ପଶ୍ଚିମବଙ୍ଗ ସରକାରଙ୍କୁ ବଡ ଝଟକା: ୨୦୧୦ ଠାରୁ ମିଳିଥିବା ସବୁ ଓବିସି ପ୍ରମାଣପତ୍ରକୁ ରଦ୍ଦ କଲେ ହାଇକୋର୍ଟ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା । ୨୦୧0ରୁ ଏଯାବତ୍ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ବର୍ତ୍ତମାନ ଓବିସି ପ୍ରମାଣପତ୍ର ଚାକିରି ଆବେଦନରେ ମଧ୍ୟ ଗ୍ରହଣ କରାଯିବ ନାହିଁ।ଏକ ଆବେଦନର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ୨୦୧0ରୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ର ବାତିଲ […]

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା । ୨୦୧0ରୁ ଏଯାବତ୍ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ବର୍ତ୍ତମାନ ଓବିସି ପ୍ରମାଣପତ୍ର ଚାକିରି ଆବେଦନରେ ମଧ୍ୟ ଗ୍ରହଣ କରାଯିବ ନାହିଁ।ଏକ ଆବେଦନର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଏହି ନିଷ୍ପତ୍ତି ଅନୁଯାୟୀ, ୨୦୧0ରୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ର ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ହାଇକୋର୍ଟ ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଡିଭିଜନ ବେଞ୍ଚ ଆଜି ଏକ ଆବେଦନର ଶୁଣାଣି ବେଳେ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି ଆବେଦନରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଏହି ମାମଲାରେ କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୧୯୯୩ ଅଧିନିୟମ ଅନୁଯାୟୀ ଗଠିତ ପଶ୍ଚିମବଙ୍ଗ ପଛୁଆ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ଓବିସି ସାର୍ଟିଫିକେଟ ପ୍ରସ୍ତୁତ କରାଯିବା ଉଚିତ। ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆଇନ ଅନୁସାରେ ତାଲିକା ପ୍ରସ୍ତୁତ କରିବେ। ୨୦୧୦ ଠାରୁ ପ୍ରସ୍ତୁତ ହୋଇଥିବା ଓବିସି ତାଲିକା ବେଆଇନ ବୋଲି କୋର୍ଟ ରୁଲିଂ ଦେଇଛନ୍ତି। ପଶ୍ଚିମବଙ୍ଗ ପଛୁଆ ବର୍ଗ ଆଇନ ୨୦୧ର ସେକସନ ୨ଏଚ, ୫,୬ ଓ ସେକସନ ୧୬ ଏବଂ ଅନୁଚ୍ଛେଦ ୧ ଓ ୩କୁ ହାଇକୋର୍ଟ ଅସାମ୍ବିଧାନିକ କହି ରଦ୍ଦ କରି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

୨୦୧୧ରେ ଦାଖଲ ହୋଇଥିବା ପିଆଇଏଲରେ ଦାବି କରାଯାଇଥିଲା ଯେ ୧୯୯୩ ମସିହା ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆଇନକୁ ବାଇପାସ କରି ୨୦୧୦ ପରଠାରୁ ଓବିସି ପ୍ରମାଣପତ୍ର ଜାରି କରାଯାଇଥିଲା। ଯେଉଁମାନେ ପ୍ରକୃତରେ ପଛୁଆ ବର୍ଗର ସେମାନଙ୍କୁ ପ୍ରମାଣପତ୍ର ମିଳି ନଥିଲା। ଡିଭିଜନ ବେଞ୍ଚଙ୍କ ରାୟ ପରେ ୨୦୧୦ ପରଠାରୁ ଜାରି ହୋଇଥିବା ସମସ୍ତ ଓବିସି ପ୍ରମାଣପତ୍ର ଅସିଦ୍ଧ ହୋଇଯାଇଛି। ୨୦୧୦ ପୂର୍ବରୁ ଜାରି ହୋଇଥିବା ଓବିସି ପ୍ରମାଣପତ୍ର ଉପରେ ହାଇକୋର୍ଟଙ୍କ ରାୟର କୌଣସି ପ୍ରଭାବ ପଡ଼ିବ ନାହିଁ।

22 May 2024 By The Sakala

ପଶ୍ଚିମବଙ୍ଗ ସରକାରଙ୍କୁ ବଡ ଝଟକା: ୨୦୧୦ ଠାରୁ ମିଳିଥିବା ସବୁ ଓବିସି ପ୍ରମାଣପତ୍ରକୁ ରଦ୍ଦ କଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା । ୨୦୧0ରୁ ଏଯାବତ୍ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ । ବର୍ତ୍ତମାନ ଓବିସି ପ୍ରମାଣପତ୍ର ଚାକିରି ଆବେଦନରେ ମଧ୍ୟ ଗ୍ରହଣ କରାଯିବ ନାହିଁ।ଏକ ଆବେଦନର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ, ୨୦୧0ରୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ର ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ହାଇକୋର୍ଟ ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଡିଭିଜନ ବେଞ୍ଚ ଆଜି ଏକ ଆବେଦନର ଶୁଣାଣି ବେଳେ ଏହି ନିଷ୍ପତ୍ତି ଦେଇଛନ୍ତି। ଏହି ଆବେଦନରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା।

ଏହି ମାମଲାରେ କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୧୯୯୩ ଅଧିନିୟମ ଅନୁଯାୟୀ ଗଠିତ ପଶ୍ଚିମବଙ୍ଗ ପଛୁଆ ଆୟୋଗ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ଓବିସି ସାର୍ଟିଫିକେଟ ପ୍ରସ୍ତୁତ କରାଯିବା ଉଚିତ। ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆଇନ ଅନୁସାରେ ତାଲିକା ପ୍ରସ୍ତୁତ କରିବେ। ୨୦୧୦ ଠାରୁ ପ୍ରସ୍ତୁତ ହୋଇଥିବା ଓବିସି ତାଲିକା ବେଆଇନ ବୋଲି କୋର୍ଟ ରୁଲିଂ ଦେଇଛନ୍ତି। ପଶ୍ଚିମବଙ୍ଗ ପଛୁଆ ବର୍ଗ ଆଇନ ୨୦୧ର ସେକସନ ୨ଏଚ, ୫,୬ ଓ ସେକସନ ୧୬ ଏବଂ ଅନୁଚ୍ଛେଦ ୧ ଓ ୩କୁ ହାଇକୋର୍ଟ ଅସାମ୍ବିଧାନିକ କହି ରଦ୍ଦ କରି ଦେଇଛନ୍ତି।

୨୦୧୧ରେ ଦାଖଲ ହୋଇଥିବା ପିଆଇଏଲରେ ଦାବି କରାଯାଇଥିଲା ଯେ ୧୯୯୩ ମସିହା ପଶ୍ଚିମବଙ୍ଗ ପଛୁଆ ବର୍ଗ କମିଶନ ଆଇନକୁ ବାଇପାସ କରି ୨୦୧୦ ପରଠାରୁ ଓବିସି ପ୍ରମାଣପତ୍ର ଜାରି କରାଯାଇଥିଲା। ଯେଉଁମାନେ ପ୍ରକୃତରେ ପଛୁଆ ବର୍ଗର ସେମାନଙ୍କୁ ପ୍ରମାଣପତ୍ର ମିଳି ନଥିଲା। ଡିଭିଜନ ବେଞ୍ଚଙ୍କ ରାୟ ପରେ ୨୦୧୦ ପରଠାରୁ ଜାରି ହୋଇଥିବା ସମସ୍ତ ଓବିସି ପ୍ରମାଣପତ୍ର ଅସିଦ୍ଧ ହୋଇଯାଇଛି। ୨୦୧୦ ପୂର୍ବରୁ ଜାରି ହୋଇଥିବା ଓବିସି ପ୍ରମାଣପତ୍ର ଉପରେ ହାଇକୋର୍ଟଙ୍କ ରାୟର କୌଣସି ପ୍ରଭାବ ପଡ଼ିବ ନାହିଁ।

https://www.thesakala.in/big-news/calcutta-high-court-scraps-all-obc-certificates-issued-in-bengal-since-2010/article-32348
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର