ଦୁଇଗୁଣ ହେବ ପେଟ୍ରୋଲ୍‌-ଡିଜେଲ୍‌ ଦର

The Sakala Picture
Published On

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ସାରା ବିଶ୍ବରେ ତେଲ ତାତି ଢ଼େର ବଢ଼ିଯାଇଛି। ଋଷ୍‌ ଉପରେ ଆମେରିକା ସହିତ ପାଶ୍ଟାତ୍ୟ ଦେଶ ଗୁଡ଼ିକ କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର କେତେକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆମେରିକା ଏବେ ଋଷ୍‌ର ତେଲ ଏବଂ ଗ୍ୟାସ୍‌ କ୍ଷେତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସଙ୍କେତ ଦେଇଛି। ଏହାପରେ ଋଷ୍ ସୋମବାର ଏ ନେଇ ପ୍ରତିକ୍ରିୟା ଦେଇଛି। ୟୁରୋପକୁ ଗ୍ୟାସ୍‌ ସପ୍ଲାଇ ବନ୍ଦ କରିଦେବାକୁ ରୁଷ ଧମକ […]

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ସାରା ବିଶ୍ବରେ ତେଲ ତାତି ଢ଼େର ବଢ଼ିଯାଇଛି। ଋଷ୍‌ ଉପରେ ଆମେରିକା ସହିତ ପାଶ୍ଟାତ୍ୟ ଦେଶ ଗୁଡ଼ିକ କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର କେତେକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆମେରିକା ଏବେ ଋଷ୍‌ର ତେଲ ଏବଂ ଗ୍ୟାସ୍‌ କ୍ଷେତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସଙ୍କେତ ଦେଇଛି। ଏହାପରେ ଋଷ୍ ସୋମବାର ଏ ନେଇ ପ୍ରତିକ୍ରିୟା ଦେଇଛି। ୟୁରୋପକୁ ଗ୍ୟାସ୍‌ ସପ୍ଲାଇ ବନ୍ଦ କରିଦେବାକୁ ରୁଷ ଧମକ ଦେଇଛି। ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ କ୍ରୁଡ୍‌ ଅଏଲ୍‌ ବ୍ୟାରେଲ୍‌ ପିଛା ୩୦୦ ଡଲାର୍‌ ପାର୍‌ କରାଇଦେଇପାରେ ବୋଲି ଚେତାବନୀ ଦେଇଛି ଋଷ୍‌। ଯଦି ଏହା ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲ ଦର ଦୁଇ ଗୁଣ ହୋଇଯିବ।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

ଯାହାକୁ ନେଇ ଏବେ ଆଶଙ୍କା ପ୍ରକାଶ କରାଗଲାଣି। ବର୍ତ୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଛି। ଏଭଳି ସମୟରେ ୫ ରାଜ୍ୟର ନିର୍ବାଚନ ସୋମବାର ଶେଷ ହୋଇଛି। ଗତ ନଭେମ୍ବର ୩ଠାରୁ ବଢ଼ି ନଥିବା ତେଲ ଦର ଖୁବ୍‌ ଶୀଘ୍ର ବଢ଼ିବ ଏ ନେଇ ମଧ୍ୟ ସମସ୍ତେ ଆଶଙ୍କା ପ୍ରକାଶ କଲେଣି। କ୍ରୁଡ୍‌ ଅଏଲ ଆଧାରରେ ବର୍ତ୍ତମାନ ତେଲ ଦର ସଂଶୋଧନ କରାଗଲେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୧୯-୨୫ ଟଙ୍କା ବୃଦ୍ଧି ଘଟିବା ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଏଭଳି ସମୟରେ କାଳେ ପେଟ୍ରୋଲ ଏବଂ ଡିଜେଲ ଦର ଏବେ ହଠାତ୍‌ ବଢ଼ିଯିବ ସେହି ଆଶଙ୍କାରେ ଦେଶର ପ୍ରାୟ ସମସ୍ତ ଭାଗରେ ଲୋକେ ପେଟ୍ରୋଲ ପମ୍ପଗୁଡିକରେ ନିଜର ଗାଡି ଟାଙ୍କି ଭତର୍ତ୍ତି କରିବାରେ ଲାଗିପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ଏଥିପାଇଁ ତେଲ ଟାଙ୍କିରେ ଭିଡ଼ ଲାଗିରହିଛି। ରୁଷର ଡେପୁଟି ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର ନୋଭାକ୍‌ ସରକାରୀ ଟେଲିଭିଜନରେ ବୟାନ ଦେଇ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଯେ ଯଦି ରୁଷ ତୈଳକୁ ଅଗ୍ରାହ୍ୟ କରାଯାଏ ତେବେ ବିଶ୍ୱ ବଜାରକୁ ଏହାର ଭୟାନକ ପରିଣାମ ଭୋଗିବାକୁ ପଡ଼ିବ। ଫଳସ୍ବରୂପ କ୍ରୁଡ୍‌ ଅଏଲ୍‌ର ମୂଲ୍ୟରେ ଏପରି ବୃଦ୍ଧି ହେବ ଯାହାର ଅନୁମାନ ମଧ୍ୟ କେହି ଲଗାଇ ପାରିବେନାହିଁ। ସମୟ ଆସିଲେ ଏହା ବ୍ୟାରେଲ୍‌ ପିଛା ୩୦୦ ଡଲାର ପାର୍‌ କରିପାରେ  ବୋଲି ସେ କହିଛନ୍ତି। ରୁଷରୁ ଯେଉଁ ତେଲ ୟୁରୋପକୁ ଯାଉଛି ତାହାର ପୂରଣ କରିବା ପାଇଁ ବର୍ଷକରୁ ମଧ୍ୟ ଅଧିକ ସମୟ ଲାଗିବ ବୋଲି ନୋଭାକ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଏହାସହିତ ୟୁରୋପକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ନୋଭାକ୍‌ ଆହୁରି କହିଛନ୍ତି ଯେ, ୟୁରୋପୀୟ ନେତା ଏନେଇ ବିଚାର କରି କୁହନ୍ତୁ ଯେ, ସେମାନେ କ’ଣ କରିବେ। ଯଦି ସେମାନେ ଋଷ୍‌କୁ ଏନର୍ଜି ସପ୍ଲାଇ ବନ୍ଦ କରନ୍ତି ତେବେ ତାହା କରନ୍ତୁ। ଆମେ ସେଥିପାଇଁ ପ୍ରସ୍ତୁତ। ଆମକୁ ତେଲ କେଉଁଠାରେ ବିକ୍ରି କରିବାକୁ ହେବ ତାହା ଭଲ ଭାବେ ଜଣା ବୋଲି ସେ କହିଛନ୍ତି।

09 Mar 2022 By The Sakala

ଦୁଇଗୁଣ ହେବ ପେଟ୍ରୋଲ୍‌-ଡିଜେଲ୍‌ ଦର

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ସାରା ବିଶ୍ବରେ ତେଲ ତାତି ଢ଼େର ବଢ଼ିଯାଇଛି। ଋଷ୍‌ ଉପରେ ଆମେରିକା ସହିତ ପାଶ୍ଟାତ୍ୟ ଦେଶ ଗୁଡ଼ିକ କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର କେତେକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆମେରିକା ଏବେ ଋଷ୍‌ର ତେଲ ଏବଂ ଗ୍ୟାସ୍‌ କ୍ଷେତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସଙ୍କେତ ଦେଇଛି। ଏହାପରେ ଋଷ୍ ସୋମବାର ଏ ନେଇ ପ୍ରତିକ୍ରିୟା ଦେଇଛି। ୟୁରୋପକୁ ଗ୍ୟାସ୍‌ ସପ୍ଲାଇ ବନ୍ଦ କରିଦେବାକୁ ରୁଷ ଧମକ ଦେଇଛି। ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ କ୍ରୁଡ୍‌ ଅଏଲ୍‌ ବ୍ୟାରେଲ୍‌ ପିଛା ୩୦୦ ଡଲାର୍‌ ପାର୍‌ କରାଇଦେଇପାରେ ବୋଲି ଚେତାବନୀ ଦେଇଛି ଋଷ୍‌। ଯଦି ଏହା ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲ ଦର ଦୁଇ ଗୁଣ ହୋଇଯିବ।

ଯାହାକୁ ନେଇ ଏବେ ଆଶଙ୍କା ପ୍ରକାଶ କରାଗଲାଣି। ବର୍ତ୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୩୯ ଡଲାର ଛୁଇଁଛି। ଏଭଳି ସମୟରେ ୫ ରାଜ୍ୟର ନିର୍ବାଚନ ସୋମବାର ଶେଷ ହୋଇଛି। ଗତ ନଭେମ୍ବର ୩ଠାରୁ ବଢ଼ି ନଥିବା ତେଲ ଦର ଖୁବ୍‌ ଶୀଘ୍ର ବଢ଼ିବ ଏ ନେଇ ମଧ୍ୟ ସମସ୍ତେ ଆଶଙ୍କା ପ୍ରକାଶ କଲେଣି। କ୍ରୁଡ୍‌ ଅଏଲ ଆଧାରରେ ବର୍ତ୍ତମାନ ତେଲ ଦର ସଂଶୋଧନ କରାଗଲେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୧୯-୨୫ ଟଙ୍କା ବୃଦ୍ଧି ଘଟିବା ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଏଭଳି ସମୟରେ କାଳେ ପେଟ୍ରୋଲ ଏବଂ ଡିଜେଲ ଦର ଏବେ ହଠାତ୍‌ ବଢ଼ିଯିବ ସେହି ଆଶଙ୍କାରେ ଦେଶର ପ୍ରାୟ ସମସ୍ତ ଭାଗରେ ଲୋକେ ପେଟ୍ରୋଲ ପମ୍ପଗୁଡିକରେ ନିଜର ଗାଡି ଟାଙ୍କି ଭତର୍ତ୍ତି କରିବାରେ ଲାଗିପଡ଼ିଛନ୍ତି।

ଏଥିପାଇଁ ତେଲ ଟାଙ୍କିରେ ଭିଡ଼ ଲାଗିରହିଛି। ରୁଷର ଡେପୁଟି ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର ନୋଭାକ୍‌ ସରକାରୀ ଟେଲିଭିଜନରେ ବୟାନ ଦେଇ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ଯେ ଯଦି ରୁଷ ତୈଳକୁ ଅଗ୍ରାହ୍ୟ କରାଯାଏ ତେବେ ବିଶ୍ୱ ବଜାରକୁ ଏହାର ଭୟାନକ ପରିଣାମ ଭୋଗିବାକୁ ପଡ଼ିବ। ଫଳସ୍ବରୂପ କ୍ରୁଡ୍‌ ଅଏଲ୍‌ର ମୂଲ୍ୟରେ ଏପରି ବୃଦ୍ଧି ହେବ ଯାହାର ଅନୁମାନ ମଧ୍ୟ କେହି ଲଗାଇ ପାରିବେନାହିଁ। ସମୟ ଆସିଲେ ଏହା ବ୍ୟାରେଲ୍‌ ପିଛା ୩୦୦ ଡଲାର ପାର୍‌ କରିପାରେ  ବୋଲି ସେ କହିଛନ୍ତି। ରୁଷରୁ ଯେଉଁ ତେଲ ୟୁରୋପକୁ ଯାଉଛି ତାହାର ପୂରଣ କରିବା ପାଇଁ ବର୍ଷକରୁ ମଧ୍ୟ ଅଧିକ ସମୟ ଲାଗିବ ବୋଲି ନୋଭାକ୍‌ କହିଛନ୍ତି।

ଏହାସହିତ ୟୁରୋପକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ନୋଭାକ୍‌ ଆହୁରି କହିଛନ୍ତି ଯେ, ୟୁରୋପୀୟ ନେତା ଏନେଇ ବିଚାର କରି କୁହନ୍ତୁ ଯେ, ସେମାନେ କ’ଣ କରିବେ। ଯଦି ସେମାନେ ଋଷ୍‌କୁ ଏନର୍ଜି ସପ୍ଲାଇ ବନ୍ଦ କରନ୍ତି ତେବେ ତାହା କରନ୍ତୁ। ଆମେ ସେଥିପାଇଁ ପ୍ରସ୍ତୁତ। ଆମକୁ ତେଲ କେଉଁଠାରେ ବିକ୍ରି କରିବାକୁ ହେବ ତାହା ଭଲ ଭାବେ ଜଣା ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର