ଦିଦିଙ୍କ ବିଜେପି ହଟାଅ ରଣନୀତି, କହିଲେ ସମସ୍ତ ଆଞ୍ଚଳିକ ଦଳ ଏକାଠି ହେଲେ ସହଜରେ ହାରିବ ବିଜେପି

The Sakala Picture
Published On

ନୂଆଦିଲ୍ଲୀ : ଏଣିକି କେବଳ ବେଙ୍ଗଲରେ ନୁହେଁ ଦିଲ୍ଲୀରେ ରାଜନୈତିକ ପତିଆରା ଦେଖାଇବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ମିଶନ-୨୪ରେ ଆଗେଇ ଚାଲିଛନ୍ତି ମମତା। ଗତକିଛି ତଳେ ଦିଲ୍ଲୀରେ ଡେରା ପକାଇ ବିଜେପି ବିପକ୍ଷରେ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିବା ମମତା ବାନାର୍ଜୀ ଏବେ ଦେଶର ବିଭିନ୍ନ ଆଞ୍ଚଳିକ ଦଳର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି । ୨୦୨୪ରେ କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ ଆରମ୍ଭ କରି ଦେଇଛନ୍ତି ମିଶନ। ବିଜେପିକୁ ହଟାଇବା […]

ନୂଆଦିଲ୍ଲୀ : ଏଣିକି କେବଳ ବେଙ୍ଗଲରେ ନୁହେଁ ଦିଲ୍ଲୀରେ ରାଜନୈତିକ ପତିଆରା ଦେଖାଇବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ମିଶନ-୨୪ରେ ଆଗେଇ ଚାଲିଛନ୍ତି ମମତା। ଗତକିଛି ତଳେ ଦିଲ୍ଲୀରେ ଡେରା ପକାଇ ବିଜେପି ବିପକ୍ଷରେ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିବା ମମତା ବାନାର୍ଜୀ ଏବେ ଦେଶର ବିଭିନ୍ନ ଆଞ୍ଚଳିକ ଦଳର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି । ୨୦୨୪ରେ କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ ଆରମ୍ଭ କରି ଦେଇଛନ୍ତି ମିଶନ। ବିଜେପିକୁ ହଟାଇବା ମିଶନରେ ଦିଦି ଦେଶର ମୁଖ୍ୟ ବିରୋଧୀଦଳ କଂଗ୍ରେସକୁ ମଧ୍ୟ ଅଣଦେଖାକରୁଛନ୍ତି। ଦିଦିଙ୍କ ବିଶ୍ବାସ ସମସ୍ତ ଆଞ୍ଚଳିକ ଦଳ ଏକ ହେଲେ ବିଜେପିକୁ ହରାଇବା ସହଜ ହୋଇଯିବ।

ଆହୁରି ପଢ଼ନ୍ତୁ: ଟିଏମସିରେ ବଡ଼ ଧରଣର ବିଭାଜନ: ଏନଡିଏକୁ ସମର୍ଥନ ଘୋଷଣା କଲେ ୨୦ ବିଦ୍ରୋହୀ ସାଂସଦ, ଅଭିଷେକଙ୍କ ବଦଳରେ କାକୋଲିଙ୍କୁ ନେତା କରିବାକୁ ଦାବି

ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ସଂପ୍ରତି ଦୁଇଦିନିଆ ମହାରାଷ୍ଟ୍ର ଗସ୍ତରେ ଆସିଥିବା ବେଳେ ଆଜି ମୁମ୍ବାଇରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାଓ୍ଵାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏନ୍‌ସିପି ସୁପ୍ରିମୋ ପାଓ୍ଵାରଙ୍କୁ ଭେଟିବା ପ୍ରସଙ୍ଗରେ ମମତା ଗଣମାଧ୍ୟମକୁ କହିଛନ୍ତି ଯେ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଭଲ ସମ୍ପର୍କ ଅଛି ଏବଂ ସେଥିପାଇଁ ସେ ପାୱାରଙ୍କୁ ଭେଟିବାକୁ ଆସିଥିଲେ। ଆଲୋଚନା କାଳରେ ଉଭୟ ନେତାଙ୍କ ମଧ୍ୟରେ ନେତୃତ୍ୱ ପ୍ରସଙ୍ଗରେ ଆଲୋଚନା ହୋଇଛି। ମମତା କହିଛନ୍ତି, ଆସନ୍ତୁ ଏକଜୁଟ ହେବା, ଲୋକଙ୍କୁ ନ୍ୟାୟ ଦେବା ଏବଂ ଆମ ଦେଶ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ଅନ୍ୟପଟେ ପାୱାରଙ୍କୁ ଭେଟିବାପରେ କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ମମତା । ସେ କହିଛନ୍ତି କି ଯଦି କେହି କିଛି ନ କରି କେବଳ ବିଦେଶରେ ରହିବେ ତେବେ କାମ କିପରି ହେବ । ଦିଦି କହିଥିଲେ କି ଯଦି ଆପଣ ଫିଲ୍ଡରେ ନ ରହି କାମ କରିବେ ତେବେ ବିଜେପିକୁ ହଟାଇବା ବେଶ୍ କଷ୍ଟ । ଯଦି ଆପଣ ଫିଲ୍ଡରେ ରହି କାମ କରିବେ ତେବେ ବିଜେପିକୁ ପରାସ୍ତ କରିହେବ । ମମତା ବାନାର୍ଜୀଙ୍କୁ ଯେତେବେଳେ ପଚରା ଯାଇଥିଲା କି କାହିଁକି ଆପଣ କଂଗ୍ରେସ ସହ ଲଢ଼େଇ କରୁଛନ୍ତି ? ଏହାର ଜବାବରେ ଦିଦି କହିଥିଲେ କି ଯଦି କଂଗ୍ରେସ ଏବଂ ବାମପନ୍ଥୀ ଦଳ ଆମ ବିପକ୍ଷରେ ପଶ୍ଚିମବଙ୍ଗରେ ଲଢ଼େଇ କରିପାରୁଛନ୍ତି ତେବେ ଆମେ ବି କଂଗ୍ରେସ ବିପକ୍ଷରେ ଯାଇପାରିବୁ ।

ବିଜେପିକୁ ପରାସ୍ତ କରିବା ପାଇଁ ଆମକୁ ଏହି ଲଢ଼େଇ ଜାରି ରଖିବାକୁ ହେବ ।ନିର୍ବାଚନ ପଡ଼ିଆରେ ରହିବା ଓ ବିଜେପି ସହ ଲଢ଼ିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ନଚେତ ସେମାନେ ଆପଣଙ୍କୁ ବିଦା କରିଦେବେ। ଯଦି ସବୁ ଆଞ୍ଚଳିକ ଦଳ ଏକାଠି ହୋଇପାରିବେ, ତା’ହେଲେ ବିଜେପିକୁ ହରାଇବା ସହଜ ହେବ। ଆମେ ପଶ୍ଚିମବଙ୍ଗରେ ଠିକରେ ଅଛୁ କିନ୍ତୁ ଆମେ ପଶ୍ଚିମବଙ୍ଗରୁ ବାହାରକୁ ବାହାରିବାକୁ ଚାହୁଁଛୁ । କାହିଁକି ନା ଆମେ ଆସିବା ପରେ କେନ୍ଦ୍ରରେ ପ୍ରତିଯୋଗିତା ବଢ଼ିବ ।

ଅନ୍ୟପକ୍ଷେ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ପରେ ଶରଦ କହିଛନ୍ତି, ଆମକୁ ନେତୃତ୍ଵ ପାଇଁ ମଜବୁତ ବିକଳ୍ପ ଦେବାକୁ ପଡିବ। ଆମର ବିଚାରଧାରା କେବଳ ଆଜି ପାଇଁ ନୁହେଁ ବରଂ ନିର୍ବାଚନକୁ ନେଇ ରହିଛି। ଦେଶରେ ଏମିତି ବିକଳ୍ପ ରହିବା ଉଚିତ୍ ଯାହା ବିଷୟରେ ଆଲୋଚନା କରିବାକୁ ମମତା ମୋତେ ଭେଟିବାକୁ ଆସିଥିଲେ। ସମସ୍ତ ପ୍ରସଙ୍ଗ ଉପରେ ତାଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ମମତା ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ବୁଧବାର ମୁଁ ଏବଂ ସାଥୀ ମମତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ସାଂପ୍ରତିକ ସ୍ଥିତିରେ ଜାତୀୟ ସ୍ତରରେ ତାଙ୍କୁ ଏକ ମଜବୁତ ବିକଳ୍ପ ଦେବା ଉଚିତ୍ ବୋଲି ଶରଦ କହିଛନ୍ତି।

01 Dec 2021 By The Sakala

ଦିଦିଙ୍କ ବିଜେପି ହଟାଅ ରଣନୀତି, କହିଲେ ସମସ୍ତ ଆଞ୍ଚଳିକ ଦଳ ଏକାଠି ହେଲେ ସହଜରେ ହାରିବ ବିଜେପି

ନୂଆଦିଲ୍ଲୀ : ଏଣିକି କେବଳ ବେଙ୍ଗଲରେ ନୁହେଁ ଦିଲ୍ଲୀରେ ରାଜନୈତିକ ପତିଆରା ଦେଖାଇବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ମିଶନ-୨୪ରେ ଆଗେଇ ଚାଲିଛନ୍ତି ମମତା। ଗତକିଛି ତଳେ ଦିଲ୍ଲୀରେ ଡେରା ପକାଇ ବିଜେପି ବିପକ୍ଷରେ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିବା ମମତା ବାନାର୍ଜୀ ଏବେ ଦେଶର ବିଭିନ୍ନ ଆଞ୍ଚଳିକ ଦଳର ନେତାମାନଙ୍କ ସହ ଆଲୋଚନା କରୁଛନ୍ତି । ୨୦୨୪ରେ କେନ୍ଦ୍ରରୁ ବିଜେପିକୁ ହଟାଇବା ପାଇଁ ଆରମ୍ଭ କରି ଦେଇଛନ୍ତି ମିଶନ। ବିଜେପିକୁ ହଟାଇବା ମିଶନରେ ଦିଦି ଦେଶର ମୁଖ୍ୟ ବିରୋଧୀଦଳ କଂଗ୍ରେସକୁ ମଧ୍ୟ ଅଣଦେଖାକରୁଛନ୍ତି। ଦିଦିଙ୍କ ବିଶ୍ବାସ ସମସ୍ତ ଆଞ୍ଚଳିକ ଦଳ ଏକ ହେଲେ ବିଜେପିକୁ ହରାଇବା ସହଜ ହୋଇଯିବ।

ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ସଂପ୍ରତି ଦୁଇଦିନିଆ ମହାରାଷ୍ଟ୍ର ଗସ୍ତରେ ଆସିଥିବା ବେଳେ ଆଜି ମୁମ୍ବାଇରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାଓ୍ଵାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏନ୍‌ସିପି ସୁପ୍ରିମୋ ପାଓ୍ଵାରଙ୍କୁ ଭେଟିବା ପ୍ରସଙ୍ଗରେ ମମତା ଗଣମାଧ୍ୟମକୁ କହିଛନ୍ତି ଯେ ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଭଲ ସମ୍ପର୍କ ଅଛି ଏବଂ ସେଥିପାଇଁ ସେ ପାୱାରଙ୍କୁ ଭେଟିବାକୁ ଆସିଥିଲେ। ଆଲୋଚନା କାଳରେ ଉଭୟ ନେତାଙ୍କ ମଧ୍ୟରେ ନେତୃତ୍ୱ ପ୍ରସଙ୍ଗରେ ଆଲୋଚନା ହୋଇଛି। ମମତା କହିଛନ୍ତି, ଆସନ୍ତୁ ଏକଜୁଟ ହେବା, ଲୋକଙ୍କୁ ନ୍ୟାୟ ଦେବା ଏବଂ ଆମ ଦେଶ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା।

ଅନ୍ୟପଟେ ପାୱାରଙ୍କୁ ଭେଟିବାପରେ କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ମମତା । ସେ କହିଛନ୍ତି କି ଯଦି କେହି କିଛି ନ କରି କେବଳ ବିଦେଶରେ ରହିବେ ତେବେ କାମ କିପରି ହେବ । ଦିଦି କହିଥିଲେ କି ଯଦି ଆପଣ ଫିଲ୍ଡରେ ନ ରହି କାମ କରିବେ ତେବେ ବିଜେପିକୁ ହଟାଇବା ବେଶ୍ କଷ୍ଟ । ଯଦି ଆପଣ ଫିଲ୍ଡରେ ରହି କାମ କରିବେ ତେବେ ବିଜେପିକୁ ପରାସ୍ତ କରିହେବ । ମମତା ବାନାର୍ଜୀଙ୍କୁ ଯେତେବେଳେ ପଚରା ଯାଇଥିଲା କି କାହିଁକି ଆପଣ କଂଗ୍ରେସ ସହ ଲଢ଼େଇ କରୁଛନ୍ତି ? ଏହାର ଜବାବରେ ଦିଦି କହିଥିଲେ କି ଯଦି କଂଗ୍ରେସ ଏବଂ ବାମପନ୍ଥୀ ଦଳ ଆମ ବିପକ୍ଷରେ ପଶ୍ଚିମବଙ୍ଗରେ ଲଢ଼େଇ କରିପାରୁଛନ୍ତି ତେବେ ଆମେ ବି କଂଗ୍ରେସ ବିପକ୍ଷରେ ଯାଇପାରିବୁ ।

ବିଜେପିକୁ ପରାସ୍ତ କରିବା ପାଇଁ ଆମକୁ ଏହି ଲଢ଼େଇ ଜାରି ରଖିବାକୁ ହେବ ।ନିର୍ବାଚନ ପଡ଼ିଆରେ ରହିବା ଓ ବିଜେପି ସହ ଲଢ଼ିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ନଚେତ ସେମାନେ ଆପଣଙ୍କୁ ବିଦା କରିଦେବେ। ଯଦି ସବୁ ଆଞ୍ଚଳିକ ଦଳ ଏକାଠି ହୋଇପାରିବେ, ତା’ହେଲେ ବିଜେପିକୁ ହରାଇବା ସହଜ ହେବ। ଆମେ ପଶ୍ଚିମବଙ୍ଗରେ ଠିକରେ ଅଛୁ କିନ୍ତୁ ଆମେ ପଶ୍ଚିମବଙ୍ଗରୁ ବାହାରକୁ ବାହାରିବାକୁ ଚାହୁଁଛୁ । କାହିଁକି ନା ଆମେ ଆସିବା ପରେ କେନ୍ଦ୍ରରେ ପ୍ରତିଯୋଗିତା ବଢ଼ିବ ।

ଅନ୍ୟପକ୍ଷେ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ପରେ ଶରଦ କହିଛନ୍ତି, ଆମକୁ ନେତୃତ୍ଵ ପାଇଁ ମଜବୁତ ବିକଳ୍ପ ଦେବାକୁ ପଡିବ। ଆମର ବିଚାରଧାରା କେବଳ ଆଜି ପାଇଁ ନୁହେଁ ବରଂ ନିର୍ବାଚନକୁ ନେଇ ରହିଛି। ଦେଶରେ ଏମିତି ବିକଳ୍ପ ରହିବା ଉଚିତ୍ ଯାହା ବିଷୟରେ ଆଲୋଚନା କରିବାକୁ ମମତା ମୋତେ ଭେଟିବାକୁ ଆସିଥିଲେ। ସମସ୍ତ ପ୍ରସଙ୍ଗ ଉପରେ ତାଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ମମତା ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ବୁଧବାର ମୁଁ ଏବଂ ସାଥୀ ମମତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ସାଂପ୍ରତିକ ସ୍ଥିତିରେ ଜାତୀୟ ସ୍ତରରେ ତାଙ୍କୁ ଏକ ମଜବୁତ ବିକଳ୍ପ ଦେବା ଉଚିତ୍ ବୋଲି ଶରଦ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର