ଶିଶୁଙ୍କୁ ଦିଆଯିବ କରୋନା ଟିକା

The Sakala Picture
Published On

ନୂଆଦିଲ୍ଲୀ, ୧୨|୫ (ଏଜେନ୍ସି): ଭାରତରେ ଶିଶୁଙ୍କୁ କରୋନା ଟିକା ଦିଆଯିବ। ଏବେ ୨ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ମଙ୍ଗଳବାର ସେଣ୍ଟ୍ରାଲ ଡ୍ରଗ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସସିଓ)ର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) ୨ରୁ ୧୮ ବର୍ଷ ମଧ୍ୟରେ ଥିବା ବର୍ଗଙ୍କ ଉପରେ କୋଭାକ୍ସିନର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି ଦେଇଛି। ଦିଲ୍ଲୀ ଓ ପାଟନା ଏମ୍ସ ଏବଂ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ […]

ନୂଆଦିଲ୍ଲୀ, ୧୨|୫ (ଏଜେନ୍ସି): ଭାରତରେ ଶିଶୁଙ୍କୁ କରୋନା ଟିକା ଦିଆଯିବ। ଏବେ ୨ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ମଙ୍ଗଳବାର ସେଣ୍ଟ୍ରାଲ ଡ୍ରଗ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସସିଓ)ର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) ୨ରୁ ୧୮ ବର୍ଷ ମଧ୍ୟରେ ଥିବା ବର୍ଗଙ୍କ ଉପରେ କୋଭାକ୍ସିନର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି ଦେଇଛି। ଦିଲ୍ଲୀ ଓ ପାଟନା ଏମ୍ସ ଏବଂ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ସମେତ ବିଭିନ୍ନ ସ୍ଥାନରେ ୫୨୫ଟି ବିଷୟ ଉପରେ ଏହି ପରୀକ୍ଷଣ କରାଯିବ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଭାରତ ବାୟୋଟେକର ଏହି ପ୍ରସ୍ତାବ ଉପରେ ମଙ୍ଗଳବାର ଏସଇସି ଆଲୋଚନା କରିଥିଲା। ଅପରପକ୍ଷେ ଦିଲ୍ଲୀ ଏମ୍ସ ମେଡିସିନ ବିଭାଗର ଡ.ସଞ୍ଜୀବ ସିହ୍ନା କହିଛନ୍ତି ଯେ ୨ରୁ ୧୫ ବର୍ଷର ଶିଶୁଙ୍କ ଉପରେ ଟିକାର ପରୀକ୍ଷଣ କରିବା ପାଇଁ ଭାରତ ବାୟୋଟେକକୁ ଏସଇସି ଅନୁମତି ଦେଇଛି। ଏବେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ)ଙ୍କ ଠାରୁ ଅନୁମତି ମିଳିବା ବାକି ରହିଛି।
ସୂତ୍ର ଅନୁଯାୟୀ ଏକ୍ସପର୍ଟ କମିଟି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସିଡିଏସସିଓଙ୍କ ଠାରୁ ଅନୁମତି ନେବା ପୂର୍ବରୁ ଡାଟା ଆଣ୍ଡ ସେଫ୍ଟି ମନିଟରିଂ ବୋର୍ଡ(ଡିଏସଏମବି)ଙ୍କୁ ଦ୍ବିତୀୟ ପର୍ଯ୍ୟାୟ ସୁରକ୍ଷା ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି।

ଏହା ପୂର୍ବରୁ ଫେବୃଆରୀ ୨୪ରେ ହୋଇଥିବା ବୈଠକରେ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା ଏବଂ ଭାରତ ବାୟୋଟେକକୁ ରିଭାଇଜଡ କ୍ଲିନିକାଲ ଟ୍ରାଏଲ ପ୍ରୋଟୋକଲ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ସହ ମିଶି ସ୍ବଦେଶୀ ଜ୍ଞାନକୌଶଳରେ କରୋନା ଟିକା କୋଭାକ୍ସିନ ପ୍ରସ୍ତୁତ କରିଛି। ଏବେ ଦେଶରେ ଏହି ଟିକା ଦିଆଯାଉଛି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

13 May 2021 By The Sakala

ଶିଶୁଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ, ୧୨|୫ (ଏଜେନ୍ସି): ଭାରତରେ ଶିଶୁଙ୍କୁ କରୋନା ଟିକା ଦିଆଯିବ। ଏବେ ୨ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ମଙ୍ଗଳବାର ସେଣ୍ଟ୍ରାଲ ଡ୍ରଗ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ(ସିଡିଏସସିଓ)ର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) ୨ରୁ ୧୮ ବର୍ଷ ମଧ୍ୟରେ ଥିବା ବର୍ଗଙ୍କ ଉପରେ କୋଭାକ୍ସିନର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି ଦେଇଛି। ଦିଲ୍ଲୀ ଓ ପାଟନା ଏମ୍ସ ଏବଂ ନାଗପୁରର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ସମେତ ବିଭିନ୍ନ ସ୍ଥାନରେ ୫୨୫ଟି ବିଷୟ ଉପରେ ଏହି ପରୀକ୍ଷଣ କରାଯିବ।

ଭାରତ ବାୟୋଟେକର ଏହି ପ୍ରସ୍ତାବ ଉପରେ ମଙ୍ଗଳବାର ଏସଇସି ଆଲୋଚନା କରିଥିଲା। ଅପରପକ୍ଷେ ଦିଲ୍ଲୀ ଏମ୍ସ ମେଡିସିନ ବିଭାଗର ଡ.ସଞ୍ଜୀବ ସିହ୍ନା କହିଛନ୍ତି ଯେ ୨ରୁ ୧୫ ବର୍ଷର ଶିଶୁଙ୍କ ଉପରେ ଟିକାର ପରୀକ୍ଷଣ କରିବା ପାଇଁ ଭାରତ ବାୟୋଟେକକୁ ଏସଇସି ଅନୁମତି ଦେଇଛି। ଏବେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ)ଙ୍କ ଠାରୁ ଅନୁମତି ମିଳିବା ବାକି ରହିଛି।
ସୂତ୍ର ଅନୁଯାୟୀ ଏକ୍ସପର୍ଟ କମିଟି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ସିଡିଏସସିଓଙ୍କ ଠାରୁ ଅନୁମତି ନେବା ପୂର୍ବରୁ ଡାଟା ଆଣ୍ଡ ସେଫ୍ଟି ମନିଟରିଂ ବୋର୍ଡ(ଡିଏସଏମବି)ଙ୍କୁ ଦ୍ବିତୀୟ ପର୍ଯ୍ୟାୟ ସୁରକ୍ଷା ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି।

ଏହା ପୂର୍ବରୁ ଫେବୃଆରୀ ୨୪ରେ ହୋଇଥିବା ବୈଠକରେ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା ଏବଂ ଭାରତ ବାୟୋଟେକକୁ ରିଭାଇଜଡ କ୍ଲିନିକାଲ ଟ୍ରାଏଲ ପ୍ରୋଟୋକଲ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ସହ ମିଶି ସ୍ବଦେଶୀ ଜ୍ଞାନକୌଶଳରେ କରୋନା ଟିକା କୋଭାକ୍ସିନ ପ୍ରସ୍ତୁତ କରିଛି। ଏବେ ଦେଶରେ ଏହି ଟିକା ଦିଆଯାଉଛି।

https://www.thesakala.in/big-news/the-baby-will-be-vaccinated-against-the-virus/article-2137
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର