ପୁଣି ଟପ୍‌ ୧୦ ଧନୀ ତାଲିକାକୁ ଫେରିଲେ ମୁକେଶ

The Sakala Picture
Published On

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ ପୁଣି ଥରେ ବିଶ୍ବର ଟପ୍‌ ୧୦ ଧନୀ ତାଲିକାକୁ ଫେରିଛନ୍ତି। ରିଲାଏନ୍ସର ଶେୟାର ମୂଲ୍ୟରେ ହୋଇଥିବା ଅହେତୁକ ବୃଦ୍ଧି ମୁକେଶଙ୍କୁ ଏହି ସଫଳତା ଦେଇଛି। ଏଥିଯୋଗୁଁ ମୁକେଶ ଗୋଟିଏ ଦିନରେ ୨୧,୯୪୯ କୋଟି ଟଙ୍କା ଆୟ କରିଛନ୍ତି। ରିଲାଏନ୍ସ ମୁଖ୍ୟ ତାଙ୍କ ସମ୍ପତ୍ତିରେ ଦିନକରେ ୩.୦୩ ବିଲିୟନ୍‌ ଡଲାର ବୃଦ୍ଧି ଘଟାଇଛନ୍ତି। ଯାହାଫଳରେ କିଛି ଦିନ ତଳେ ବିଶ୍ବ ଧନୀ ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରୁ ବାଦ୍‌ ପଡିଥିବା […]

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ ପୁଣି ଥରେ ବିଶ୍ବର ଟପ୍‌ ୧୦ ଧନୀ ତାଲିକାକୁ ଫେରିଛନ୍ତି। ରିଲାଏନ୍ସର ଶେୟାର ମୂଲ୍ୟରେ ହୋଇଥିବା ଅହେତୁକ ବୃଦ୍ଧି ମୁକେଶଙ୍କୁ ଏହି ସଫଳତା ଦେଇଛି। ଏଥିଯୋଗୁଁ ମୁକେଶ ଗୋଟିଏ ଦିନରେ ୨୧,୯୪୯ କୋଟି ଟଙ୍କା ଆୟ କରିଛନ୍ତି। ରିଲାଏନ୍ସ ମୁଖ୍ୟ ତାଙ୍କ ସମ୍ପତ୍ତିରେ ଦିନକରେ ୩.୦୩ ବିଲିୟନ୍‌ ଡଲାର ବୃଦ୍ଧି ଘଟାଇଛନ୍ତି। ଯାହାଫଳରେ କିଛି ଦିନ ତଳେ ବିଶ୍ବ ଧନୀ ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରୁ ବାଦ୍‌ ପଡିଥିବା ମୁକେଶ ଆଜି ପୁଣି ଥରେ ଏହି ସୂଚୀରେ ସାମିଲ ହୋଇଛନ୍ତି। ଏପରିକି ଏହାର ପ୍ରଭାବରେ ଶନିବାର ରିଲାଏନ୍ସର ବଜାର ପୁଞ୍ଜି ସାଢ଼େ ତେର ଲକ୍ଷ କୋଟି ଟଙ୍କା ନିକଟତର ହୋଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

କମ୍ପାନୀ ଶେୟାର ମୂଲ୍ୟରେ ଅହେତୁକ ବୃଦ୍ଧି ମୁକେଶଙ୍କୁ ଦିନକରେ ପ୍ରାୟ ୨୧,୯୪୯ କୋଟି ଟଙ୍କା ଆୟ କରିବା ସୁଯୋଗ ଦେଇଛି। ଏହାଫଳରେ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୮୧ ବିଲିୟନ୍‌ ଡଲାରରେ ପହଞ୍ଚିଛି। ଶୁକ୍ରବାର ରିଲାଏନ୍ସର ଶେୟାର ମୂଲ୍ୟରେ ୩.୬୦ % ବୃଦ୍ଧି ଘଟି ୨୦୮୧.୯୦ ପ୍ରତିଶତରେ ବନ୍ଦ ହୋଇଥିଲା। ଏଥିଯୋଗୁ ରିଲାଏନ୍ସ ବଜାର ପୁଞ୍ଜି ୧,୩୪୧,୮୦୫.୦୯ କୋଟି ଟଙ୍କାରେ ପହଞ୍ଚିଛି। ଏଠାରେ ସୂଚନା ଯୋଗ୍ୟ, ୨୦୨୦ ଡିସେମ୍ବରରେ ରିଲାଏନ୍ସର ଶେୟାର ମୂଲ୍ୟ ୨୩୬୯ ଟଙ୍କା ରହିଥିଲା। ସେହି ସମୟରେ ରିଲାଏନ୍ସ ବଜାର ପୁଞ୍ଜି ୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ସମ୍ପ୍ରତି ବିଶ୍ବ ଧନୀ ତାଲିକାରେ ଜେଫ୍‌ ବେଜୋସ୍‌ ୧୮୧ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଶୀର୍ଷରେ ରହିଛନ୍ତି। ତାଲିକାରେ ଏଲନ୍‌ ମସ୍କ ୧୭୦ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଦ୍ବିତୀୟ , ବିଲ୍‌ ଗେଟ୍ସ ମସ୍କ ୧୩୮ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ୍‌ ଆଦାନୀ ଏହି ସୂଚୀରେ ୨୫ତମ ସ୍ଥାନରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ସେହିଭଳି ତାଲିକାରେ ବର୍ନାଡ୍‌ ଆରନୋଲ୍ଟ ୧୨୫ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଚତୁର୍ଥ, ମିଡିଆ ବାଦ୍‌ଶାହା ମାର୍ଗ ଜୁକରବର୍ଗ ୧୧୦ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ପଞ୍ଚମ,ଜଣାଶୁଣା ନିବେଶକ ୱାରେନ୍‌ ବଫେ ୮୫ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଷଷ୍ଠ, ଲ୍ୟାରୀ ପେଜ୍‌ ୯୩.୮ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ସପ୍ତମ,ସର୍ଗୀ ବ୍ରିନ୍‌ ୯୦.୭ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଅଷ୍ଟମ, ଷ୍ଟିଭ୍‌ ବଲମର ୮୩.୩ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ନବମ ଏବଂ ମୁକେଶ ଅମ୍ବାନୀ ଏହି ତାଲିକାରେ ୮୧ ବିଲିୟନ୍‌ ଡଲାର ସମ୍ପତ୍ତି ସହ ଦଶମ ସ୍ଥାନରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

21 Mar 2021 By The Sakala

ପୁଣି ଟପ୍‌ ୧୦ ଧନୀ ତାଲିକାକୁ ଫେରିଲେ ମୁକେଶ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମୁଖ୍ୟ ମୁକେଶ ଅମ୍ବାନୀ ପୁଣି ଥରେ ବିଶ୍ବର ଟପ୍‌ ୧୦ ଧନୀ ତାଲିକାକୁ ଫେରିଛନ୍ତି। ରିଲାଏନ୍ସର ଶେୟାର ମୂଲ୍ୟରେ ହୋଇଥିବା ଅହେତୁକ ବୃଦ୍ଧି ମୁକେଶଙ୍କୁ ଏହି ସଫଳତା ଦେଇଛି। ଏଥିଯୋଗୁଁ ମୁକେଶ ଗୋଟିଏ ଦିନରେ ୨୧,୯୪୯ କୋଟି ଟଙ୍କା ଆୟ କରିଛନ୍ତି। ରିଲାଏନ୍ସ ମୁଖ୍ୟ ତାଙ୍କ ସମ୍ପତ୍ତିରେ ଦିନକରେ ୩.୦୩ ବିଲିୟନ୍‌ ଡଲାର ବୃଦ୍ଧି ଘଟାଇଛନ୍ତି। ଯାହାଫଳରେ କିଛି ଦିନ ତଳେ ବିଶ୍ବ ଧନୀ ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରୁ ବାଦ୍‌ ପଡିଥିବା ମୁକେଶ ଆଜି ପୁଣି ଥରେ ଏହି ସୂଚୀରେ ସାମିଲ ହୋଇଛନ୍ତି। ଏପରିକି ଏହାର ପ୍ରଭାବରେ ଶନିବାର ରିଲାଏନ୍ସର ବଜାର ପୁଞ୍ଜି ସାଢ଼େ ତେର ଲକ୍ଷ କୋଟି ଟଙ୍କା ନିକଟତର ହୋଇଛି।

କମ୍ପାନୀ ଶେୟାର ମୂଲ୍ୟରେ ଅହେତୁକ ବୃଦ୍ଧି ମୁକେଶଙ୍କୁ ଦିନକରେ ପ୍ରାୟ ୨୧,୯୪୯ କୋଟି ଟଙ୍କା ଆୟ କରିବା ସୁଯୋଗ ଦେଇଛି। ଏହାଫଳରେ ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୮୧ ବିଲିୟନ୍‌ ଡଲାରରେ ପହଞ୍ଚିଛି। ଶୁକ୍ରବାର ରିଲାଏନ୍ସର ଶେୟାର ମୂଲ୍ୟରେ ୩.୬୦ % ବୃଦ୍ଧି ଘଟି ୨୦୮୧.୯୦ ପ୍ରତିଶତରେ ବନ୍ଦ ହୋଇଥିଲା। ଏଥିଯୋଗୁ ରିଲାଏନ୍ସ ବଜାର ପୁଞ୍ଜି ୧,୩୪୧,୮୦୫.୦୯ କୋଟି ଟଙ୍କାରେ ପହଞ୍ଚିଛି। ଏଠାରେ ସୂଚନା ଯୋଗ୍ୟ, ୨୦୨୦ ଡିସେମ୍ବରରେ ରିଲାଏନ୍ସର ଶେୟାର ମୂଲ୍ୟ ୨୩୬୯ ଟଙ୍କା ରହିଥିଲା। ସେହି ସମୟରେ ରିଲାଏନ୍ସ ବଜାର ପୁଞ୍ଜି ୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ସମ୍ପ୍ରତି ବିଶ୍ବ ଧନୀ ତାଲିକାରେ ଜେଫ୍‌ ବେଜୋସ୍‌ ୧୮୧ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଶୀର୍ଷରେ ରହିଛନ୍ତି। ତାଲିକାରେ ଏଲନ୍‌ ମସ୍କ ୧୭୦ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଦ୍ବିତୀୟ , ବିଲ୍‌ ଗେଟ୍ସ ମସ୍କ ୧୩୮ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ଆଦାନୀ ଗ୍ରୁପ ମୁଖ୍ୟ ଗୌତମ୍‌ ଆଦାନୀ ଏହି ସୂଚୀରେ ୨୫ତମ ସ୍ଥାନରେ ରହିଛନ୍ତି।

ସେହିଭଳି ତାଲିକାରେ ବର୍ନାଡ୍‌ ଆରନୋଲ୍ଟ ୧୨୫ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଚତୁର୍ଥ, ମିଡିଆ ବାଦ୍‌ଶାହା ମାର୍ଗ ଜୁକରବର୍ଗ ୧୧୦ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ପଞ୍ଚମ,ଜଣାଶୁଣା ନିବେଶକ ୱାରେନ୍‌ ବଫେ ୮୫ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଷଷ୍ଠ, ଲ୍ୟାରୀ ପେଜ୍‌ ୯୩.୮ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ସପ୍ତମ,ସର୍ଗୀ ବ୍ରିନ୍‌ ୯୦.୭ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ଅଷ୍ଟମ, ଷ୍ଟିଭ୍‌ ବଲମର ୮୩.୩ ବିଲିୟନ୍‌ ଡଲାରର ସମ୍ପତ୍ତି ସହ ନବମ ଏବଂ ମୁକେଶ ଅମ୍ବାନୀ ଏହି ତାଲିକାରେ ୮୧ ବିଲିୟନ୍‌ ଡଲାର ସମ୍ପତ୍ତି ସହ ଦଶମ ସ୍ଥାନରେ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର