ଖସୁନି ପେଟ୍ରୋଲ,ଡିଜେଲ ଦର: ମୁନାଫା କମାଇବାରେ ବ୍ୟସ୍ତ ସରକାରୀ ତେଲ କମ୍ପାନୀ, ଚିନ୍ତାରେ ସାଧାରଣ ଖାଉଟି

The Sakala Picture
Published On

ନୂଆଦିଲ୍ଲୀ: ଦୀର୍ଘ ଦିନ ହେବ ଦେଶରେ ତେଲ ଦର ଲିଟର ପିଛା ଶହେ ଟଙ୍କା ଉପରେ ରହିଛି। ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରକୁ ନେଇ ସାଧାରଣ ଖାଉଟିଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ତେଲ ଦର ବୃଦ୍ଧିକୁ ନେଇ ଖାଉଟି ମସସ୍ୟାରେ ପଡିଥିବାବେଳେ ସରକାରୀ ତେଲ କମ୍ପାନୀଗୁଡିକ ମାଲେମାଲ ହେବାରେ ଲାଗିଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ଏହି ତେଲ ଖେଳ ଆଉ କାହାରିକୁ ଅଛପା ନାହିଁ। ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ କ୍ଷତି ସହିଥିବା […]

ନୂଆଦିଲ୍ଲୀ: ଦୀର୍ଘ ଦିନ ହେବ ଦେଶରେ ତେଲ ଦର ଲିଟର ପିଛା ଶହେ ଟଙ୍କା ଉପରେ ରହିଛି। ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରକୁ ନେଇ ସାଧାରଣ ଖାଉଟିଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ତେଲ ଦର ବୃଦ୍ଧିକୁ ନେଇ ଖାଉଟି ମସସ୍ୟାରେ ପଡିଥିବାବେଳେ ସରକାରୀ ତେଲ କମ୍ପାନୀଗୁଡିକ ମାଲେମାଲ ହେବାରେ ଲାଗିଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ଏହି ତେଲ ଖେଳ ଆଉ କାହାରିକୁ ଅଛପା ନାହିଁ। ପୂର୍ବରୁ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ କ୍ଷତି ସହିଥିବା ସରକାରୀ ତୈଳ କମ୍ପାନୀଗୁଡିକ ଏବେ ମୁନାଫା କମାଇବାରେ ବ୍ୟସ୍ତ। ଏକ ରିପୋର୍ଟ ଅନୁଯାୟୀ, ସରକାରୀ ତୈଳ କମ୍ପାନୀଗୁଡିକର ଲାଭ ଏବେ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ଏମିତିକି ତେଲ କମ୍ପରାନୀଗୁଡିକର ଲାଭ ପ୍ରତି ଲିଟର ପେଟ୍ରୋଲରେ ୧୦ ଟଙ୍କାରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଦିନ ଥିଲା ଯେତେବେଳେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦୈନିକ ବଦଳୁଥିଲା। ସ୍ବୟଂକ୍ରିୟ ଦର ନିର୍ଦ୍ଧାରଣ ବ୍ୟବସ୍ଥାରେ ଦେଶରେ ଦୈନିକ ତେଲ ଦର ପରିବର୍ତ୍ତନ କରାଯାଉଥିଲା। କିନ୍ତୁ ଗତ ଏକ ବର୍ଷ ହେବ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ୍ ଏହି ଏକ ବର୍ଷ ମଧ୍ୟରେ ଘରୋଇ ବଜାରରେ ତେଲ ଦର ଶସ୍ତା କିମ୍ବା ମହଙ୍ଗା ହୋଇନାହିଁ। ବର୍ତ୍ତମାନ ଏଠାରେ ପ୍ରଶ୍ନ ହେଉଛି ଯେ ଯେତେବେଳେ ଗ୍ରାହକଙ୍କ ପାଇଁ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୁଏ ନାହିଁ ସେତେବେଳେ କମ୍ପାନୀଗୁଡିକ କିପରି ଲାଭବାନ ହୁଅନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଯେତେବେଳେ ତୈଳ ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ହେଉଥିଲା, କମ୍ପାନୀଗୁଡିକ ଯୁକ୍ତି କରିଥିଲେ ଯେ ସେମାନଙ୍କର କ୍ଷତି ବଢ଼ୁଛି। ସେଥିପାଇଁ ସେମାନେ ତେଲ ଦରରେ ହ୍ରାସ ଘଟାଉନାହାନ୍ତି। ବର୍ତ୍ତମାନ ଏହି କମ୍ପାନୀଗୁଡିକର କ୍ଷତି ଭରଣା ହୋଇସାରିଛି ଏବଂ ସେମାନେ ଏହି କ୍ଷତିରୁ ଲାଭବାନ ହୋଇଛନ୍ତି। ରେଟିଂ ଏଜେନ୍ସି କ୍ରିସିଲ୍‌ର ରିପୋର୍ଟ ଅନୁଯାୟୀ ଦେଶର ବଡ ସରକାରୀ ତୈଳ କମ୍ପାନୀଗୁଡିକର ଲାଭ ଚଳିତ ଆର୍ଥିକବର୍ଷରେ 1 ଲକ୍ଷ କୋଟି ଅତିକ୍ରମ କରିଯିବ। ବାସ୍ତବରେ, ଏହି କମ୍ପାନୀଗୁଡିକ ସେମାନଙ୍କର କ୍ଷତି ପୂରଣ ପାଇଁ ତୈଳ ମୂଲ୍ୟରେ ପରିବର୍ତ୍ତନ ଘଟାଇ ନ ଥିଲେ। ଯଦି ଏହି ତୈଳ କମ୍ପାନୀଗୁଡିକ ଚାହିଁଥାନ୍ତେ ତେବେ ତୈଳ ମୂଲ୍ୟ ହ୍ରାସ ହୋଇଥାନ୍ତା।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

୨୦୧୭ରୁ ୨୦୨୨ ବର୍ଷ ମଧ୍ୟରେ ଏହି ତୈଳ କମ୍ପାନୀଗୁଡିକର ହାରାହାରି ରୋଜଗାର ୬୦,୦୦୦ କୋଟି ଟଙ୍କା ରହିଥିଲା। ତେବେ ଗତ ବର୍ଷ ଏହି କମ୍ପାନୀଗୁଡିକର ଆୟ ମାତ୍ର ୩୩,୦୦୦ ଟଙ୍କାକୁ ହ୍ରାସ ପାଇଥିଲା। ଏହିଠାରୁ କମ୍ପାନୀଗୁଡିକର କ୍ଷତି ଭରଣା ପ୍ରକ୍ରିୟା ଆରମ୍ଭ ହେଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପରେ ମଧ୍ୟ ସରକାରୀ ତୈଳ କମ୍ପାନୀଗୁଡିକ ସେମାନଙ୍କର କ୍ଷତି ପୂରଣ କରିବାକୁ ଯାଇ ଘରୋଇ ବଜାରରେ ତେଲ ଦର କମ୍‌ କରିବାକୁ ଦେଇ ନ ଥିଲେ। ଏହାର ଫଳସ୍ବରୂପ ବର୍ତ୍ତମାନ ସରକାରୀ ତୈଳ କମ୍ପାନୀଗୁଡିକ ତେଲ ଲିଟର ପିଛା ୮ ରୁ ୧୦ ଟଙ୍କା ଲାଭ କରୁଛନ୍ତି। ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୩୬ ପଇସାରେ ସ୍ଥିର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର