ବିଜେଡିରେ ମିଶିଲେ ବିଜେପି ନେତା ଧନୁର୍ଜୟ ସିଧୁ

The Sakala Picture
Published On

ଭୁବନେଶ୍ୱର: ବିଜେଡିରେ ମିଶିଲେ ତେଲକୋଇର ବିଜେପି ନେତା ଧନୁର୍ଜୟ ସିଦ୍ଧୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ଧନୁର୍ଜୟ । ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ଧନୁର୍ଜୟ ବିଧିବଦ୍ଧ ଭାବେ ଆଜି ଦଳରେ ସାମିଲ୍ ହୋଇଛନ୍ତି । ସେ କହିଛନ୍ତି, ବିଜେପି ଓ କଂଗ୍ରେସ ବିକାଶ ଚାହୁଁ ନାହାନ୍ତି । ତେଣୁ ସେ ବିଜେଡିରେ ମିଶିଲେ ବୋଲି କହିଛନ୍ତି ଧନୁର୍ଜୟ । […]

ଭୁବନେଶ୍ୱର: ବିଜେଡିରେ ମିଶିଲେ ତେଲକୋଇର ବିଜେପି ନେତା ଧନୁର୍ଜୟ ସିଦ୍ଧୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ଧନୁର୍ଜୟ । ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ଧନୁର୍ଜୟ ବିଧିବଦ୍ଧ ଭାବେ ଆଜି ଦଳରେ ସାମିଲ୍ ହୋଇଛନ୍ତି । ସେ କହିଛନ୍ତି, ବିଜେପି ଓ କଂଗ୍ରେସ ବିକାଶ ଚାହୁଁ ନାହାନ୍ତି । ତେଣୁ ସେ ବିଜେଡିରେ ମିଶିଲେ ବୋଲି କହିଛନ୍ତି ଧନୁର୍ଜୟ । ତାଙ୍କୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ୱାଗତ କରିଥିଲେ । ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିବା ବିଜେପି କର୍ମୀଙ୍କୁ ସ୍ୱାଗତ କରିଥିଲେ । କହିଥିଲେ, ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଓଡ଼ିଶାର ପ୍ରଗତି ଆହୁରି ହେବ । କେନ୍ଦୁଝର ବିଜେଡି ଆହୁରି ସଶକ୍ତ ହୋଇଛି । ଯାହା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବ । ବିଜେଡିରେ ଆପଣ ସମ୍ମାନ ପାଇବେ, ଏଥିରେ ସନ୍ଦେହ ନାହିଁ । ଧନୁର୍ଜୟ ୨୦୦୪ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଭାବେ ତେଲକୋଇ ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ପରେ ବିଜେପିରେ ଯୋଗଦେଇ ୨୦୧୯ରେ ସେ ତେଲକୋଇ ଆସନରୁ ପ୍ରାର୍ଥୀ ହୋଇଥିଲେ, ହେଲେ ହାରି ଯାଇଥିଲେ । କିଛିଦିନ ପୂର୍ବରୁ ସେ ବିଜେପି ଛାଡ଼ିଥିଲେ, ଆଜି ଧନୁର୍ଜୟ ସିଧୁ ବିଜେଡିରେ ମିଶିଛନ୍ତି ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

11 Dec 2021 By The Sakala

ବିଜେଡିରେ ମିଶିଲେ ବିଜେପି ନେତା ଧନୁର୍ଜୟ ସିଧୁ

ଭୁବନେଶ୍ୱର: ବିଜେଡିରେ ମିଶିଲେ ତେଲକୋଇର ବିଜେପି ନେତା ଧନୁର୍ଜୟ ସିଦ୍ଧୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ଧନୁର୍ଜୟ । ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଭୁବନେଶ୍ୱର ବିଜେଡି କାର୍ଯ୍ୟାଳୟରେ ଧନୁର୍ଜୟ ବିଧିବଦ୍ଧ ଭାବେ ଆଜି ଦଳରେ ସାମିଲ୍ ହୋଇଛନ୍ତି । ସେ କହିଛନ୍ତି, ବିଜେପି ଓ କଂଗ୍ରେସ ବିକାଶ ଚାହୁଁ ନାହାନ୍ତି । ତେଣୁ ସେ ବିଜେଡିରେ ମିଶିଲେ ବୋଲି କହିଛନ୍ତି ଧନୁର୍ଜୟ । ତାଙ୍କୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସ୍ୱାଗତ କରିଥିଲେ । ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିବା ବିଜେପି କର୍ମୀଙ୍କୁ ସ୍ୱାଗତ କରିଥିଲେ । କହିଥିଲେ, ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାର ପ୍ରଗତି ଆହୁରି ହେବ । କେନ୍ଦୁଝର ବିଜେଡି ଆହୁରି ସଶକ୍ତ ହୋଇଛି । ଯାହା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବ । ବିଜେଡିରେ ଆପଣ ସମ୍ମାନ ପାଇବେ, ଏଥିରେ ସନ୍ଦେହ ନାହିଁ । ଧନୁର୍ଜୟ ୨୦୦୪ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଭାବେ ତେଲକୋଇ ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ପରେ ବିଜେପିରେ ଯୋଗଦେଇ ୨୦୧୯ରେ ସେ ତେଲକୋଇ ଆସନରୁ ପ୍ରାର୍ଥୀ ହୋଇଥିଲେ, ହେଲେ ହାରି ଯାଇଥିଲେ । କିଛିଦିନ ପୂର୍ବରୁ ସେ ବିଜେପି ଛାଡ଼ିଥିଲେ, ଆଜି ଧନୁର୍ଜୟ ସିଧୁ ବିଜେଡିରେ ମିଶିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର