୨୧ ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ : ଯୋଜନା ରୂପାୟଣ, ସମନ୍ୱୟକୁ ଗୁରୁତ୍ୱ

The Sakala Picture
Published On

ଭୁବନେଶ୍ୱର : ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ସହ ତୃଣମୂଳସ୍ତରରେ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ବିଶେଷକରି ଧ୍ୱଜାଧାରୀ(ଫ୍ଲାଗ୍‍ସିପ୍‍) ଯୋଜନାଗୁଡ଼ିକର ସୁଫଳ ସାଧାରଣଜନତାଙ୍କ ପାଇଁ ଉପଲବ୍‍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ଗଣତନ୍ତ୍ରରେ ଜନତା ହିଁ ସର୍ବେସର୍ବା। ଜନତାଙ୍କ ସହ ଯୋଡ଼ିହୋଇ କାର୍ଯ୍ୟ କରିବା ସହ ପ୍ରଶାସନର ସମନ୍ୱୟରେ ଜନପ୍ରତିନିଧିମାନେ ଖସଡ଼ା ପ୍ରସ୍ତୁତ କଲେ ଯୋଜନାଗୁଡ଼ିକର ଲକ୍ଷ୍ୟ ପୂରଣ ହୋଇପାରିବ। ନିର୍ବାଚନ ଇସ୍ତାହାରରେ ଶାସକ ବିଜେଡି ଲୋକମାନଙ୍କୁ […]

ଭୁବନେଶ୍ୱର : ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ସହ ତୃଣମୂଳସ୍ତରରେ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ବିଶେଷକରି ଧ୍ୱଜାଧାରୀ(ଫ୍ଲାଗ୍‍ସିପ୍‍) ଯୋଜନାଗୁଡ଼ିକର ସୁଫଳ ସାଧାରଣଜନତାଙ୍କ ପାଇଁ ଉପଲବ୍‍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ଗଣତନ୍ତ୍ରରେ ଜନତା ହିଁ ସର୍ବେସର୍ବା। ଜନତାଙ୍କ ସହ ଯୋଡ଼ିହୋଇ କାର୍ଯ୍ୟ କରିବା ସହ ପ୍ରଶାସନର ସମନ୍ୱୟରେ ଜନପ୍ରତିନିଧିମାନେ ଖସଡ଼ା ପ୍ରସ୍ତୁତ କଲେ ଯୋଜନାଗୁଡ଼ିକର ଲକ୍ଷ୍ୟ ପୂରଣ ହୋଇପାରିବ। ନିର୍ବାଚନ ଇସ୍ତାହାରରେ ଶାସକ ବିଜେଡି ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେଦୂର ପୂରଣ କରିପାରିଛି ଏବଂ ଏ କ୍ଷେତ୍ରରେ ଜନପ୍ରତିନିଧିମାନଙ୍କର ସମସ୍ୟା ଓ ଏହାର ସମାଧାନ ଆଭିମୁଖ୍ୟରେ ଆସନ୍ତା ୨୧ ତାରିଖରେ ଦଳ ପକ୍ଷରୁ ଏକ ମାନସମନ୍ଥନ କରାଯିବ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଏଥିରେ ରାଜ୍ୟ ମନ୍ତ୍ରିପରିଷଦର ସଦସ୍ୟ ଏବଂ ଦଳୀୟ ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ପ୍ରାୟ ୩ରୁ ସାଢେ ୩ ଘଣ୍ଟା ଏହି କାର୍ଯ୍ୟକ୍ରମ ଚାଲିବ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ ଷ୍ଟାଡିୟମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବେ ବୋଲି ଜଣାପଡିଛି।
ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍‍ କାର୍ଯ୍ୟକ୍ରମ ସଫଳତାର ସହ ଜାରି ରହିଛି। ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶିତ ‘୫-ଟି’ ଉପକ୍ରମ ଆହୁରି ସୁବ୍ୟବସ୍ଥିତ କରିଛି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‍କେୱାଇ), ମମତା ଯୋଜନା, ଆବାସ ଯୋଜନା, ସାମାଜିକ ସୁରକ୍ଷା ସମ୍ପର୍କିତ ଆର୍ଥିକ ସହାୟତା ସଫଳତାର ସହ କାର୍ଯ୍ୟ କରୁଛି। ତେବେ ତୃଣମୂଳରେ ସମସ୍ତ ସରକାରୀ ଯୋଜନାର ରୂପାୟଣ, ପୂର୍ବାପେକ୍ଷା ରାଜ୍ୟ ଶୀର୍ଷ ପ୍ରଶାସନ ସହ ତୃଣମୂଳ ପ୍ରଶାସନ ମଧ୍ୟରେ ସମନ୍ୱୟ, ଜନପ୍ରତିନିଧି ଏବଂ ପ୍ରଶାସକଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ। ମନ୍ତ୍ରୀମାନେ ନିଜ ବିଭାଗୀୟ କାର୍ଯ୍ୟରେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ସେମାନେ ଚାହୁଁଥିବା ପ୍ରଶାସନିକ ସହଯୋଗ ସମ୍ପର୍କରେ ଉପସ୍ଥାପନା କରିବେ। କ’ଣ କଲେ ଯୋଜନାଗୁଡ଼ିକ ଆହୁରି ଉତ୍ତମ ଭାବେ ପ୍ରତିଫଳିତ ହେବ ସେ ନେଇ ଆଲୋଚନା କରାଯିବ। କେତେକ ବିଧାୟକ ନିଜ ନିଜ ବିଧାନସଭା ନିର୍ବାଚନମଣ୍ଡଳୀରେ କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବର ୨୩ ଓ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା : IMDର ସତର୍କ ସୂଚନା ଜାରି

ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମଧ୍ୟ ସମ୍ମତି ପ୍ରଦାନ କରାଯାଇଛି। ଉପକୂଳ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ କେତେକ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନେଇ ଟେଣ୍ଡର ମଞ୍ଜୁରୀ କରାଯାଇଥିଲା। ଏଗୁଡ଼ିକର କାର୍ଯ୍ୟ କେତେ ପରିମାଣରେ ଅଗ୍ରଗତି କରିଛି। ରାଜ୍ୟକୁ ଉଭୟ କ୍ରୀଡ଼ା ପେଣ୍ଠସ୍ଥଳୀ ଏବଂ ବିପର୍ଯ୍ୟୟ ଭିତ୍ତିଭୂମି ସୁଦୁଢ଼ କରିବା ପାଇଁ ୮୯ଟି ଇନ୍‍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ, ମିଶନ ଶକ୍ତି ଗୃହ, ଗାଁ ରାସ୍ତାଗୁଡ଼ିକ ଜିଲ୍ଲା ସଦର ମହକୁମା, ଜିଲ୍ଲା ମୁଖ୍ୟ ରାସ୍ତାକୁ ସଂଯୋଗ ସମ୍ପର୍କିତ କାର୍ଯ୍ୟ ସମୀକ୍ଷା କରାଯିବ। ସେହିପରି ସ୍କୁଲ ଗୁଡ଼ିକର ରୂପାନ୍ତରଣ ପର୍ବ ସଫଳତାର ସହ ଜାରି ରହିଛି। ରୂପାନ୍ତରଣ ପରବର୍ତ୍ତୀ ରକ୍ଷଣାବେକ୍ଷଣରେ ସ୍ଥାନୀୟ ଜନସାଧାରଣଙ୍କୁ ଅଧିକମାତ୍ରାରେ ନିୟୋଜିତ କରିବା ଉପରେ ପ୍ରାଥମିକତା ଦେବା ନେଇ ଗୁରୁତ୍ୱ ପ୍ରକାଶ ପାଇଛି।

୨୦୨୪ ସାଧାରଣ ନିର୍ବାଚନର ବର୍ଷ। ତେଣୁ ୨୦୨୩ ରାଜନୈତିକ ଭାବେ ଶାସକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ବିଶେଷକରି ପୂର୍ବ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପରିମାଣରେ ପୂରଣ ହୋଇଛି। ପୂରଣ ହୋଇ ନ ଥିବା ପ୍ରତିଶ୍ରୁତିକୁ କିପରି ଧାର୍ଯ୍ୟ ସମୟରେ ପୂରଣ କରାଯାଇପାରିବ, ସେ ଦିଗରେ ଥିବା ପ୍ରଶାସନିକ ବାଧା ଦୂର ଉପରେ ଗୁରୁତ୍ୱ ଦିଆଯିବ। ବିଶେଷ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସାରିବା ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି। ୨୦୨୦ ପ୍ରାରମ୍ଭରୁ କରୋନା ମହାମାରୀ ଦ୍ୱାରା ମଧ୍ୟ ଜନ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା ପ୍ରଭାବିତ ହୋଇଛି। ତେଣୁ ସାମଗ୍ରିକ ଭାବେ ପ୍ରଶାସକକୁ ଅଧିକ କ୍ରିୟାଶୀଳ କରିବା ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଜଣାପଡିଛି।
ଯୋଜନା ରୂପାୟଣ…

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର