କେନ୍ଦ୍ର ବଜେଟ୍ ୨୦୨୫-୨୬: ଅର୍ଥମନ୍ତ୍ରୀଙ୍କ ପାଖରେ ଶ୍ରମିକ ସଂଗଠନର ଦାବି, ମାସିକ ଇପିଏଫ୍‌ ​​ପେନ୍‌ସନ୍‌ ୫୦୦୦ ହେଉ

The Sakala Picture
Published On

ନୂଆଦିଲ୍ଲୀ: ଫେବ୍ରୁଆରୀ ପହିଲାରେ ଆସିବ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ। ଏହା ପୂର୍ବରୁ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କୁ ଭେଟିଛନ୍ତି। ଏଥିରେ ସଂଗଠନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)​​ପେନ୍‌ସନ୍‌ ମାସିକ ୫୦୦୦ ଟଙ୍କାକୁ ବୃଦ୍ଧି କରିବା, ୮ମ ବେତନ ଆୟୋଗ ଗଠନ ଏବଂ ଆଗାମୀ ବଜେଟରେ ସୁପର ରିଚ୍‌ ବା ଅତି ଧନୀଙ୍କ ଉପରେ ଅଧିକ ଟିକସ ଲାଗୁ ଦାବି କରିଛନ୍ତି। […]

ନୂଆଦିଲ୍ଲୀ: ଫେବ୍ରୁଆରୀ ପହିଲାରେ ଆସିବ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ। ଏହା ପୂର୍ବରୁ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କୁ ଭେଟିଛନ୍ତି। ଏଥିରେ ସଂଗଠନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)​​ପେନ୍‌ସନ୍‌ ମାସିକ ୫୦୦୦ ଟଙ୍କାକୁ ବୃଦ୍ଧି କରିବା, ୮ମ ବେତନ ଆୟୋଗ ଗଠନ ଏବଂ ଆଗାମୀ ବଜେଟରେ ସୁପର ରିଚ୍‌ ବା ଅତି ଧନୀଙ୍କ ଉପରେ ଅଧିକ ଟିକସ ଲାଗୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା: ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ୫/୬ ଅଭିଯୁକ୍ତ ଏବେ ବି ଫେରାର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ପାରମ୍ପରିକ ବଜେଟ ଆଲୋଚନାରେ ଶ୍ରମିକ ସଂଗଠନର ନେତାମାନେ ଆୟକର ଛାଡ ସୀମାକୁ ବାର୍ଷିକ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦବି କରିଛନ୍ତି। ଏଥିସହ ସରକାରୀ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ପୁରୁଣା ପେନ୍‌ସନ୍ ସ୍କିମ୍ (ଓପିଏସ୍‌) ପୁନଃଚଆରମ୍ଭ କରିବାକୁ ମଧ୍ୟ ଦାବି ଉଠାଇଛନ୍ତି। ବୈଠକ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଟିୟୁସିସିର ସାଧାରଣ ସମ୍ପାଦକ ଏସ୍ ପି ​​ତିୱାରୀ କହିଛନ୍ତି ଯେ ସରକାର ସରକାରୀ କ୍ଷେତ୍ରର ଘରୋଇକରଣ ଏବଂ କର୍ପୋରେଟାଇଜେସନ୍ ବନ୍ଦ କରିବା ଉଚିତ। ଅରସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି ପାଇଁ ଟଙ୍କା ସଂଗ୍ରହ କରିବା ଲାଗି ଅତିଧନୀଙ୍କୁ ବ୍ୟବହାର କରାଯୋଉ। ସେମାନଙ୍କ ଉପରେ ୨ ପ୍ରତିଶତ ଟିକସ ଲାଗୁ କରାଯିବା ଉଚିତ୍। କୃଷି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ ଏବଂ ସେମାନଙ୍କର ସର୍ବନିମ୍ନ ମଜୁରୀ ମଧ୍ୟ ସ୍ଥିର କରାଯାଉ ବୋଲି ତିୱାରୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଭାରତୀୟ ମଜଦୁର ସଂଗଠନର ସଚିବ (ଉତ୍ତର-ଜୋନ୍‌) ପୱନ କୁମାର କହିଛନ୍ତି ଯେ ଇପିଏସ୍ -୯୫ ଅଧୀନରେ ସର୍ବନିମ୍ନ ପେନ୍‌ସନ୍‌କୁ ପ୍ରଥମ ପଦକ୍ଷେପ ଭାବରେ ମାସିକ ୧୦୦୦ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଉଚିତ। ପରେ ଏହାକୁ ଭିଡିଏ ସହିତ ସଂଯୁକ୍ତ କରାଯିବା ଉଚିତ୍। ଆୟକର ଛାଡ ସୀମାକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସଂଗଠନ ପରାମର୍ଶ ଦେଇଛି। ଏହା ବ୍ୟତୀତ ପେନ୍‌ସନ୍‌ରୁ ହେଉଥିବା ଆୟକୁ ମଧ୍ୟ ଟିକସ ମୁକ୍ତ କରାଯିବା ଉଚିତ୍। ସରକାରୀ କର୍ମଚାରୀଙ୍କ ବେତନ ଢ଼ାଞ୍ଚାରେ ସଂଶୋଧନ ପାଇଁ ତୁରନ୍ତ ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ଶ୍ରମିକ ସଂଗଠନ ଦାବି କରିଛି। ୨୦୨୪ ଫେବୃଆରୀରେ ୭ମ ବେତନ ଆୟୋଗ ଗଠନ ହେବାର ୧୦ ବର୍ଷରୁ ଅଧିକ ସମୟ ବିତିଯାଇଥିବାରୁ ତୁରନ୍ତ ୮ମ ବେତନ ଆୟୋଗ ଗଠନ କରିବାକୁ ସିଟୁ ଜାତୀୟ ସଚିବ ସ୍ବଦେଶ ଦେବ ରୟ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

07 Jan 2025 By The Sakala

କେନ୍ଦ୍ର ବଜେଟ୍ ୨୦୨୫-୨୬: ଅର୍ଥମନ୍ତ୍ରୀଙ୍କ ପାଖରେ ଶ୍ରମିକ ସଂଗଠନର ଦାବି, ମାସିକ ଇପିଏଫ୍‌ ​​ପେନ୍‌ସନ୍‌ ୫୦୦୦ ହେଉ

ନୂଆଦିଲ୍ଲୀ: ଫେବ୍ରୁଆରୀ ପହିଲାରେ ଆସିବ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ। ଏହା ପୂର୍ବରୁ ପ୍ରାକ୍‌ ବଜେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କୁ ଭେଟିଛନ୍ତି। ଏଥିରେ ସଂଗଠନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)​​ପେନ୍‌ସନ୍‌ ମାସିକ ୫୦୦୦ ଟଙ୍କାକୁ ବୃଦ୍ଧି କରିବା, ୮ମ ବେତନ ଆୟୋଗ ଗଠନ ଏବଂ ଆଗାମୀ ବଜେଟରେ ସୁପର ରିଚ୍‌ ବା ଅତି ଧନୀଙ୍କ ଉପରେ ଅଧିକ ଟିକସ ଲାଗୁ ଦାବି କରିଛନ୍ତି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ପାରମ୍ପରିକ ବଜେଟ ଆଲୋଚନାରେ ଶ୍ରମିକ ସଂଗଠନର ନେତାମାନେ ଆୟକର ଛାଡ ସୀମାକୁ ବାର୍ଷିକ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦବି କରିଛନ୍ତି। ଏଥିସହ ସରକାରୀ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ପୁରୁଣା ପେନ୍‌ସନ୍ ସ୍କିମ୍ (ଓପିଏସ୍‌) ପୁନଃଚଆରମ୍ଭ କରିବାକୁ ମଧ୍ୟ ଦାବି ଉଠାଇଛନ୍ତି। ବୈଠକ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଟିୟୁସିସିର ସାଧାରଣ ସମ୍ପାଦକ ଏସ୍ ପି ​​ତିୱାରୀ କହିଛନ୍ତି ଯେ ସରକାର ସରକାରୀ କ୍ଷେତ୍ରର ଘରୋଇକରଣ ଏବଂ କର୍ପୋରେଟାଇଜେସନ୍ ବନ୍ଦ କରିବା ଉଚିତ। ଅରସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି ପାଇଁ ଟଙ୍କା ସଂଗ୍ରହ କରିବା ଲାଗି ଅତିଧନୀଙ୍କୁ ବ୍ୟବହାର କରାଯୋଉ। ସେମାନଙ୍କ ଉପରେ ୨ ପ୍ରତିଶତ ଟିକସ ଲାଗୁ କରାଯିବା ଉଚିତ୍। କୃଷି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ ଏବଂ ସେମାନଙ୍କର ସର୍ବନିମ୍ନ ମଜୁରୀ ମଧ୍ୟ ସ୍ଥିର କରାଯାଉ ବୋଲି ତିୱାରୀ ଦାବି କରିଛନ୍ତି।

ଭାରତୀୟ ମଜଦୁର ସଂଗଠନର ସଚିବ (ଉତ୍ତର-ଜୋନ୍‌) ପୱନ କୁମାର କହିଛନ୍ତି ଯେ ଇପିଏସ୍ -୯୫ ଅଧୀନରେ ସର୍ବନିମ୍ନ ପେନ୍‌ସନ୍‌କୁ ପ୍ରଥମ ପଦକ୍ଷେପ ଭାବରେ ମାସିକ ୧୦୦୦ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଉଚିତ। ପରେ ଏହାକୁ ଭିଡିଏ ସହିତ ସଂଯୁକ୍ତ କରାଯିବା ଉଚିତ୍। ଆୟକର ଛାଡ ସୀମାକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସଂଗଠନ ପରାମର୍ଶ ଦେଇଛି। ଏହା ବ୍ୟତୀତ ପେନ୍‌ସନ୍‌ରୁ ହେଉଥିବା ଆୟକୁ ମଧ୍ୟ ଟିକସ ମୁକ୍ତ କରାଯିବା ଉଚିତ୍। ସରକାରୀ କର୍ମଚାରୀଙ୍କ ବେତନ ଢ଼ାଞ୍ଚାରେ ସଂଶୋଧନ ପାଇଁ ତୁରନ୍ତ ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ଶ୍ରମିକ ସଂଗଠନ ଦାବି କରିଛି। ୨୦୨୪ ଫେବୃଆରୀରେ ୭ମ ବେତନ ଆୟୋଗ ଗଠନ ହେବାର ୧୦ ବର୍ଷରୁ ଅଧିକ ସମୟ ବିତିଯାଇଥିବାରୁ ତୁରନ୍ତ ୮ମ ବେତନ ଆୟୋଗ ଗଠନ କରିବାକୁ ସିଟୁ ଜାତୀୟ ସଚିବ ସ୍ବଦେଶ ଦେବ ରୟ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର