ସାମ୍ନାକୁ ଆସିଲା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ବିବାହ ତାରିଖ

The Sakala Picture
Published On

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି ।  ସେମାନଙ୍କ ବିବାହ ତାରିଖଠୁ ଆରମ୍ଭ କରି ଆୟୋଜନ ସ୍ଥଳ ପର୍ଯ୍ୟ ନ୍ତ ବିଭିନ୍ନ ସୂଚନା ମିଳିଛି । ସୂଚନା ଅନୁଯାୟୀ, ସିଟି ଅଫ୍ ଲେକ୍ସ(ହ୍ରଦର ସହର) ଭାବେ ପରିଚିତ ରାଜସ୍ଥାନର ଉଦୟପୁରରେ ପରିଣୀତ ଓ ରାଘବଙ୍କ ବିବାହ ସ୍ଥିରିକୃତ ହୋଇଛି। ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ରେ ଉଦୟପୁରର […]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ନିର୍ବନ୍ଧ ପରଠୁ ସେମାନଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି ।  ସେମାନଙ୍କ ବିବାହ ତାରିଖଠୁ ଆରମ୍ଭ କରି ଆୟୋଜନ ସ୍ଥଳ ପର୍ଯ୍ୟ ନ୍ତ ବିଭିନ୍ନ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସୂଚନା ଅନୁଯାୟୀ, ସିଟି ଅଫ୍ ଲେକ୍ସ(ହ୍ରଦର ସହର) ଭାବେ ପରିଚିତ ରାଜସ୍ଥାନର ଉଦୟପୁରରେ ପରିଣୀତ ଓ ରାଘବଙ୍କ ବିବାହ ସ୍ଥିରିକୃତ ହୋଇଛି। ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ରେ ଉଦୟପୁରର ଦୁଇ ୟାଲ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତିଓ ରାଘବ । ଏଥିପାଇଁ ଦି ଲୀଲା ପ୍ୟାଲେସ ଓ ଦି ଓବେରୟ ଉଦୟ ବିଲାସରେ ବୁକିଂ କରାଯାଇଥିବା ନେଇ ସୂଚନା ମିଳିଛି । ହଲଦୀ , ମେହେନ୍ଦି ଓ ସଙ୍ଗୀତ ସମେତ ଅନ୍ୟାନ୍ୟ ବିବାହ ରୀତି ନୀତି ଲୀଲାରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି। ଏହି ସେଲିବ୍ରିଟିଙ୍କ ବିବାହ ସମାରୋହରେ ଯୋଗଦେବା ପାଇଁ ପ୍ରାୟ ୨୦୦ଜଣ ଅତିଥି ନିମନ୍ତ୍ରିତ ହୋଇଥିବା ବେଳେ ସେଥିରୁ ପ୍ରାୟ ୫୦ରୁ ଅଧିକ ବ୍ୟକ୍ତି ମନୋରଞ୍ଜନ ତଥା ରାଜନୀତି କ୍ଷେତ୍ର ସହ ଜଡ଼ିତ । ସେମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ, ପ଼ଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍, ବିଶିଷ୍ଟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍ ଜୋନସ ମଧ୍ୟ ଅତିଥି ତାଲିକାରେ ସାମିଲ ଅଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

 

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର