ସଂଘର୍ଷ, ସାଧନା ଓ ସଫଳତାର ଅନ୍ୟ ନାମ ଲତା ମଙ୍ଗେସକର
ନୂଆଦିଲ୍ଲୀ : ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଉ ଶୁଣିବାକୁ ମିଳିବନି ଦିଦିଙ୍କ ସେହି କୋକିଳ କଣ୍ଠ । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ୯୨ ବର୍ଷ ବୟସରେ ପ୍ରସିଦ୍ଧ ଗାୟିକା ଲତା ମେଙ୍ଗସକରଙ୍କ ପରଲୋକ ହୋଇଛି । ଚଳଚ୍ଚିତ୍ର ପାଶ୍ୱର୍ଗାୟନର ଅପ୍ରତିଦ୍ୱନ୍ଦୀ ସାମ୍ରାଜ୍ଞୀ, ଯାହାଙ୍କ ସୁଲଳିତ ସ୍ୱର ଦଶକ ଦଶକ ଧରି ଶ୍ରୋତାଙ୍କୁ ମତୁଆଲା କରିଆସିଛି, ବଶୀଭୂତ କରିଛି । ସେହି ସ୍ୱର ଲୋକଙ୍କୁ ହସାଇଛି, ଆଖିରେ ଲୁହ ଦେଇଛି […]
ନୂଆଦିଲ୍ଲୀ : ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଉ ଶୁଣିବାକୁ ମିଳିବନି ଦିଦିଙ୍କ ସେହି କୋକିଳ କଣ୍ଠ । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ୯୨ ବର୍ଷ ବୟସରେ ପ୍ରସିଦ୍ଧ ଗାୟିକା ଲତା ମେଙ୍ଗସକରଙ୍କ ପରଲୋକ ହୋଇଛି । ଚଳଚ୍ଚିତ୍ର ପାଶ୍ୱର୍ଗାୟନର ଅପ୍ରତିଦ୍ୱନ୍ଦୀ ସାମ୍ରାଜ୍ଞୀ, ଯାହାଙ୍କ ସୁଲଳିତ ସ୍ୱର ଦଶକ ଦଶକ ଧରି ଶ୍ରୋତାଙ୍କୁ ମତୁଆଲା କରିଆସିଛି, ବଶୀଭୂତ କରିଛି । ସେହି ସ୍ୱର ଲୋକଙ୍କୁ ହସାଇଛି, ଆଖିରେ ଲୁହ ଦେଇଛି ଓ ପ୍ରେରଣା ବି ଦେଇଛି।
୧୦୦୦ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ଏବଂ ୩୬ଟି ଭାରତୀୟ ଭାଷାରେ ଗୀତ ଗାଇଥିବା ଲତା ବାଈ ମଙ୍ଗେସ୍କର୍ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମରାଠୀ ଏବଂ କୋଙ୍କଣୀ ସଙ୍ଗୀତ ବିଶାରଦ ପଣ୍ଡିତ ଦୀନନାଥ ମଙ୍ଗେସ୍କର୍ ଏବଂ ତାଙ୍କ ପତ୍ନୀ ଶେବନ୍ତୀଙ୍କ କୋଳମଣ୍ଡନ କରି ଜନ୍ମ ହୋଇଥିଲେ। ୫ ପିଲାଙ୍କ ମଧ୍ୟରେ ଜ୍ୟେଷ୍ଠା ଲତାଙ୍କର ମୂଳ ବା ପ୍ରକୃତ ନାମ ଥିଲା ‘ହେମା। ରଙ୍ଗମଂଚର ଜଣେ ପ୍ରବୀଣ ଗାୟକ ଭାବେ ଲତା ଦିଦିଙ୍କ ବାପା ଦୀନାନାଥଙ୍କ ବେଶ୍ ପ୍ରସିଦ୍ଧି ଥିଲା । ଲତାଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିବା ବେଳେ ପିତା ଦୀନାନାଥ ତାଙ୍କୁ ସଂଗୀତ ଶିଖାଇବା ଆରମ୍ଭ କରିଥିଲେ । ଲତାଙ୍କ ସହ ଭଉଣୀ ଆଶା, ଉଷା ଓ ମୀନା ମଧ୍ୟ ପିତା ଦୀନାନାଥଙ୍କ ଠାରୁ ଛୋଟ ବୟସରେ ସଂଗୀତ ଶିଖିବା ଆରମ୍ଭ କରିଥିଲେ ।
ନିଜର ଈଶ୍ୱର ପ୍ରଦତ୍ତ ଯାଦୁକରୀ ସ୍ୱର, ଜୀବନ୍ତ ଅଭିବ୍ୟକ୍ତି ସଂପର୍କରେ ସର୍ବଦା ଅବଗତ ଥିଲେ ଲତା । ସବୁ କଥା ଶୀଘ୍ର ବୁଝିବା ଓ ଶିଖିବା ଭଳି ଅବିଶ୍ୱସନୀୟ କ୍ଷମତାର ଅଧିକାରୀ ଥିଲେ ଲତା । ଏଥିପାଇଁ ତ ସଂଗୀତ କ୍ଷେତ୍ରରେ ନିଜକୁ ସାବ୍ୟସ୍ତ କରିବା ପାଇଁ ଲତାଙ୍କୁ ବେଶୀ ଦିନ ଲାଗି ନ ଥିଲା । ଅବଶ୍ୟ କ୍ୟାରିଅର ଆରମ୍ଭ ହୋଇଥିଲା ଅଭିନୟରୁ । ୫ ବର୍ଷ ବୟସରେ ହିଁ ପ୍ରଥମ ଥର ପାଇଁ ଏକ ନାଟକରେ ଅଭିନୟ କରିଥିଲେ ଲତା । କିନ୍ତୁ ଅଭିନୟ ପରିବର୍ତ୍ତେ ସଂଗୀତ ପ୍ରତି ଥିଲା ଆଗ୍ରହ ।
୧୯୪୨ ମସିହାରେ ପିତା ଦୀନାନାଥ ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା। ସେତେବେଳେ ଲତାଙ୍କା ମାତ୍ର ୧୩ ବର୍ଷ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେ ନବଯୁଗ ଚିତ୍ରପଟ ନାମକ ଫିଲ୍ମ କଂପାନିର ମାଲିକ ତଥା ଦୀନାନାଥଙ୍କ ବନ୍ଧୁ ମାଷ୍ଟର ବିନାୟକ ମଙ୍ଗେସକର ପରିବାରର ଦାୟିତ୍ୱ ନେଲେ । ମାଷ୍ଟର ବିନାୟକ ହିଁ ଲତାଙ୍କୁ ଏକ ଗାୟିକା ଓ ଅଭିନେତ୍ରୀ କରିବାରେ ସହାୟକ ହୋଇଥିଲେ । ସେତେବେଳେ ଅର୍ଥାତ୍ ୧୯୪୨ ମସିହରେ ସେ ମରାଠୀ ଚଳଚ୍ଚିତ୍ର ‘କିଟି ହସାଲ୍’ରେ ତାଙ୍କର ଅନ୍ୟତମ ପ୍ରଥମ ଗୀତ ଗାଇଥିଲେ। ଗୀତର ଟାଇଟଲ ଥିଲା- ନାଚୁ ୟା ଗଡେଟ୍ଟ. । ତେବେ ଫିଲ୍ମ ମୁକ୍ତିଲାଭ ହେଲା ପରେ ଏହି ଗୀତ ନ ଥିଲା । ଏହାପରେ ସେ ଅଳ୍ପ କେତୋଟି ହିନ୍ଦୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇଥିଲେ।
ଚଳଚ୍ଚିତ୍ର ପାଶ୍ୱର୍ଗାୟନ କ୍ଷେତ୍ରରେ ପ୍ରବେଶ କଲା ପରେ ଲତାଙ୍କୁ ଆରମ୍ଭରୁ କିଛି ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନେକ ସଂଗୀତ ନିର୍ଦ୍ଦେଶକ ଲତାଙ୍କ ସ୍ୱରକୁ ଅତି ପତଳା କହି ପ୍ରତ୍ୟାଖ୍ୟାନ କରିଥିଲେ । ତେଣୁ ଫିଲ୍ମରେ ଗାଇବା ଲତାଙ୍କ ପାଇଁ ମୁସ୍କିଲ ହୋଇଥିଲା । ୧୯୪୩ରେ ଲତା ନିଜର ପ୍ରଥମ ହିନ୍ଦି ଫିଲ୍ମ ଗୀତ ଗାଇଥିଲେ । ‘ଗଜଭାଉ’ ଫିଲ୍ମର ‘ମାତା ଏକ ସପୁତ୍ କି ଦୁନିଆ ବଦଲ ଦେ ତୁ’ ହେଉଛି ଲତା ଗାଇଥିବା ପ୍ରଥମ ହିନ୍ଦି ଫିଲ୍ମ ଗୀତ । ସଂଗୀତଜ୍ଞ ଉସ୍ତାଦ ଗୁଲାମ ହାଇଦର, ଲତାଙ୍କ ପ୍ରତିଭା ପ୍ରତି ଆକୃଷ୍ଟ ହୋଇଥିଲେ । ପାଶ୍ୱର୍ଗାୟନ ପ୍ରତି ସେ ଲତାଙ୍କୁ ଉତ୍ସାହିତ କରିଥିଲେ । ଉସ୍ତାଦଙ୍କ ତତ୍ତବଧନାରେ ଲତାଙ୍କ ପ୍ରତିଭା ବିକଶିତ ହୋଇଥିଲା । ୧୯୪୫ ମସିହାରେ ଉସ୍ତାଦ ଗୁଲାମ ହାଇଦର ନିଜର ପରବର୍ତ୍ତୀ ହିନ୍ଦି ଫିଲ୍ମ ପାଇଁ ଲତାଙ୍କୁ ଜଣେ ନିର୍ମାତାଙ୍କ ଷ୍ଟୁଡିଓକୁ ନେଇଯାଇଥିଲେ । ସେହି ଫିଲ୍ମରେ କାମିନୀ କୌଶଳ ମୁଖ୍ୟ ଭୂମିକାରେ ଥିଲେ । ଉସ୍ତାଦ ଗୁଲାମ ହାଇଦର କାମିନୀଙ୍କ କୌଶଳଙ୍କ ପାଇଁ ଲତା ଗୀତ ଗାଆନ୍ତୁ ବୋଲି ନିର୍ମାତାଙ୍କୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ନିରାଶ ହୋଇଥିଲେ ।
୧୯୪୩ରେ ଲତା ନିଜର ପ୍ରଥମ ହିନ୍ଦି ଫିଲ୍ମ ଗୀତ ଗାଇଥିଲେ । ‘ଗଜଭାଉ’ ଫିଲ୍ମର ‘ମାତା ଏକ ସପୁତ୍ କି ଦୁନିଆ ବଦଲ ଦେ ତୁ’ ହେଉଛି ଲତା ଗାଇଥିବା ପ୍ରଥମ ହିନ୍ଦି ଫିଲ୍ମ ଗୀତ । ୧୯୪୭ରେ ବସନ୍ତ ଯୋଗଲେକର ନିଜର ଫିଲ୍ମ ‘ଆପକୀ ସେବା ମେ’ରେ ଲତାଙ୍କୁ ସୁଯୋଗ ଦେଇଥିଲେ । ଏହି ଫିଲ୍ମରେ ଗୀତ ଗାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଲତା । ଏହାପରେ ୧୯୪୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମଜବୁର’ର ‘ଦିଲ୍ ମେରା ତୋଡା, ମୁଝେ କହିଁ କା ନା ଛୋଡା’ ଓ ‘ଅଂଗ୍ରେଜୀ ଛୋରା ଚଲା ଗୟା’ ଗୀତ ଲତାଙ୍କ ପାଇଁ ଆଣି ଦେଇଥିଲା ପ୍ରଥମ ସ୍ୱୀକୃତି । ଲୋକେ ତ ଚିହ୍ନିଲେ, କିନ୍ତୁ ଲୋକପ୍ରିୟତା ପାଇଁ ପ୍ରତୀକ୍ଷା କରିବାକୁ ପଡିଲା । ସେହି ସୁଯୋଗ ଆସିଥିଲା ୧୯୪୯ ମସିହାରେ । ରିଲିଜ ହୋଇଥିଲା ଫିଲ୍ମ ‘ମହଲ’ । ଏହି ଫିଲ୍ମର ନାୟିକା ମଧୁବାଲାଙ୍କ ଉପରେ ଚିତ୍ରଣ କରାଯାଇଥିଲା ଗୀତ ‘ଆୟେଗା ଆନେବାଲା’। ଗାୟିକା ଥିଲେ ଲତା । ଏହି ଗୀତ ହିଁ ଲତାଙ୍କୁ ଆଣିଦେଇଥିଲା ଅପାର ଲୋକପ୍ରିୟତା । ଏହି ଗୀତ ଥିଲା ତାଙ୍କ କ୍ୟାରିଅରର ପ୍ରଥମ ସୁପରହିଟ୍ ଗୀତ । ସଂଗୀତ ନିର୍ଦ୍ଦେଶକ ଥିଲେ ଖେମଚାନ୍ଦ । ଏହାପରେ ସଫଳତାର ଗୋଟିଏ ପରେ ଗୋଟିଏ ସିଢି ଚଢିବାରେ ଲାଗିଲେ ଲତା ମଙ୍ଗେସକର । ଆଉ ପଛକୁ ଫେରି ଚାହିଁ ନ ଥିଲେ ଲତା ।
୧୯୫୦ ଦଶକ ବେଳକୁ ଲତା ସଙ୍ଗୀତରସିକମାନଙ୍କ ହୃଦୟରେ ରାଜୁତି କରିବା ଆରମ୍ଭ କରି ଦେଇଥିଲେ। ସେ ଦଶନ୍ଧି ତମାମ ଲତା ଶଙ୍କର ଜୟକିଷନ୍, ନୌଶାଦ ଅଲି, ଏସ୍. ଡି. ବର୍ମନ୍, ସଲିଲ୍ ଚୌଧୁରୀ, ରବି, କଲ୍ୟାଣଜୀ-ଆନନ୍ଦଜୀ ଏବଂ ମଦନ ମୋହନ ଆଦି ସଙ୍ଗୀତ ନିର୍ଦେଶକମାନଙ୍କ ନିର୍ଦେଶନା ଗୀତ ଗାଇ ଚହଳ ପକାଇ ଦେଇଥିଲେ।ଏହା ପରେ ୧୯୬୦ରେ ଲତା ‘ମୁଗଲ୍-ଏ-ଆଜମ୍’ରେ ‘ପ୍ୟାର୍ କିୟା ତୋ ଡର୍ନା କ୍ୟା’ ଗୀତଟି ଗାଇ ଅପୂର୍ବ ସଫଳତା ହାସଲ କରିଥିଲେ। ମଧୁବାଲାଙ୍କ ଉପରେ ଚିତ୍ରାୟିତ ହୋଇଥିବା ଏହି ଗୀତଟି ସମଗ୍ର ଦେଶରେ ସେତେବେଳ ‘ରୋମାଣ୍ଟିକ୍ ସ୍ତବ’ ଭାବେ ପରିଗଣିତ ହୋଇଯାଇଥିଲା ଏବଂ ଏବେ ମଧ୍ୟ ତା’ର ସେହି ଭାବ ଅକ୍ଷୁଣ୍ଣ ରହିଛି। ଏହା ବ୍ୟତିରେକେ, ଲତା ତାଙ୍କ ଜମାନାର କିଶୋର କୁମାର, ମାନ୍ନା ଦେ ଏବଂ ମହମ୍ମଦ୍ ରିଫିଙ୍କ ଭଳି ମହାନ୍ ଗାୟକଙ୍କ ସହିତ ଅନେକ ଡୁଏଟ୍ ଗାଇ ରେକର୍ଡ ସୃଷ୍ଟି କରିଥିଲେ। ୧୯୭୦, ୮୦, ୯୦ ଦଶକରେ ମଧ୍ୟ ଲତା ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍, ଆର୍.ଡି. ବର୍ମନ୍, ଶିବ-ହରି, ଏଆର୍-ରହମନ୍, ନଦୀମ-ଶ୍ରବଣ, ଅନୁ ମଲିକ୍ ଏବଂ ଅଦେଶ ଶ୍ରୀବାସ୍ତବଙ୍କ ସଙ୍ଗୀତ ନିର୍ଦେଶନାରେ ଅନେକ ଅବିସ୍ମରଣୀୟ ଲୋକପ୍ରିୟ ଗୀତ ଗାଇଥିଲେ।
ଲତା ମଙ୍ଗେସକର ୨୦ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ । ଫିଲ୍ମ ଗୀତ ସହ ଅଣଫିଲ୍ମ ଗୀତ ଓ ଭଜନ ବି ନିଃସୃତ ହୋଇଛି ଲତାଙ୍କ କଣ୍ଠରୁ । ଶ୍ରୋତାଙ୍କ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଓ ଅସଂଖ୍ୟ ପୁରସ୍କାର । କ୍ୟାରିଅରରରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର । ଶ୍ରେଷ୍ଠ ଗାୟିକା ଭାବେ ଏକାଧିକ ଥର ଫିଲ୍ମଫେୟରା ଓ ଜାତୀୟ ପୁରସ୍କାର । ୧୯୮୯ରେ ଦାଦାସାହେବ ଫାଲକେ ଓ ୨୦୦୧ରେ ଭାରତରତ୍ନ ।