ଓମିକ୍ରନ ପ୍ରଭାବ : ଖସୁଛି ବିଟ୍‌ କଏନ୍ ସହ ଅଧିକାଂଶ ଡିଜିଟାଲ୍ ମୁଦ୍ରା ମୂଲ୍ୟ

The Sakala Picture
Published On

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କୋଭିଡ -୧୯ର ଏକ ନୂତନ ଭାରିଆଣ୍ଟ ‘ଓମିକ୍ରନ୍’ ବର୍ତ୍ତମାନ ବିଶ୍ବ ପୁଞ୍ଜି ବଜାରରେ କାରବାରକୁ ବିଶେଷ ଭାବେ ପ୍ରଭାବିତ କରିଛି। ତେବେ ଏଥିରୁ ବାଦ୍‌ ପଡ଼ିନି କ୍ରିପ୍ଟୋ ବଜାର। ଏହି ନୂଆ ଭାରିଆଣ୍ଟର ପ୍ରଭାବରେ ନିବେଶକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଥିଯୋଗୁ ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍ ମୂଲ୍ୟ ଆଜି ୪ ନିୟୁତ ସ୍ତର ତଳକୁ ଖସିଆସିଛି। କେବଳ ବିଟ୍‌ କଏନ୍ ନୁହେଁ ଇଥେରିୟମ୍,ପୋଲକାଡଟ୍ […]

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କୋଭିଡ -୧୯ର ଏକ ନୂତନ ଭାରିଆଣ୍ଟ ‘ଓମିକ୍ରନ୍’ ବର୍ତ୍ତମାନ ବିଶ୍ବ ପୁଞ୍ଜି ବଜାରରେ କାରବାରକୁ ବିଶେଷ ଭାବେ ପ୍ରଭାବିତ କରିଛି। ତେବେ ଏଥିରୁ ବାଦ୍‌ ପଡ଼ିନି କ୍ରିପ୍ଟୋ ବଜାର। ଏହି ନୂଆ ଭାରିଆଣ୍ଟର ପ୍ରଭାବରେ ନିବେଶକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଥିଯୋଗୁ ଦୁନିଆର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍ ମୂଲ୍ୟ ଆଜି ୪ ନିୟୁତ ସ୍ତର ତଳକୁ ଖସିଆସିଛି। କେବଳ ବିଟ୍‌ କଏନ୍ ନୁହେଁ ଇଥେରିୟମ୍,ପୋଲକାଡଟ୍ ଏବଂ ଡ୍ବାଗକଏନ୍ ଭଳି ଅଧିକାଂଶ ଡିଜିଟାଲ୍ ମୁଦ୍ରା ମୂଲ୍ୟରେ ହ୍ରାସ ପାଇଛି। ଏହା ନିବେଶକମାନଙ୍କ ପାଇଁ ବିପୁଳ କ୍ଷତି ଘଟାଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କରୋନା ଭୂତାଣୁର ନୂତନ ପ୍ରକାର ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ପୁରୁଣା ଭାରିଆଣ୍ଟ ଅପେକ୍ଷା ୩୦ ଗୁଣ ଅଧିକ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛି। ବର୍ତ୍ତମାନ କଥା ହେଉଛି ଏହା ସମଗ୍ର ବିଶ୍ୱ ବଜାରକୁ କବଳିତ କରି ନେଇଛି। ବିଶ୍ବର ସବୁ ବଜାର ଏଥିଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଯଦି ଆମେ ଏହି ଆକଳନକୁ ଦେଖିବା, ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍‌ର ମୂଲ୍ୟ ଶନିବାର ୪୦,୩୦,୩୯୧ ଟଙ୍କାକୁ ଖସିଆସିଛି। ଶୁକ୍ରବାର ଦିନ ମଧ୍ୟ ଏଥିରେ ଏକ ବଡ଼ ପତନ ଘଟିଥିଲା। କେବଳ ବିଟ୍‌ କଏନ୍ ନୁହେଁ, ଦ୍ୱିତୀୟ ପସନ୍ଦଯୋଗ୍ୟ ଡିଜିଟାଲ୍ ମୁଦ୍ରା ଏଥେରିୟମ୍ ମୂଲ୍ୟ ମଧ୍ୟ ଓମିକ୍ରନ୍ ପ୍ରଭାବରେ ହ୍ରାସ ଘଟିଛି। ଏହାର ମୂଲ୍ୟ ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ବର୍ତ୍ତମାନ, ଏଥେରିୟମ୍‌ର ମୂଲ୍ୟ ୩,୦୯,୬୯୯ ଟଙ୍କା ଠାରୁ ୧୮,୯୯୮ ଟଙ୍କା କମ୍।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଉଲ୍ଲେଖଯୋଗ୍ୟ, ଏଥେରିୟମ୍ ଚଳିତ ମାସରେ ସର୍ବକାଳୀନ ଉଚ୍ଚତାରେ ପହଞ୍ଚିଛି ଏବଂ ବର୍ତ୍ତମାନ ଏହା ୨୦ପ୍ରତିଶତ ହ୍ରାସ ପାଇଛି। ଏମିତିକି ଶୁକ୍ରବାର ଦିନ ବଜାର ବିଶବ୍ ବଜାରେ କାରବାରରେ ଏପରି ସ୍ଥିତି ଦେଖବବାକୁ ମିଳିଥିଲା ଯେ, ଜୁଲାଇ ପରଠାରୁ ୟୁରୋପୀୟ ଷ୍ଟକ୍ ମୂଲ୍ୟ ସବୁଠୁ ବଡ ହ୍ରାସ ପାଇଥିଲାବେଳେ ଆମେରିକାର ଷ୍ଟକ୍ ବଜାର ମଧ୍ୟ ବେଶ ତଳକୁ ଖସିଯାଇଥିଲା। ଭାରତୀୟ ବଜାର ବିଷୟରେ କହିବାକୁ ଗଲେ, ଏହା ବିଗତ ସାତ ମାସର ସବୁଠାରୁ ବଡ ହ୍ରାସ ଭାବେ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର