ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ବଲିଉଡ ଅଭିନେତା ଅରମାନ କୋହଲି

The Sakala Picture
Published On

ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ ରବିବାର ଗିରଫ ହୋଇଛନ୍ତି ବଲିଉଡ ଅଭିନେତା ଅଭିନେତା ଅରମାନ କୋହଲି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଗ୍‌ ବସ୍‌ ଫେମ୍‌ ତଥା ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଛି। ତାଙ୍କ ଘରେ ଶନିବାର ଏନ୍‌ସିବି ରେଡ୍‌ କରିଥିଲା। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।ନିଶାଦ୍ରବ୍ୟ ଚୋରାଚାଲାଣକାରୀ ଅୟଜରାଜୁ ସିଂହଙ୍କୁ ଗତକାଲି ଏନସିବି ଅଟକ ରଖିଥିଲା । […]

ମୁମ୍ବାଇ: ଡ୍ରଗ୍ସ କାରବାର ମାମଲାରେ ରବିବାର ଗିରଫ ହୋଇଛନ୍ତି ବଲିଉଡ ଅଭିନେତା ଅଭିନେତା ଅରମାନ କୋହଲି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଗ୍‌ ବସ୍‌ ଫେମ୍‌ ତଥା ଅଭିନେତା ଅରମାନ କୋହଲିଙ୍କୁ ଗିରଫ କରିଛି। ତାଙ୍କ ଘରେ ଶନିବାର ଏନ୍‌ସିବି ରେଡ୍‌ କରିଥିଲା। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।ନିଶାଦ୍ରବ୍ୟ ଚୋରାଚାଲାଣକାରୀ ଅୟଜରାଜୁ ସିଂହଙ୍କୁ ଗତକାଲି ଏନସିବି ଅଟକ ରଖିଥିଲା । ପରେ ଆଜି ଅରମାନଙ୍କୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଅଜୟ ରାଜୁଠାରୁ ମିଳିଥିବା ତଥ୍ୟ ଅନୁସାରେ, ଅରମାନଙ୍କ ଅନ୍ଧେରୀସ୍ଥିତ ଘରେ ଏନସିବି ରେଡ କରିଥିଲା । ତାଙ୍କ ଘରୁ କିଛି ପରିମାଣର କୋକେନ ଜବତ ହେବା ପରେ ଏନସିବି ତାଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ଅରମାନଙ୍କୁ ଅଧିକ ଜେରା ଲାଗି ଏନସିବିର କାର୍ଯ୍ଯାଳୟକୁ ନିଆଯାଇଛି । ଅରମାନ ପ୍ରେମ ରତନ ଧନ ପାଓ ଫିଲ୍ମରେ ଅଭିନୟ କରିବା ସହ ରିଅଲିଟି ସୋ ବିଗବସରେ ଅଭିନୟ କରିଥିଲେ । ଦିନକ ପୂର୍ବରୁ ନିଶାଦ୍ରବ୍ୟ ମାମଲାରେ ଟିଭି ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଥିଲା ଏନସିବି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୂଚନା ଥାଉକି, ଅରମାନ କୋହଲି ବିଗ୍ ବସ୍ -୭ ର ପ୍ରତିଯୋଗୀ ଥିଲେ। ସେହି ସମୟ ମଧ୍ୟ ସେ ନିଜ ଲଭ୍‌ ଅଫେଆରକୁ ନେଇ ବିବାଦକୁ ଆସିଥିଲେ। ଏହା ବ୍ୟତୀତ, ସେ ଜମାନା, କୋହ, ଭୀର, ଜାନି ଦୁସମାନ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର