ଅସ୍ତ୍ର ସାଜିଛି କେନ୍ଦ୍ରୀୟ ଏଜେନ୍ସି , ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀଙ୍କ ଘରେ ଚଢ଼ଉ
ଲକ୍ଷ୍ନୌ : ଆସନ୍ତା ବର୍ଷ ଉତ୍ତରପ୍ରଦେଶ(ୟୁପି) ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ଏବେଠାରୁ ରାଜନୀତି ସରଗରମ ହୋଇଗଲାଣି। ଲୋକଙ୍କୁ ନିଜ ଆଡକୁ ଟାଣିବା ପାଇଁ ଅନେକ ନେତା ୟୁପିରେ ଡେରା ପକାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ୟୁପିରେ ଅଛନ୍ତି। ସମାଜବାଦୀ ପାର୍ଟି(ଏସପି) ମଧ୍ୟ ଦୌଡରୁ ବାଦ ପଡିନାହିଁ। ଏସପି ମୁଖିଆ ଅଖିଳେଶ ଯାଦବ ନିଜ କକା ଶିବପାଲ ଯାଦବଙ୍କ ସହ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ […]
ଲକ୍ଷ୍ନୌ : ଆସନ୍ତା ବର୍ଷ ଉତ୍ତରପ୍ରଦେଶ(ୟୁପି) ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ଏବେଠାରୁ ରାଜନୀତି ସରଗରମ ହୋଇଗଲାଣି। ଲୋକଙ୍କୁ ନିଜ ଆଡକୁ ଟାଣିବା ପାଇଁ ଅନେକ ନେତା ୟୁପିରେ ଡେରା ପକାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ୟୁପିରେ ଅଛନ୍ତି। ସମାଜବାଦୀ ପାର୍ଟି(ଏସପି) ମଧ୍ୟ ଦୌଡରୁ ବାଦ ପଡିନାହିଁ। ଏସପି ମୁଖିଆ ଅଖିଳେଶ ଯାଦବ ନିଜ କକା ଶିବପାଲ ଯାଦବଙ୍କ ସହ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଶନିବାର ଅଖିଳେଶଙ୍କ ଚାରି ଘନିଷ୍ଠ ସହଯୋଗୀଙ୍କ ଘରେ ଆୟକର ବିଭାଗ(ଆଇଟି) ଚଢ଼ଉ କରିଛି। ୟୁପି ନିର୍ବାଚନକୁ ଆଉ ଦେଢ଼ମାସ ଥିବା ସମୟରେ ଏହି ଚଢ଼ାଉ କରାଯାଇଛି।
ଶନିବାର କିଛି ସମାଜବାଦୀ ପାର୍ଟିର ସମର୍ଥକ ଓ ନେତାଙ୍କ ଘରେ ଅଚାନକ ଆୟକର ବିଭାଗ ପକ୍ଷରୁ ଚଢଉ କରାଯିବା ପରେ ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାପୂର୍ବରୁ ଆୟକର ଚଢଉ କରିଛି । ଯାହାକୁ ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଏବେ କ୍ଷମତାସୀନ ବିଜେପି କଂଗ୍ରେସ ରାସ୍ତାକୁ ଆପଣେଇଛି। ବିରୋଧୀଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ କଂଗ୍ରେସ ମଧ୍ୟ ଏପରି କରୁଥିଲା। ଏବେ ବିଜେପି ମଧ୍ୟ ସମାନ ନୀତି ଆପଣାଇଛି। ବିଜେପିର ପରାଜୟର ଭୟ ଯେତିକି ବଢ଼ିବ ବିରୋଧୀ ଦଳଙ୍କ ପାଇଁ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଚଢଉ ସେତିକି ଜୋରଦାର ହେବ ବୋଲି ଅଖିଳେଶ କହିଛନ୍ତି। ବିଜେପି କେବଳ ଲୋକଙ୍କୁ ବିଭ୍ରାନ୍ତ କରୁଛି। ହେଲେ ଏହି ଦଳର ପ୍ରକୃତ ମୁଖା ଖୋଲି ଯାଇଛି ବୋଲି ସେ କହିଛନ୍ତି।
ତେବେ ନିର୍ବାଚନ ପୂର୍ବରୁ ଏପରି ଚଢାଉ ପ୍ରଥମ ଥର ହୋଇନାହିଁ। ଏମିତି ନିର୍ବାଚନ ପୂର୍ବରୁ ୯ ରାଜ୍ୟରେ ଆଇଟି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ(ସିବିଆଇ) ଚଢ଼ଉ ହୋଇସାରିଛି। ବିରୋଧୀଙ୍କୁ ଦବାଇବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିଙ୍କୁ ଅସ୍ତ୍ର କରିଛି ବୋଲି କୁହାଯାଉଛି। ତେଣୁ ଜାଣିଶୁଣି ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଚଢ଼ଉ କରାଯାଉଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ବିରୋଧରେ ଇଡି ମନି ଲଣ୍ଡରିଂ କେସ ରୁଜୁ କରିଥିଲା। ସେହିପରି ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଶେକ ବାନାର୍ଜୀଙ୍କ ପତ୍ନୀଙ୍କୁ କୋଇଲା ଦୁର୍ନୀତି ମାମଲାରେ ଆଇଟି ବିଭାଗ ପଚରାଉଚୁରା କରିଥିଲା। ରାଜସ୍ଥାନରେ ଅଶୋକ ଗେହଲଟଙ୍କ ଘନିଷ୍ଠଙ୍କ ଘରେ ଚଢ଼ଉ ହୋଇଥିଲା। ଛତିଶଗଡ, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, ମଧ୍ୟପ୍ରଦେଶର ବିଜେପି ବିରୋଧୀ ଏଥିରୁ ବାଦ ପଡିନାହାନ୍ତି।
ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହୋଇଥିଲା। ଫେବୃଆରୀ ଆଇଟି ଟିମ ମମତଙ୍କା ପୁତୁରା ବୋହୁ ରୁଜିରା ବାନାର୍ଜୀଙ୍କୁ ତାଙ୍କ ଘରେ ଜେରା କରିଥିଲା। ଅଭିଷେକଙ୍କ ୨ ସମ୍ପର୍କୀୟ ଅଙ୍କୁଶ ଆରୋରା ଏବଂ ପବନ ଆରୋରା ମଧ୍ୟ ଆଇଟି ଅଧିକାରୀଙ୍କୁ ସାମ୍ନା କରିଥିଲେ। ଇଡି ଚିଟଫଣ୍ଡ ମାମଲାରେ ମମତାଙ୍କ ଘନିଷ୍ଠ ପାର୍ଥ ଚାଟାର୍ଜୀ ଏବଂ ମଦନ ମିତ୍ରାଙ୍କୁ ଜବାବ ତଲବ କରିଥିଲା। ଟିଏମସିର ବିବେକ ଗୁପ୍ତାଙ୍କୁ ଶାରଦା ଚିଟଫଣ୍ଡ ମାମଲାରେ ଜେରା କରାଯାଇଥିଲା। କୃଣାଲ ଘୋଷ ଏବଂ ଶତାଦ୍ଦୀ ରାୟଙ୍କ ସମ୍ପତ୍ତିକୁ ଇଡି ଜବତ କରିଥିଲା।
କର୍ଣ୍ଣାଟକରେ ୨୦୧୮ରେ ବିଧାନସଭା ନିର୍ବାଚନ ହୋଇଥିଲା। ଆଇଟି ବିଭାଗ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ବିରୋଧରେ ଟିକସ ଚୋରି ଏବଂ ଭୁଲ ପ୍ରମାଣ ଦେବା ନେଇ ମାମଲା ରୁଜୁ କରିଥିଲା। ଏଥିରେ ୨୦୧୭ର କେସ ଯୋଡା ଯାଇଥିଲା। ସେହିବର୍ଷ ଅଗଷ୍ଟ ୨-୫ ମଧ୍ୟରେ ଶିବକୁମାରଙ୍କ ୭୦ଟି ଠିକଣାରେ ଚଢ଼ଉ ହୋଇଥିଲା। ଗୁଜରାଟର ୪୨ ବିଧାୟକ ବେଙ୍ଗାଲୁରୁ ନିକଟସ୍ଥ ଏକ ରିସୋର୍ଟରେ ଥିବା ସମୟରେ ଏହି ଚଢ଼ଉ କରାଯାଇଥିଲା। ଶିବକୁମାରଙ୍କ ପରିବାର ଏବଂ ସହାୟକଙ୍କୁ ମଧ୍ୟ ଛଡ଼ା ଯାଇ ନଥିଲା। ସେହିପରି ରାଜସ୍ଥାନରେ ୨୦୧୮ ବିଧାନସଭା ନିର୍ବାଚନ ସମୟରେ ଚଢ଼ଉ ହୋଇଥିଲା। ଇଡି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରେସେନଙ୍କ ଘରର ତଲାସୀ ନେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ରାଜୀବ ଆରୋରା ଏବଂ ଧର୍ମେନ୍ଦ୍ର ରାଠୋରଙ୍କ ଘର ଏବଂ ବ୍ୟବସାୟିକ ଠିକଣାରେ ଚଢ଼ଉ କରାଯାଇଥିଲା। ସେତେବେଳେ ରାଜୀବ ପ୍ରଦେଶ କଂଗ୍ରେସ ଉପାଧ୍ୟକ୍ଷ ଥିଲେ। ୨୦୧୯ରେ ମହାରାଷ୍ଟ୍ର ବିଧାନସବା ନିର୍ବାଚନ ହୋଇଥିଲା। ଏହା ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାରଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେମାନଙ୍କ ବିରୋଧରେ ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତିକୁ ନେଇ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା। ୨୦୧୯ ଅଗଷ୍ଟରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କୁ ମଧ୍ୟ ମନି ଲଣ୍ଡରିଂ ମାମଲାରେ ପଚରାଉଚୁରା କରାଯାଇଥିଲା।
ଛତିଶଗଡ ବିଧାନସଭା ନିର୍ବାଚନ ସମୟରେ ସିଡି ଦୁର୍ନୀତିରେ ସିବିଆଇ ଭୂପେଶ ବଘେଲଙ୍କ ବିରୋଧରେ ମାମଲା ରୁଜୁ କରି ଜେରା କରିଥିଲା। ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୯ ଏପ୍ରିଲରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହଯୋଗୀଙ୍କ ୫୨ ଠିକଣାରେ ଆଇଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେମାନଙ୍କ ବିରୋଧରେ ଟିକସ ଚୋରି ଏବଂ ହାୱାଲା କାରବାର ଅଭିଯୋଗ ଲାଗିଥିଲା। ଏହା ବ୍ୟତୀତ କେରଳ ବିଧାନସଭା ନିର୍ବାଚନ ସମୟରେ ସୁନା ଚୋରାଚାଲାଣକୁ ନେଇ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ପ୍ରମୁଖ ସଚିବ ଏମ ଶିବଶଙ୍କରଙ୍କୁ ପଚରାଉଚୁରା କରାଯାଇଥିଲା। ୨୦୨୦ ଅକ୍ଟୋବରରେ ଇଡି ତାଙ୍କୁ ଗିରଫ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ସୁନା ଚୋରାଚାଲାଣ ହେଉଥିବା ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶ ଦାବି କରିଛନ୍ତି ବୋଲି ସୀମାଶୁଳ୍କ ବିଭାଗ ଏବଂ ଇଡି ଅଧିକାରୀମାନେ ଦାବି କରିଥିଲେ। ଆନ୍ଧ୍ରପ୍ରଦେଶ ନିର୍ବାଚନ ପୂର୍ବରୁ ତେଲୁଗ ଦେଶମ ସାଂସଦ ୱାଇଏସ ଚୌଧୁରୀଙ୍କ ଘରେ ଇଡି ଚଢ଼ଉ କରିଥିଲା। ଏହା ପରେ ୨୦୧୯ରେ ସେ ଭୟରେ ବିଜେପିରେ ସାମିଲ ହୋଇଯାଇଥିଲେ ବୋଲି କୁହାଯାଉଛି। ସାଂସଦ ରମେଶ ମଧ୍ୟ ଆଇଟି ଚଢ଼ଉ ପରେ ବିଜେପିରେ ମିଶିଥିଲେ। ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଡିଏମକେ ନେତା ଷ୍ଟାଲିନଙ୍କ ଝିଅ, ଜ୍ବାଇଁ ଏବଂ ଘନିଷ୍ଠ ସହଯୋଗୀଙ୍କ ଘରେ ଆଇଟି ଚଢ଼ଉ କରିଥିଲା।