତନ ସୀମା ମାସିକ ୧୫ ହଜାର ଟଙ୍କା ରହିଥିବାବେଳେ ତାହାକୁ ୨୧ ହଜାର ଟଙ୍କା କରିବାକୁ ବିଚାର ଚାଲିଛି। ଏଥିସହିତ ଇପିଏଫଓ ଆଉ ଏକ ନୂଆ ନିୟମ ବଦଳାଇବାକୁ ଯାଉଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଏହି ଅନୁଯାୟୀ, କୌଣସି ସଂସ୍ଥାର କର୍ମଚାରୀ ସଂଖ୍ୟା କମ୍ ଥିଲେ ବି ସେମାନେ ଇପିଏଫ୍‌ରେ ସାମିଲ ହୋଇପାରିବେ। ପ୍ରଚଳିତ ବ୍ୟବସ୍ଥାରେ କୌଣସି ସଂସ୍ଥାରେ ସର୍ବନିମ୍ନ କର୍ମଚାରୀ ସଂଖ୍ୟା ୨୦ ରହିଥିଲେ ତାହାକୁ ଇପିଏଫଓରେ ସାମିଲ କରାଯାଉଛି। ବର୍ତ୍ତମାନ ସର୍ବନିମ୍ନ କର୍ମଚାରୀ ସଂଖ୍ୟାକୁ ସଂଗଠନ ୧୦-୧୫କୁ ହ୍ରାସ କରିବା ନେଇ ବିଚାର ଚାଲିଛି। ଅର୍ଥାତ୍‌ ଗୋଟିଏ ସଂସ୍ଥାରେ ୧୦ ଜଣ କର୍ମଚାରୀ ଥିଲେ ବି ସେଠାରେ ଇପିଏଫ୍‌ ସୁବିଧା ଉପଲବ୍‌ଧ ରହିବ। ଏହି ନୂଆ ନିୟମ କାର୍ଯ୍ୟକାରୀ ହେଲେ କମ୍ କର୍ମଚାରୀଙ୍କୁ ନିୟୋଜିତ କରିଥିବା ସଂସ୍ଥାମାନେ ଇପିଏଫଓରେ ସାମିଲ ହୋଇପାରିବେ। ଯାହାଫଳରେ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା କଭରେଜକୁ ବୃଦ୍ଧି ତଥା ବ୍ୟାପକ କରାଯାଇପାରିବ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ବର୍ତ୍ତମାନ ହିତାଧିକାରୀଙ୍କ ସହ ଏହି ବିଷୟରେ ଆଲୋଚନା ଚଳାଇଥିବା ଜଣାପଯାଇଛି। ଏଥିପାଇଁ ଏକ ପରିଚାଳନା କମିଟି ଗଠନ କରିବା ପାଇଁ ସୁପାରିଶ କରାଯାଇଛି। ଇପିଏଫ୍ଓ ​​ଅଧୀନରେ, ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ପ୍ରତ୍ୟେକ ଇପିଏଫ୍ ଆକାଉଣ୍ଟରେ ୧୨ ପ୍ରତିଶତ ଅର୍ଥ ଯୋଗଦାନ ଦେଇଥାନ୍ତି। କର୍ମଚାରୀଙ୍କ ଯୋଗଦାନର ସମୁଦାୟ ୧୨% ଇପିଏଫ୍‌ଆକାଉଣ୍ଟକୁ ଯାଇଥିବାବେଳେ ନିଯୁକ୍ତିଦାତାଙ୍କ ୮.୩୩% କର୍ମଚାରୀଙ୍କ ପେନ୍‌ସନ୍ ସ୍କିମ୍ (ଇପିଏସ୍) ଆକାଉଣ୍ଟକୁ ଯାଇଥାଏ। ଅବଶିଷ୍ଟ ୩.୬୭% ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ଯାଉଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ସୂଚନାଯୋଗ୍ୟ ଯେ, ଶେଷ ଥର ପାଇଁ ଗତ ୨୦୧୪ରେ କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମାରେ ସଂଶୋଧନ କରାଯାଇଥିଲା। ସେହି ସମୟରେ ମାସିକ ବେତନ ସୀମା ୬୫୦୦ ଟଙ୍କାରୁ ବୃଦ୍ଧି କରାଯାଇ ୧୫ ହଜାର ଟଙ୍କା କରାଯାଇଥିଲା। ତେବେ ଏଥର ତାହା ୬ ହଜାର ବୃଦ୍ଧି କରାଯାଇ ୨୧ ହଜାର ଟଙ୍କା କରାଯାଇପାରେ। ଏହା ଲାଗୁ ହେଲେ କର୍ମଚାରୀମାନେ ନିଜ ନିଜର ଭବିଷ୍ୟନିଧି ପାଣ୍ଠିରେ ଅଧିକ ଅର୍ଥ ଜମା କରିପାରିବେ। ଆସନ୍ତା ୨୩ ତାରିଖରେ ବସିବାକୁ ଯାଉଥିବା କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ବୈଠକରେ ଏହା ଉପରେ ନିଷ୍ପତ୍ତି ହୋଇପାରେ। ବର୍ତ୍ତମାନ ଇପିଏଫଓ ସ୍କିମରେ ପ୍ରତି ମାସରେ କର୍ମଚାରୀଙ୍କ ମୂଳ ବେତନର ୧୨ ପ୍ରତିଶତ ରାଶିକୁ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତ୍ତା ଭବିଷ୍ୟନିଧି ଆକାଉଣ୍ଟରେ ଜମା କରୁଛନ୍ତି। ଭବିଷ୍ୟନିଧି ପାଣ୍ଠିରେ ଉନ୍ନତି ଆଣିବା ପାଇଁ ଅଂଶୀଦାରମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ବିଚାର କରୁଛି।

15 Nov 2024 By The Sakala

ଘରୋଇ ସଂସ୍ଥାର କର୍ମଚାରୀଙ୍କ ପାଇଁ ବଡ଼ ଖବର : ୨୧ ହଜାରକୁ ବୃଦ୍ଧି ହେବ ଇପିଏଫଓର ସର୍ବନିମ୍ନ ବେତନ ସୀମା

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଖୁବଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଏଥିରେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ବୃଦ୍ଧି ପାଇଁ ସଂଗଠନ ବିଚାର କରୁଛି। ବର୍ତ୍ତମାନ କର୍ମଚାରୀଙ୍କ ବେତନ ସୀମା ମାସିକ ୧୫ ହଜାର ଟଙ୍କା ରହିଥିବାବେଳେ ତାହାକୁ ୨୧ ହଜାର ଟଙ୍କା କରିବାକୁ ବିଚାର ଚାଲିଛି। ଏଥିସହିତ ଇପିଏଫଓ ଆଉ ଏକ ନୂଆ ନିୟମ ବଦଳାଇବାକୁ ଯାଉଛି।

ଏହି ଅନୁଯାୟୀ, କୌଣସି ସଂସ୍ଥାର କର୍ମଚାରୀ ସଂଖ୍ୟା କମ୍ ଥିଲେ ବି ସେମାନେ ଇପିଏଫ୍‌ରେ ସାମିଲ ହୋଇପାରିବେ। ପ୍ରଚଳିତ ବ୍ୟବସ୍ଥାରେ କୌଣସି ସଂସ୍ଥାରେ ସର୍ବନିମ୍ନ କର୍ମଚାରୀ ସଂଖ୍ୟା ୨୦ ରହିଥିଲେ ତାହାକୁ ଇପିଏଫଓରେ ସାମିଲ କରାଯାଉଛି। ବର୍ତ୍ତମାନ ସର୍ବନିମ୍ନ କର୍ମଚାରୀ ସଂଖ୍ୟାକୁ ସଂଗଠନ ୧୦-୧୫କୁ ହ୍ରାସ କରିବା ନେଇ ବିଚାର ଚାଲିଛି। ଅର୍ଥାତ୍‌ ଗୋଟିଏ ସଂସ୍ଥାରେ ୧୦ ଜଣ କର୍ମଚାରୀ ଥିଲେ ବି ସେଠାରେ ଇପିଏଫ୍‌ ସୁବିଧା ଉପଲବ୍‌ଧ ରହିବ। ଏହି ନୂଆ ନିୟମ କାର୍ଯ୍ୟକାରୀ ହେଲେ କମ୍ କର୍ମଚାରୀଙ୍କୁ ନିୟୋଜିତ କରିଥିବା ସଂସ୍ଥାମାନେ ଇପିଏଫଓରେ ସାମିଲ ହୋଇପାରିବେ। ଯାହାଫଳରେ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା କଭରେଜକୁ ବୃଦ୍ଧି ତଥା ବ୍ୟାପକ କରାଯାଇପାରିବ।

କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ବର୍ତ୍ତମାନ ହିତାଧିକାରୀଙ୍କ ସହ ଏହି ବିଷୟରେ ଆଲୋଚନା ଚଳାଇଥିବା ଜଣାପଯାଇଛି। ଏଥିପାଇଁ ଏକ ପରିଚାଳନା କମିଟି ଗଠନ କରିବା ପାଇଁ ସୁପାରିଶ କରାଯାଇଛି। ଇପିଏଫ୍ଓ ​​ଅଧୀନରେ, ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ପ୍ରତ୍ୟେକ ଇପିଏଫ୍ ଆକାଉଣ୍ଟରେ ୧୨ ପ୍ରତିଶତ ଅର୍ଥ ଯୋଗଦାନ ଦେଇଥାନ୍ତି। କର୍ମଚାରୀଙ୍କ ଯୋଗଦାନର ସମୁଦାୟ ୧୨% ଇପିଏଫ୍‌ଆକାଉଣ୍ଟକୁ ଯାଇଥିବାବେଳେ ନିଯୁକ୍ତିଦାତାଙ୍କ ୮.୩୩% କର୍ମଚାରୀଙ୍କ ପେନ୍‌ସନ୍ ସ୍କିମ୍ (ଇପିଏସ୍) ଆକାଉଣ୍ଟକୁ ଯାଇଥାଏ। ଅବଶିଷ୍ଟ ୩.୬୭% ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ଯାଉଛି।

ସୂଚନାଯୋଗ୍ୟ ଯେ, ଶେଷ ଥର ପାଇଁ ଗତ ୨୦୧୪ରେ କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମାରେ ସଂଶୋଧନ କରାଯାଇଥିଲା। ସେହି ସମୟରେ ମାସିକ ବେତନ ସୀମା ୬୫୦୦ ଟଙ୍କାରୁ ବୃଦ୍ଧି କରାଯାଇ ୧୫ ହଜାର ଟଙ୍କା କରାଯାଇଥିଲା। ତେବେ ଏଥର ତାହା ୬ ହଜାର ବୃଦ୍ଧି କରାଯାଇ ୨୧ ହଜାର ଟଙ୍କା କରାଯାଇପାରେ। ଏହା ଲାଗୁ ହେଲେ କର୍ମଚାରୀମାନେ ନିଜ ନିଜର ଭବିଷ୍ୟନିଧି ପାଣ୍ଠିରେ ଅଧିକ ଅର୍ଥ ଜମା କରିପାରିବେ। ଆସନ୍ତା ୨୩ ତାରିଖରେ ବସିବାକୁ ଯାଉଥିବା କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ବୈଠକରେ ଏହା ଉପରେ ନିଷ୍ପତ୍ତି ହୋଇପାରେ। ବର୍ତ୍ତମାନ ଇପିଏଫଓ ସ୍କିମରେ ପ୍ରତି ମାସରେ କର୍ମଚାରୀଙ୍କ ମୂଳ ବେତନର ୧୨ ପ୍ରତିଶତ ରାଶିକୁ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତ୍ତା ଭବିଷ୍ୟନିଧି ଆକାଉଣ୍ଟରେ ଜମା କରୁଛନ୍ତି। ଭବିଷ୍ୟନିଧି ପାଣ୍ଠିରେ ଉନ୍ନତି ଆଣିବା ପାଇଁ ଅଂଶୀଦାରମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ବିଚାର କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର