ଶ୍ରୀଲଙ୍କାରେ ବ୍ୟବହାର ହେବ ଭାରତୀୟ ୟୁପିଆଇ

The Sakala Picture
Published On

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଏବଂ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ସମୟରେ ଶ୍ରୀଲଙ୍କାରେ ୟୁନିଫାଏଡ଼ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ବ୍ୟବହାର ପାଇଁ ନେଟୱାର୍କ ଟୁ ନେଟୱାର୍କ ଚୁକ୍ତି ସ୍ବାକ୍ଷର ହୋଇଛି। ୟୁପିଆଇ ଆପ୍‌ ଦ୍ବାରା ଡିଜିଟାଲ କାରବାର ପାଇଁ ଏନଆଇପିଏଲ ଏବଂ ଲଙ୍କାପେ ମଧ୍ୟରେ […]

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଏବଂ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ସମୟରେ ଶ୍ରୀଲଙ୍କାରେ ୟୁନିଫାଏଡ଼ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ବ୍ୟବହାର ପାଇଁ ନେଟୱାର୍କ ଟୁ ନେଟୱାର୍କ ଚୁକ୍ତି ସ୍ବାକ୍ଷର ହୋଇଛି। ୟୁପିଆଇ ଆପ୍‌ ଦ୍ବାରା ଡିଜିଟାଲ କାରବାର ପାଇଁ ଏନଆଇପିଏଲ ଏବଂ ଲଙ୍କାପେ ମଧ୍ୟରେ ଚୁକ୍ତି ହୋଇଛି। ଫ୍ରାନ୍ସ, ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ), ସିଙ୍ଗାପୁର ପରେ ଏବେ ଶ୍ରୀଲଙ୍କାରେ ଭାରତୀୟ ୟୁପିଆଇ ବ୍ୟବହାର କରାଯିବ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନାଯୋଗ୍ୟ ଯେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ୟୁପିଆଇ ସେବାକୁ ସମ୍ପ୍ରସାରଣ କରିବା ପାଇଁ ଆମେରିକା, ୟୁରୋପ ଏବଂ ପଶ୍ଚିମ ଏସିଆ ଦେଶଙ୍କ ସହ ଆଲୋଚନା ଜାରି ରଖିଛି। ଦ୍ବିପାକ୍ଷିକ ବୈଠକ ପରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀ କରିଥିଲେ। ମୋଦୀ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଆର୍ଥିକ କାରାବାରକୁ ଅଧିକ ବ୍ୟାପକ କରିବା ପାଇଁ ଚୁକ୍ତି ହୋଇଛି। ଏଥିରେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସାମୁଦ୍ରିକ, ଆକାଶମାର୍ଗ, ଶକ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଯୋଗାଯୋଗ ମଜବୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭାରତ କାନ୍ଧରେ କାନ୍ଧ ମିଶାଇ ଶ୍ରୀଲଙ୍କା ସହ ଛିଡ଼ା ହୋଇଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଅନ୍ୟପକ୍ଷରେ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ଦିଲ୍ଲୀରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ କଲମ୍ବୋ ପୋର୍ଟ ୱେଷ୍ଟ କଣ୍ଟେନର ଟର୍ମିନାଲ (ଡବ୍ଲ୍ୟୁସିଟି)ର ବିକାଶ ସହିତ ଅନ୍ୟ ବିକାଶ ପ୍ରକଳ୍ପ ଉପରେ ଚର୍ଚ୍ଚା ହୋଇଥିଲା। ଆଦାନୀ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି। ଆଦାନୀ ଗ୍ରୁପର ‘ୱିଣ୍ଡ ପାୱାର ପ୍ରୋଜେକ୍ଟ’ ପାଇଁ ଶ୍ରୀଲଙ୍କାରେ ୩୬୨୫ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପକୁ ଫେବୃଆରୀରେ ମଞ୍ଜୁରି ମିଳିଥିଲା।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର