ଟିକାକରଣରେ ଇତିହାସ ରଚିଲା ଭାରତ, ଦେଶରେ ଶହେ କୋଟି ଟପିଲା କୋଭିଡ୍ ଟିକାକରଣ

The Sakala Picture
Published On

ନୂଆଦିଲ୍ଲୀ : କୋଭିଡ ଟିକାକରଣରେ ଇତିହାସ ରଚିଲା ଭାରତ। ଆଜି ସୁଦ୍ଧା ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ହୋଇଛି। ଏହି ଅବସରରେ ଅନେକ ସ୍ଥାନରେ ଉତ୍ସବ ପାଳନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଛି। ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟାଜନ କରି ଯେଉଁମାନେ ଟୀକାକରଣରେ ସହଯୋଗ କରିଥିଲେ ସେମାନଙ୍କୁ କୃତଜ୍ଞତା ପ୍ରଦାନ କରାଯିବ। ଦିଲ୍ଲୀ RML ହସ୍ପିଟାଲରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସେହିପରି […]

ନୂଆଦିଲ୍ଲୀ : କୋଭିଡ ଟିକାକରଣରେ ଇତିହାସ ରଚିଲା ଭାରତ। ଆଜି ସୁଦ୍ଧା ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ହୋଇଛି। ଏହି ଅବସରରେ ଅନେକ ସ୍ଥାନରେ ଉତ୍ସବ ପାଳନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଛି। ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟାଜନ କରି ଯେଉଁମାନେ ଟୀକାକରଣରେ ସହଯୋଗ କରିଥିଲେ ସେମାନଙ୍କୁ କୃତଜ୍ଞତା ପ୍ରଦାନ କରାଯିବ। ଦିଲ୍ଲୀ RML ହସ୍ପିଟାଲରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସେହିପରି ଲାଲକିଲ୍ଲା ଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ତ୍ରିରଙ୍ଗା ଉଡାଇବା ସହ ପ୍ରସିଦ୍ଧ ଗାୟକ କୌଳାଶ ଖେରଙ୍କ ଦ୍ବାରା ପ୍ରସ୍ତୁତ ଭାରତର ଟିକାକରଣ ଅଭିଯାନକୁ ନେଇ ଏକ ଗୀତ ଏବଂ ଏହାର ଅଡିଓ-ଭିଜୁଆଲ ରିଲିଜ୍‌ କରିବେ ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁଛି। ୧୦୦ କୋଟିର ସଫଳତା ପରିପ୍ରେକ୍ଷୀରେ ସରକାର ଉତ୍ସବ ମନାଇବା ସହ ସାରା ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍‌ ଯୋଗେ ଏ ସଂପର୍କରେ ଘୋଷଣା ହେବ। ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ। ଏହି ଅବସରରେ ଦେଶର ଶହେଟି ଐତିହ୍ୟ ସ୍ଥଳୀକୁ ତ୍ରିରଙ୍ଗାରେ ଆଲୋକିତ କରିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ଏହାରି ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ବୈଜ୍ଞାନିକ, ଭ୍ୟାକ୍ସିନ୍ ନିର୍ମାତାଙ୍କୁ କୃତଜ୍ଞତା ଦିଆଯିବ ।

21 Oct 2021 By The Sakala

ଟିକାକରଣରେ ଇତିହାସ ରଚିଲା ଭାରତ, ଦେଶରେ ଶହେ କୋଟି ଟପିଲା କୋଭିଡ୍ ଟିକାକରଣ

ନୂଆଦିଲ୍ଲୀ : କୋଭିଡ ଟିକାକରଣରେ ଇତିହାସ ରଚିଲା ଭାରତ। ଆଜି ସୁଦ୍ଧା ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ହୋଇଛି। ଏହି ଅବସରରେ ଅନେକ ସ୍ଥାନରେ ଉତ୍ସବ ପାଳନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ହୋଇଛି। ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟାଜନ କରି ଯେଉଁମାନେ ଟୀକାକରଣରେ ସହଯୋଗ କରିଥିଲେ ସେମାନଙ୍କୁ କୃତଜ୍ଞତା ପ୍ରଦାନ କରାଯିବ। ଦିଲ୍ଲୀ RML ହସ୍ପିଟାଲରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସେହିପରି ଲାଲକିଲ୍ଲା ଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ତ୍ରିରଙ୍ଗା ଉଡାଇବା ସହ ପ୍ରସିଦ୍ଧ ଗାୟକ କୌଳାଶ ଖେରଙ୍କ ଦ୍ବାରା ପ୍ରସ୍ତୁତ ଭାରତର ଟିକାକରଣ ଅଭିଯାନକୁ ନେଇ ଏକ ଗୀତ ଏବଂ ଏହାର ଅଡିଓ-ଭିଜୁଆଲ ରିଲିଜ୍‌ କରିବେ ।

ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁଛି। ୧୦୦ କୋଟିର ସଫଳତା ପରିପ୍ରେକ୍ଷୀରେ ସରକାର ଉତ୍ସବ ମନାଇବା ସହ ସାରା ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ୍‌ ଯୋଗେ ଏ ସଂପର୍କରେ ଘୋଷଣା ହେବ। ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ। ଏହି ଅବସରରେ ଦେଶର ଶହେଟି ଐତିହ୍ୟ ସ୍ଥଳୀକୁ ତ୍ରିରଙ୍ଗାରେ ଆଲୋକିତ କରିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ଏହାରି ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ବୈଜ୍ଞାନିକ, ଭ୍ୟାକ୍ସିନ୍ ନିର୍ମାତାଙ୍କୁ କୃତଜ୍ଞତା ଦିଆଯିବ ।

https://www.thesakala.in/big-news/india-created-history-corona-vaccination-crossed-100-crore-mark/article-6250
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର