ଦାଣ୍ଡରେ ପଡି ହାଟରେ ଗଡୁଛି କଂଗ୍ରେସର କନ୍ଦଳ : ଦଳର ବାରଣ ସତ୍ତ୍ବେ ନିଜ ସରକାର ବିରୋଧରେ ଅନଶନରେ ବସିଲେ ସଚିନ ପାଇଲଟ୍‌

The Sakala Picture
Published On

ଜୟପୁର: ଦାଣ୍ଡରେ ପଡି ହାଟରେ ଗଡୁଛି ରାଜସ୍ଥାନ କଂଗ୍ରେସର କନ୍ଦଳ। ବିଧାନସଭା ନିର୍ବାଚନ ଆଉ ୮ମାସ ବାକିଥିବା ବେଳେ ରାଜସ୍ଥାନ କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ ଦଳୀୟ ହାଇକମାଣ୍ଡର ସମସ୍ୟା ବଢ଼ାଇଛି। ନିଜ ଦଳର ସରକାର ବିରୋଧରେ ହିଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଅନଶନରେ ବସିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ ଜୟପୁରର ସହିଦ ସ୍ମାରକ ଠାରେ ଦିନିକିଆ ଅନଶନରେ ବସିଛନ୍ତି। ରାଜସ୍ଥାନରେ ବିଜେପି ଶାସନରେ ଥିବା ବେଳେ ଭ୍ରଷ୍ଟାଚାର ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ […]

ଜୟପୁର: ଦାଣ୍ଡରେ ପଡି ହାଟରେ ଗଡୁଛି ରାଜସ୍ଥାନ କଂଗ୍ରେସର କନ୍ଦଳ। ବିଧାନସଭା ନିର୍ବାଚନ ଆଉ ୮ମାସ ବାକିଥିବା ବେଳେ ରାଜସ୍ଥାନ କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ ଦଳୀୟ ହାଇକମାଣ୍ଡର ସମସ୍ୟା ବଢ଼ାଇଛି। ନିଜ ଦଳର ସରକାର ବିରୋଧରେ ହିଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଅନଶନରେ ବସିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ ଜୟପୁରର ସହିଦ ସ୍ମାରକ ଠାରେ ଦିନିକିଆ ଅନଶନରେ ବସିଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ରାଜସ୍ଥାନରେ ବିଜେପି ଶାସନରେ ଥିବା ବେଳେ ଭ୍ରଷ୍ଟାଚାର ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଅନଶନ କରିଛନ୍ତି କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍‌। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆନ୍ଦୋଳନ କରୁଥିବା ବେଳେ ଏହାକୁ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି କହିଛି କଂଗ୍ରେସ। ରାଜ୍ୟ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ପାଇଲଟ୍‌ ଏହି ଆନ୍ଦୋଳନ କରିଥିବା ବେଳେ ତାଙ୍କର ଏପରି କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି ଗେହଲଟ୍‌।

ଆହୁରି ପଢ଼ନ୍ତୁ: ପୁଣି ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ଅଦାଲତ କାର୍ଯ୍ୟ ବାଧାପ୍ରାପ୍ତ

କଂଗ୍ରେସ କ୍ଷମତାକୁ ଆସିଲେ ବିଜେପି କରିଥିବା ଦୁର୍ନୀତିର ତଦନ୍ତ କରିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାଢ଼େ ୪ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ କୌଣସି ତଦନ୍ତ ନିର୍ଦ୍ଦେଶ ଦେଇ ନଥିବା ଅଭିଯୋଗ କରି ସଚିନ ପାଇଲଟ ଆଜି ସହିଦ ସ୍ମାରକୀ ନିକଟରେ ଅନଶନ କରୁଛନ୍ତି।ପାଇଲଟଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଗତକାଲି ରାତିରେ କଂଗ୍ରେସ ପକ୍ଷରୁ ତାଙ୍କୁ ତାଗିଦ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ସେ ନିଜ ସରକାର ବିରୋଧରେ ଅନଶନ କରିବାକୁ ଯାଉଥିବାରୁ ଏହାକୁ ଦଳ ପକ୍ଷରୁ ଦଳ ବିରୋଧୀ କାମ ମଧ୍ୟ କୁହାଯାଇଥିଲା। ଏନେଇ ଏକ ଚିଠି ଜାରି କରି ପାଇଲଟଙ୍କୁ ଅନଶନରୁ ଦୂରେଇ ରହିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ତାଗିଦକୁ ଖାତିର ନ କରି ଆଜି ଦିନ ୧୧ଟାରୁ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି। ତେଣୁ ଆଗକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ଆଶଙ୍କା ରହିଛି।

କଂଗ୍ରେସ ନେତା ସଚିନ ପାଇଲଟ୍‌ ଅନଶନ କରିଥିବା ବେଳେ ଏହା ଦଳର ସ୍ୱାର୍ଥ ବିରୋଧୀ ବୋଲି କହିଛି କଂଗ୍ରେସ। ଯଦି ତାଙ୍କର ସରକାରଙ୍କୁ ନେଇ କୌଣସି ସମସ୍ୟା ଥାଏ, ତେବେ ସେ ଗଣମାଧ୍ୟମ ତଥା ଜନସାଧାରଣଙ୍କ ପରିବ‌ର୍ତ୍ତେ ପାର୍ଟି ଫୋରମରେ ଆଲୋଚନା କରିପାରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସୋମବାର ଏକ ବିବୃତି ଜାରି କରି ରାଜସ୍ଥାନର କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରାନ୍ଧୱା କହିଛନ୍ତି ସଚିନ ପାଇଲଟଙ୍କ ଦିନିକିଆ ଅନଶନ ଦଳର ସ୍ୱାର୍ଥ ବିରୋଧୀ। ଏହା ଦଳ ବିରୋଧୀ କାର୍ଯ୍ୟ। ଯଦି ନିଜ ସରକାର ବିରୋଧରେ ତାଙ୍କର କୌଣସି ସମସ୍ୟା ରହିଛି, ସେଗୁଡ଼ିକ ପାର୍ଟି ଫୋରମରେ ଆଲୋଚନା କରାଯାଇ ପାରିବ। ସର୍ବସାଧାରଣ ଓ ମିଡିଆ ଆଗରେ ଏପରି କରିବା ଅନୁଚିତ। ୫ ମାସ ହେଲାଣି ରାନ୍ଧୱା ରାଜସ୍ଥାନ ପ୍ରଭାରୀ ଭାବେ କାମ କରୁଥିଲେ ହେଁ ପାଇଲଟ କେବେ ବି ନିଜର ସମସ୍ୟା ସମ୍ପର୍କରେ ତାଙ୍କୁ ଜଣା ନଥିବା ଏହି ବିବୃତିରେ କୁହାଯାଇଥିଲା।

ସେ ଆହୁରି ବି କହିଛନ୍ତି ଯେ ‘ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଆସନକୁ ଆଖି ରଖିଥିବା ପାଇଲଟ୍‌ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାର ଏହା ହେଉଛି ଆମର ଶେଷ ପ୍ର‌ୟାସ। ମୁଁ ଗତ ପାଞ୍ଚ ମାସ ଧରି ଏଆଇସିସି ଦାୟିତ୍ବରେ ଅଛି ଏବଂ ପାଇଲଟଜୀ ମୋ ସହ ଏହି ବିଷୟରେ କଦାପି ଆଲୋଚନା କରିନାହାନ୍ତି।

11 Apr 2023 By The Sakala

ଦାଣ୍ଡରେ ପଡି ହାଟରେ ଗଡୁଛି କଂଗ୍ରେସର କନ୍ଦଳ : ଦଳର ବାରଣ ସତ୍ତ୍ବେ ନିଜ ସରକାର ବିରୋଧରେ ଅନଶନରେ ବସିଲେ ସଚିନ ପାଇଲଟ୍‌

ଜୟପୁର: ଦାଣ୍ଡରେ ପଡି ହାଟରେ ଗଡୁଛି ରାଜସ୍ଥାନ କଂଗ୍ରେସର କନ୍ଦଳ। ବିଧାନସଭା ନିର୍ବାଚନ ଆଉ ୮ମାସ ବାକିଥିବା ବେଳେ ରାଜସ୍ଥାନ କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ ଦଳୀୟ ହାଇକମାଣ୍ଡର ସମସ୍ୟା ବଢ଼ାଇଛି। ନିଜ ଦଳର ସରକାର ବିରୋଧରେ ହିଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଅନଶନରେ ବସିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ ଜୟପୁରର ସହିଦ ସ୍ମାରକ ଠାରେ ଦିନିକିଆ ଅନଶନରେ ବସିଛନ୍ତି।

ରାଜସ୍ଥାନରେ ବିଜେପି ଶାସନରେ ଥିବା ବେଳେ ଭ୍ରଷ୍ଟାଚାର ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଅନଶନ କରିଛନ୍ତି କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍‌। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଆନ୍ଦୋଳନ କରୁଥିବା ବେଳେ ଏହାକୁ ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି କହିଛି କଂଗ୍ରେସ। ରାଜ୍ୟ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ପାଇଲଟ୍‌ ଏହି ଆନ୍ଦୋଳନ କରିଥିବା ବେଳେ ତାଙ୍କର ଏପରି କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି ଗେହଲଟ୍‌।

କଂଗ୍ରେସ କ୍ଷମତାକୁ ଆସିଲେ ବିଜେପି କରିଥିବା ଦୁର୍ନୀତିର ତଦନ୍ତ କରିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାଢ଼େ ୪ ବର୍ଷ କ୍ଷମତାରେ ରହିଥିଲେ ମଧ୍ୟ କୌଣସି ତଦନ୍ତ ନିର୍ଦ୍ଦେଶ ଦେଇ ନଥିବା ଅଭିଯୋଗ କରି ସଚିନ ପାଇଲଟ ଆଜି ସହିଦ ସ୍ମାରକୀ ନିକଟରେ ଅନଶନ କରୁଛନ୍ତି।ପାଇଲଟଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଗତକାଲି ରାତିରେ କଂଗ୍ରେସ ପକ୍ଷରୁ ତାଙ୍କୁ ତାଗିଦ କରାଯାଇଥିଲା।

ସେ ନିଜ ସରକାର ବିରୋଧରେ ଅନଶନ କରିବାକୁ ଯାଉଥିବାରୁ ଏହାକୁ ଦଳ ପକ୍ଷରୁ ଦଳ ବିରୋଧୀ କାମ ମଧ୍ୟ କୁହାଯାଇଥିଲା। ଏନେଇ ଏକ ଚିଠି ଜାରି କରି ପାଇଲଟଙ୍କୁ ଅନଶନରୁ ଦୂରେଇ ରହିବାକୁ କୁହାଯାଇଥିଲା। କିନ୍ତୁ ସେ କୌଣସି ତାଗିଦକୁ ଖାତିର ନ କରି ଆଜି ଦିନ ୧୧ଟାରୁ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି। ତେଣୁ ଆଗକୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର ଆଶଙ୍କା ରହିଛି।

କଂଗ୍ରେସ ନେତା ସଚିନ ପାଇଲଟ୍‌ ଅନଶନ କରିଥିବା ବେଳେ ଏହା ଦଳର ସ୍ୱାର୍ଥ ବିରୋଧୀ ବୋଲି କହିଛି କଂଗ୍ରେସ। ଯଦି ତାଙ୍କର ସରକାରଙ୍କୁ ନେଇ କୌଣସି ସମସ୍ୟା ଥାଏ, ତେବେ ସେ ଗଣମାଧ୍ୟମ ତଥା ଜନସାଧାରଣଙ୍କ ପରିବ‌ର୍ତ୍ତେ ପାର୍ଟି ଫୋରମରେ ଆଲୋଚନା କରିପାରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସୋମବାର ଏକ ବିବୃତି ଜାରି କରି ରାଜସ୍ଥାନର କଂଗ୍ରେସ ଦାୟିତ୍ୱରେ ଥିବା ସୁଖଜିନ୍ଦର ସିଂ ରାନ୍ଧୱା କହିଛନ୍ତି ସଚିନ ପାଇଲଟଙ୍କ ଦିନିକିଆ ଅନଶନ ଦଳର ସ୍ୱାର୍ଥ ବିରୋଧୀ। ଏହା ଦଳ ବିରୋଧୀ କାର୍ଯ୍ୟ। ଯଦି ନିଜ ସରକାର ବିରୋଧରେ ତାଙ୍କର କୌଣସି ସମସ୍ୟା ରହିଛି, ସେଗୁଡ଼ିକ ପାର୍ଟି ଫୋରମରେ ଆଲୋଚନା କରାଯାଇ ପାରିବ। ସର୍ବସାଧାରଣ ଓ ମିଡିଆ ଆଗରେ ଏପରି କରିବା ଅନୁଚିତ। ୫ ମାସ ହେଲାଣି ରାନ୍ଧୱା ରାଜସ୍ଥାନ ପ୍ରଭାରୀ ଭାବେ କାମ କରୁଥିଲେ ହେଁ ପାଇଲଟ କେବେ ବି ନିଜର ସମସ୍ୟା ସମ୍ପର୍କରେ ତାଙ୍କୁ ଜଣା ନଥିବା ଏହି ବିବୃତିରେ କୁହାଯାଇଥିଲା।

ସେ ଆହୁରି ବି କହିଛନ୍ତି ଯେ ‘ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ଆସନକୁ ଆଖି ରଖିଥିବା ପାଇଲଟ୍‌ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ମଧ୍ୟରେ ଥିବା ବିବାଦକୁ ସମାଧାନ କରିବାର ଏହା ହେଉଛି ଆମର ଶେଷ ପ୍ର‌ୟାସ। ମୁଁ ଗତ ପାଞ୍ଚ ମାସ ଧରି ଏଆଇସିସି ଦାୟିତ୍ବରେ ଅଛି ଏବଂ ପାଇଲଟଜୀ ମୋ ସହ ଏହି ବିଷୟରେ କଦାପି ଆଲୋଚନା କରିନାହାନ୍ତି।

https://www.thesakala.in/big-news/sachin-pilots-hungerstrike-congress-backs-cm-gehlot-calls-protest-anti-party/article-20654
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର