ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ କଟାକ୍ଷ : ସତ ଶୁଣି ରାଗିଯାଇଛନ୍ତି, ରକ୍ତଚାପ ବଢ଼ିଯାଇଛି…..ଯୋଗ କରନ୍ତୁ…

The Sakala Picture
Published On

ଭୁବନେଶ୍ବର : ବର୍ତ୍ତମାନ ରାଜ୍ୟର ସ୍ବାସ୍ଥ୍ୟ,ଶିକ୍ଷାଠୁ ଆରମ୍ଭ କରି ଗମନାଗମନ ଏବଂ ଧାର୍ମିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଏକ ନୂଆ ଓଡ଼ିଶା ଦିଗରେ ଆଗେଇ ନେଉଛନ୍ତି। ଯାହା ବିରୋଧୀଙ୍କ ଆଖିରେ ଯାଉନି। ଆଉ ଯାହା ପରେ ବିଭିନ୍ନ ମିଛ ଓ ମନଗଢା କାହାଣୀ କହି ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଠିତ ଅଛନ୍ତି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ରାଜ୍ୟ ସରକାରଙ୍କ ବିକାଶର ମଡେଲକୁ ସହି […]

ଭୁବନେଶ୍ବର : ବର୍ତ୍ତମାନ ରାଜ୍ୟର ସ୍ବାସ୍ଥ୍ୟ,ଶିକ୍ଷାଠୁ ଆରମ୍ଭ କରି ଗମନାଗମନ ଏବଂ ଧାର୍ମିକ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଏକ ନୂଆ ଓଡ଼ିଶା ଦିଗରେ ଆଗେଇ ନେଉଛନ୍ତି। ଯାହା ବିରୋଧୀଙ୍କ ଆଖିରେ ଯାଉନି। ଆଉ ଯାହା ପରେ ବିଭିନ୍ନ ମିଛ ଓ ମନଗଢା କାହାଣୀ କହି ଲୋକମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଠିତ ଅଛନ୍ତି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ରାଜ୍ୟ ସରକାରଙ୍କ ବିକାଶର ମଡେଲକୁ ସହି ନପାରିବା ସହ ବିଭିନ୍ନ ସମୟରେ ବିଭିନ୍ନ ବାହାନାରେ ବିରୋଧ କରନ୍ତି। ଆଉ ଏଥିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ବାଦ୍‌ ପଡନ୍ତି ନାହିଁ। ନିଜେ କେନ୍ଦ୍ର ମନ୍ତ୍ରୀ ହେବାପରେ ନିଜ ରାଜ୍ୟ ପାଇଁ କିଛି ବି କରିନାହାନ୍ତି କିନ୍ତୁ ଖାଲି ଭାଷଣ ମାରିବାରେ ସିଦ୍ଧହସ୍ତ ରହନ୍ତି। ଯାହାକୁ ନେଇ ଆଜି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରକୁ ମଧୁର କଟାକ୍ଷ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଓଡ଼ିଶା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଗୋଟେ ନୂଆ ୟୁନିଭର୍ସିଟି, ନାଁ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ କରିନାହାନ୍ତି। ଏପରିକି ନିଜ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର କାମ ୧୦ ବର୍ଷ ହେଲା ସରୁନଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ କରୁନାହାନ୍ତି। ରାସ୍ତା ଖରାପ କାରଣରୁ ଲୋକଙ୍କ ଜୀବନ ଯାଉଛି ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ଫରକ ପଡୁନି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଣବ ପ୍ରକାଶ ଦାଶ ଲେଖିଛନ୍ତି ‘‘ ଧର୍ମେନ୍ଦ୍ର ଭାଇ, ଆପଣଙ୍କୁ ଆଇନା ଦେଖାଇଲେ ଏତେ ଚିଡି ଯାଉଛନ୍ତି କଣ ପାଇଁ ? ୩ଟି ସାଧାରଣ ପ୍ରଶ୍ନ ଆପଣଙ୍କୁ ପଚରାଯାଇଥିଲା। ୧ – ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ ମଧ୍ୟ କରିନାହାନ୍ତି। ୨ – ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି। ୩ – NH-55ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି। ଆମେ ଖବର ପାଇଲୁ ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି। କେନ୍ଦ୍ରମନ୍ତ୍ରୀଭାବେ କେ.ପି.ସିଂଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ। ଲାଗୁଛି ପ୍ରଶ୍ନ ସବୁ ଶୁଣି ଆପଣ ରାଗିଯାଇଛନ୍ତି ଓ ରକ୍ତଚାପ ବଢ଼ିଯାଇଛି। ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗକରିଥିବା ଦେଖିଥିଲି। ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ।’’

ସୂଚନାଯୋଗ୍ୟ କିଛି ଦିନ ତଳେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି କେତେ ପୂରଣ ହୋଇଛି ତାହାକୁ ନେଇ ପ୍ରଶ୍ନ କରିଥିଲେ। ନିର୍ବାଚନ ସମୟରେ ଯେଉଁ ଅଞ୍ଚଳକୁ କେନ୍ଦ୍ରମନ୍ତ୍ରୀ ଘନଘନ ଗସ୍ତ କରୁଥିଲେ, ନିର୍ବାଚନ ପରେ ପାଦ ମଧ୍ୟ ପକାଇନାହାନ୍ତି। ଖାଲି ସେତିକି ନୁହେଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା ମଧ୍ୟ କରିଛନ୍ତି। ଯାହାକୁ ନେଇ କାର୍ତ୍ତିକ ପାଣ୍ଡିଆନ ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କ ପୋଲ୍‌ ଖୋଲିଦେଇଥିଲେ।

16 Jan 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର