ଧନୀ ତାଲିକାର ଏକ ନମ୍ବର ମାନ୍ୟତା ହରାଇଲେ ଏଲନ୍‌ ମସ୍କ, ଜାଣନ୍ତୁ ଏବେ କିଏ ବିଶ୍ବର ୧ନଂ ଧନୀ

The Sakala Picture
Published On

ନୂଆଦିଲ୍ଲୀ : ଟ୍ୱିଟର କିଣିବା ପରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଖରାପ ସମୟ ଦେଇ ଗତି କରୁଛନ୍ତି। ଟ୍ୱିଟର ଏବଂ ତାଙ୍କ ଇଲେକ୍‌ଟ୍ରିକ୍‌ କାର କମ୍ପାନୀ ଟେସଲାର ସେୟାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ମସ୍କଙ୍କ ମୁଣ୍ଡରୁ ହଟିଯାଇଛି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୁକୁଟ। ଫୋର୍ବସ୍ ତାଲିକାରେ ମସ୍କ ଆଉ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ନାହାଁନ୍ତି। ତାଙ୍କର ଏକ ପ୍ରଥମ ସ୍ଥାନକୁ ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ଛଡାଇ […]

ନୂଆଦିଲ୍ଲୀ : ଟ୍ୱିଟର କିଣିବା ପରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଖରାପ ସମୟ ଦେଇ ଗତି କରୁଛନ୍ତି। ଟ୍ୱିଟର ଏବଂ ତାଙ୍କ ଇଲେକ୍‌ଟ୍ରିକ୍‌ କାର କମ୍ପାନୀ ଟେସଲାର ସେୟାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ମଧ୍ୟରେ ମସ୍କଙ୍କ ମୁଣ୍ଡରୁ ହଟିଯାଇଛି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୁକୁଟ। ଫୋର୍ବସ୍ ତାଲିକାରେ ମସ୍କ ଆଉ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ନାହାଁନ୍ତି। ତାଙ୍କର ଏକ ପ୍ରଥମ ସ୍ଥାନକୁ ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ଛଡାଇ ନେଇଛନ୍ତି। ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ଆଣ୍ଡ୍‌ ଫ୍ୟାମିଲି ବର୍ତ୍ତମାନ ଏହି ଧନୀ ତାଲିକାର ଶୀର୍ଷରେ ରହିଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଫୋର୍ବସ୍ ଅନୁଯାୟୀ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣ ୧୮୬.୯ ବିଲିୟନ ଡ଼ଲାର୍ ରହିଛି। ଏଥିସହ ଧନୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ମସ୍କଙ୍କ ସମ୍ପତ୍ତି ପରିମାଣ ୧୮୧.୩ ବିଲିୟନ ଡ଼ଲାରକୁ ଖସିଆସିଛି। ଅପରପେକ୍ଷ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୩୪.୫ ବିଲିୟନ ଡଲାର।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଏଲନ୍ ମସ୍କଙ୍କର ସମ୍ପତ୍ତି ପରିମାଣରେ ଯେଉଁଭଳି ଭାବେ ହ୍ରାସ ଘଟୁଛି, ଏଥିରୁ ଜଣାପଡୁଛି ଯେ ସେ ଶୀଘ୍ର ଗୌତମ ଆଦାନୀଙ୍କ ତଳକୁ ଖସିଯିବେ। କାରଣ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣରେ କ୍ରମାଗତ ଭାବେ ବୃଦ୍ଧି ଘଟିଚାଲିଛି। ବର୍ତ୍ତମାନ ମସ୍କ ଏବଂ ଆଦାନୀଙ୍କ ସମ୍ପତ୍ତି ମଧ୍ୟରେ ଅଧିକ ବ୍ୟବଧାନ ନାହିଁ। ଆଦାନୀ କ୍ରମାଗତ ଭାବରେ ନିଜର ବ୍ୟବସାୟ ସାମ୍ରାଜ୍ୟର ବିସ୍ତାର ଘଟାଇବାରେ ଲାଗିଛନ୍ତି। ଆଦାନୀ ଗ୍ରୁପ୍ ଭିତ୍ତିଭୂମି, ଦ୍ରବ୍ୟ, ବନ୍ଦର, ସୌର, କୃଷି ଏବଂ ଗଣମାଧ୍ୟମ ସହିତ ଅନେକ କ୍ଷେତ୍ରରେ ଏହାର ବ୍ୟବସାୟକୁ ବିସ୍ତାର କରୁଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଅପରପକ୍ଷେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ବର୍ତ୍ତମାନ ଫୋର୍ବସର ରିଅଲ୍ ଟାଇମ୍ ବିଲିୟନେୟାର ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରୀିମାର ହେଉଛି ୯୨.୮ ବିଲିୟନ ଡ଼ଲାର୍। ଦୀର୍ଘ ଦିନ ଧରି ଅମ୍ବାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତି ରହିଥିଲେ, କିନ୍ତୁ ବର୍ତ୍ତମାନ ଗୌତମ ଆଦାନୀ ତାଙ୍କୁ ପଛରେ ପକାଇ ଦେଇଛନ୍ତି। ବିଶ୍ବ ଧନୀ ତାଲିକାରେ ଆଦାନୀଙ୍କ ପରେ ଜେଫ୍ ବେଜୋସ୍ ଚତୁର୍ଥ ସ୍ଥାନରେ ରହିଛନ୍ତି। ବେଜୋସ୍ ହେଉଛନ୍ତି ଆମାଜନ୍‌ର ପ୍ରତିଷ୍ଠାତା। ତାଙ୍କର ମୋଟ ସମ୍ପତ୍ତି ପରିମାଣ ହେଉଛି ୧୧୩.୮ ବିଲିୟନ ଡ଼ଲର। ବେଜୋସ୍‌ଙ୍କ ପରେ ୱାରେନ୍ ବଫେ ଏବଂ ବିଲ୍ ଗେଟ୍ସ ଏହି ତାଲିକାରେ ରହିଛନ୍ତି |

ମସ୍କଙ୍କ ସମ୍ପତ୍ତିରେ ହ୍ରାସ ହେବାର କାରଣ ହେଉଛି ତାଙ୍କ କମ୍ପାନୀର ସେୟାର ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଘଟିବା। ଗତ ଆଠ ମାସ ମଧ୍ୟରେ ଟେସଲାର ଷ୍ଟକରେ ଯଥେଷ୍ଟ ହ୍ରାସ ହୋଇଛି। ଏପ୍ରିଲ୍ ୨୦୨୨ରେ ମସ୍କଙ୍କର ଷ୍ଟକ୍ ମୂଲ୍ୟ ପାଖାପାଖି ୩୮୨ ଡଲାର ଥିଲା। ସୋମବାର ଏହା ୧୬୮ ଡଲାରରେ ବନ୍ଦ ହୋଇଯାଇଛି। ଏହିପରି ଟେସଲାର ସେୟାର ମୂଲ୍ୟ ବର୍ତ୍ତମାନ ଅଧାରୁ କମ୍ ରହିଯାଇଛି। ଟେସଲା ହେଉଛି ବିଶ୍ୱର ଅଗ୍ରଣୀ ଇଲେକ୍ଟ୍ରିକ୍ କାର୍ କମ୍ପାନୀ। ଏଥିସହିତ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରର ଷ୍ଟକ୍ ମଧ୍ୟ କ୍ରମାଗତ ଭାବରେ ହ୍ରାସ ପାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର