କରୋନା ଦ୍ବିତୀୟ ଲହର ପ୍ରଭାବ: ବଢ଼ିବ ଧନୀ-ଗରିବ ତାରତମ୍ୟ, ୩ କୋଟିରୁ ଅଧିକ ହେବେ ଗରିବ

The Sakala Picture
Published On

ନୂଆଦିଲ୍ଲୀ: ଗତବର୍ଷ ବିଶ୍ବବ୍ୟାପୀ କରୋନା ମହାମାରୀର ଆତଙ୍କ ଖେଳିଯିବା ପରେ ସାରା ବିଶ୍ବରେ ଅର୍ଥନୀତି ବ୍ୟବସ୍ଥା ଭୁଷୁଡିପଡ଼ିଥିଲା। ଭାରତ ଭଳି ଏକ ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ଏହାର ପ୍ରଭାବ ସୁବଠୁ ଅଧିକ ପଡ଼ିଥିଲା। କୃଷି ଉପରେ ନିର୍ଭର କରୁଥିବା ଏଠାକାର ୭୦ ପ୍ରତିଶତରୁ ଅଧିକ ଲୋକ କାମଧନ୍ଦା ଅଭାବରୁ ଗରିବ ଆଡକୁ ମୁହାଁଇଥିଲେ। ଋଣକରଜ ମଧ୍ୟ ବଢିଥିଲା। ପ୍ରଥମ ଲହର ବେଳେ ଏହି କାରଣରୁ ଭାରତରେ ସଂଗଠିତ ଏବଂ ଅସଂଗଠିତ କ୍ଷେତ୍ରର ପ୍ରାୟ ୧୨ କୋଟିରୁ ଅଧିକ […]

ନୂଆଦିଲ୍ଲୀ: ଗତବର୍ଷ ବିଶ୍ବବ୍ୟାପୀ କରୋନା ମହାମାରୀର ଆତଙ୍କ ଖେଳିଯିବା ପରେ ସାରା ବିଶ୍ବରେ ଅର୍ଥନୀତି ବ୍ୟବସ୍ଥା ଭୁଷୁଡିପଡ଼ିଥିଲା। ଭାରତ ଭଳି ଏକ ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ଏହାର ପ୍ରଭାବ ସୁବଠୁ ଅଧିକ ପଡ଼ିଥିଲା। କୃଷି ଉପରେ ନିର୍ଭର କରୁଥିବା ଏଠାକାର ୭୦ ପ୍ରତିଶତରୁ ଅଧିକ ଲୋକ କାମଧନ୍ଦା ଅଭାବରୁ ଗରିବ ଆଡକୁ ମୁହାଁଇଥିଲେ। ଋଣକରଜ ମଧ୍ୟ ବଢିଥିଲା। ପ୍ରଥମ ଲହର ବେଳେ ଏହି କାରଣରୁ ଭାରତରେ ସଂଗଠିତ ଏବଂ ଅସଂଗଠିତ କ୍ଷେତ୍ରର ପ୍ରାୟ ୧୨ କୋଟିରୁ ଅଧିକ ଲୋକ ନିଯୁକ୍ତି ହାରାଇଥିଲା ବେଳେ ଏଥିମଧ୍ୟରୁ କେବଳ ୧୦ କୋଟି ଥିଲେ ଶ୍ରମିକ ଶ୍ରେଣୀର ରହିଥିଲା ବେଳେ ବାକି ୨ କୋଟି ଥିଲେ ଚାକିରିଆ। କିନ୍ତୁ ଭାରତରେ ଏବେ ଦ୍ବିତୀୟ ଲହର ସଂକ୍ରମଣ ସ୍ଥିତି ଯେଉଁ ସ୍ତରରେ ପହଞ୍ଚିଛି ତଦ୍ବାରା ପ୍ରଥମ ଲହର ତୁଳନାରେ ଏବେ ଆହୁରି ଅଧିକ ଲୋକ ଗରିବ ଆଡକୁ ମୁହାଁଉଛନ୍ତି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ବିଶେଷ ଅନୁସନ୍ଧାନରୁ ଜଣାପଡ଼ିଛି। ଗତକାଲି ସୁଦ୍ଧା ଭାରତର ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୩୪ ହଜାର ଡେଇଁଥିବା ବେଳେ ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ, ଆଂଶିକ ଲକଡାଉନ ଏବଂ ଅନ୍ୟାନ୍ୟ କରୋନା କଟକଣାକୁ ନେଇ ଶ୍ରମ ବ୍ୟବସ୍ଥା ସୁବଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି। ବିଶେଷକରି ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ ଭଳି ଶିଳ୍ପ ପ୍ରଧାନ ରାଜ୍ୟଗୁଡିକ ଏବେ ସୁବଠାରୁ ଅଧିକ କରୋନା ପ୍ରଭାବିତ ହୋଇଥିବାରୁ ଏଠାକାର ଶିଳ୍ପ ଉଦ୍ୟୋଗଗୁଡିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଯାହାକୁ ନେଇ ଏବେ ନିଯୁକ୍ତି ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଇଥିବା ବେଳେ ପ୍ରାୟ ୩ କୋଟି ୨୦ ଲକ୍ଷ ଲୋକ ଗରିବ ହୋଇପଡ଼ିବେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ନିଟ୍ ୟୁଜି ୨୦୨୬ ରି-ଟେଷ୍ଟ: ଟେଲିଗ୍ରାମ ବ୍ୟାନ୍ ଉପରେ କେନ୍ଦ୍ରର ନିଷ୍ପତ୍ତିକୁ କାଏମ୍ ରଖିଲେ ଦିଲ୍ଲୀ ହାଇକୋର୍ଟ

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ୪୭,୬୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ତେବେ ଏହିକ୍ରମରେ ସବୁଠୁ ଅଧିକ ପ୍ରଭାବିତ ହେବେ ମଧ୍ୟବିତ୍ତ ଶ୍ରେଣୀ। କାରଣ ନିଯୁକ୍ତି କାଟ୍‌ ସାଙ୍ଗକୁ ସେମାନଙ୍କ ଉପରେ ବିଜୁଳି ବିଲ୍‌ ଠାରୁ ଆରମ୍ଭ କରି ବର୍ଦ୍ଧିତ ପେଟ୍ରୋଲ ,ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବଂ ଜିଏସ୍‌ଟି ବୋଝ ଅତିରୁ ଅତି ଉତ୍କଟ ସମସ୍ୟା ସୃଷ୍ଟି କରିବ। ପରିବାର ଭରଣ ପୋଷଣ ପାଇଁ ସେମାନେ ଋଣ କରିବାକୁ ବାଧ୍ୟ ହେବେ ଏବଂ ଏହାଦ୍ବାରା ସେମାନଙ୍କ ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହେବା ସହିତ ସେମାନେ ଗରିବୀ ଆଡକୁ ମୁହାଁଇବେ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଆମେରିକାର ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏ ସମ୍ପର୍କରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ଭାରତରେ ଯେଉଁମାନଙ୍କ ଦୈନିକ ଆୟ ୧୦ ରୁ ୨୦ ଡଲାର(୭୦୦ ରୁ ୧୪୦୦ ଟଙ୍କା) ରହିଛି ସେଭଳି ପ୍ରାୟ ୩ କୋଟି ୨୦ ଲକ୍ଷ ଲୋକଙ୍କ ଜୀବନଶୈଳୀ ସର୍ବାଧିକ ଭାବେ ପ୍ରଭାବିତ ହେବ। ବିଶ୍ବ ବ୍ୟାଙ୍କର ଏକ ରିପୋର୍ଟକୁ ଆଧାର କରି ଏହି ସଂସ୍ଥା କହିଛି ଯେ, ୨୦୧୧ ରୁ ୨୦୧୯ ମଧ୍ୟରେ ଭାରତରେ ପ୍ରାୟ ୫ କୋଟି ୭୦ ଲକ୍ଷ ଲୋକଙ୍କ ଆୟରେ ଉନ୍ନତି ଘଟିବା ସହ ସେମାନେ ନିମ୍ନ ଆୟବର୍ଗରୁ ମଧ୍ୟମ ଆୟ ବର୍ଗ ଶ୍ରେଣୀରେ ସାମିଲ ହୋଇପାରିଥିଲେ। କିନ୍ତୁ ୨୦୧୯ ପରେ ଏହି ସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ବରଂ ସ୍ଥିତି ଏଭଳି ସ୍ତରକୁ ଚାଳଇଯାଇଥିଲା ଯେ ଭାରତରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସଂଖ୍ୟା ୯୯ ନିୟୁତ ରୁ ୬୬ ନିୟୁତକୁ ହ୍ରାସ ପାଇଥିଲା।

ଆହୁରି ପଢ଼ନ୍ତୁ: ଜୁଲାଇ ୫ତାରିଖକୁ ଘୁଞ୍ଚିଲା OTET ପରୀକ୍ଷା, ଜୁନ ୨୮ରେ ହେବାର ଥିଲା

ଏହାଦ୍ବାରା ଦେଶର ସାମ୍ରଗିକ ଘରୋଇ ଉତ୍ପାଦନ(ଜିଡିପି) ମଧ୍ୟ ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା। ଫଳରେ ଭାରତରେ ଗରିବଙ୍କ ସଂଖ୍ୟା ପୂର୍ବ ତୁଳନାରେ ପୁଣି ବୃଦ୍ଧି ଘଟିଥିଲା ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥନୀତି ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଘଟିବା ସହ ମଧ୍ୟବିତ୍ତ ଶ୍ରେଣୀଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ ପ୍ରୟାସ ଆରମ୍ଭ କରାଯାଇଥବଲା ବେଳେ ଏବେ ଦ୍ବିତୀୟ ଲହର ସେମାନଙ୍କ ପାଇଁ କାଳ ହୋଇଛି ବୋଲି ଉକ୍ତ ରିପୋର୍ଟରେ କୁହାାଯାଇଛି। କରୋନା ସଂକ୍ରମଣ ପ୍ରଭାବକୁ ନେଇ ଭାରତରେ ଏବେ ଦୈନିକ ୨ ଡଲାର (୧୪୫ଟଙ୍କା) କିମ୍ବା ତା’ ଠାରୁ କମ୍‌ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୭୫ ନିୟୁତରେ ପହଞ୍ଚିଛି ବୋଲି କୁହାଯାଇଛି। ବିଗତ କିଛି ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅନ୍ୟୂନ ୨୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ ପେଟ୍ରୋଲ ଲିଟର ପିଛା ଦର ୭୧.୭୫ ଟଙ୍କା ରହିଥÒଲା ବେଳେ ୨୦୨୧ ମାର୍ଚ୍ଚ ୩୧ରେ ଏହା ୯୦.୮୨ ଟଙ୍କାରେ ପହଞ୍ଚିଛି। ସେହିପରି ବିଜୁଳି ଦର ମଧ୍ୟ ୨୦୨୦ ମାର୍ଚ୍ଚ ତୁଳନାରେ ୨୦୨୧ ମାର୍ଚ୍ଚରେ ୨୨ ପ୍ରତିଶତ ବୃଦ୍ଧ଄ ଘଟିଛି। ଯାହାକୁ ନେଇ ମଧ୍ୟବିତ୍ତ ଶ୍ରେଣୀ ସବୁଠୁ କଷାଘାତା ଶିକାର ହୋଇଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।

19 Apr 2021 By The Sakala

କରୋନା ଦ୍ବିତୀୟ ଲହର ପ୍ରଭାବ: ବଢ଼ିବ ଧନୀ-ଗରିବ ତାରତମ୍ୟ, ୩ କୋଟିରୁ ଅଧିକ ହେବେ ଗରିବ

ନୂଆଦିଲ୍ଲୀ: ଗତବର୍ଷ ବିଶ୍ବବ୍ୟାପୀ କରୋନା ମହାମାରୀର ଆତଙ୍କ ଖେଳିଯିବା ପରେ ସାରା ବିଶ୍ବରେ ଅର୍ଥନୀତି ବ୍ୟବସ୍ଥା ଭୁଷୁଡିପଡ଼ିଥିଲା। ଭାରତ ଭଳି ଏକ ସର୍ବାଧିକ ଜନବହୁଳ ରାଷ୍ଟ୍ରରେ ଏହାର ପ୍ରଭାବ ସୁବଠୁ ଅଧିକ ପଡ଼ିଥିଲା। କୃଷି ଉପରେ ନିର୍ଭର କରୁଥିବା ଏଠାକାର ୭୦ ପ୍ରତିଶତରୁ ଅଧିକ ଲୋକ କାମଧନ୍ଦା ଅଭାବରୁ ଗରିବ ଆଡକୁ ମୁହାଁଇଥିଲେ। ଋଣକରଜ ମଧ୍ୟ ବଢିଥିଲା। ପ୍ରଥମ ଲହର ବେଳେ ଏହି କାରଣରୁ ଭାରତରେ ସଂଗଠିତ ଏବଂ ଅସଂଗଠିତ କ୍ଷେତ୍ରର ପ୍ରାୟ ୧୨ କୋଟିରୁ ଅଧିକ ଲୋକ ନିଯୁକ୍ତି ହାରାଇଥିଲା ବେଳେ ଏଥିମଧ୍ୟରୁ କେବଳ ୧୦ କୋଟି ଥିଲେ ଶ୍ରମିକ ଶ୍ରେଣୀର ରହିଥିଲା ବେଳେ ବାକି ୨ କୋଟି ଥିଲେ ଚାକିରିଆ। କିନ୍ତୁ ଭାରତରେ ଏବେ ଦ୍ବିତୀୟ ଲହର ସଂକ୍ରମଣ ସ୍ଥିତି ଯେଉଁ ସ୍ତରରେ ପହଞ୍ଚିଛି ତଦ୍ବାରା ପ୍ରଥମ ଲହର ତୁଳନାରେ ଏବେ ଆହୁରି ଅଧିକ ଲୋକ ଗରିବ ଆଡକୁ ମୁହାଁଉଛନ୍ତି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ବିଶେଷ ଅନୁସନ୍ଧାନରୁ ଜଣାପଡ଼ିଛି। ଗତକାଲି ସୁଦ୍ଧା ଭାରତର ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୩୪ ହଜାର ଡେଇଁଥିବା ବେଳେ ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ, ଆଂଶିକ ଲକଡାଉନ ଏବଂ ଅନ୍ୟାନ୍ୟ କରୋନା କଟକଣାକୁ ନେଇ ଶ୍ରମ ବ୍ୟବସ୍ଥା ସୁବଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି। ବିଶେଷକରି ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ ଭଳି ଶିଳ୍ପ ପ୍ରଧାନ ରାଜ୍ୟଗୁଡିକ ଏବେ ସୁବଠାରୁ ଅଧିକ କରୋନା ପ୍ରଭାବିତ ହୋଇଥିବାରୁ ଏଠାକାର ଶିଳ୍ପ ଉଦ୍ୟୋଗଗୁଡିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଯାହାକୁ ନେଇ ଏବେ ନିଯୁକ୍ତି ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଇଥିବା ବେଳେ ପ୍ରାୟ ୩ କୋଟି ୨୦ ଲକ୍ଷ ଲୋକ ଗରିବ ହୋଇପଡ଼ିବେ ବୋଲି କୁହାଯାଇଛି।

ତେବେ ଏହିକ୍ରମରେ ସବୁଠୁ ଅଧିକ ପ୍ରଭାବିତ ହେବେ ମଧ୍ୟବିତ୍ତ ଶ୍ରେଣୀ। କାରଣ ନିଯୁକ୍ତି କାଟ୍‌ ସାଙ୍ଗକୁ ସେମାନଙ୍କ ଉପରେ ବିଜୁଳି ବିଲ୍‌ ଠାରୁ ଆରମ୍ଭ କରି ବର୍ଦ୍ଧିତ ପେଟ୍ରୋଲ ,ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବ ଏବଂ ଜିଏସ୍‌ଟି ବୋଝ ଅତିରୁ ଅତି ଉତ୍କଟ ସମସ୍ୟା ସୃଷ୍ଟି କରିବ। ପରିବାର ଭରଣ ପୋଷଣ ପାଇଁ ସେମାନେ ଋଣ କରିବାକୁ ବାଧ୍ୟ ହେବେ ଏବଂ ଏହାଦ୍ବାରା ସେମାନଙ୍କ ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହେବା ସହିତ ସେମାନେ ଗରିବୀ ଆଡକୁ ମୁହାଁଇବେ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଆମେରିକାର ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏ ସମ୍ପର୍କରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ଭାରତରେ ଯେଉଁମାନଙ୍କ ଦୈନିକ ଆୟ ୧୦ ରୁ ୨୦ ଡଲାର(୭୦୦ ରୁ ୧୪୦୦ ଟଙ୍କା) ରହିଛି ସେଭଳି ପ୍ରାୟ ୩ କୋଟି ୨୦ ଲକ୍ଷ ଲୋକଙ୍କ ଜୀବନଶୈଳୀ ସର୍ବାଧିକ ଭାବେ ପ୍ରଭାବିତ ହେବ। ବିଶ୍ବ ବ୍ୟାଙ୍କର ଏକ ରିପୋର୍ଟକୁ ଆଧାର କରି ଏହି ସଂସ୍ଥା କହିଛି ଯେ, ୨୦୧୧ ରୁ ୨୦୧୯ ମଧ୍ୟରେ ଭାରତରେ ପ୍ରାୟ ୫ କୋଟି ୭୦ ଲକ୍ଷ ଲୋକଙ୍କ ଆୟରେ ଉନ୍ନତି ଘଟିବା ସହ ସେମାନେ ନିମ୍ନ ଆୟବର୍ଗରୁ ମଧ୍ୟମ ଆୟ ବର୍ଗ ଶ୍ରେଣୀରେ ସାମିଲ ହୋଇପାରିଥିଲେ। କିନ୍ତୁ ୨୦୧୯ ପରେ ଏହି ସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ବରଂ ସ୍ଥିତି ଏଭଳି ସ୍ତରକୁ ଚାଳଇଯାଇଥିଲା ଯେ ଭାରତରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସଂଖ୍ୟା ୯୯ ନିୟୁତ ରୁ ୬୬ ନିୟୁତକୁ ହ୍ରାସ ପାଇଥିଲା।

ଏହାଦ୍ବାରା ଦେଶର ସାମ୍ରଗିକ ଘରୋଇ ଉତ୍ପାଦନ(ଜିଡିପି) ମଧ୍ୟ ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା। ଫଳରେ ଭାରତରେ ଗରିବଙ୍କ ସଂଖ୍ୟା ପୂର୍ବ ତୁଳନାରେ ପୁଣି ବୃଦ୍ଧି ଘଟିଥିଲା ବୋଲି ବିଶ୍ବବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥନୀତି ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଘଟିବା ସହ ମଧ୍ୟବିତ୍ତ ଶ୍ରେଣୀଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ ପ୍ରୟାସ ଆରମ୍ଭ କରାଯାଇଥବଲା ବେଳେ ଏବେ ଦ୍ବିତୀୟ ଲହର ସେମାନଙ୍କ ପାଇଁ କାଳ ହୋଇଛି ବୋଲି ଉକ୍ତ ରିପୋର୍ଟରେ କୁହାାଯାଇଛି। କରୋନା ସଂକ୍ରମଣ ପ୍ରଭାବକୁ ନେଇ ଭାରତରେ ଏବେ ଦୈନିକ ୨ ଡଲାର (୧୪୫ଟଙ୍କା) କିମ୍ବା ତା’ ଠାରୁ କମ୍‌ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୭୫ ନିୟୁତରେ ପହଞ୍ଚିଛି ବୋଲି କୁହାଯାଇଛି। ବିଗତ କିଛି ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅନ୍ୟୂନ ୨୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ ପେଟ୍ରୋଲ ଲିଟର ପିଛା ଦର ୭୧.୭୫ ଟଙ୍କା ରହିଥÒଲା ବେଳେ ୨୦୨୧ ମାର୍ଚ୍ଚ ୩୧ରେ ଏହା ୯୦.୮୨ ଟଙ୍କାରେ ପହଞ୍ଚିଛି। ସେହିପରି ବିଜୁଳି ଦର ମଧ୍ୟ ୨୦୨୦ ମାର୍ଚ୍ଚ ତୁଳନାରେ ୨୦୨୧ ମାର୍ଚ୍ଚରେ ୨୨ ପ୍ରତିଶତ ବୃଦ୍ଧ଄ ଘଟିଛି। ଯାହାକୁ ନେଇ ମଧ୍ୟବିତ୍ତ ଶ୍ରେଣୀ ସବୁଠୁ କଷାଘାତା ଶିକାର ହୋଇଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର