ନକଲି ପ୍ୟାନ୍‌ କାର୍ଡକୁ ସମର୍ପଣ ନ କଲେ ୧୦ ହଜାର ଜରିମାନା…

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯିବାକୁ ଥିବା ‘ପାନ୍‌-୨.୦’ ଯୋଜନାକୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲଗିଛି। ନିକଟରେ ଏହି ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଥିଲା। ନୂଆ ପାନ୍ କାର୍ଡରେ କ୍ୟୁଆର କୋଡ୍ ରହିବ। ଆର୍ଥିକ ଠକେଇ ଘଟଣାକୁ ନଜରରେ ରଖି ଏହି ନୂଆ ପାନ୍‌ କାର୍ଡରେ ଅନେକ ନୂଆ ଫିଚର୍ସ ମଧ୍ୟ ରଖାଯିବ। ଏହି କାର୍ଡରେ ସ୍କାନିଂର ଫିଚର ରହିବ ଯାହାଦ୍ବାରା କ୍ୟୁଆର କୋର୍ଡରେ ପାନ୍‌ ଭେରିଫିକେସନ ସହଜ ହେବ। […]

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯିବାକୁ ଥିବା ‘ପାନ୍‌-୨.୦’ ଯୋଜନାକୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲଗିଛି। ନିକଟରେ ଏହି ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଥିଲା। ନୂଆ ପାନ୍ କାର୍ଡରେ କ୍ୟୁଆର କୋଡ୍ ରହିବ। ଆର୍ଥିକ ଠକେଇ ଘଟଣାକୁ ନଜରରେ ରଖି ଏହି ନୂଆ ପାନ୍‌ କାର୍ଡରେ ଅନେକ ନୂଆ ଫିଚର୍ସ ମଧ୍ୟ ରଖାଯିବ। ଏହି କାର୍ଡରେ ସ୍କାନିଂର ଫିଚର ରହିବ ଯାହାଦ୍ବାରା କ୍ୟୁଆର କୋର୍ଡରେ ପାନ୍‌ ଭେରିଫିକେସନ ସହଜ ହେବ। ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ କରାଯିବ। ପାନ ୨.୦ ପାଇଁ କୌଣସି ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଲୋକଙ୍କ ପାଖରେ ନୂଆ ପାନ୍ କାର୍ଡ ଆପେ ପହଞ୍ଚିଯିବ। ଯେ ପର୍ଯ୍ୟନ୍ତ ଆପଣଙ୍କ ପାଖରେ ନୂଆ ପାନ୍ କାର୍ଡ ନ ପହଞ୍ଚିଛି, ସେ ପର୍ଯ୍ୟନ୍ତ ପୁରୁଣା ପାନ୍ କାର୍ଡ ବୈଧ ରହିବ। ଯଦି ଆପଣଙ୍କ ପାଖରେ ଏକାଧିକ ପାନ୍ କାର୍ଡ ରହିଛି, ତେବେ ଅନ୍ୟ ପାନ୍ କାର୍ଡକୁ ନକଲି ବୋଲି ଧରାଯିବ। ଜଣେ ଯଦି ନକଲି ପାନ କାର୍ଡକୁ ସମର୍ପଣ ନ କରନ୍ତି ତେବେ ଆୟକର ଆଇନର ଧାରା ୨୭୨ବି ଅନୁସାରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ ହୋଇପାରେ। ଏପରି ସ୍ଥିତିରେ ଯେଉଁମାନଙ୍କ ପାଖରେ ନକଲି ପାନ୍‌ କାର୍ଡ ରହିଛି, ସେମାନେ ଏନ୍‌ଏସ୍‌ଡିଏଲ୍‌ ବା ୟୁଟିଆଇଆଇଟିଏସ୍‌ଏଲ୍‌ ନିକଟରେ ତାହାକୁ ସମର୍ପଣ କରିଦେବା ଉଚିତ୍।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର