ମହିଳା ଟି-୨୦ ବିଶ୍ବକପ: ଭାରତକୁ ୫ ରନରେ ହରାଇ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

The Sakala Picture
Published On

କେପଟାଉନ: ମହିଳା ଟି-୨୦ ବିଶ୍ବକପ ସେମିରେ ହାରିଲା ଭାରତ। ଅଷ୍ଟ୍ରେଲିଆଠାରୁ ୫ ରନରେ ହାରି ଭାରତ ଫାଇଲନାଲରେ ପ୍ରବେଶ କରିବା ଆଶା ଧୂଳିସାତ ହୋଇଛି। ଭାରତ ଲଢୁଆ ବ୍ୟାଟିଂ କରିଥିଲେ ମଧ୍ଯ ଆଜିର ସେମିଫାଇଲନାଲ ମ୍ୟଚକୁ ଜିତି  ପାରି ନାହିଁ। ମହିଳା ଟି-୨୦ ବିଶ୍ୱକପରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ […]

କେପଟାଉନ: ମହିଳା ଟି-୨୦ ବିଶ୍ବକପ ସେମିରେ ହାରିଲା ଭାରତ। ଅଷ୍ଟ୍ରେଲିଆଠାରୁ ୫ ରନରେ ହାରି ଭାରତ ଫାଇଲନାଲରେ ପ୍ରବେଶ କରିବା ଆଶା ଧୂଳିସାତ ହୋଇଛି। ଭାରତ ଲଢୁଆ ବ୍ୟାଟିଂ କରିଥିଲେ ମଧ୍ଯ ଆଜିର ସେମିଫାଇଲନାଲ ମ୍ୟଚକୁ ଜିତି  ପାରି ନାହିଁ। ମହିଳା ଟି-୨୦ ବିଶ୍ୱକପରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିପାରିଥିଲା। ଫଳରେ ସେମିଫାଇନାଲ୍ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୫ ରନ୍‌ରେ ଜିତି ନେଇଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ଅଷ୍ଟ୍ରେଲିଆ ପକ୍ଷରୁ  ଓପନର ବେଥ୍ ମୁନି ୩୭ ବଲ୍ ରୁ ୫୪ ରନ୍ କରିଥିଲେ। ସେହିପରି ଅଧିନାୟକ ମେଗ୍ ଲାନିଂ ୩୪ ବଲରେ ୪ ଚୌକା ଓ ୨ ଛକା ସାହାଯ୍ୟରେ ଅପରାଜିତ ୪୯ ରନ୍ କରିଥିଲେ । ସେହିପରି ଆଲିସା ହିଲି ୨୫ ରନ ଓ ଆସଲେ ଗାଡନର ୩୧ ରନ କରିଥିଲେ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଭାରତ ପକ୍ଷରୁ ଅଧିନାୟିକା ହରମନପ୍ରିତ କୌର ସର୍ବାଧିକ ୫୨ ରନ କରିଥିବାବେଳେ ଜେମିମା ରୋଡ୍ରଗସ ୪୩ରନ କରିଥିଲେ । ସେହିପରି ରିଚା ଘୋଷ ୧୪ରନ ଓ ସ୍ନେହା ରଣା ୧୧ ରନ କରିଥିଲେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର