କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଗାଇଡ୍‌ଲାଇନକୁ ଆଧାର କରି ରାଜ୍ୟରେ ପସ୍ତୁତ ହେଉଛି ପଞ୍ଚାୟତ ନିର୍ବାଚନ ଗାଇଡ୍‌ଲାଇନ ‌

The Sakala Picture
Published On

ଭୁବନେଶ୍ବର : କରୋନା ସମୟରେ କିପରି ହେବ ରାଜ୍ୟର ପଞ୍ଚାୟତ ନିର୍ବାଚନ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଡାକିଥିଳେ ସର୍ବଦଳୀୟ ବୈଠକ। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ବିଭିନ୍ନ ଦଳରେ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ବର୍ତ୍ତମାନ କରୋନା ସ୍ଥିତିରେ କିପରି ଭାବେ ନିର୍ବାଚନ ହେବ ସେନେଇ ଆଲୋଚନା ହୋଇଥିଲା। ବୈଠକ ସରିବା ପରେରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ […]

ଭୁବନେଶ୍ବର : କରୋନା ସମୟରେ କିପରି ହେବ ରାଜ୍ୟର ପଞ୍ଚାୟତ ନିର୍ବାଚନ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଡାକିଥିଳେ ସର୍ବଦଳୀୟ ବୈଠକ। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ବିଭିନ୍ନ ଦଳରେ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ବର୍ତ୍ତମାନ କରୋନା ସ୍ଥିତିରେ କିପରି ଭାବେ ନିର୍ବାଚନ ହେବ ସେନେଇ ଆଲୋଚନା ହୋଇଥିଲା।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବୈଠକ ସରିବା ପରେରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ । କୋଭିଡ ସମୟରେ କିପରି ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ।କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଯେଉଁ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ତାକୁ ଅନୁସରଣ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ଅଳ୍ପ ସମୟ ମଧ୍ୟରେ ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି । ମୁକ୍ତ, ଅବାଧ, ନିରପେକ୍ଷ ଓ ସୁରକ୍ଷିତ ପଞ୍ଚାୟତ ନିର୍ବାଚନ ଉପରେ କମିଶନ ଗୁରୁତ୍ୱ ଦେଉଥିବା କହିଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି-କଂଗ୍ରେସ-ବିଜେପି ସର୍ବଦଳୀୟ ବୈଠକରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି । ଶାସକ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଅମର ପଟ୍ଟନାୟକ କହିଛନ୍ତି ଯେ, ସଠିକ ସମୟରେ ପଂଚାୟତ ନିର୍ବାଚନ ହେଉ । ଏଥିରେ ବିଳମ୍ବ ହେବା ଅନୁଚିତ । ଅବାଧରେ କିପରି ନିର୍ବାଚନ ହେବ,ସେ ନେଇ ବିଜେଡି ଦାବି ଉପସ୍ଥାପନ କଲା ବୋଲି ବୈଠକ ପରେ ଅମର ପଟ୍ଟନାୟକ କହିଛନ୍ତି । କଂଗ୍ରେସର ଶିବାନନ୍ଦ ରାୟ କୋଭିଡ ପରିସ୍ଥିତି ପରେ ନିର୍ବାଚନ ପାଇଁ ଦାବି ରଖିଥିଲେ । ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ଘୁଂଚାଇବା ଭଲ ବୋଲି କଂଗ୍ରେସ କହିଛି । ପଂଚାୟତ ନିର୍ବାଚନକୁ ତିନି ମାସ ଘୁଂଚାଇବା ନେଇ ଦାବି କରିଛି ବିଜେପି । ସର୍ବଦଳୀୟ ବୈଠକରେ ବିଜେପିର ମୋହନ ମାଝୀ ନିର୍ବାଚନ ୨-୩ ମାସ ଘୁଂଚାଇବା ନେଇ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ବୈଠକରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସରୁ ଗଶେଶ୍ୱର ବେହେରା ଏବଂ ଶିବାନନ୍ଦ ମାଝୀ ଓ ବିଜେପି ବିଧାୟକ ମୋହନ ମାଝୀ ଏବଂ ପଂଚାୟତ କମିଟି ଆବାହକ ଶଙ୍କର୍ଷଣ ପରିଡାଙ୍କ ସହିତ ୪ ଜଣିଆ ଟିମ୍ ସାମିଲ ହୋଇଛନ୍ତି । ସିପିଆଇ, ସିପିଏମ୍ ସମେତ ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଛନ୍ତି। କୋଭିଡ୍ ସଂକ୍ରମଣ ଭିତରେ କିପରି ନିର୍ବାଚନ ହେବ । ନିର୍ବାଚନ ନେଇ କ’ଣ ଗାଇଡଲାଇନ୍ ରହିବ, ସେନେଇ ଆଲୋଚନା କରାଯାଇଛି । ଏହାପରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ନିର୍ବାଚନ କମିସନ ଭେଟିବାର କାର୍ଯ୍ୟକ୍ରମ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର