ସ୍ମୃତିରେ ଅଟଳ, ୯୮ତମ ଜୟନ୍ତୀରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି ଦେଶ

The Sakala Picture
Published On

ଉଦାରବାଦୀ ରାଜନେତା, କବି ତଥା ସୁବକ୍ତା ଭାବେ ବେଶ୍ ପରିଚିତ ଥିଲେ ଅଟଳ ବିହାରୀ ବାଜପେୟୀ। ନିଜର ଭାଷଣର ଦକ୍ଷତା, ହସ ହସ ମୁହଁ ଓ ବିଚାଚଧାରା ପାଇଁ ବାଜପେୟୀ ଲୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ୧୯୨୪ ମସିହା ଆଜିର ଦିନରେ ଗ୍ବାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ କୃଷ୍ଣ ବିହାରୀ ବାଜପେୟୀ ଓ ମା’ଙ୍କ ନାଁ ହେଉଛି କୃଷ୍ଣା ବାଜପେୟୀ। ଗ୍ବାଲିୟରର ଭିକ୍ଟୋରିଆ କଲେଜରୁ ସେ […]

ଉଦାରବାଦୀ ରାଜନେତା, କବି ତଥା ସୁବକ୍ତା ଭାବେ ବେଶ୍ ପରିଚିତ ଥିଲେ ଅଟଳ ବିହାରୀ ବାଜପେୟୀ। ନିଜର ଭାଷଣର ଦକ୍ଷତା, ହସ ହସ ମୁହଁ ଓ ବିଚାଚଧାରା ପାଇଁ ବାଜପେୟୀ ଲୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ୧୯୨୪ ମସିହା ଆଜିର ଦିନରେ ଗ୍ବାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ କୃଷ୍ଣ ବିହାରୀ ବାଜପେୟୀ ଓ ମା’ଙ୍କ ନାଁ ହେଉଛି କୃଷ୍ଣା ବାଜପେୟୀ। ଗ୍ବାଲିୟରର ଭିକ୍ଟୋରିଆ କଲେଜରୁ ସେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଥିଲେ। ଛାତ୍ର ଜୀବନରୁ ହିଁ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ରେ ସ୍ବୟଂସେବକ ହୋଇଥିଲେ। ଏପରିକି ସେ ଅଧାରୁ ପାଠ ଛାଡ଼ି ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ରାଷ୍ଟ୍ରୀୟ ସ୍ବୟଂସେବକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।

ଆହୁରି ପଢ଼ନ୍ତୁ: ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

ସେହିପରି ତାଙ୍କର ପିଲାଟି ବେଳୁ ସାହିତ୍ୟ ପ୍ରତି ରୁଚି ଥିଲା। ବିଭିନ୍ନ କବି ସମ୍ମିଳନୀରେ ଯୋଗ ଦେବାରୁ ତାଙ୍କର ଲେଖାଲେଖି ପ୍ରତି ଆଗ୍ରହ ବଢ଼ିଲା ଓ ଧୀରେ ଧୀରେ କବିତା ଲେଖା ମଧ୍ୟ ଆରମ୍ଭ କଲେ। ତାଙ୍କର ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ ଜୀବନ ଆଦି ତାଙ୍କ କାବ୍ୟ କବିତାରେ ଦେଖିବାକୁ ମିଳିଥାଏ। ତାଙ୍କ କବିତା ସଂକଳନ ମଧ୍ୟରୁ ‘ମେରି ଇକ୍ୟାବନ୍ କବିତାଏଁ’ ଖୁବ୍ ଲୋକପ୍ରିୟ। ଅନ୍ୟପଟେ ସଂସଦରେ ସେ ଏକାଧିକବାର କବିତା ମାଧ୍ୟମରେ ନିଜ ମତ ମଧ୍ୟ ରଖିଛନ୍ତି। ୧୯୪୨ରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଜେଲ ଯାଇଥିଲେ। ବାଜପେୟୀ ୧୯୫୧ରେ ରାଜନୀତିରେ ପାଦ ଥାପିଲେ। ୧୯୫୫ରେ ସେ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ। ଏହାପରେ ସେ ୧୯୫୭ରେ ସାଂସଦ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ: ଭାରତୀୟ ରପ୍ତାନି ଉପରେ ରହିବନି ଶୁଳ୍କ

ସେହିପରି ସେ ଲୋକସଭାକୁ ନଅ ଥର ଓ ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ନୂଆଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମୋରାଜୀ ଦେଶାଇ ସରକାର ସମୟରେ ସେ ବିଦେଶ ମନ୍ତ୍ରୀ ଥିଲେ। ବିଦେଶ ମନ୍ତ୍ରୀ ଭାବେ ଭାରତୀୟ ରାଜନୀତିକୁ ତାଙ୍କର ଯୋଗଦାନ ଅତୁଳନୀୟ। ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ, ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ। ୧୯୯୬ରେ ସେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ।   ୧୯୯୮ ମଇ ୧୩ରେ ପୋଖରାନଠାରେ କରାଯାଇଥିବା “ଅପରେସନ ଶକ୍ତି’ ଥିଲା ତାଙ୍କର ଆଉ ଏକ ସଫଳତା । ଏହାଦ୍ୱାରା ସେ ବିଶ୍ୱରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ କରାଇଥିଲେ । ସେ ଏଭଳି କୌଶଳରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚନା ଆମେରିକା ମଧ୍ୟ ପାଇନଥିଲା । ସେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ନେଇ ଅନେକ ପଦକ୍ଷେପ ମଧ୍ୟ ହାତକୁ ନେଇଥିଲେ। ବାଜପେୟୀ ଲାଲବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିସାନ’ ସ୍ଲୋଗାନରେ ‘ଜୟ ବିଜ୍ଞାନ’କୁ ଯୋଡ଼ିଥିଲେ। ସେହିପରି କାର୍‌ଗିଲ୍‌ ଯୁଦ୍ଧରେ ପାକିସ୍ତାନକୁ ମାତ୍‌ ଦେବା ଥିଲା ତାଙ୍କ ରାଜନୈତିକ ଜୀବନର ଅନ୍ୟତମ ସଫଳତା। ଦେଶ ପ୍ରତି ଥିବା ତାଙ୍କ ତ୍ୟାଗ ଓ ଅବଦାନ ଯୋଗୁଁ ଭାରତ ରତ୍ନ, ପଦ୍ମବିଭୂଷଣ ଆଦି ସମ୍ମାନରେ ସେ ସମ୍ମାନିତ। ୨୦୧୮ ଅଗଷ୍ଟ ୧୬ରେ ଏହି ମହାନ ରାଜନେତାଙ୍କ ପରଲୋକ ଘଟିଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ରହିବ ଆଇନ ବ୍ୟବସ୍ଥା

25 Dec 2021 By The Sakala

ସ୍ମୃତିରେ ଅଟଳ, ୯୮ତମ ଜୟନ୍ତୀରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି ଦେଶ

ଉଦାରବାଦୀ ରାଜନେତା, କବି ତଥା ସୁବକ୍ତା ଭାବେ ବେଶ୍ ପରିଚିତ ଥିଲେ ଅଟଳ ବିହାରୀ ବାଜପେୟୀ। ନିଜର ଭାଷଣର ଦକ୍ଷତା, ହସ ହସ ମୁହଁ ଓ ବିଚାଚଧାରା ପାଇଁ ବାଜପେୟୀ ଲୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ୧୯୨୪ ମସିହା ଆଜିର ଦିନରେ ଗ୍ବାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାଁ କୃଷ୍ଣ ବିହାରୀ ବାଜପେୟୀ ଓ ମା’ଙ୍କ ନାଁ ହେଉଛି କୃଷ୍ଣା ବାଜପେୟୀ। ଗ୍ବାଲିୟରର ଭିକ୍ଟୋରିଆ କଲେଜରୁ ସେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଥିଲେ। ଛାତ୍ର ଜୀବନରୁ ହିଁ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌)ରେ ସ୍ବୟଂସେବକ ହୋଇଥିଲେ। ଏପରିକି ସେ ଅଧାରୁ ପାଠ ଛାଡ଼ି ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ରାଷ୍ଟ୍ରୀୟ ସ୍ବୟଂସେବକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।

ସେହିପରି ତାଙ୍କର ପିଲାଟି ବେଳୁ ସାହିତ୍ୟ ପ୍ରତି ରୁଚି ଥିଲା। ବିଭିନ୍ନ କବି ସମ୍ମିଳନୀରେ ଯୋଗ ଦେବାରୁ ତାଙ୍କର ଲେଖାଲେଖି ପ୍ରତି ଆଗ୍ରହ ବଢ଼ିଲା ଓ ଧୀରେ ଧୀରେ କବିତା ଲେଖା ମଧ୍ୟ ଆରମ୍ଭ କଲେ। ତାଙ୍କର ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ ଜୀବନ ଆଦି ତାଙ୍କ କାବ୍ୟ କବିତାରେ ଦେଖିବାକୁ ମିଳିଥାଏ। ତାଙ୍କ କବିତା ସଂକଳନ ମଧ୍ୟରୁ ‘ମେରି ଇକ୍ୟାବନ୍ କବିତାଏଁ’ ଖୁବ୍ ଲୋକପ୍ରିୟ। ଅନ୍ୟପଟେ ସଂସଦରେ ସେ ଏକାଧିକବାର କବିତା ମାଧ୍ୟମରେ ନିଜ ମତ ମଧ୍ୟ ରଖିଛନ୍ତି। ୧୯୪୨ରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ ଜେଲ ଯାଇଥିଲେ। ବାଜପେୟୀ ୧୯୫୧ରେ ରାଜନୀତିରେ ପାଦ ଥାପିଲେ। ୧୯୫୫ରେ ସେ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ। ଏହାପରେ ସେ ୧୯୫୭ରେ ସାଂସଦ ହୋଇଥିଲେ।

ସେହିପରି ସେ ଲୋକସଭାକୁ ନଅ ଥର ଓ ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ନୂଆଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମୋରାଜୀ ଦେଶାଇ ସରକାର ସମୟରେ ସେ ବିଦେଶ ମନ୍ତ୍ରୀ ଥିଲେ। ବିଦେଶ ମନ୍ତ୍ରୀ ଭାବେ ଭାରତୀୟ ରାଜନୀତିକୁ ତାଙ୍କର ଯୋଗଦାନ ଅତୁଳନୀୟ। ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ, ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ। ୧୯୯୬ରେ ସେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ।   ୧୯୯୮ ମଇ ୧୩ରେ ପୋଖରାନଠାରେ କରାଯାଇଥିବା “ଅପରେସନ ଶକ୍ତି’ ଥିଲା ତାଙ୍କର ଆଉ ଏକ ସଫଳତା । ଏହାଦ୍ୱାରା ସେ ବିଶ୍ୱରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ କରାଇଥିଲେ । ସେ ଏଭଳି କୌଶଳରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚନା ଆମେରିକା ମଧ୍ୟ ପାଇନଥିଲା । ସେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ନେଇ ଅନେକ ପଦକ୍ଷେପ ମଧ୍ୟ ହାତକୁ ନେଇଥିଲେ। ବାଜପେୟୀ ଲାଲବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିସାନ’ ସ୍ଲୋଗାନରେ ‘ଜୟ ବିଜ୍ଞାନ’କୁ ଯୋଡ଼ିଥିଲେ। ସେହିପରି କାର୍‌ଗିଲ୍‌ ଯୁଦ୍ଧରେ ପାକିସ୍ତାନକୁ ମାତ୍‌ ଦେବା ଥିଲା ତାଙ୍କ ରାଜନୈତିକ ଜୀବନର ଅନ୍ୟତମ ସଫଳତା। ଦେଶ ପ୍ରତି ଥିବା ତାଙ୍କ ତ୍ୟାଗ ଓ ଅବଦାନ ଯୋଗୁଁ ଭାରତ ରତ୍ନ, ପଦ୍ମବିଭୂଷଣ ଆଦି ସମ୍ମାନରେ ସେ ସମ୍ମାନିତ। ୨୦୧୮ ଅଗଷ୍ଟ ୧୬ରେ ଏହି ମହାନ ରାଜନେତାଙ୍କ ପରଲୋକ ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର