ବିନା ଡେବିଟ୍ କାର୍ଡରେ ଏଟିଏମ୍‌ରୁ ଉଠିବ ଟଙ୍କା, କ୍ୟୁଆର କୋଡ୍‌ ସ୍କାନ୍‌ କରି ଟଙ୍କା ଉଠାଇବେ ଗ୍ରାହକ

The Sakala Picture
Published On

ନୂଆଦିଲ୍ଲୀ: ପରିବର୍ତ୍ତିତ ଟେକ୍ନୋଲୋଜିରେ ଆଗକୁ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଉ ଡେବିଟ୍ କାର୍ଡର ଆବଶ୍ୟକତା ପଡିବନାହିଁ। ଏଣିକି ଗ୍ରାହକ ନିଜ ଫୋନ ମାଧ୍ୟମରେ ଏଟିଏମରୁ ଟଙ୍କା ଉଠାଇପାରିବେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ବିନା ଏଟିଏମ କାର୍ଡରେ ଏଟିଏମରୁ ଅର୍ଥ ଉଠାଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଏସ୍‌ବିଆଇ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଗକୁ ଆଉ କାର୍ଡର ଆବଶ୍ୟକତା ପଡିବନାହିଁ। ଏଥ ପାଇଁ ଆପଣଙ୍କ ପାଖରେ କେବଳ ଏକ ସ୍ମାର୍ଟଫୋନ୍‌ ଥିବା ଆବଶ୍ୟକ, ଯାହା […]

ନୂଆଦିଲ୍ଲୀ: ପରିବର୍ତ୍ତିତ ଟେକ୍ନୋଲୋଜିରେ ଆଗକୁ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଉ ଡେବିଟ୍ କାର୍ଡର ଆବଶ୍ୟକତା ପଡିବନାହିଁ। ଏଣିକି ଗ୍ରାହକ ନିଜ ଫୋନ ମାଧ୍ୟମରେ ଏଟିଏମରୁ ଟଙ୍କା ଉଠାଇପାରିବେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ବିନା ଏଟିଏମ କାର୍ଡରେ ଏଟିଏମରୁ ଅର୍ଥ ଉଠାଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଜାପାନ: ୭.୫ ତୀବ୍ରତା ରେକର୍ଡ, ସୁନାମି ଆଲର୍ଟ ଜାରି

ଏସ୍‌ବିଆଇ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଗକୁ ଆଉ କାର୍ଡର ଆବଶ୍ୟକତା ପଡିବନାହିଁ। ଏଥ ପାଇଁ ଆପଣଙ୍କ ପାଖରେ କେବଳ ଏକ ସ୍ମାର୍ଟଫୋନ୍‌ ଥିବା ଆବଶ୍ୟକ, ଯାହା ଦ୍ୱାରା ୟୁପିଆଇକୁ ଉପଯୋଗ କରି ଅର୍ଥ ଉଠାଇ ହେବ। ତେବେ ବିନା ଡେବିଟ୍‌ କାର୍ଡରେ ଟଙ୍କା ଉଠାଇବାକୁ ହେଲେ ଏଟିଏମରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ, ପ୍ରଥମଟି ୟୁପିଆଇ ଓ ଦ୍ୱିତୀୟଟି ନଗଦ ଅର୍ଥ। ଆପଣ ୟୁପିଆଇରେ କ୍ଲିକ୍ କଲେ ସେଥିରେ କେତେ ନଗଦ କ୍ୟାଶ ଦରକାର ମେସିନ ପଚାରିବ। ସେଥିରେ ନିର୍ଦ୍ଧିଷ୍ଟ ଅର୍ଥ ପରିମାଣ ଏଣ୍ଟର କରିବା ପରେ ସ୍କ୍ରିନରେ କ୍ୟୁଆର କୋଡ୍‌ ଆସିବ। ଏହି କ୍ୟୁଆର କୋଡ୍‌କୁ ଫୋନରେ ଥିବା ଭୀମ୍‌, ପେଟିଏମ୍‌, ଗୁଗୁଲ୍‌ ପେ’ ଅଥବା ଫୋନ ପେ’ ଯେକୌଣସି ଆପ୍‌ରେ ସ୍କାନ କରି ବ୍ୟାଙ୍କକୁ ଚିହ୍ନଟ କରି ପିନ୍‌ ଦେବାକୁ ପଡିବ। ଏହାପରେ ଗ୍ରାହକ ଟଙ୍କାେ ଉଠାଇ ପାରିବେ। ଏଟିଏମ୍‌ କାର୍ଡରେ ଟଙ୍କା ଉଠାଇବାବେଳେ ଅନେକ ସମୟରେ ଗ୍ରାହକଙ୍କ ସହ ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସୁଛି। ତେବେ କାର୍ଡ ସ୍କିମିଂ ଓ କାର୍ଡ କ୍ଲୋନିଂ ଭଳି ଠକେଇରୁ ଏହି ଭଳି ଉପାୟରେ ରକ୍ଷା ମିଳିପାରିବ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

26 Sep 2024 By The Sakala

ବିନା ଡେବିଟ୍ କାର୍ଡରେ ଏଟିଏମ୍‌ରୁ ଉଠିବ ଟଙ୍କା, କ୍ୟୁଆର କୋଡ୍‌ ସ୍କାନ୍‌ କରି ଟଙ୍କା ଉଠାଇବେ ଗ୍ରାହକ

ନୂଆଦିଲ୍ଲୀ: ପରିବର୍ତ୍ତିତ ଟେକ୍ନୋଲୋଜିରେ ଆଗକୁ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଉ ଡେବିଟ୍ କାର୍ଡର ଆବଶ୍ୟକତା ପଡିବନାହିଁ। ଏଣିକି ଗ୍ରାହକ ନିଜ ଫୋନ ମାଧ୍ୟମରେ ଏଟିଏମରୁ ଟଙ୍କା ଉଠାଇପାରିବେ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ବିନା ଏଟିଏମ କାର୍ଡରେ ଏଟିଏମରୁ ଅର୍ଥ ଉଠାଣ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି।

ଏସ୍‌ବିଆଇ ଏଟିଏମରୁ ଟଙ୍କା ଉଠାଇବା ଲାଗି ଆଗକୁ ଆଉ କାର୍ଡର ଆବଶ୍ୟକତା ପଡିବନାହିଁ। ଏଥ ପାଇଁ ଆପଣଙ୍କ ପାଖରେ କେବଳ ଏକ ସ୍ମାର୍ଟଫୋନ୍‌ ଥିବା ଆବଶ୍ୟକ, ଯାହା ଦ୍ୱାରା ୟୁପିଆଇକୁ ଉପଯୋଗ କରି ଅର୍ଥ ଉଠାଇ ହେବ। ତେବେ ବିନା ଡେବିଟ୍‌ କାର୍ଡରେ ଟଙ୍କା ଉଠାଇବାକୁ ହେଲେ ଏଟିଏମରେ ଆପଣଙ୍କୁ ଦୁଇଟି ବିକଳ୍ପ ମିଳିବ, ପ୍ରଥମଟି ୟୁପିଆଇ ଓ ଦ୍ୱିତୀୟଟି ନଗଦ ଅର୍ଥ। ଆପଣ ୟୁପିଆଇରେ କ୍ଲିକ୍ କଲେ ସେଥିରେ କେତେ ନଗଦ କ୍ୟାଶ ଦରକାର ମେସିନ ପଚାରିବ। ସେଥିରେ ନିର୍ଦ୍ଧିଷ୍ଟ ଅର୍ଥ ପରିମାଣ ଏଣ୍ଟର କରିବା ପରେ ସ୍କ୍ରିନରେ କ୍ୟୁଆର କୋଡ୍‌ ଆସିବ। ଏହି କ୍ୟୁଆର କୋଡ୍‌କୁ ଫୋନରେ ଥିବା ଭୀମ୍‌, ପେଟିଏମ୍‌, ଗୁଗୁଲ୍‌ ପେ’ ଅଥବା ଫୋନ ପେ’ ଯେକୌଣସି ଆପ୍‌ରେ ସ୍କାନ କରି ବ୍ୟାଙ୍କକୁ ଚିହ୍ନଟ କରି ପିନ୍‌ ଦେବାକୁ ପଡିବ। ଏହାପରେ ଗ୍ରାହକ ଟଙ୍କାେ ଉଠାଇ ପାରିବେ। ଏଟିଏମ୍‌ କାର୍ଡରେ ଟଙ୍କା ଉଠାଇବାବେଳେ ଅନେକ ସମୟରେ ଗ୍ରାହକଙ୍କ ସହ ଠକେଇର ମାମଲା ମଧ୍ୟ ସାମ୍ନାକୁ ଆସୁଛି। ତେବେ କାର୍ଡ ସ୍କିମିଂ ଓ କାର୍ଡ କ୍ଲୋନିଂ ଭଳି ଠକେଇରୁ ଏହି ଭଳି ଉପାୟରେ ରକ୍ଷା ମିଳିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର