ଧନତେରସ୍ ଓ ଦୀପାବଳିରେ ସୁନା ୧.୨୫ ଲକ୍ଷ ଟଙ୍କା ଛୁଇଁବ

The Sakala Picture
Published On

ନୂଆଦିଲ୍ଲୀ: ଦିନକୁ ଦିନ ସୁନା ଦର ଆକାଶ ଛୁଆଁ। ୨୦୨୫ର ଚଳିତ ମାସରେ ସୁନା ମୂଲ୍ୟରେ ହେଉଥିବା ବୃଦ୍ଧି ଗତି ଅନ୍ୟ କୌଣସି ମାସ ତୁଳନାରେ ଅଭୂତପୂର୍ବ ରହିଛି। ଇତି ମଧ୍ୟରେ ମାସର ଅଧା ସମୟ ବିତିଗଲାଣି। ଯାଇଛି। ସ୍ପଟ୍ ବଜାରରେ ସୁନା ମୂଲ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ରୂପା ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଉପରକୁ ଉଠିଛି। ଏଭଳି ସମୟରେ ଆଶା କରାଯାଉଛି ଯେ ମାସର ଦ୍ୱିତୀୟାର୍ଦ୍ଧରେ ସୁନା ମୂଲ୍ୟରେ […]

ନୂଆଦିଲ୍ଲୀ: ଦିନକୁ ଦିନ ସୁନା ଦର ଆକାଶ ଛୁଆଁ। ୨୦୨୫ର ଚଳିତ ମାସରେ ସୁନା ମୂଲ୍ୟରେ ହେଉଥିବା ବୃଦ୍ଧି ଗତି ଅନ୍ୟ କୌଣସି ମାସ ତୁଳନାରେ ଅଭୂତପୂର୍ବ ରହିଛି। ଇତି ମଧ୍ୟରେ ମାସର ଅଧା ସମୟ ବିତିଗଲାଣି। ଯାଇଛି। ସ୍ପଟ୍ ବଜାରରେ ସୁନା ମୂଲ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ରୂପା ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଉପରକୁ ଉଠିଛି। ଏଭଳି ସମୟରେ ଆଶା କରାଯାଉଛି ଯେ ମାସର ଦ୍ୱିତୀୟାର୍ଦ୍ଧରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିବ। ନବରାତ୍ରି ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଛି। ଧନତେରାସ୍ ଏବଂ ଦୀପାବଳି କିଛି ସପ୍ତାହ ପରେ ଆସିବ। ସେତେବେଳକୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୨୫ ଲକ୍ଷ ଟଙ୍କା ଛୁଇଁବ। ଯେତେବେଳେ କି ରୁପା ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚି ନୂଆ ଇତିହାସ ରଚିବ। ଯଦି ଆମେ ସେପ୍ଟେମ୍ବର ମାସ ବିଷୟରେ କଥା ହେବା, ତେବେ ଦିଲ୍ଲୀରେ ସୁନା ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ବର୍ଷର ଅନ୍ୟ କୌଣସି ମାସରେ ଏତେ ବୃଦ୍ଧି ପାଇନାହିଁ।

ଆହୁରି ପଢ଼ନ୍ତୁ: ମାଡିଆସୁଛି 'ସୁପର ଏଲ୍ ନିନୋ': ଜଳବାୟୁ, ଖାଦ୍ୟ ଦର ଏବଂ ପର୍ଯ୍ୟଟନ ଉପରେ କ'ଣ ରହିବ ପ୍ରଭାବ?

ତଥ୍ୟ ଅନୁଯାୟୀ, ଅଗଷ୍ଟର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୩,୬୭୦ ଟଙ୍କା ରହିଥିଲା। ସେପ୍ଟେମ୍ବର ୧୬ ସୁଦ୍ଧା ଏଥିରେ ୧୧,୪୩୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ରୂପା ନିବେଶକମାନଙ୍କୁ ସୁନା ତୁଳନାରେ ଅଧିକ ରିଟର୍ଣ୍ଣ ଦେଇଛି। ଏହାର ଅର୍ଥ ହେଉଛି ବଜାରରେ ସୁନା ତୁଳନାରେ ରୁପାର ଚମକ ଅଧିକ ଦେଖାଯାଇଛି। ଯଦି ଆମେ ତଥ୍ୟ ଉପରେ ନଜର ପକାଇବା, ଗତ ମାସର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୧,୧୯,୦୦୦ ଟଙ୍କା ଥିଲା। ଏ ପର୍ଯ୍ୟନ୍ତ ଏଥÒରେ ୧୩,୮୭୦ ଟଙ୍କା ବୃଦ୍ଧି ଘଟିଛି। ଏହାର ଅର୍ଥ ହେଉଛି ରୁପା ମୂଲ୍ୟରେ ୧୧.୬୫ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୧,୩୨,୮୭୦ ଟଙ୍କାରେ ପହଞ୍ଚିଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ହେଉଛି ଯେ ଆସନ୍ତା ଗୋଟିଏ ମାସରେ ରୁପା ଦର କିଲେଶ ପିଚା ୧.୫୦ ଟଙ୍କା ସ୍ତର ଛୁଇଁପାରିବ କି? ରୁପାର ଚାହିଦା ଘରୋଇ ଭାବେ କମ୍‌ ଏବଂ ଶିଳ୍ପରେ ଅଧÒକ ରହିଛି। ବର୍ତ୍ତମାନ,ବିଶ୍ବରେ ରୁପାର ଉତ୍ପାଦନ ମଧ୍ୟ ବହୁତ କମ୍। କମ୍ ଯୋଗାଣ ଯୋଗୁଁ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ବୁଧବାର ରାଜଧାନୀ ନୂଆଦିଲ୍ଲୀ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨,୦୦୦ ଟଙ୍କା ହ୍ରାସ ପାଇ ୧,୦୨,୪୦୦ ଟଙ୍କାରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବୃଦ୍ଧି ପାଇବା ପରେ ସୁନା ମୂଲ୍ୟ ତଳମୁହଁା ହୋଇଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ ଅନୁଯାୟୀ, ୯୯.୫ ପ୍ରତିଶତ ଶୁଦ୍ଧତା ବା ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୨,୨୦୦ ଟଙ୍କା ହ୍ରାସ ପାଇ ୧,୧୧,୭୧୦ ଟଙ୍କାକୁ ଖସିଆସିଛି। ସେହିପରି ରୁପା ଦର କିଲୋ ପିଛା ୨୦୦୦ ହ୍ରାସ ଘଟି ୧,୩୨,୦୦୦ ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

18 Sep 2025 By The Sakala

ଧନତେରସ୍ ଓ ଦୀପାବଳିରେ ସୁନା ୧.୨୫ ଲକ୍ଷ ଟଙ୍କା ଛୁଇଁବ

ନୂଆଦିଲ୍ଲୀ: ଦିନକୁ ଦିନ ସୁନା ଦର ଆକାଶ ଛୁଆଁ। ୨୦୨୫ର ଚଳିତ ମାସରେ ସୁନା ମୂଲ୍ୟରେ ହେଉଥିବା ବୃଦ୍ଧି ଗତି ଅନ୍ୟ କୌଣସି ମାସ ତୁଳନାରେ ଅଭୂତପୂର୍ବ ରହିଛି। ଇତି ମଧ୍ୟରେ ମାସର ଅଧା ସମୟ ବିତିଗଲାଣି। ଯାଇଛି। ସ୍ପଟ୍ ବଜାରରେ ସୁନା ମୂଲ୍ୟ ୧୧ ପ୍ରତିଶତ ବୃଦ୍ଧି ପାଇଛି । ଏହି ସମୟରେ ରୂପା ମୂଲ୍ୟ ପ୍ରାୟ ୧୨ ପ୍ରତିଶତ ଉପରକୁ ଉଠିଛି। ଏଭଳି ସମୟରେ ଆଶା କରାଯାଉଛି ଯେ ମାସର ଦ୍ୱିତୀୟାର୍ଦ୍ଧରେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ଘଟିବ। ନବରାତ୍ରି ସେପ୍ଟେମ୍ବର ୨୨ରୁ ଆରମ୍ଭ ହେଉଛି। ଧନତେରାସ୍ ଏବଂ ଦୀପାବଳି କିଛି ସପ୍ତାହ ପରେ ଆସିବ। ସେତେବେଳକୁ ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧.୨୫ ଲକ୍ଷ ଟଙ୍କା ଛୁଇଁବ। ଯେତେବେଳେ କି ରୁପା ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚି ନୂଆ ଇତିହାସ ରଚିବ। ଯଦି ଆମେ ସେପ୍ଟେମ୍ବର ମାସ ବିଷୟରେ କଥା ହେବା, ତେବେ ଦିଲ୍ଲୀରେ ସୁନା ମୂଲ୍ୟରେ ଏକ ବିରାଟ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ସୁନା ମୂଲ୍ୟ ବର୍ଷର ଅନ୍ୟ କୌଣସି ମାସରେ ଏତେ ବୃଦ୍ଧି ପାଇନାହିଁ।

ତଥ୍ୟ ଅନୁଯାୟୀ, ଅଗଷ୍ଟର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୩,୬୭୦ ଟଙ୍କା ରହିଥିଲା। ସେପ୍ଟେମ୍ବର ୧୬ ସୁଦ୍ଧା ଏଥିରେ ୧୧,୪୩୦ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ରୂପା ନିବେଶକମାନଙ୍କୁ ସୁନା ତୁଳନାରେ ଅଧିକ ରିଟର୍ଣ୍ଣ ଦେଇଛି। ଏହାର ଅର୍ଥ ହେଉଛି ବଜାରରେ ସୁନା ତୁଳନାରେ ରୁପାର ଚମକ ଅଧିକ ଦେଖାଯାଇଛି। ଯଦି ଆମେ ତଥ୍ୟ ଉପରେ ନଜର ପକାଇବା, ଗତ ମାସର ଶେଷ ବାଣିଜ୍ୟ ଦିବସରେ ଦିଲ୍ଲୀରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୧,୧୯,୦୦୦ ଟଙ୍କା ଥିଲା। ଏ ପର୍ଯ୍ୟନ୍ତ ଏଥÒରେ ୧୩,୮୭୦ ଟଙ୍କା ବୃଦ୍ଧି ଘଟିଛି। ଏହାର ଅର୍ଥ ହେଉଛି ରୁପା ମୂଲ୍ୟରେ ୧୧.୬୫ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ରୁପାର ମୂଲ୍ୟ କିଲୋଗ୍ରାମ ପିଛା ୧,୩୨,୮୭୦ ଟଙ୍କାରେ ପହଞ୍ଚିଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ହେଉଛି ଯେ ଆସନ୍ତା ଗୋଟିଏ ମାସରେ ରୁପା ଦର କିଲେଶ ପିଚା ୧.୫୦ ଟଙ୍କା ସ୍ତର ଛୁଇଁପାରିବ କି? ରୁପାର ଚାହିଦା ଘରୋଇ ଭାବେ କମ୍‌ ଏବଂ ଶିଳ୍ପରେ ଅଧÒକ ରହିଛି। ବର୍ତ୍ତମାନ,ବିଶ୍ବରେ ରୁପାର ଉତ୍ପାଦନ ମଧ୍ୟ ବହୁତ କମ୍। କମ୍ ଯୋଗାଣ ଯୋଗୁଁ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି।

ବୁଧବାର ରାଜଧାନୀ ନୂଆଦିଲ୍ଲୀ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨,୦୦୦ ଟଙ୍କା ହ୍ରାସ ପାଇ ୧,୦୨,୪୦୦ ଟଙ୍କାରେ ପହଞ୍ଚିଛି। ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସ ଆଶା ବୃଦ୍ଧି ପାଇବା ପରେ ସୁନା ମୂଲ୍ୟ ତଳମୁହଁା ହୋଇଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନ ଅନୁଯାୟୀ, ୯୯.୫ ପ୍ରତିଶତ ଶୁଦ୍ଧତା ବା ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୨,୨୦୦ ଟଙ୍କା ହ୍ରାସ ପାଇ ୧,୧୧,୭୧୦ ଟଙ୍କାକୁ ଖସିଆସିଛି। ସେହିପରି ରୁପା ଦର କିଲୋ ପିଛା ୨୦୦୦ ହ୍ରାସ ଘଟି ୧,୩୨,୦୦୦ ଟଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର