ମୁଁ ସବରକର ନୁହେଁ, ମୁଁ ଗାନ୍ଧୀ ଆଉ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ : ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ : ଲୋକସଭାରୁ ଅଯୋଗ୍ୟ ହେବା ପରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶନିବାର କହିଛନ୍ତି ଯେ ସେ ଗଣତନ୍ତ୍ର ପାଇଁ ଲଢୁଛନ୍ତି ଏବଂ ଭୟଭୀତ ନୁହଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ତାଙ୍କୁ ଆଦାନୀ ଗୋଷ୍ଠୀ ସହ ଜଡିତ ପ୍ରଶ୍ନରୁ ଧ୍ୟାନ ଦୂରେଇ ରଖିବା ପାଇଁ ଏଭଳି କରିଛନ୍ତି। କିନ୍ତୁ ସେ ଭୟଭୀତ ନୁହନ୍ତି। ରାହୁଲ ତାଙ୍କ ବୟାନରେ କହିଛନ୍ତି କି, ଗାନ୍ଧୀ କେବେ କ୍ଷମା ମାଗେନାହିଁ । […]

ନୂଆଦିଲ୍ଲୀ : ଲୋକସଭାରୁ ଅଯୋଗ୍ୟ ହେବା ପରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଶନିବାର କହିଛନ୍ତି ଯେ ସେ ଗଣତନ୍ତ୍ର ପାଇଁ ଲଢୁଛନ୍ତି ଏବଂ ଭୟଭୀତ ନୁହଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ତାଙ୍କୁ ଆଦାନୀ ଗୋଷ୍ଠୀ ସହ ଜଡିତ ପ୍ରଶ୍ନରୁ ଧ୍ୟାନ ଦୂରେଇ ରଖିବା ପାଇଁ ଏଭଳି କରିଛନ୍ତି। କିନ୍ତୁ ସେ ଭୟଭୀତ ନୁହନ୍ତି। ରାହୁଲ ତାଙ୍କ ବୟାନରେ କହିଛନ୍ତି କି, ଗାନ୍ଧୀ କେବେ କ୍ଷମା ମାଗେନାହିଁ । ମୁଁ ସବରକର ନୁହେଁ ଯେ କ୍ଷମା ମାଗିବି। ଏହାସହ ସେ କହିଛନ୍ତି କି, ମୋତେ ସମର୍ଥନ ଦେଇଥିବା ସମସ୍ତ ବିରୋଧୀ ଦଳଙ୍କୁ ଧନ୍ୟବାଦ ଜଣାଉଛି । ଆଗାମୀ ଦିନରେ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବୁ ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା


ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି କଂଗ୍ରେସର ରାହୁଲ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଦୌ ଭୟଭୀତ ନୁହେଁ । ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ହେଲେ ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ରାହୁଲ କହିଛନ୍ତି ଯେ, ଆଦାନୀ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବନ୍ଧୁତା ବେସ୍ ପୁରୁଣା । ମୁଁ ପ୍ରମାଣ ସହ ଲୋକସଭାରେ ଏହି କଥା ରଖିଥିଲି । ଆଦାନୀଙ୍କୁ ନିୟମ ବଦଳାଇ ଏୟାରପୋର୍ଟ୍ ଦିଆଯାଇଥିଲା। ଏହି ବାବଦରେ ମୁଁ ପ୍ରମାଣ ମଧ୍ୟ ଲୋକସଭା ବାଚସ୍ପତିଙ୍କୁ ଦେଇଥିଲି ।ଏହାପରେ ସଂସଦରେ ମୋ ବାବଦରେ ମନ୍ତ୍ରୀମାନେ ମିଛ କହିଥିଲେ ।


କୁହାଯାଇଥିଲା ଯେ, ମୁଁ ବିଦେଶୀ ମାଟିରେ ବିଦେଶୀ ଦେଶଙ୍କଠାରୁ ସାହାଯ୍ୟ ମାଗିଥିଲି । ମୁଁ ଏ ବାବଦରେ ବାଚସ୍ପତିଙ୍କୁ ପତ୍ର ଲେଖିଥିଲି । ମୁଁ ଲେଖିଥିଲି ଯେ, ଜଣକ ବିଷୟରେ ଯେତେବେଳେ ଆରୋପ ଲଗାଯାଏ ସେତେବେଳେ ତାଙ୍କୁ କହିବାର ସୁଯୋଗ ଦେବା ଆବଶ୍ୟକ । ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ମୋତେ ଉତ୍ତର ମିଳିନଥିଲା । ଏହାପରେ ମୁଁ ବାଚସ୍ପତିଙ୍କ ଅଫିସ ଯାଇ ତାଙ୍କୁ ଦେଖା କରିଥିଲି । ମୁଁ ତାଙ୍କୁ ପଚାରିଥିଲି ଯେ, ମୋତେ କହିବା ପାଇଁ ସୁଯୋଗ କାହିଁକି ମିଳୁନାହିଁ। ଉତ୍ତରରେ ସ୍ପିକର ହସିଥିଲେ ଓ କହିଥିଲେ ମୁଁ ସୁଯୋଗ ଦେଇ ପାରିବି ନାହିଁ। ତା ପରେ ଯାହା ହୋଇଥିଲା ଆପଣମାନେ ଜାଣିଛନ୍ତି । ମୁଁ କିନ୍ତୁ ପ୍ରଶ୍ନ ପଚାରିବା ଜାରି ରଖିବି । ୨୦ ହଜାର କୋଟି ଟଙ୍କା ଆଦାନୀଙ୍କ ସେଲ୍ କମ୍ପାନୀରେ ଅଛି। ଏହି ଟଙ୍କା କେଉଁଠୁ ଆସିଲା ଓ ଏହା କାହାର ଟଙ୍କା । ଜଣେ ଚାଇନା ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। ସେହି ଚୀନ ବ୍ୟକ୍ତି କିଏ ସେନେଇ କାହିଁକି କିଛି କୁହାଯାଉନାହିଁ ବୋଲି ପ୍ରେସମିଟରେ କହିଛନ୍ତି ରାହୁଲ ଗାନ୍ଧୀ ।


ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କି ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢ଼ୁଛି । ମୋତେ ଧମକାଇ ଚୁପ୍ କରାଯାଇ ପାରିବ ନାହିଁ । ଆଦାନୀଙ୍କର ଅନେକ ନକଲି କମ୍ପାନୀ ଅଛି । ସତ କହିବାରୁ ସଂସଦରେ ମୋ ଭାଷଣକୁ ହଟାଯାଇଛି । ମୁଁ କାହାକୁ ଡରୁନାହିଁ । ସେମାନେ ସମସ୍ତଙ୍କୁ ଡରାଇ ରଖିଛନ୍ତି କିନ୍ତୁ ମୋତେ ଡରାଇ ପାରିବେ ନାହିଁ । ଆଦାନୀ ଓ ମୋଦିଙ୍କ ମଧ୍ୟରେ ଗଭୀର ସହଯୋଗୀତା ରହିଛି ବୋଲି କହିଛନ୍ତି ରାହୁଲ ।

ଏହି ସାମ୍ବାଦିକ ସମ୍ମିଳନୀରେ ଓବିସିଙ୍କୁ ଅପମାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିଜେପି ଧ୍ୟାନ ହଟାଇବାକୁ ଏମିତି କହୁଛି । ମୁଁ ସବୁ ବର୍ଗଙ୍କୁ ସମ୍ମାନ ଦିଏ । ତେବେ ଏଠାରେ ପ୍ରଶ୍ନ ହେଉଛି ୨୦ ହଜାର କୋଟି କାହାର । ଆଉ ସେହି ଟଙ୍କା ଆଦାନୀଙ୍କର ନୁହେଁ । ମୋତେ ମାରନ୍ତୁ, ପିଟନ୍ତୁ। ଜେଲରେ ରଖନ୍ତୁ। ମୁଁ ପ୍ରଶ୍ନ କରିବି। ସତ୍ୟ କହିବି । ଏହି ଦେଶ ମୋତେ ସବୁକିଛି ଦେଇଛି । ତେଣୁ ମୁଁ ଏହା କରୁଛି ।


ବିଜେପି ନେତାଙ୍କ କାମ ହେଉଛି ମୋତେ ଆକ୍ରମଣ କରିବା । ସେମାନେ ନରେନ୍ଦ୍ର ମୋଦୀଙ୍କୁ ଡରନ୍ତି । ବିଜେପି ନେତା ସବୁ ଜାଣିଛନ୍ତି କିନ୍ତୁ ମୋଦୀଙ୍କୁ ଡରୁଛନ୍ତି। ମୋଦୀ କହିଲେ ଧ୍ୟାନ ହଟାଅ ତେଣୁ ସେମାନେ ଏମିତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋର ଆଗାମୀ ଭାଷଣକୁ ନେଇ ଭୟଭୀତ ଥିଲେ । ମୁଁ ତାଙ୍କ ଆଖି ଦେଖିଛି । ସେ ଭୟଭୀତ ଥିଲେ ଯେ, ଆଗାମୀ ଭାଷଣରେ ଆଦାନୀଙ୍କ ବାବଦରେ କ’ଣ କହିବି। ତେଣୁ ମୋ ସଦସ୍ୟତା ରଦ୍ଦ କରାଯାଇଛି । ମୋତେ ସଦସ୍ୟତା ମିଳୁ କି ନ ମିଳୁ ମୁଁ ମୋ କାମ କରିବି। ମୋତେ ସେମାନେ ସ୍ଥାୟୀ ଭାବେ ଏକ୍ସପେଲ କରିଦେଲେ ମଧ୍ୟ ମୁଁ ମୋ କାମ କରିବି। ମୋତେ ପୁଣି ସଦସ୍ୟତା ମିଳିଲେ ମଧ୍ୟ ମୁଁ ମୋ କାମ କରିବି । ଜନତା ଜାଣିଛନ୍ତି ଆଦାନୀ ଭ୍ରଷ୍ଟ। ଲୋକ ଏବେ ଜାଣିବାକୁ ଚାହୁଁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜଣେ ଭ୍ରଷ୍ଟ ବ୍ୟକ୍ତିଙ୍କୁ କାହିଁକି ବଂଚାଇବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, ମୁଁ ଲୋକଙ୍କ ମଧ୍ୟରେ ସାଢ଼େ ୪ ମାସ ରହିବି । ଏହା ମୋ କାମ ଓ ମୁଁ କରିବି । ଆଗରୁ ରାଜନୈତିକ ଦଳଙ୍କୁ ଯେଉଁ ସହଯୋଗ ମିଡିଆ ଓ ଅନୁଷ୍ଠାନରୁ ମିଳୁଥିଲା ଏବେ ତାହା ମିଳୁନି । ତେଣୁ କେବଳ ଲୋକଙ୍କ ଭିତରକୁ ଯିବାକୁ ପଡ଼ିବ । ସେହିପରି ଓବିସିଙ୍କୁ ଅପମାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି ଧ୍ୟାନ ହଟାଇବାକୁ ଏମିତି କହୁଛି । ମୁଁ ସବୁ ବର୍ଗଙ୍କୁ ସମ୍ମାନ ଦିଏ ।


ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଏପରି ବୟାନ ଉପରେ କଡ଼ା ଜବାବ ଦେଇଛି ବିଜେପି। ରାହୁଲ ଜଣେ ଅଭ୍ୟାସ ଗତ ମିଛୁଆ ବୋଲି ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି। ସେ କହିଛନ୍ତି, “ଆଜି ରାହୁଲ ଗାନ୍ଧି ପୁଣି ମିଛ କହିଛନ୍ତି। ସେ ଲଣ୍ଡନରେ କିଛି କହି ନଥିଲେ ବୋଲି ସଫେଇ ଦେଇଛନ୍ତି। ରାହୁଲ ଗାନ୍ଧି ଲଣ୍ଡନରେ କହିଥିଲେ ଯେ ଭାରତରେ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି ଓ ୟୁରୋପୀୟ ଦେଶ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ରାହୁଲ ଗାନ୍ଧିଙ୍କ ପ୍ରକୃତି ହେଉଛି ମିଛ କହିବା। ରାହୁଲ ଗାନ୍ଧିଙ୍କ ସମସ୍ୟା ହେଲା ଦେଶ କଂଗ୍ରେସ ପାଇଁ ଭୋଟ କରୁନି।

ଯଦି ସେ ଜାଣିଶୁଣି ଏପରି ପଛୁଆ ବର୍ଗର ଲୋକଙ୍କୁ ଅପମାନିତ କରିବେ, ତା’ହେଲେ ଭବିଷ୍ୟତରେ ମଧ୍ୟ କଂଗ୍ରେସ କୌଣସି ଭୋଟ ପାଇବ ନାହିଁ। ବିଜେପି ଏହି ପ୍ରସଙ୍ଗ ସମଗ୍ର ଦେଶରେ ଉଠାଇବ। ସେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କଲେ। କିନ୍ତୁ ମୂଳ ପ୍ରସଙ୍ଗରେ କିଛି ବି କହିଲେ ନାହିଁ। ସେ ପୁଣିଥରେ ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ସମାଲୋଚନା କରିବାର ଅଧିକାର ଆପଣଙ୍କର ଅଛି। କିନ୍ତୁ ଅପମାନିତ କରିବାର ଅଧିକାର ଆପଣଙ୍କର ନାହିଁ। ବିଜେପି ରାହୁଲଙ୍କ ବୟାନ ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ କରିବ ବୋଲି ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର