ସୁନା ମୂଲ୍ୟରେ ସର୍ବକାଳୀନ ରେକର୍ଡ; ୧୦ ଗ୍ରାମ ପିଛା ୫୬,୩୦୦ ଟଙ୍କା ଟପିଲା, ଚଳିତବର୍ଷ ଦର ଛୁଇଁପାରେ ୬୪ ହଜାର

The Sakala Picture
Published On

ନୂଆଦିଲ୍ଲୀ: ବଢ଼ୁଛି ସୁନା ଚାହିଦା। ବିଶ୍ୱ ବଜାରରେ ସମ୍ପ୍ରତି ମାନ୍ଦାବସ୍ଥା ଲାଗି ରହିଥିଲେ ବି କମୁନି ସୁନାର ଚମକ। କରୋନା ମହାମାରୀ ସମୟରେ ବି ଦେଶରେ ସୁନାର ଚାହିଦା କୌଣସି ମତେ କମି ନ ଥିଲା। ବର୍ତ୍ତମାନ ଦର ଏତେ ବଢ଼ିଛି ଯେ, ଘରୋଇ ବଜାରରେ ସୁନା ମୂଲ୍ୟରେ ସର୍ବାକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ସୋମବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ (୨୪ କ୍ୟାରେଟ୍‌) ୧୦ ଗ୍ରାମ ପିଛା ୫୬,୩୩୬ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଘରୋଇ […]

ନୂଆଦିଲ୍ଲୀ: ବଢ଼ୁଛି ସୁନା ଚାହିଦା। ବିଶ୍ୱ ବଜାରରେ ସମ୍ପ୍ରତି ମାନ୍ଦାବସ୍ଥା ଲାଗି ରହିଥିଲେ ବି କମୁନି ସୁନାର ଚମକ। କରୋନା ମହାମାରୀ ସମୟରେ ବି ଦେଶରେ ସୁନାର ଚାହିଦା କୌଣସି ମତେ କମି ନ ଥିଲା। ବର୍ତ୍ତମାନ ଦର ଏତେ ବଢ଼ିଛି ଯେ, ଘରୋଇ ବଜାରରେ ସୁନା ମୂଲ୍ୟରେ ସର୍ବାକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ସୋମବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ (୨୪ କ୍ୟାରେଟ୍‌) ୧୦ ଗ୍ରାମ ପିଛା ୫୬,୩୩୬ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଘରୋଇ ବଜାରରେ ୨୦୨୦ ଅଗଷ୍ଟ ମାସରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ରହିଥିଲା। ତେବେ ଭୁବନେଶ୍ବର ସୁନା ମୂଲ୍ୟ (୨୪ କ୍ୟାରେଟ୍‌) ୧୦ ଗ୍ରାମ ପିଛା ୫୭,୦୦୦ ଟଙ୍କା ଅତିକ୍ରମ କରିଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ, ଆଜି ବୁଲିଅନ୍‌ ବଜାରରେ ସୁନା ମୂଲ୍ୟ(୨୪ କ୍ୟାରେଟ୍‌)ରେ ୭୪୯ ଟଙ୍କା ବୃଦ୍ଧି ଘଟି ୫୬,୩୩୬ ଟଙ୍କାରେ ପହଞ୍ଚି ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନଙ୍କର ଆକଳନ ଅନୁଯାୟୀ, ଚଳିତ ବର୍ଷ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪ ,୦୦୦ ଟଙ୍କାରେ ପହଞ୍ଚିପାରେ। ଅପରପକ୍ଷେ ନୂଆଦିଲ୍ଲୀରେ ଆଜି (୨୨ କ୍ୟାରେଟ୍‌) ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୧,୬୦୪ ଟଙ୍କାରେ ପହଞ୍ଚିଛି। ସେହିପରି ଭୁବନେଶ୍ବରରେ ସୋମବାର (୨୨କ୍ୟାରେଟ୍‌) ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୧,୬୦୦ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବରରେ (୨୪ କ୍ୟାରେଟ୍‌) ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୪୪୦ ଟଙ୍କାରେ ପହଞ୍ଚି ନୂଆ ରେକର୍ଡ ପ୍ରତିଷ୍ଠା କରିଛି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ଏହାବ୍ୟତୀତ ଘରୋଇ ବଜାରରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ରୁପା କିଲୋ ପିଛା ୧୧୮୬ ଟଙ୍କା ବୃଦ୍ଧି ଘଟି କିଲୋଗ୍ରାମ ପିଛା ୬୯,୦୭୪ ଟଙ୍କାରେ ପହଞ୍ଚିଛି। ଶେଷ ଥର ପାଇଁ ଚଳିତମାସ ଜାନୁଆରୀ ୬ ତାରିଖରେ ରୁପା କିଲୋ ୬୭,୮୮୮ ଟଙ୍କା ରହିଥିଲା। ଯଦି ସୁନା ଏବଂ ମୂଲ୍ୟ ବୃଦ୍ଧିକୁ ବିଚାରକୁ ନିଆଯାଏ ତେବେ ଜଣାପଡିବ ଯେ, କେବଳ ବର୍ଷ ୨୦୨୨ରେ ଏହି ଦୁଇ ଧାତୁ ମୂଲ୍ୟରେ ବୃହତ୍‌ ବୃଦ୍ଧି ଘଟିଛି। ଅର୍ଥାତ୍ ୨୦୨୨ରେ ସୁନା ମୂଲ୍ୟରେ ୬,୫୮୮ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଥିଲା। ଗତ ବର୍ଷ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୮,୨୭୯ ଟଙ୍କାରୁ ୫୪,୮୬୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୨୦୨୨ରେ ରୂପା ମୂଲ୍ୟରେ ୬୦୫୭ ଟଙ୍କା ବୃଦ୍ଧି ହୋଇସାରିଛି। ସେହି ବର୍ଷ ଯାକରେ ରୁପା କିଲୋ ପିଛା ୬୨,୦୩୫ ଟଙ୍କାରୁ ୬,୮୦୯୨ ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ଚଳିତବର୍ଷ ଶେଷ ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୦୦୦ ଟଙ୍କାରେ ପହଞ୍ଚିପାରେ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

ଏକ ହିସାବ ଅନୁଯାୟୀ, ଗତ ୭୫ ବର୍ଷ ମଧ୍ୟରେ ବଜାରରେ ସୁନା ଓ ରୂପା ଅଧିକ ମହଙ୍ଗା ହୋଇଛି। ୧୯୪୭ ମସିହାରେ ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୮ ଟଙ୍କା ୬୨ ପଇସା ରହିଥିଲା, ଯାହା ବର୍ତ୍ତମାନ ୫୬,୦୦୦ ଟଙ୍କା ଅତିକ୍ରମ କରିଛି। ତେବେ ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ଏହି ୭୫ ବର୍ଷରେ ସୁନା ମୂଲ୍ୟ ୬୩୧ ଗୁଣ (୬୩୧%) ମହଙ୍ଗା ହୋଇଛି। ରୂପା ବିଷୟରେ କହିବାକୁ ଗଲେ, ସ୍ୱାଧୀନତା ପରଠାରୁ ଏହା ୬୪୪ ପ୍ରତିଶତ ମହଙ୍ଗା। ୧୯୪୭ ମସିହାରେ ରୂପା ମୂଲ୍ୟ କିଲୋ ପିଛା ପ୍ରାୟ ୧୦୭ ଟଙ୍କା ରହିଥିଲା ଏବଂ ବର୍ତ୍ତମାନ ଏହା ୬୯୦୭୪ ଟଙ୍କା ରହିଛି।

10 Jan 2023 By The Sakala

ସୁନା ମୂଲ୍ୟରେ ସର୍ବକାଳୀନ ରେକର୍ଡ; ୧୦ ଗ୍ରାମ ପିଛା ୫୬,୩୦୦ ଟଙ୍କା ଟପିଲା, ଚଳିତବର୍ଷ ଦର ଛୁଇଁପାରେ ୬୪ ହଜାର

ନୂଆଦିଲ୍ଲୀ: ବଢ଼ୁଛି ସୁନା ଚାହିଦା। ବିଶ୍ୱ ବଜାରରେ ସମ୍ପ୍ରତି ମାନ୍ଦାବସ୍ଥା ଲାଗି ରହିଥିଲେ ବି କମୁନି ସୁନାର ଚମକ। କରୋନା ମହାମାରୀ ସମୟରେ ବି ଦେଶରେ ସୁନାର ଚାହିଦା କୌଣସି ମତେ କମି ନ ଥିଲା। ବର୍ତ୍ତମାନ ଦର ଏତେ ବଢ଼ିଛି ଯେ, ଘରୋଇ ବଜାରରେ ସୁନା ମୂଲ୍ୟରେ ସର୍ବାକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ସୋମବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ (୨୪ କ୍ୟାରେଟ୍‌) ୧୦ ଗ୍ରାମ ପିଛା ୫୬,୩୩୬ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଘରୋଇ ବଜାରରେ ୨୦୨୦ ଅଗଷ୍ଟ ମାସରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬,୨୦୦ ରହିଥିଲା। ତେବେ ଭୁବନେଶ୍ବର ସୁନା ମୂଲ୍ୟ (୨୪ କ୍ୟାରେଟ୍‌) ୧୦ ଗ୍ରାମ ପିଛା ୫୭,୦୦୦ ଟଙ୍କା ଅତିକ୍ରମ କରିଛି।

ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟ୍ ଅନୁଯାୟୀ, ଆଜି ବୁଲିଅନ୍‌ ବଜାରରେ ସୁନା ମୂଲ୍ୟ(୨୪ କ୍ୟାରେଟ୍‌)ରେ ୭୪୯ ଟଙ୍କା ବୃଦ୍ଧି ଘଟି ୫୬,୩୩୬ ଟଙ୍କାରେ ପହଞ୍ଚି ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନଙ୍କର ଆକଳନ ଅନୁଯାୟୀ, ଚଳିତ ବର୍ଷ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪ ,୦୦୦ ଟଙ୍କାରେ ପହଞ୍ଚିପାରେ। ଅପରପକ୍ଷେ ନୂଆଦିଲ୍ଲୀରେ ଆଜି (୨୨ କ୍ୟାରେଟ୍‌) ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୧,୬୦୪ ଟଙ୍କାରେ ପହଞ୍ଚିଛି। ସେହିପରି ଭୁବନେଶ୍ବରରେ ସୋମବାର (୨୨କ୍ୟାରେଟ୍‌) ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୧,୬୦୦ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବରରେ (୨୪ କ୍ୟାରେଟ୍‌) ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୪୪୦ ଟଙ୍କାରେ ପହଞ୍ଚି ନୂଆ ରେକର୍ଡ ପ୍ରତିଷ୍ଠା କରିଛି।

ଏହାବ୍ୟତୀତ ଘରୋଇ ବଜାରରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ରୁପା କିଲୋ ପିଛା ୧୧୮୬ ଟଙ୍କା ବୃଦ୍ଧି ଘଟି କିଲୋଗ୍ରାମ ପିଛା ୬୯,୦୭୪ ଟଙ୍କାରେ ପହଞ୍ଚିଛି। ଶେଷ ଥର ପାଇଁ ଚଳିତମାସ ଜାନୁଆରୀ ୬ ତାରିଖରେ ରୁପା କିଲୋ ୬୭,୮୮୮ ଟଙ୍କା ରହିଥିଲା। ଯଦି ସୁନା ଏବଂ ମୂଲ୍ୟ ବୃଦ୍ଧିକୁ ବିଚାରକୁ ନିଆଯାଏ ତେବେ ଜଣାପଡିବ ଯେ, କେବଳ ବର୍ଷ ୨୦୨୨ରେ ଏହି ଦୁଇ ଧାତୁ ମୂଲ୍ୟରେ ବୃହତ୍‌ ବୃଦ୍ଧି ଘଟିଛି। ଅର୍ଥାତ୍ ୨୦୨୨ରେ ସୁନା ମୂଲ୍ୟରେ ୬,୫୮୮ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଥିଲା। ଗତ ବର୍ଷ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୮,୨୭୯ ଟଙ୍କାରୁ ୫୪,୮୬୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୨୦୨୨ରେ ରୂପା ମୂଲ୍ୟରେ ୬୦୫୭ ଟଙ୍କା ବୃଦ୍ଧି ହୋଇସାରିଛି। ସେହି ବର୍ଷ ଯାକରେ ରୁପା କିଲୋ ପିଛା ୬୨,୦୩୫ ଟଙ୍କାରୁ ୬,୮୦୯୨ ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ, ଚଳିତବର୍ଷ ଶେଷ ସୁଦ୍ଧା ଘରୋଇ ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୦୦୦ ଟଙ୍କାରେ ପହଞ୍ଚିପାରେ।

ଏକ ହିସାବ ଅନୁଯାୟୀ, ଗତ ୭୫ ବର୍ଷ ମଧ୍ୟରେ ବଜାରରେ ସୁନା ଓ ରୂପା ଅଧିକ ମହଙ୍ଗା ହୋଇଛି। ୧୯୪୭ ମସିହାରେ ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୮ ଟଙ୍କା ୬୨ ପଇସା ରହିଥିଲା, ଯାହା ବର୍ତ୍ତମାନ ୫୬,୦୦୦ ଟଙ୍କା ଅତିକ୍ରମ କରିଛି। ତେବେ ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ଏହି ୭୫ ବର୍ଷରେ ସୁନା ମୂଲ୍ୟ ୬୩୧ ଗୁଣ (୬୩୧%) ମହଙ୍ଗା ହୋଇଛି। ରୂପା ବିଷୟରେ କହିବାକୁ ଗଲେ, ସ୍ୱାଧୀନତା ପରଠାରୁ ଏହା ୬୪୪ ପ୍ରତିଶତ ମହଙ୍ଗା। ୧୯୪୭ ମସିହାରେ ରୂପା ମୂଲ୍ୟ କିଲୋ ପିଛା ପ୍ରାୟ ୧୦୭ ଟଙ୍କା ରହିଥିଲା ଏବଂ ବର୍ତ୍ତମାନ ଏହା ୬୯୦୭୪ ଟଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର