ଋଷିଆରୁ ଶସ୍ତା ଦରରେ ବିପୁଳ ପରିମାଣର ତେଲ କିଣି ଆମେରିକାକୁ ବିକୁଛି ଭାରତ

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଅଶୋଧିତ ତୈଳ ଦର ଢ଼େର ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଋଷିଆରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇଛି ଆମେରିକା। ହେଲେ ଦେଶର ତୈଳ ଯୋଗାଣକୁ ଜାରି ରଖିବା ପାଇଁ ଏବେ ଭାରତ ମୁହାଁ ହୋଇଛି ଆମେରିକା। ମିଳିଥିବା ସୂଚନା ଅନୁସାରେ ବୈଶ୍ୱିକ ତୈଳ ବ୍ୟବସାୟୀ ଭିଟୋଲ ଓ ଟ୍ରାଫିଗୁରା ଭାରତୀୟ ରିଫାଇନାରୀ ନାୟେରା ଏନର୍ଜୀରୁ ଗୋଟିଏ ଗୋଟିଏ କାର୍ଗୋ ଭ୍ୟାକୁମ ଗ୍ୟାସ୍ ଅଏଲ (ଭିଜିଓ) କ୍ରୟ କରିଛନ୍ତି। ଭିଜିଓ ଏକ […]

ନୂଆଦିଲ୍ଲୀ(ଏଜେନ୍ସି): ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସାରା ବିଶ୍ବରେ ଅଶୋଧିତ ତୈଳ ଦର ଢ଼େର ବଢ଼ିଯାଇଛି। ଏଭଳି ପରିସ୍ଥିତିରେ ଋଷିଆରୁ ତୈଳ ଆମଦାନୀ ଉପରେ କଟକଣା ଲଗାଇଛି ଆମେରିକା। ହେଲେ ଦେଶର ତୈଳ ଯୋଗାଣକୁ ଜାରି ରଖିବା ପାଇଁ ଏବେ ଭାରତ ମୁହାଁ ହୋଇଛି ଆମେରିକା। ମିଳିଥିବା ସୂଚନା ଅନୁସାରେ ବୈଶ୍ୱିକ ତୈଳ ବ୍ୟବସାୟୀ ଭିଟୋଲ ଓ ଟ୍ରାଫିଗୁରା ଭାରତୀୟ ରିଫାଇନାରୀ ନାୟେରା ଏନର୍ଜୀରୁ ଗୋଟିଏ ଗୋଟିଏ କାର୍ଗୋ ଭ୍ୟାକୁମ ଗ୍ୟାସ୍ ଅଏଲ (ଭିଜିଓ) କ୍ରୟ କରିଛନ୍ତି। ଭିଜିଓ ଏକ ପ୍ରକାରର ଅଶୋଧିତ ତୈଳ ଯେଉଁଥିରୁ ଗ୍ୟାସୋଲିନ ଓ ଡିଜେଲ ପ୍ରସ୍ତୁତ ହୋଇଥାଏ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ସୂତ୍ର ଅନୁସାରେ ଡିସେମ୍ବରରେ ଏହି କାର୍ଗୋ ଭାରତର ଭାଦିନାର ବନ୍ଦରରୁ ଆମେରିକା ଅଥବା ଇୟୁରୋପ ଯାଇପାରେ। ଏହା ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜାମନଗର ପୋର୍ଟରୁ ଅନୁନ୍ୟ ୮୦ ହଜାର ଟନ ଭିଜିଓ କିଣାଯାଇଥିଲା। ଏହି ସିପ୍‌ମେଣ୍ଟ ଅକ୍ଟୋବର ଶେଷ ଅଥବା ନଭେମ୍ବର ପ୍ରାରମ୍ଭରେ ଆମେରିକା ପହଞ୍ଚିଥିବ। ଗତବର୍ଷ ତୁଳନାରେ ଚଳିତବର୍ଷ ଆମେରିକାକୁ ଭାରତ ଅଧିକ ମାତ୍ରାରେ ଭାକ୍ୟୁମ ଗ୍ୟାସ୍ ଅଏଲ ଯୋଗାଉଛି। ଗତବର୍ଷ ଭାରତରୁ ଆମେରିକା ଥରଟିଏ ଭିଜିଓ କିଣିଥିଲା। ହେଲେ ଚଳିତବର୍ଷ ଏହି ଚିତ୍ର ଭିନ୍ନ। ଏଣୁ ଆମେରିକା ଅନେକବାର ଭିଜିଓ ଆମଦାନୀ କରିସାରିଲାଣି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ

ୟୁକ୍ରେନ ଯୁଦ୍ଧ ପୂର୍ବରୁ ଆମେରିକା ସବୁଠୁ ଅଧିକ ଭିଜିଓ ଋଷିଆରୁ ଆମଦାନୀ କରୁଥିଲା। ତେବେ ୟୁକ୍ରେନ ସହ ଯୁଦ୍ଧ ଯୋଗୁ ଋଷିଆ ଉପରେ ଅନେକ କଟକଣା ଲଗାଇ ଦିଆଯାଇଛି। ଆମେରିକା ଓ କାନାଡା ଋଷିୟ ତୈଳ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇ ଦେଇଛନ୍ତି। ଏଥିରେ ଇୟୁରୋପୀ ସଂଘ ମଧ୍ୟ ୫ଡିସେମ୍ବର ଓ ୫ ଫେବୃଆରୀରୁ ଋଷୀୟ ତୈଳ ଉପରେ କଟକଣା ଲାଗୁ କରିବାକୁ ଯାଉଛି। ତେବେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ତୈଳ କ୍ରୟ କରୁଥିବା ଦେଶ। ତେବେ ଆମେରିକା ସମେତ ପଶ୍ଚିମ ଦେଶମାନେ ଋଷିଆ ଉପରେ କଟକଣା ଜାରି କରିଥିବାରୁ ଭାରତ ଏବେ ଋଷିଆରୁ ବିପୁଳ ପରିମାଣରେ ଶସ୍ତା ଦରରେ ଅଶୋଧିତ ତୈଳ ଆମଦାନୀ କରୁଛି। ଭାରତ ଏହି ଅଶୋଧିତ ତୈଳକୁ ଦେଶରେ ବିଶୋଧିତ କରି ପାଶ୍ଚାତ୍ୟ ଦେଶଙ୍କୁ ମହଙ୍ଗା ଦରରେ ବିକ୍ରି କରୁଛି।

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର