‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

The Sakala Picture
Published On

ନୂଆଦିଲ୍ଲୀ: ‘ମ୍ୟାଚ୍ ଫିକ୍ସିଂ’ ବୟାନକୁ ନେଇ ଅଡୁଆରେ ପଡିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଏପରି ବୟାନକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଛି । ରାହୁଲଙ୍କ ଏଭଳି ଟିପ୍ପଣୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ […]

ନୂଆଦିଲ୍ଲୀ: ‘ମ୍ୟାଚ୍ ଫିକ୍ସିଂ’ ବୟାନକୁ ନେଇ ଅଡୁଆରେ ପଡିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଏପରି ବୟାନକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଛି । ରାହୁଲଙ୍କ ଏଭଳି ଟିପ୍ପଣୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ଭେଟି ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ଇସି ଅଧିକାରୀଙ୍କ ସହ ସାକ୍ଷାତ ପରେ ପୁରୀ ଗଣମାଧ୍ୟମକୁ କହିଛନ୍ତି, ଦିଲ୍ଲୀରେ ଏକ ସାଧାରଣ ସଭାରେ ପୂର୍ବତନ କଂଗ୍ରେସ ସଭାପତିଙ୍କ ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ ଥିଲା। କାରଣ ଏହା କେବଳ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନୁହେଁ ବରଂ ନିର୍ବାଚନରେ ଏହାର ଗୁରୁତର ପ୍ରଭାବ ମଧ୍ୟ ପଡ଼ିପାରେ। ପୁରୀ କହିଛନ୍ତି, “ଆମେ ରାହୁଲ ଗାନ୍ଧୀ, ଅନ୍ୟ କଂଗ୍ରେସ ନେତା ଓ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛୁ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ରାମଲୀଳା ମଇଦାନରେ ରବିବାର ‘ଇଣ୍ଡିଆ’ ମେଣ୍ଟର ରାଲିରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଲୋକସଭା ନିର୍ବାଚନରେ ‘ମ୍ୟାଚ୍ ଫିକ୍ସିଂ’ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ଫଳରେ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତି ସମ୍ବିଧାନକୁ ଉଛେଦ କରାଯାଇ ପାରିବ। ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ନିର୍ବାଚନ ଶେଷ ସୁଯୋଗ । ତେଣୁ ଏପରି ‘ମ୍ୟାଚ୍ ଫିକ୍ସିଂ’କୁ ରୋକିବାକୁ ରାହୁଲ ଗାନ୍ଧୀ ଲୋକଙ୍କୁ ଆହ୍ବାନ କରିଥିଲେ ।

01 Apr 2024 By The Sakala

‘ମ୍ୟାଚ୍ ଫିକ୍ସିଂ’ ମନ୍ତବ୍ୟ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ନୂଆଦିଲ୍ଲୀ: ‘ମ୍ୟାଚ୍ ଫିକ୍ସିଂ’ ବୟାନକୁ ନେଇ ଅଡୁଆରେ ପଡିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଏପରି ବୟାନକୁ ନେଇ ବିଜେପି ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଛି । ରାହୁଲଙ୍କ ଏଭଳି ଟିପ୍ପଣୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି ।

କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ଭେଟି ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଇସି ଅଧିକାରୀଙ୍କ ସହ ସାକ୍ଷାତ ପରେ ପୁରୀ ଗଣମାଧ୍ୟମକୁ କହିଛନ୍ତି, ଦିଲ୍ଲୀରେ ଏକ ସାଧାରଣ ସଭାରେ ପୂର୍ବତନ କଂଗ୍ରେସ ସଭାପତିଙ୍କ ମନ୍ତବ୍ୟ ଅତ୍ୟନ୍ତ ଆପତ୍ତିଜନକ ଥିଲା। କାରଣ ଏହା କେବଳ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନୁହେଁ ବରଂ ନିର୍ବାଚନରେ ଏହାର ଗୁରୁତର ପ୍ରଭାବ ମଧ୍ୟ ପଡ଼ିପାରେ। ପୁରୀ କହିଛନ୍ତି, “ଆମେ ରାହୁଲ ଗାନ୍ଧୀ, ଅନ୍ୟ କଂଗ୍ରେସ ନେତା ଓ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛୁ।

ରାମଲୀଳା ମଇଦାନରେ ରବିବାର ‘ଇଣ୍ଡିଆ’ ମେଣ୍ଟର ରାଲିରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଲୋକସଭା ନିର୍ବାଚନରେ ‘ମ୍ୟାଚ୍ ଫିକ୍ସିଂ’ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ଫଳରେ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତି ସମ୍ବିଧାନକୁ ଉଛେଦ କରାଯାଇ ପାରିବ। ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ନିର୍ବାଚନ ଶେଷ ସୁଯୋଗ । ତେଣୁ ଏପରି ‘ମ୍ୟାଚ୍ ଫିକ୍ସିଂ’କୁ ରୋକିବାକୁ ରାହୁଲ ଗାନ୍ଧୀ ଲୋକଙ୍କୁ ଆହ୍ବାନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର